ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ, ସେବାୟତ ଦେଲେ ଭିନ୍ନ ଭେଟି

1 min read

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପାର୍ଶ୍ବ ଦେବଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ । ଏହାପରେ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ବିମଳା ମନ୍ଦିର ଦର୍ଶନ କରିଥିଲେ ।

ଶ୍ରୀମନ୍ଦିର ମଧ୍ୟରେ ପ୍ରାୟ ଅଧ୍ୟ ଘଣ୍ଟା ରହିବା ପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ । ଆଜି ଶ୍ରୀମନ୍ଦିର ସମ୍ମୁଖରେ 5ଟି ସଚିବଙ୍କୁ ସେବାୟତ ଭୀମସେନ ପଲଙ୍କ ଧାରୀ ଏକ ଭେଟି ପ୍ରଦାନ କରିଥିଲେ । ଯେଉଁଥିରେ ଏକ ଟଙ୍କାରୁ ନୋଟରୁ ଆରମ୍ଭ କରି 500 ଟଙ୍କା ନୋଟ ରହିଥିଲା । ସବୁଠୁ ବଡ଼ କଥା ହେଲା 5T ସଚିବଙ୍କ ଜନ୍ମ ତାରିଖ ୨୯ ମେ ୧୯୭୪ ମସିହା ହୋଇଥିବା ବେଳେ ନୋଟ ଗୁଡିକର ସିରିଏଲ ନମ୍ବର ମଧ୍ୟ 290574 ରହିଛି ।

ଏହାକୁ ଏକ ନିଆରା ଚିନ୍ତାଧାରାରେ କରାଯାଇଥିବା କୁହାଯାଉଛି । ତେବେ ଏହି ଭେଟିକୁ ପାଇ 5T ସଚିବ ବେଶ ଖୁସି ହୋଇଥିଲେ ।