ମୟୁରଭଞ୍ଜ ଗସ୍ତର ଦ୍ବିତୀୟ ଦିନରେ ଗ୍ରାଉଣ୍ଡ ଜିରୋରେ ଭିକେ ପାଣ୍ଡିଆନଙ୍କ ସମୀକ୍ଷା, 5T ସଚିବଙ୍କୁ ରାକ୍ଷୀ ବାନ୍ଧିଲେ ସ୍ବୟଂ ସହାୟିକା ମା’

1 min read

ବାରିପଦା: ଦୁଇ ଦିନିଆ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ବାରିପଦାର ଛଉ ପଡ଼ିଆରେ ପହଞ୍ଚିବା ପରେ 5T ସଚିବଙ୍କୁ ରାକ୍ଷୀ ବାନ୍ଧିଲେ ସ୍ବୟଂ ସହାୟିକା । ମା’ଙ୍କ ଠାରୁ ଦାବି ପତ୍ର ଗ୍ରହଣ କରିବା ସହ ସମସ୍ୟାର ସମାଧାନ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି । ଜନଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇ ମିଶନ ଶକ୍ତି ମା’ଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଆପଣଙ୍କୁ ବହୁତ ଭଲ ପାଆନ୍ତି, ଆପଣ ମାନଙ୍କ ଉନ୍ନତି ମୁଖ୍ୟମନ୍ତ୍ରୀ ଚାହାନ୍ତି । ଓଡିଶାକୁ ସଶକ୍ତ ରାଜ୍ୟ କରିବାକୁ ହେଲେ ମା’ ମାନଙ୍କୁ ଆଗକୁ ଆସିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି ।

ଏବେ ମିଶନ ଶକ୍ତି ଏକ ସାମାଜିକ ବିପ୍ଳବରେ ପରିଣତ ହୋଇଛି । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ ମାନଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି । ରାଜ୍ୟରେ 3 ଲକ୍ଷ 75 ହଜାର ଗ୍ରୁପ 11 ହଜାର 3ଶହ ଋଣ ନେଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର 750 କୋଟି ଟଙ୍କା ଋଣ ନେଇଛନ୍ତି । ସେହିପରି ଗାଁ ଗଣ୍ଡାରେ ପଡି ରହିଥିବା ସରକାରୀ ପ୍ରତିଷ୍ଠାନ ଉପରେ ନଜର ରଖନ୍ତୁ । ସେହି ଗୁଡିକ ଭଲ କାମରେ ବ୍ୟବହାର ପାଇଁ ମିଶନ ଶକ୍ତିକୁ ହସ୍ତାନ୍ତର କରାଯିବ ।

ଯେଉଁଠି ପଞ୍ଚାୟତରେ ସରକାରୀ ଘର ଅବ୍ୟବହୃତ ଅଛି, ସେଗୁଡିକ ଖୋଜିବାକୁ ପରାମର୍ଶ ଦେଇଛନ୍ତି । ସ୍ମାର୍ଟ ଆଇଡି କାର୍ଡ ମାସ ଦୁଇ ମାସ ଭିତରେ ମିଳିବ । ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ମାନଙ୍କ ଦରମା ବଢାଇବା କଥା ସରକାର ଚିନ୍ତା କରୁଛନ୍ତି । ମା ମାନେ ଏବେ ଉଦ୍ୟୋଗପତି ହେଲେଣି, ତାହା ଦେଖି ଅନେକ ପ୍ରେରଣା ମିଳୁଛି । ସବୁ କାମରେ ମିଶନ ଶକ୍ତି ସାମିଲ ହୋଇଛନ୍ତି ବୋଲି କହିଛନ୍ତି 5T ସଚିବ । ଯେଉଁ ସବୁ ଦାବି ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।