ଲୋକେ ଭୟଭୀତ, ଭୂମି ତଳୁ ବାହାରିଲେ ଭୟଙ୍କର କୁମ୍ଭୀର

ନୂଆଦିଲ୍ଲୀ: କୁମ୍ଭୀର ଏକ ଭୟଙ୍କର ପ୍ରାଣୀ । ଆମେ ଯେତେବେଳେ କୁମ୍ଭୀରକୁ ଦେଖୁ ଭୟ କରିଯାଉ । କୁମ୍ଭୀରମାନେ ପାଣିରେ ବାସ କରନ୍ତି । କିନ୍ତୁ ଭୂମି ତଳୁ ଦୁଇଟି କୁମ୍ଭୀର ଉଦ୍ଧାର ହୋଇଛି । ଯାହାକୁ ଦେଖି ଲୋକେ ଭୟଭୀତ ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସମାନେ ଲାଇକ କରିବା ସହ ସେୟାର ମଧ୍ୟ କରୁଛନ୍ତି । ଜଣେ ୟୁଜର୍ସ ନିଜ ସୋସିଆଲ ମିଡିଆରେ ଭୂମିତଳୁ କୁମ୍ଭୀର ଉଦ୍ଧାର ହେଉଥିବାର ଭିଡିଓକୁ ସେୟାର କରିଛନ୍ତି । ସେ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି କି, କୁମ୍ଭୀରମାନେ ଗାତ ଖୋଳିବା ଶିଖୁଛନ୍ତି । ଯାହାକୁ ଅନ୍ୟ ୟୁଜର୍ସମାନେ ମଧ୍ୟ ବିଭିନ୍ନ ମଜାଳିଆ କମେଣ୍ଟମାନ ଦେଉଛନ୍ତି । ଏହି ଭିଡିଓଟି ୧୦ ଲକ୍ଷରୁ ଅଧିକ ଲୋକ ଦେଖିଥିବାବେଳେ ୪୮ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି । ଭିଡିଓରୁ ସ୍ପଷ୍ଠଭାବେ ଜଣାପଡ଼ୁଛି କି ଲାଲ ରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଏହି ଦୁଇ କୁମ୍ଭୀରଙ୍କୁ ଉଦ୍ଧାର କରୁଛନ୍ତି । ପାଖରେ ରହିଥିବା ଲୋକମାନେ ଭୟଭୀତ ହେଉଥିବା ନଜର ଆସିଛନ୍ତି ।