spot_img
Home Blog Page 2783

ଆସିଲାନି ବସ୍, ରିକ୍ସାରେ ଗଲେ ଖେଳାଳି

କୋଲକାତା: କ୍ରିକେଟ ଖେଳାଳିଙ୍କୁ ଭାରତରେ ଅନେକ ସୁବିଧା ସୁଯୋଗ ଦିଆଯାଇଥାଏ । ଏପରକି ଖେଳାଳିଙ୍କ ଗାଡ଼ି ପଡ଼ିଆକୁ ଯିବାବେଳେ ସାଧାରଣ ଲୋକଙ୍କ ଗାଡ଼ି ଚଳାଚଳ ମଧ୍ୟ କିଛି ସମୟ ଲାଗି ବନ୍ଦ ରହିଥାଏ । ମାତ୍ର ଫୁଟବଲ ଖେଳାଳି ବସ ପାଇଁ ଅପେକ୍ଷା କରିଥିଲେ । ବସ ଆସିବାରେ ବିଳମ୍ବ ହେବାରୁ ଖେଳାଳିମାନେ ରିକ୍ସାରେ ଯାଇଥିବାର ଦୃଶ୍ୟ ନଜରକୁ ଆସିଛି । କୋଲକାତାରୁ ଏଭଳି ଏକ ଖବର ସାମନାକୁ ଆସିବାପରେ ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଦୁରାଣ୍ଡ କପ ୨୦୨୩ ଆରମ୍ଭ ହେବାକୂ ଥିବାବେଳେ ଜଣାଶୁଣା ଫୁଟବଲ କ୍ଲବ ଇଷ୍ଟ ବେଙ୍ଗଲର ଖେଳାଳିମାନେ ରିକ୍ସା ଯାଇଥିବା ଦେଖିବାକୁ ମିଳିଛି । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଖେଳାଳିମାନେ ପଡ଼ିଆରେ ଅଭ୍ୟାସ ପାଇଁ ବାହାରିଥିଲେ ସୁଦ୍ଧା ବସ ଠିକ ସମୟରେ ଆସି ପହଞ୍ଚି ନଥିଲା । ଶେଷରେ ଖେଳାଳିମାନେ ରିକ୍ସା ଏବଂ ଓଲା ଉବେର ବୁକ କରି ପଡ଼ିଆରେ ପହଞ୍ଚଥିଲେ । କୋଚ ଏବଂ ଅନ୍ୟ ଖେଳାଳିମାନେ ଏହି ଘଟଣାକୁ ନେଇ ରାଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ସ୍କୁଲରେ ପାଠପଢ଼ା ବେଳେ ବଜ୍ରପାତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ପାଟକୁରା: ପାଠପଢ଼ା ଚାଲିଥିବାବେଳେ ବଜ୍ରପାତ । ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଗରଦପୁର ବ୍ଲକ କୁଦାନଗରୀ ସରକାରୀ ହାଇସ୍କୁଲରେ ହୋଇଛି ବଜ୍ରପାତ । ଏହି ସ୍କୁଲରେ ଆଦର୍ଶ ବିଦ୍ୟାଳୟରେ ପାଠପଢା ଚାଲିଥିବାବେଳେ ଆଜି ଅପରାହ୍ଣରେ ଅକସ୍ମାତ ହୋଇଥିଲା ବଜ୍ରପାତ । ବଜ୍ରପାତରେ ଆହତ  ଛାତ୍ରଛାତ୍ରୀଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ବଜ୍ରାଘାତରେ ସମସ୍ତ ବିଦ୍ୟୁତ ସାମଗ୍ରୀ ଜଳି ଯାଇଥିବା ସୂଚନା ମିଳିଛି । ଜରୁରୀକାଳୀନ ଭିତ୍ତିରେ ଆହତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି ।

ବିକ୍ରି ହେବାକୁ ଯାଉଛି ଗରୀବଙ୍କ ଔଷଧ କମ୍ପାନୀ ସିପଲା, ଦୌଡ଼ରେ ବିଦେଶୀ କମ୍ପାନୀ

ନୂଆଦିଲ୍ଲୀ: ବିକ୍ରି ହେବାକୁ ଯାଉଛି ଦେଶର ତୃତୀୟ ବୃହତମ ଫାର୍ମା କମ୍ପାନୀ ସିପଲା । ୧.୨ ଲକ୍ଷ କୋଟି ଟଙ୍କାର ଏହି କମ୍ପାନୀକୁ ଏକ ବିଦେଶୀ କମ୍ପାନୀମାନେ କିଣିବା ପାଇଁ ଆଗେଇ ଆସିଛନ୍ତି । ଏହି ଦୌଡ଼ର ଆଗରେ ରହିଛି ବ୍ଲାକେଷ୍ଟାନ କମ୍ପାନୀ । ମନି କେଣ୍ଟ୍ରାଲ ରିପୋର୍ଟ ଅନୁଯାୟୀ ବ୍ଲାକେଷ୍ଟାନ କମ୍ପାନୀ ଏଲ.ପି ସହ ମିଶି ସିପଲାକୁ କିଣିବାର ଯୋଜନା କରୁଛନ୍ତି । ଯଦିଓ ଏଯାବତ ସିପଲାକୁ ବିକ୍ରି ହୋଇନାହିଁ ତଥାପି ଆଗାମୀ ଦିନରେ ବିକ୍ରି ହେବାର ସମ୍ଭାବନା ରହିଛି ।

ସିପଲା ହେଉଛି ଭାରତର ପୁରାତନ ଫାର୍ମା କମ୍ପାନୀ । ଏହା ଲାଭ ଅପେକ୍ଷା ଗରୀବ ଲୋକଙ୍କ ପାଇଁ କମ ଟଙ୍କାରେ ଔଷଧ ଯୋଗାଇଥାଏ । ତେବେ ଏହି କମ୍ପାନୀରେ ଖ୍ବାଜା କମ୍ପାନୀର ୩୩.୪୭ ପ୍ରିଶତ ଭାଗ ରହିଛି । ଏବଂ ସେମାନେ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି । ୧୯୩୫ ମସିହାରୁ ଆରମ୍ଭ ହୋଇଥିଲା ସିପଲା କମ୍ପାନୀ । ସ୍ବାଧିନତା ପୂର୍ବରୁ ଆରମ୍ଭ ହୋଇଥିବା କମ୍ପାନୀ ଯଦି ବିକ୍ରି ହୁଏ ତାହେଲେ ଏହା ଭାରତୀୟଙ୍କ ହାତରୁ ବିଦେଶୀଙ୍କ ହାତକୁ ଚାଲିଯିବ । ଏହି କମ୍ପାନୀ ବିକ୍ରି ହେବାର ମୁଖ୍ୟ କାରଣ ହେଉଛି ଉତରାଧିକାରୀଙ୍କ ଅଭାବ । ଭଲ ଲାଭ କରୁଥିବା ସିପଲା ବିକ୍ରି ହେବା ଖବରକୁ ଅନେକ ବିଶ୍ବାସ କରୁନାହାନ୍ତି । ସେପଟେ ବିକ୍ରି ହେବା ଖବର ପ୍ରଚାର ହେବାପରେ କମ୍ପାନୀର ସେୟାର ବଢ଼ିବାରେ ଲାଗିଛି ।

୧୯୩୫ ମସିହାରେ ଖ୍ବାଜା ଅବଦୁଲ୍ଲ ହମିଦଙ୍କ ଦ୍ବାରା ଏହି କମ୍ପାନୀ ଆରମ୍ଭ ହୋଇଛି । ୧୯୭୨ ମସିହାରେ ଖ୍ବାଜା ଅବଦୁଲ୍ଲଙ୍କ ମୃତ୍ୟୁ ପରେ ୟୁସୁଫ ହମିଦ ଦାୟିତ୍ବ ନେଇଥିଲେ । ମାତ୍ର ବୟାଧଆକ କାରଣରୁ ବୋହୂ ସମିଲା ହାମିଦଙ୍କୁ ଦାୟିତ୍ବ ଦେଇଥିଲେ । ୨୦୧୫ ମସିହାରୁ ସେ ଏହି ଦାୟିତ୍ବ ନେଇ ଚଳାଉଥିବାବେବଳ ତିନି ପିଢ଼ି ଧରି କମ୍ପାନୀ ଚଳାଉଛନ୍ତି । ସେ ଏବେ କମ୍ପାନୀର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷା ଅଛନ୍ତି । ତାଙ୍କ ପରେ ଆଉ କମ୍ପାନୀ ସମ୍ଭାଳିବାକୁ କେହି ନାହାନ୍ତି । ଏଣୁ କମ୍ପାନୀ ଏହାର ସେୟାରକୁ ବିକିବା ପାଇଁ ଚାହୁଁଛନ୍ତି ।

ଶୁଭଲକ୍ଷ୍ମୀ ସାହୁ ଡେଥ୍ ମିଷ୍ଟ୍ରି, ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ଶେଷ ଭିଡିଓ

ଭୁବନେଶ୍ୱର: ଶୁଭଲକ୍ଷ୍ମୀ ସାହୁ ଡେଥ୍ ମିଷ୍ଟ୍ରି । ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ଶେଷ ଭିଡିଓ। ସିସିଟିଭି ଫୁଟେଜରେ ଶେଷଥର ପାଇଁ ଶୁଭଲକ୍ଷ୍ମୀଙ୍କୁ ଦେଖିବାକୁ ମିଳିଛି । ଭିଡିଓଟି ଅଗଷ୍ଟ ୨ ତାରିଖ ଅପରାହ୍ନ ୪ଟା ୧୩ ମିନିଟର । ଭିଡିଓଟି ଦୀପାଲି ହୋଟେଲର। ହୋଟେଲକୁ ପ୍ରବେଶ କରୁଛନ୍ତି ଶୁଭଲକ୍ଷ୍ମୀ। ସାଙ୍ଗରେ ବଡ ବଡ ଦୁଇଟି ବ୍ୟାଗ୍ ଅଛି । ଏହି ବ୍ୟାଗକୁ ଦୁଇ ଜଣ ହୋଟେଲ କର୍ମଚାରୀ ବୋହି ବୋହି ନେଉଛନ୍ତି । ପାହାଚରେ ଚଢି ଯାଉଛନ୍ତି ଶୁଭଲକ୍ଷ୍ମୀ । ଆଗେ ଆଗେ ହୋଟେଲର କର୍ମଚାରୀ ଯାଉଛନ୍ତି । ଶୁଭଲକ୍ଷ୍ମୀ ଏହି ସମୟରେ କାହା ସହ ଫୋନରେ କଥା ହେଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।

ବକ୍ସ ଅଫିସରେ ରଜନୀକାନ୍ତଙ୍କ ‘ଜେଲର’ର ଜଲୱା ଜାରି, ଦୁଇ ଦିନରେ ହିଁ ୧୫୦ କୋଟି କଲେକ୍ସନ

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ପଟେ ସନୀ ଦେଓଲଙ୍କ ଗଦ୍ଦର-୨ ଓ ଅକ୍ଷୟ କୁମାରଙ୍କ OMG-2 ସିନେମାଘରରେ କମାଲ କରୁଛନ୍ତି । ସେହିପରି ଏହି ଦୁଇ ଫିଲ୍ମଠାରୁ ଗୋଟେ ଦିନ ପୂର୍ବେ ଥିଏଟର୍ସରେ ଝଡ଼ ନେଇ ଆସିଥିବା ରଜନୀକାନ୍ତଙ୍କ ଜେଲର ମଧ୍ୟ ଧମାଲ କରୁଛି । ରଜନୀକାନ୍ତ ଏହି ଫିଲ୍ମ ଜରିଆରେ ଦୁଇ ବର୍ଷ ପରେ ଥିଏଟର୍ସକୁ ଫେରିଛନ୍ତି । ଜେଲର ପୂର୍ବରୁ ତାଙ୍କର ଫିଲ୍ମ ପେଟ୍ଟା, ଦରବାର ଏବଂ ଅନ୍ନାଥେ ବକ୍ସ ଅଫିସରେ ସେତେଟା ଖାସ୍ ପ୍ରଦର୍ଶନ କରିନଥିଲେ ।

ଜେଲରରେ ରଜନୀକାନ୍ତଙ୍କ ମାସ୍ ଅବତାର ଫାର୍ଷ୍ଟ ଲୁକରୁ ହିଁ ନଜର ଆସିବାକୁ ଲାଗିଥିଲା ଏବଂ ଫ୍ୟାନ୍ସ ଫିଲ୍ମରୁ ଧମାକାଦାର ଆକ୍ସନ ଏଣ୍ଟରଟେନମେଣ୍ଟର ଆଶା ରଖିଥିଲେ । ଏହି ଆଶା ଅନୁଯାୟୀ ରାଜନୀକାନ୍ତଙ୍କ ଫିଲ୍ମ ଭଲ ପ୍ରଦର୍ଶନ କରିଛି । ଗଦ୍ଦର-୨ ଏବଂ OMG-୨ ଠୁ ଗୋଟେଦିନ ପୂର୍ବେ ଗୁରୁବାର ଜେଲର ଥିଏଟର୍ସରେ ରିଲିଜ ହୋଇଥିଲା । ପ୍ରଥମ ଦିନରେ ହିଁ ଭାରତରେ ୪୮ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଥିବା ଏହି ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ଚମତ୍କାର କଲେକ୍ସନ କରିଛି । ଇଣ୍ଡିଆଠୁ ନେଇ ୟୁଏସ୍ ପର୍ଯ୍ୟନ୍ତ ରଜନୀକାନ୍ତଙ୍କ ଜଲୱା ବକ୍ସ ଅଫିସରେ ରହିଛି ।

ଦୁଇ ଦିନରେ ହିଁ ଜେଲରର ଧୂଆଁଧାର କଲେକ୍ସନ ପ୍ରମାଣିତ କରିଦେଇଛି ଯେ ୭୨ ବର୍ଷୀୟ ରଜନୀକାନ୍ତ ଏବେବି ବକ୍ସ ଅଫିସ କିଙ୍ଗ ଅଟନ୍ତି । ପାଞ୍ଚଟି ଭାଷାରେ ରିଲିଜ ହୋଇଥିବା ଜେଲରକୁ ସବୁଠି ଭଲପାଇବା ମିଳୁଛି । ଉତ୍ତର ଭାରତରେ ଗଦ୍ଦର-୨ ଏବଂ OMG-2 ପାଇଁ ଜେଲରକୁ ଅଧିକ ଶୋ’ ମିଳିନାହିଁ । ହେଲେ ଦିଲ୍ଲୀ ଏନସିଆର ଭଳି ସ୍ଥାନରେ ଫିଲ୍ମର ଯେତିକି ବି ଶୋ ରହିଛି ସେଥିରେ ହାଉସଫୁଲ୍ ଦେଖାଯାଇଛି । ରାଜନୀକାନ୍ତଙ୍କ ଫିଲ୍ମ ଜେଲର ପ୍ରଥମ ଦିନରେ ହିଁ ୱାର୍ଲୱାଇଡ୍ ବକ୍ସ ଅଫିସରେ ୯୫.୭୮ କୋଟି ଟଙ୍କାର ଗ୍ରସ କଲେକ୍ସନ କରିଥିଲା ।

ଏବେ ରିପୋର୍ଟ କହୁଛି ଯେ ରଜନୀକାନ୍ତଙ୍କ ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ୱାର୍ଲୱାଇଡ ୫୬ କୋଟିର କଲେକ୍ସନ କରିଛି । ଅର୍ଥାତ ଦୁଇଦିନରେ ୧୫୦ କୋଟିରୁ ଅଧିକ ଆୟ କରିଛି ଫିଲ୍ମ ।  ଗୁରୁବାର ଧମାକାଦାର ଓପନିଂ କରିଥିବା ଜେଲର ଶନିବାର ଏବଂ ରବିବାର ମଧ୍ୟ ଧୂଆଁଧାର କଲେକ୍ସନ କରିବ ବୋଲି ଅନୁମାନ କରାଯାଉଛି । ଭାରତରେ ଜେଲର ପ୍ରଥମ ଦିନରେ ୪୮ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୬ କୋଟି ଟଙ୍କା ଆୟ କରିଛି । ଭାରତରେ ଦୁଇଦିନରେ ମୋଟ ୭୪ କୋଟି ଟଙ୍କା କଲେକ୍ସନ ହୋଇଛି । ଶନିବାର ଅର୍ଥାତ ଆଜି ୩୦ ରୁ ୩୨ କୋଟି ଟଙ୍କା କଲେକ୍ସନ ହେବା ନେଇ ଆଶଙ୍କା କରାଯାଉଛି ।

ଲୋକେ ଭୟଭୀତ, ଭୂମି ତଳୁ ବାହାରିଲେ ଭୟଙ୍କର କୁମ୍ଭୀର

ନୂଆଦିଲ୍ଲୀ: କୁମ୍ଭୀର ଏକ ଭୟଙ୍କର ପ୍ରାଣୀ । ଆମେ ଯେତେବେଳେ କୁମ୍ଭୀରକୁ ଦେଖୁ ଭୟ କରିଯାଉ । କୁମ୍ଭୀରମାନେ ପାଣିରେ ବାସ କରନ୍ତି । କିନ୍ତୁ ଭୂମି ତଳୁ ଦୁଇଟି କୁମ୍ଭୀର ଉଦ୍ଧାର ହୋଇଛି । ଯାହାକୁ ଦେଖି ଲୋକେ ଭୟଭୀତ ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସମାନେ ଲାଇକ କରିବା ସହ ସେୟାର ମଧ୍ୟ କରୁଛନ୍ତି । ଜଣେ ୟୁଜର୍ସ ନିଜ ସୋସିଆଲ ମିଡିଆରେ ଭୂମିତଳୁ କୁମ୍ଭୀର ଉଦ୍ଧାର ହେଉଥିବାର ଭିଡିଓକୁ ସେୟାର କରିଛନ୍ତି । ସେ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି କି, କୁମ୍ଭୀରମାନେ ଗାତ ଖୋଳିବା ଶିଖୁଛନ୍ତି । ଯାହାକୁ ଅନ୍ୟ ୟୁଜର୍ସମାନେ ମଧ୍ୟ ବିଭିନ୍ନ ମଜାଳିଆ କମେଣ୍ଟମାନ ଦେଉଛନ୍ତି । ଏହି ଭିଡିଓଟି ୧୦ ଲକ୍ଷରୁ ଅଧିକ ଲୋକ ଦେଖିଥିବାବେଳେ ୪୮ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି । ଭିଡିଓରୁ ସ୍ପଷ୍ଠଭାବେ ଜଣାପଡ଼ୁଛି କି ଲାଲ ରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଏହି ଦୁଇ କୁମ୍ଭୀରଙ୍କୁ ଉଦ୍ଧାର କରୁଛନ୍ତି । ପାଖରେ ରହିଥିବା ଲୋକମାନେ ଭୟଭୀତ ହେଉଥିବା ନଜର ଆସିଛନ୍ତି ।

ମହିଳାଙ୍କୁ କମ୍ପାନୀ ପଠାଇଲା ୧.୬୪ କୋଟି ଟଙ୍କାର ଫୋନ୍ ବିଲ୍

ନୂଆଦିଲ୍ଲୀ: ଫୋନ ବିଲ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମହିଳା । ବିଲ୍ ଆସିଥିଲା ୨୦୧,୦୦୦ ଡଲାର ଅର୍ଥାତ ୧.୬୪ କୋଟି । ଯେତେବେଳେ ମହିଳା ସମ୍ପୃକ୍ତ କମ୍ପାନୀକୁ ଏବାବଦରେ ପଚାରିଥିଲେ ସେତେବେଳେ କମ୍ପାନୀ କହିଥିଲା କି, ଏହା କୌଣସି ଭୁଲ୍ ତଥ୍ୟ ନୁହେଁ । ବିଲ୍ ଠିକ୍ ଆସିଛି । ତେବେ ଏତେ ଟଙ୍କାର ଫୋନ ବିଲ୍ ଦେଖି ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ମହିଳାଙ୍କ ବିଲ୍ ୧୩,୭୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିଥାଏ । ଏଣୁ ସେଲିନା ଏତେ ଅଧିକ ବିଲ୍ ଦେଖି ସେ ବିଶ୍ବାସ କରିପାରିନଥିଲେ । ସେ ଟି- ମୋବାଇଲକୁ ଯେତେବେଳେ ଫୋନ କରିଥିଲେ ଏବଂ ସୂଚନା ପାଇବାକୁ ଜାଣିଥିଲେ । ପରେ ତାଙ୍କ ବିଲ୍ ୧.୬୨ କୋଟି ଟଙ୍କା ଆସିଥିଲା । ପରେ ଅଭିଯୋଗ ପରେ ତାଙ୍କ ବିଲ୍ ୨.୫ ଲକ୍ଷ ହୋଇଥିଲା । ତେବେ ବିଲ୍ ଅଧିକ ଆସିବାର ମୁଖ୍ୟ କାରଣ ଥିଲା ତାଙ୍କ ଭାଇମାନେ ପାଠ ପଢ଼ିବା ପାଇଁ ଅଧିକ ଇଣ୍ଟରନେଟ୍ର ବ୍ୟବହାର କରିଥିଲେ । ଡାଇନଲୋଡ ସାଙ୍ଗକୁ ଡାଟା ଅଧିକ ସାରିବା କାରଣରୁ ଆବଶ୍ୟକତାଠାରୁ ଅଧିକ ବିଲ୍ ଆସିଥିଲା ।

ବିଜେପି ସହଯୋଗୀ ଏନପିଏଫ ସାଂସଦଙ୍କ ଗମ୍ଭୀର ଅଭିଯୋଗ, ମଣିପୁର ପ୍ରସଙ୍ଗରେ ଆମ ହାତ ବାନ୍ଧି ଦିଆଯାଇଛି

ନୂଆଦିଲ୍ଲୀ: ମଣିପୁର ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଜଳୁଛି । ବିରୋଧୀ ଲଗାତାର ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ସେହିପରି ଏବେ ଭାରତୀୟ ଜନତା ପାର୍ଟିର ସହଯୋଗୀ ଦଳ ମଧ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି । ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ)ର ସାଂସଦ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ସାଂସଦଙ୍କ ନାଁ ହେଉଛି ଲୋରହୋ ପଫୋଜ । ପଫୋଜ କହିଛନ୍ତି ଯେ ଆମେ ସଂସଦରେ ମଣିପୁର ଉପରେ ନିଜ କଥା ରଖିବାକୁ ଚାହୁଁଛୁ । ହେଲେ ଏଥିପାଇଁ ଆମକୁ ଅନୁମତି ମିଳୁନାହିଁ । ଏନପିଏଫ ସାଂସଦ କହିଛନ୍ତି ଯେ ଆମେ ଅବଶ୍ୟ ବିଜେପିର ସହଯୋଗୀ ଅଟୁ ହେଲେ ଆମ ଲୋକଙ୍କ ସ୍ୱରକୁ ଆମକୁ ଉଠାଇବାକୁ ହେବ । ଉଲ୍ଲେଖଯୋଗ୍ୟ, ମଣିପୁର ପ୍ରସଙ୍ଗ ଉପରେ ବିରୋଧୀ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ । ଏହି ଅବସରରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ସରକାରଙ୍କୁ ଘେରିଥିଲେ ।

ଏମିତିକି ଜଣେ ଏନଡିଏ ସହଯୋଗୀ ଦଳ ରାଜ୍ୟସଭାରେ ଅମିତ ଶାହଙ୍କ ମିଜୋରାମ ବୟାନକୁ ବିରୋଧ କରିଥିଲେ । ହେଲେ ତାଙ୍କୁ ଅଧାରୁ ଅଟକାଯାଇଥିଲା ଏବଂ କହିବାକୁ ଦିଆଯାଇନଥିଲା । ତେବେ ଏନପିଏଫ ସାଂସଦ ପଫୋଜ ମଣିପୁର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ମଧ୍ୟ ବିରକ୍ତି ପ୍ରକାଶ କରିଛନ୍ତି । ଲୋରହୋ ପଫୋଜ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ଯିବା ଆବଶ୍ୟକ ଏବଂ ଲୋକଙ୍କ ଜଖମ ଉପରେ ମଲମ ଲଗାଇବା ଆବଶ୍ୟକ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମଣିପୁର ଉପରେ ଜମାରୁ ଧ୍ୟାନ ଦେଉନାହାନ୍ତି ଏବଂ ଏହି କଥାକୁ ନେଇ ମୁଁ ଦୁଃଖିତ । ତେବେ ଏହା ପୂର୍ବରୁ ମଧ୍ୟ ସେ ବିରେନ ସିଂଙ୍କୁ ଟାର୍ଗେଟ କରିସାରିଛନ୍ତି । ଉଲ୍ଲେଖଯୋଗ୍ୟ, ମଣିପୁରରେ ବିଜେପିର ସହଯୋଗୀ ଦଳ କୁକୀ ପିପୁଲ୍ସ ଆଲିଆନ୍ସ ବିରେନ ସରକାରରୁ ସମର୍ଥନ ପ୍ରତ୍ୟାହର କରିନେଇଥିଲା ।

ମୟୁରଭଞ୍ଜ ଗସ୍ତର ଦ୍ବିତୀୟ ଦିନରେ ଗ୍ରାଉଣ୍ଡ ଜିରୋରେ ଭିକେ ପାଣ୍ଡିଆନଙ୍କ ସମୀକ୍ଷା, 5T ସଚିବଙ୍କୁ ରାକ୍ଷୀ ବାନ୍ଧିଲେ ସ୍ବୟଂ ସହାୟିକା ମା’

ବାରିପଦା: ଦୁଇ ଦିନିଆ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ବାରିପଦାର ଛଉ ପଡ଼ିଆରେ ପହଞ୍ଚିବା ପରେ 5T ସଚିବଙ୍କୁ ରାକ୍ଷୀ ବାନ୍ଧିଲେ ସ୍ବୟଂ ସହାୟିକା । ମା’ଙ୍କ ଠାରୁ ଦାବି ପତ୍ର ଗ୍ରହଣ କରିବା ସହ ସମସ୍ୟାର ସମାଧାନ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି । ଜନଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇ ମିଶନ ଶକ୍ତି ମା’ଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଆପଣଙ୍କୁ ବହୁତ ଭଲ ପାଆନ୍ତି, ଆପଣ ମାନଙ୍କ ଉନ୍ନତି ମୁଖ୍ୟମନ୍ତ୍ରୀ ଚାହାନ୍ତି । ଓଡିଶାକୁ ସଶକ୍ତ ରାଜ୍ୟ କରିବାକୁ ହେଲେ ମା’ ମାନଙ୍କୁ ଆଗକୁ ଆସିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି ।

ଏବେ ମିଶନ ଶକ୍ତି ଏକ ସାମାଜିକ ବିପ୍ଳବରେ ପରିଣତ ହୋଇଛି । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ ମାନଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି । ରାଜ୍ୟରେ 3 ଲକ୍ଷ 75 ହଜାର ଗ୍ରୁପ 11 ହଜାର 3ଶହ ଋଣ ନେଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର 750 କୋଟି ଟଙ୍କା ଋଣ ନେଇଛନ୍ତି । ସେହିପରି ଗାଁ ଗଣ୍ଡାରେ ପଡି ରହିଥିବା ସରକାରୀ ପ୍ରତିଷ୍ଠାନ ଉପରେ ନଜର ରଖନ୍ତୁ । ସେହି ଗୁଡିକ ଭଲ କାମରେ ବ୍ୟବହାର ପାଇଁ ମିଶନ ଶକ୍ତିକୁ ହସ୍ତାନ୍ତର କରାଯିବ ।

ଯେଉଁଠି ପଞ୍ଚାୟତରେ ସରକାରୀ ଘର ଅବ୍ୟବହୃତ ଅଛି, ସେଗୁଡିକ ଖୋଜିବାକୁ ପରାମର୍ଶ ଦେଇଛନ୍ତି । ସ୍ମାର୍ଟ ଆଇଡି କାର୍ଡ ମାସ ଦୁଇ ମାସ ଭିତରେ ମିଳିବ । ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ମାନଙ୍କ ଦରମା ବଢାଇବା କଥା ସରକାର ଚିନ୍ତା କରୁଛନ୍ତି । ମା ମାନେ ଏବେ ଉଦ୍ୟୋଗପତି ହେଲେଣି, ତାହା ଦେଖି ଅନେକ ପ୍ରେରଣା ମିଳୁଛି । ସବୁ କାମରେ ମିଶନ ଶକ୍ତି ସାମିଲ ହୋଇଛନ୍ତି ବୋଲି କହିଛନ୍ତି 5T ସଚିବ । ଯେଉଁ ସବୁ ଦାବି ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।

ସୀମାଙ୍କ ପାଇଁ ବୁକିଂ ହେଲା ମୁମ୍ବାଇରୁ କରାଚି ଟିକେଟ, ୩୧ ଡିସେମ୍ବରରେ ଯିବେ ପାକିସ୍ତାନ !

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଫେରିଯିବେ ସୀମା । ମୁମ୍ବାଇରୁ କରାଚି ପାଇଁ ଟିକେଟ ବୁକିଂ କଲା କର୍ଣ୍ଣି ସେନା । ସେନାର ଜିଲ୍ଲାଧକ୍ଷ ମନୀଷ ସିଂହ ୩୩ ହଜାର ଟଙ୍କା ଦେଇ ଟିକେଟ ବୁକିଂ କରିଛନ୍ତି । ପ୍ରଶାସନର ଅନୁମତି ନେଇ ସେମାନେ ଏହି ଟିକେଟ ଦେବେ ବୋଲି କହିଛନ୍ତି । ବିମାନବନ୍ଦରରେ ତାଙ୍କୁ ଛାଡ଼ିବା ସହ ଆର୍ଥିକ ସହାୟତା ୫୦ ହଜାର ଟଙ୍କା ଯୋଗାଇ ଦେବାକୁ କହିଛନ୍ତି । ସୀମାଙ୍କୁ ଆମେ ପାକିସ୍ତାନ ପଠାଇବୁ । ପବଜୀ ଖେଳୁଥିବା ଯୁବପିଢ଼ୀ ତାଙ୍କ କାହାଣୀ ଶୁଣିବା ପରେ ପଥଭ୍ରଷ୍ଟ ହେଉଛନ୍ତି । ଯଦି ସଚିନଙ୍କ ପରିବାର ଚାହିଁବେ ତାଙ୍କୁ ମଧ୍ୟ ପାକିସ୍ତାନରେ ଛାଡ଼ିଦେବୁ ।

ସୀମା ଏବଂ ସଚିନଙ୍କୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମକୁ ଆମେ ଦେଖିଦେବୁ । କିନ୍ତୁ ଫିଲ୍ମ ରିଲିଜ ହେବାକୁ ଦେବୁନାହିଁ । ଯଦି ଅମିତ ଜାନୀ ଏହି ଫିଲ୍ମ ରିଲିଜ କରାନ୍ତି ତାହେଲେ ତାଙ୍କୁ ମଧ୍ୟ ପାକିସ୍ତାନ ପଠାଇବାର ବ୍ୟବସ୍ଥା କରିବୁ ।