ଜଗତସିଂହପୁର ତିର୍ତ୍ତୋଲ ଭିତରଣା ଗାଁରେ ଚାଞ୍ଚଲ୍ୟ, କୁରାଢ଼ିରେ ଦୁଇ ଜଣଙ୍କୁ ବୀଭତ୍ସ ହତ୍ୟା

ଜଗତସିଂହପୁର : ଜଗତସିଂହପୁର ତିର୍ତ୍ତୋଲ ଥାନା କୋକିଡଙ୍ଗା ପଡାରେ ଚାଞ୍ଚଲ୍ୟ । ଦୁଇ ଜଣଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି ଅଭିଯୁକ୍ତ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ଅଛନ୍ତି । ଘଟଣାରେ ଅଭିଯୁକ୍ତ ସୁବାସ ବିଶ୍ବାଳକୁ ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ, ଇତରଣା ଗ୍ରାମର ବିନୋଦ ଦାସ ଓ ବିଷ୍ଣୁ ପଲାଇ ସକାଳୁ କ୍ଷୀର ନେଇ ଯାଉଥିବା ବେଳେ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ସୁବାସ ବିଶ୍ବାଳ ଏକ ଟାଙ୍ଗିଆରେ ବିନୋଦ ଦାସଙ୍କୁ ପଛପଟୁ ହାଣିଥିଲା । ରକ୍ତାକ୍ତ ଅବସ୍ଥାରେ ବିନୋଦ ଚିତ୍କାର କରି ତଳେ ପଡିଯିବାରୁ ପାଖରେ ଥିବା ବିଷ୍ଣୁ ପଳାଇଙ୍କୁ ମଧ୍ୟ କାନ୍ଧକୁ ଚୋଟ ମାରିଥିଲା ହତ୍ୟାକାରୀ । ଖବର ପାଇ ଘଟଣାସ୍ଥଳରେ ରାହାମା ବଜାର, ସାଇଲୋ ପଞ୍ଚାୟତର ଲୋକେ ପହଞ୍ଚି ରୁଣ୍ଡ ହୋଇଥିଲେ ।

ତେବେ ଲୋକଙ୍କୁ ମଧ୍ୟ ଟେକା ପଥର ମାଡ଼ କରିଥିଲା ହତ୍ୟାକାରୀ ସୁବାସ । ଖବର ପାଇ ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିନୋଦ ଦାସଙ୍କ ମୃତଦେହ ଜବତ କରିଥିଲା । ଆହତ ବିଷ୍ଣୁ ପଳାଇ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ହତ୍ୟାକାରୀ ସୁବାସ ବିଶ୍ବାଳକୁ ପୋଲିସ ଗିରଫ ତଦନ୍ତ ଜାରି ରଖିଛି ।