spot_img
Home Blog Page 2777

ବ୍ୟବସାୟୀଙ୍କ ଘର ଝରକା ତାଡି ଲୁଟିନେଲେ ୧୭ ଲକ୍ଷ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଚଢେଇଭୋଳ ଅଞ୍ଚଳରେ ଲୁଟ୍ । ବ୍ୟବସାୟୀ ନୁରୁଲ ଇସଲାମଙ୍କ ଘରୁ ୧୭ ଲକ୍ଷ ଟଙ୍କା ଲୁଟ୍ ପାଟ୍ କରିଛନ୍ତି ଦୁର୍ବୃତ୍ତ । ଘରେ କେହିନଥିବା ବେଳେ ଘରର ପଛ ପଟେ ଥିବା ଝରକାର ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର ଲୁଟି ନେଇଛନ୍ତି ।

ବ୍ୟବସାୟୀ ଜଣକ ଘରକୁ ଆସିବା ପରେ ଘରର ଝରକା ତଡା ହୋଇଥିବା ଦେଖିବାକୁ ପାଇଥିଲେ । ଘରର ଆଲମିରା ଭାଙ୍ଗି ଟଙ୍କା, ସୁନା ଗହଣା ସବୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ସ୍ଥାନୀୟ ଫାଣ୍ଡିକୁ ଜଣାଇବା ସହିତ କରଞ୍ଜିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହିମାଚଳ ଭୂସ୍ଖଳନରେ ମାଟିରେ ପୋତି ହୋଇଗଲା ଶିବ ମନ୍ଦିର, ମାଟି ତଳେ ୫୦ କାଉଡ଼ିଆ

ଶିମଲା: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ । ଭୂସ୍ଖଳନ ଯୋଗୁ ଶିମଲାର ଏକ ଶିବ ମନ୍ଦିର ଧସି ୯ ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି ୨୦ରୁ ୨୫ଜଣ ଫସିରହିଥିବା ଆଶଙ୍କା କରାଯାଉଛି । ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ NDRF ଓ SDRF ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି ।

ସେହିପରି ସୋଲାନ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ସାଙ୍ଗକୁ ଲ୍ୟାଣ୍ଡସ୍ଲାଇଡ ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଫସିରହିଥିବା ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ହୋଇଥିବା ବର୍ଷା ଯୋଗୁ ସାରା ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ପ୍ରବଳ ବର୍ଷା ପରେ ସବୁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ତଳିଆ ଅଞ୍ଚଳଗୁଡ଼ିକ ଅତ୍ୟଧିକ ପ୍ରଭାବିତ ହୋଇଛି । ଭୂସ୍ଖଳନ ଯୋଗୁ ରାଜ୍ୟର ୬୨୧ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ମଣ୍ଡି ଜିଲ୍ଲାରେ ସର୍ବାଧିକ ୨୩୬ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ସିମଲା-ଚଣ୍ଡିଗଡ଼ ହାଇଓ୍ବେରେ ମଧ୍ୟ ଗତ ଦୁଇ ସପ୍ତାହ ଧରି ଗାଡ଼ିମୋଟର ଚଳାଚଳ ପ୍ରବାଭିତ ହୋଇଛି । ହାମିରପୁର ଜିଲ୍ଲାର ଅଧିକାଂଶ ଅଞ୍ଚଳ ବନ୍ୟା ଯୋଗୁ ଅତିମାତ୍ରାରେ ପ୍ରଭାବିତ ହୋଇଛି । ନଦୀ କୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଜୁନ ୨୪ରୁ ହିମାଚଳ ପ୍ରଦେଶରେ ବର୍ଷା, ବନ୍ୟାଜନିତ ସ୍ଥିତି ଲାଗି ରହିଛି ।

ଏବେସୁଦ୍ଧା ୨୫୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ୭ହଜାର କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ଘଟିଛି । ଆସନ୍ତା ତିନି ଦିନ ଲାଗି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେପଟେ ପଡ଼ୋଶୀ ରାଜ୍ୟ ଉତ୍ତରାଖଣ୍ଡରେ ବି ବର୍ଷା ସହ ଭୁସ୍ଖଳନ ସ୍ଥିତି ଲାଗି ରହିଛି । ଏକାଧିକ ରାଜପଥ ସହ ସବ୍-ଓ୍ବେରେ ମଧ୍ୟ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଋଷିକେଶ-ଦେବପ୍ରୟାଗ-ଶ୍ରୀନଗର ହାଇଓ୍ବେର ସଖନିଧାରଠାରେ ଅନେକ ଗାଡ଼ିମୋଟର ଅଟକି ରହିଛି । ଭୂସ୍ଖଳନ ଯୋଗୁ କେଦାରନାଥ ପୀଠକୁ ଯିବା ରସ୍ତା ଜାମ୍ ହୋଇଥିବାରୁ ଶ୍ରଦ୍ଧାଳୁମାନେ ଫସିରହିଛନ୍ତି । ରେସ୍କ୍ୟୁ ଟିମ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ହରିଦ୍ବାର ନିକଟରେ ଗଙ୍ଗା ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ।

ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ହାରିବା ପରେ ପାଣ୍ଡ୍ୟା ଏବଂ ଦ୍ରାବିଡ଼ଙ୍କ ଉପରେ ବର୍ଷିଲେ ଭେଙ୍କେଟସ ପ୍ରସାଦ

ଲୌଡରହିଲ: ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଟିମ ଇଣ୍ଡିଆର ଶୋଚନୀୟ ପରାଜୟ । ପାଣ୍ଡ୍ୟା ବାହିନୀ ଶେଷ ମ୍ୟାଚ ହାରିବା ସହ ସିରିଜ ମଧ୍ୟ ହାରିଛି । ଭାରତର ପରାଜୟ ପରେ ପୂର୍ବତନ କ୍ରିକେଟର ଭେଙ୍କେଟସ ପ୍ରସାଦ ବର୍ଷିଛନ୍ତି । ଅଧିନାୟକ ହାଦ୍ଦିକ ପାଣ୍ଡ୍ୟା ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଏକ ଟ୍ବିଟ୍ କରି ତାଗିଦ କରିଥିବା ଦେଖିବାକୁ ମିଳିଛି । ଭାରତର ସିରିଜ ପରାଜୟ ପାଇଁ ଉଭୟ କୋଚ୍ ଏବଂ ଅଧିନାୟକ ଦାୟୀ । ଓ୍ବେଷ୍ଟଇଣ୍ଡିଜ୍ ବିଶ୍ବକପ ଯୋଗ୍ୟତା ହାସଲ ନକରିବା ଦୁର୍ଭାଗ୍ୟଜନକ । କିନ୍ତୁ ଇଣ୍ଡିଜ୍ ଏତେ ଦୁର୍ବଳ ଦଳ ନୁହେଁ । ଏଣୁ ରଣନୀତି ଭୁଲ୍ ପାଇଁ କୋଚ ଏବଂ ଅଧିନାୟକ ଉତରଦାୟୀ ।

 

ସ୍ବାଧୀନତା ଦିବସ ପୂର୍ବରୁ ବାଲୁକା କଳାରେ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆସନ୍ତାକାଲି ସ୍ବାଧୀନତା ଦିବସ । ଏହି ଅବସରରେ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସ୍ୟାଣ୍ଡ ଆର୍ଟ ସ୍କୁଲର ଛାତ୍ରଛାତ୍ରୀ ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି ।

ସ୍କୁଲ କଲେଜ ଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ଓ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଉବାକୁ କଳାକୃତି ଜରିଆରେ ନିବେଦନ କରିଛନ୍ତି ।

ଜନ୍ମମାଟିରେ ସହିଦ ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର

ବରଗଡ଼: ବରଗଡ଼ରେ ପହଞ୍ଚିଲା ସହିଦ ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର ।  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ପାର୍ଥିବ ଶରୀର । ଗତ ଶୁକ୍ରବାର ଦିନ ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ ଦୁର୍ଘଟଣାରେ ନୀଳାଚଳ ପଟେଲଙ୍କ ବିୟୋଗ ହୋଇଥିଲା । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବାଘପାଲି ଗାଁର ନୀଳାଚଳଙ୍କ ଘର । ଆଜି ମଧ୍ୟାହ୍ନରେ ଜନ୍ମ ମାଟି ବାଘପାଲି ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଖେଳ ପଡିଆରେ ହେବ ଶେଷକୃତ୍ୟ । ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହିଦ ଯବାନ ନିଳାଚଳଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ, ସେବାୟତ ଦେଲେ ଭିନ୍ନ ଭେଟି

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପାର୍ଶ୍ବ ଦେବଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ । ଏହାପରେ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ବିମଳା ମନ୍ଦିର ଦର୍ଶନ କରିଥିଲେ ।

ଶ୍ରୀମନ୍ଦିର ମଧ୍ୟରେ ପ୍ରାୟ ଅଧ୍ୟ ଘଣ୍ଟା ରହିବା ପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ । ଆଜି ଶ୍ରୀମନ୍ଦିର ସମ୍ମୁଖରେ 5ଟି ସଚିବଙ୍କୁ ସେବାୟତ ଭୀମସେନ ପଲଙ୍କ ଧାରୀ ଏକ ଭେଟି ପ୍ରଦାନ କରିଥିଲେ । ଯେଉଁଥିରେ ଏକ ଟଙ୍କାରୁ ନୋଟରୁ ଆରମ୍ଭ କରି 500 ଟଙ୍କା ନୋଟ ରହିଥିଲା । ସବୁଠୁ ବଡ଼ କଥା ହେଲା 5T ସଚିବଙ୍କ ଜନ୍ମ ତାରିଖ ୨୯ ମେ ୧୯୭୪ ମସିହା ହୋଇଥିବା ବେଳେ ନୋଟ ଗୁଡିକର ସିରିଏଲ ନମ୍ବର ମଧ୍ୟ 290574 ରହିଛି ।

ଏହାକୁ ଏକ ନିଆରା ଚିନ୍ତାଧାରାରେ କରାଯାଇଥିବା କୁହାଯାଉଛି । ତେବେ ଏହି ଭେଟିକୁ ପାଇ 5T ସଚିବ ବେଶ ଖୁସି ହୋଇଥିଲେ ।

ରବିବାର ସିଢୁଆ ନଦୀକୁ ଛୁଆକୁ ଧରି ବାପା ଡେଇଁଥିଲେ, ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ

0

କଟକ: ସଦର ବ୍ଲକ ସିଢୁଆ ନଦୀକୁ ଛୁଆକୁ ଧରି ବାପା ଡେଇଁବା ଘଟଣା । ଏଯାଏ ମିଳିନି ନିଖୋଜ ବାପା ପ୍ରକାଶ ପ୍ରଧାନଙ୍କ ପତ୍ତା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ଅଗ୍ନିଶମ ବାହିନୀ ତାଙ୍କରୁ ପାଇନଥିଲା । ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଗତକାଲି ୯ ମାସର ଶିଶୁ କନ୍ୟାକୁ ଧରି ନଦୀକୁ ଡେଇଁବା ସମୟରେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକ । ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ନିଖୋଜ ପ୍ରକାଶ ପ୍ରଧାନ କଟକ କନ୍ଦରପୁର ଅଞ୍ଚଳର । ଦେଢ ବର୍ଷ ହେବ ପାରିବାରିକ କଳହରୁ ପ୍ରକାଶଙ୍କ ସ୍ତ୍ରୀ ଦୁଇ ଝିଅ ସହ ବାପଘରେ ରହୁଥିଲେ । ପ୍ରକାଶ ଗତକାଲି ଘରେ ସ୍ତ୍ରୀଙ୍କୁ ବୁଝାସୁଝା କରି ନଅ ମାସର ସାନ ଝିଅକୁ ଧରି ବୁଲିବାକୁ ବାହାରିଥିଲେ । ମନ୍ଦିର ବୁଲିବା ବାହାନାରେ ନଦୀ କୂଳରେ ଫଟୋ ଉଠାଇବାକୁ କହି ସ୍ତ୍ରୀ ଓ ଛୁଆକୁ ନେଇ ଯାଇଥିଲେ ।

ହଠାତ ଶିଶୁ କନ୍ୟାକୁ ଧରି ନଦୀକୁ ଢେଇଁ ପଡିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସ୍ତ୍ରୀ ବାରଣ କରିବା ସହିତ ପାଟି କରି ଆଖପାଖ ଲୋକଙ୍କୁ ଡାକିଥିଲେ। ଲୋକମାନେ ଆସିବା ଦେଖି ଛୁଆକୁ ଧରି ପାଣିକୁ ଡେଇଁ ପଡିଥିଲେ ପ୍ରକାଶ । ହାତରୁ ଛୁଆଟି ଖସିଯିବାରୁ ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକ ।

ଆଜି ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଚନ୍ଦ୍ରଯାନ ୩, ଅଗଷ୍ଟ ୨୩ରେ ଲ୍ୟାଣ୍ଡର ଦକ୍ଷିଣ ମେରୁରେ ଅବସ୍ଥାପିତ

0

ହାଇଦ୍ରାବାଦ: ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଦିନ ୧୧ଟାରୁ ସାଢେ ୧୨ଟା ମଧ୍ୟରେ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଚନ୍ଦ୍ରଯାନ-୩ । ଏହାପରେ ଚନ୍ଦ୍ରଠୁ ଦୂରତା ଆହୁରି ହ୍ରାସ ପାଇବ । ଆସନ୍ତା ୧୬ତାରିଖରେ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରାଯିବ ।

୧୭ ଅଗଷ୍ଟରେ ପ୍ରପଲସନ ଓ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ଅଗଷ୍ଟରେ ଦକ୍ଷିଣ ମେରୁରେ ଅବସ୍ଥାପିତ କରାଯିବ । ସେପଟେ ଲ୍ୟାଣ୍ଡିଂ ପାଇଁ ଏବେ ଏବଂ ଭବିଷ୍ୟତ ପାଇଁ ଟ୍ରାଫିକ ସିଷ୍ଟମ ବିକଶିତ କରିବାକୁ ଯୋଜନା କରିଛି ଇସ୍ରୋ ।

ଅନ୍ୟ ମହାକାଶ ଯାନ ସହ ଧକ୍କା ଏଡାଇବା ଲାଗି ୨୦୧୯ରେ ପ୍ରେରିତ ଚନ୍ଦ୍ରଯାନ-୨ରେ ରହିଥିବା ବ୍ୟବସ୍ଥା ସମ୍ପର୍କରେ ସଫଳତା ମିଳି ନଥିବାବେଳେ ବର୍ତ୍ତମାନ ଚନ୍ଦ୍ରଯାନ-୩ରେ ଏଥିପ୍ରତି ଦୃଷ୍ଟି ଦିଆଯାଇଛି । ଗତ ୫ ତାରିଖରୁ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷରେ ପହଞ୍ଚି ଘୂରୁଛି । ପ୍ରଥମ କକ୍ଷରେ ପହଞ୍ଚିବା ପରେ ଚନ୍ଦ୍ରଯାନ ପ୍ରଥମ ଫଟୋ ପୃଥିବୀକୁ ପ୍ରେରଣ କରିଥିଲା । ଏବେ ଚନ୍ଦ୍ରଯାନ ତୃତୀୟ କକ୍ଷରେ ଘୂରି ଫଟୋ ପଠାଉଛି ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା, ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ଛେଚିବ

ଭୁବନେଶ୍ବର: କାଲିଠୁ ପୁଣି ରାଜ୍ୟରେ ଛେଚିବ ବର୍ଷା । ଏଥିପାଇଁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ମାତ୍ରାରେ ବର୍ଷା ସମ୍ଭାବନା ରହିଛି । କାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ପ୍ରଭାବରେ ୧୭ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେଥିପାଇଁ ୧୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାକୁ ମଧ୍ୟ ବଜ୍ରପାତ ନେଇ ସତର୍କତା କରାଯାଇଛି । ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଆଲର୍ଟ ଜାରି କରାଯାଇଛି । ୧୭ତାରିଖରେ ପଶ୍ଚିମ ଓଡ଼ିଶାରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

ସ୍କିଲ୍‌ଡ ଇନ୍ ଓଡ଼ିଶା ଦେଲା ୨୭ ଓଡିଆ ଛାତ୍ରଛାତ୍ରୀଙ୍କୁ UAEରେ ରୋଜଗାର

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରର ୨୭ ଜଣ ଛାତ୍ରଛାତ୍ରୀ ସଂଯୁକ୍ତ ଆରବ ରାଷ୍ଟ୍ର ବା ୟୁଏଇର ଏକ ପ୍ରତିଷ୍ଠିତ କମ୍ପାନୀ ଏମରିଲରେ କାମ କରିବା ଲାଗି ସୁଯୋଗ ପାଇଛନ୍ତି। ଶନିବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱରଠାରେ କମ୍ପାନି ପକ୍ଷରୁ ହୋଇଥିବା ସ୍ୱତନ୍ତ୍ର ପ୍ଲେସ୍‌ମେଣ୍ଟ ଇଣ୍ଟରଭିଉ ମାଧ୍ୟମରେ ଏହି ପ୍ରାର୍ଥୀମାନେ ମନୋନୀତ ହୋଇଛନ୍ତି। ନିଯୁକ୍ତିପତ୍ର ପାଇଥିବା ୨୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୪ ଜଣ ଛାତ୍ରୀ ଅଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ଜରିଆରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସ୍କିଲ୍‌ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସମ୍ଭାବନା ବୃଦ୍ଧି ଲାଗି ଯେଉଁ ଅଭିଯାନ ଚଳାଇଛନ୍ତି, ତାହାର ସୁଫଳ ଏବେ ଆମକୁ ମିଳୁଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ସିଲେକ୍ସନ କାର୍ଯ୍ୟକ୍ରମ ଚାଲିଛି। ଏହି କ୍ରମରେ ଶନିବାର ଦିନ ହୋଇଥିବା ସାକ୍ଷାତକାର ମାଧ୍ୟମରେ ୟୁଏଇର ଏମ୍‌ରିଲ୍ କମ୍ପାନିରେ ୨୭ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି। ସେମାନଙ୍କ ମଧ୍ୟରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍‌ରୁ ୧୧ ଜଣ, ଇଲେକ୍ଟ୍ରିକାଲ ଟେକ୍‌ନୋଲୋଜିରୁ ୮ ଜଣ, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜରେସନ୍‌ରୁ ୨ ଜଣ ଏବଂ ମେକାଟ୍ରୋନିକ୍ସରୁ ୪ ଜଣ ରହିଛନ୍ତି। ନିକଟରେ ସିଙ୍ଗାପୁରରେ ପେଡ୍ ଇଣ୍ଟର୍ଣ୍ଣସିପ୍ ସାରି ଫେରିଥିବା ୨ ଜଣ ପ୍ରାର୍ଥୀଙ୍କୁ ମଧ୍ୟ ଏଥିରେ ନିଯୁକ୍ତି ମିଳିଛି।

ଗତ କିଛିଦିନ ଧରି ଦେଶବିଦେଶର ବିଭିନ୍ନ କମ୍ପାନି କ୍ୟାମ୍ପସ ସିଲେକ୍ସନ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଆସୁଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ନିକଟରେ ଟାଟା ଷ୍ଟିଲ୍‌ରେ ୪୫ ଜଣ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ବିଷୟରୁ ୨୬ ଜଣ ଓ ଇଲେକ୍ଟ୍ରିକାଲ ଟେକ୍‌ନୋଲୋଜି ବିଷୟରୁ ୧୯ ଜଣ ରହିଛନ୍ତି। ସେହିପରି ଟାଟା ଗ୍ରୁପ୍‌ର ଆଇଏଚ୍‌ସିଏଲ୍ କମ୍ପାନି ବିଭିନ୍ନ ପଦବୀ ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ରର ୧୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦେଇଛି।

ଏହାଛଡ଼ା ଆର୍ସେଲର ମିତ୍ତଲ ବିଶ୍ୱ ଦକ୍ଷତା କେନ୍ଦ୍ରର ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ବିଷୟରୁ ୯ ଜଣ ଓ ଇଲେକ୍ଟ୍ରିକାଲ ଟେକ୍‌ନୋଲୋଜିରୁ ୮ ଜଣଙ୍କୁ ମିଶାଇ ମୋଟ ୧୭ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେଇଛି। ଅନ୍ୟମାନଙ୍କ ମଧ୍ୟରେ ସ୍ନାଇଡର କମ୍ପାନିରେ ଜଣେ, ଟେକମେକରେ ୪ ଜଣ, ଏସଏମଏସ୍ ଗ୍ରୁପ୍‌ରେ ଜଣେ ଏବଂ ହୋଣ୍ଡା ଗ୍ରୁପରେ କାର୍ଯ୍ୟ କରିବା ଲାଗି ୨ ଜଣଙ୍କୁ ନିଯୁକ୍ତିପତ୍ର ମିଳିଛି। ଏହିପରି ଗତ କିଛି ସପ୍ତାହ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରର ମୋଟ ୧୧୦ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନିରେ କାମ କରିବା ଲାଗି ନିଯୁକ୍ତିପତ୍ର ମିଳିଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ମେଧାବୀ ଛାତ୍ରଛାତ୍ରୀମାନେ କିପରି ଦେଶବିଦେଶର କମ୍ପାନିରେ ନିଯୁକ୍ତି ସୁଯୋଗ ପାଇପାରିବେ, ସେଥିପାଇଁ କେନ୍ଦ୍ରର ପ୍ଲେସମେଣ୍ଟ ବିଭାଗ ପଦକ୍ଷେପ ନେଉଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ମିଳିଥିବା ସଫଳତା ଲାଗି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇରୁ ୨ ବର୍ଷିଆ କିମ୍ବା ପଲିଟେକ୍‌ନିକରୁ ୩ ବର୍ଷିଆ ତାଲିମ ପାଠ୍ୟକ୍ରମ ସାରି ଆସିଥିବା ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବିଷୟରେ ବର୍ଷିକିଆ ଆଡ୍‌ଭାନ୍ସଡ୍ ଡିପ୍ଲୋମା ତାଲିମ ନେଉଛନ୍ତି। ଏଠାରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ-ଅନୁକୂଳ ତାଲିମ ସହ ବିଭିନ୍ନ ଜୀବନ କୌଶଳ ଶିକ୍ଷା ଦେଇ ପ୍ରସ୍ତୁତ କରାଯାଉଥିବାରୁ ଦେଶବିଦେଶର କମ୍ପାନିମାନେ ସେମାନଙ୍କୁ ନିଯୁକ୍ତି ଦେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ସେସନରେ ୭ଟି ବିଷୟରେ ନାମଲେଖା ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି। ଏଥିପାଇଁ ଶେଷ ତାରିଖ ୧୫ ଅଗଷ୍ଟ ରହିଛି।