ବ୍ୟବସାୟୀଙ୍କ ଘର ଝରକା ତାଡି ଲୁଟିନେଲେ ୧୭ ଲକ୍ଷ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଚଢେଇଭୋଳ ଅଞ୍ଚଳରେ ଲୁଟ୍ । ବ୍ୟବସାୟୀ ନୁରୁଲ ଇସଲାମଙ୍କ ଘରୁ ୧୭ ଲକ୍ଷ ଟଙ୍କା ଲୁଟ୍ ପାଟ୍ କରିଛନ୍ତି ଦୁର୍ବୃତ୍ତ । ଘରେ କେହିନଥିବା ବେଳେ ଘରର ପଛ ପଟେ ଥିବା ଝରକାର ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର ଲୁଟି ନେଇଛନ୍ତି ।

ବ୍ୟବସାୟୀ ଜଣକ ଘରକୁ ଆସିବା ପରେ ଘରର ଝରକା ତଡା ହୋଇଥିବା ଦେଖିବାକୁ ପାଇଥିଲେ । ଘରର ଆଲମିରା ଭାଙ୍ଗି ଟଙ୍କା, ସୁନା ଗହଣା ସବୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ସ୍ଥାନୀୟ ଫାଣ୍ଡିକୁ ଜଣାଇବା ସହିତ କରଞ୍ଜିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।