spot_img
Home Blog Page 2733

“ଚନ୍ଦ୍ରର ଦକ୍ଷିଣ ପୋଲରେ ଚନ୍ଦ୍ରୟାନ -୩ ର ସଫଳ ଅବତରଣ ପାଇଁ ନାସା ଜଣାଇଲା ଶୁଭେଚ୍ଛା

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ଉଚ୍ଚାଭିଳାଷୀ ଚନ୍ଦ୍ରାୟନ -3 ମିଶନ ବୁଧବାର ଦିନ ଇତିହାସ ସୃଷ୍ଟି କରିଛି । ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶ ଯାହା ଲରିପାରିନାହାନ୍ତି ତାହା ଭାରତ କରିଛି । ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ଚନ୍ଦ୍ରୟାନ -3 ମିଶନର ଲ୍ୟାଣ୍ଡର ମଡ୍ୟୁଲ୍ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କଲା | ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରୟାଗାନଙ୍କୁ ନେଇ ଗଠିତ ଲ୍ୟାଣ୍ଡର୍ ମଡ୍ୟୁଲ୍ ସନ୍ଧ୍ୟା 6:40 ରେ ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଏକ ନରମ ଅବତରଣ କରି ଇତିହାସ ସୃଷ୍ଟି କରିଥିଲା ​​| ଭାରତର ସଫଳତା ଉପରେ ବିଶ୍ୱରୁ ପ୍ରଶଂସାର ସୁଅ ଛୁଟିଛି । ଚନ୍ଦ୍ରାୟନ -3 ର ସଫଳତା ଉପରେ ବିଦେଶୀ ଗଣମାଧ୍ୟମ ମଧ୍ୟ ଅନେକ ଉପାୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି |

ଆମେରିକୀୟ ୱେବସାଇଟ୍ ନ୍ୟୁୟର୍କ ଟାଇମ୍ସ ଏବଂ ଅଷ୍ଟ୍ରେଲୀୟ ନ୍ୟୁଜ୍ ସାଇଟ୍ ABC.net ଏହି ଖବରକୁ ଅଗ୍ରଣୀ ଦେଇଥିବାବେଳେ ପାକିସ୍ତାନର ପ୍ରତିଷ୍ଠିତ ଡନ୍ ଡଟ୍ କମ୍ ଏହି ସଫଳତାକୁ ଚତୁର୍ଥ ସ୍ଥାନ ଦେଇଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସାର ବିଲ୍ ନେଲସନ ଅଭିନନ୍ଦନ ଜଣାଇ କହିଛନ୍ତି, “ଚନ୍ଦ୍ରର ଦକ୍ଷିଣ ପୋଲରେ ଚନ୍ଦ୍ରୟାନ -3 ର ସଫଳ ଅବତରଣ ପାଇଁ ISRO କୁ ଅଭିନନ୍ଦନ। ଚନ୍ଦ୍ରରେ ଏକ ମହାକାଶଯାନକୁ ସଫଳତାର ସହ ସଫ୍ଟ-ଲ୍ୟାଣ୍ଡ କରିବାରେ ଚତୁର୍ଥ ଦେଶ ହୋଇଥିବାରୁ ଭାରତକୁ ଅଭିନନ୍ଦନ |

ଜାଣନ୍ତୁ ଚନ୍ଦ୍ରଯାନ-୩ର ସଫଳତା ପଛରେ ରହିଛି କେଉଁମାନଙ୍କ ଅବଦାନ

ନନ୍ଦିଘୋଷ ବ୍ୟୁରୋ: ଜହ୍ନରେ ଭାରତ ଲେଖିଛି ନାଁ । ସଫଳ ହେଲା ଭାରତର ମୁନ୍ ମିଶନ । ସବୁଠି ଉତ୍ସବର ମାହୋଲ । ତେବେ ଏହି ସଫଳତା ପଛରେ କେଉଁମାନଙ୍କ ଅବଦାନ ରହିଛି ଜାଣିଛନ୍ତି କି? ମିଶନ ଚନ୍ଦ୍ରଯାନ ଟିମରେ କେଉଁମାନେ ରହିଛନ୍ତି ତାହା ଅନେକ ଲୋକଙ୍କୁ ଜଣାନାହିଁ । ତେବେ ଆସନ୍ତୁ ଜାଣିବା ଏହି ଟିମରେ ରହିଥିବା ସଦସ୍ୟଙ୍କ ସମ୍ପର୍କରେ ।

ଏସ୍. ସୋମନାଥ: ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ । ଏହି ମିଶନ ସଫଳ ପଛରେ ତାଙ୍କର ରହିଛି ବଡ଼ ଅବଦାନ । ସଫଳ ହେବା ପରେ ନିଜର ଅଭିଭାଷଣରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ କିରଣ କୁମାର, ଶ୍ରୀ କମଲା ଧର, କୋଟସ୍ବାରା ରାଓଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏମ୍,ଶଙ୍କରନ୍: ୟୁ.ଆର.ସିର ନିର୍ଦ୍ଦେଶକ ଏମ୍.ଶଙ୍କରନ୍ । ଏହି ଚନ୍ଦ୍ରଯାନ ମିଶନ ସଫଳ ହେବାରେ ତାଙ୍କର ଅବଦାନ ମଧ୍ୟ ରହିଛି । ସେ ନିଜର ଅଭିଭାଷଣରେ କହିଛନ୍ତି କି, ଇସ୍ରୋର ମୁଁ ଏକ ଅଂଶ ହୋଇଥିବାରୁ ନିଜକୁ ଗର୍ବ କରୁଛି । ଭବିଷ୍ୟତରେ ଆମେ ଶୁକ୍ର ଏବଂ ମଙ୍ଗଳ ଗ୍ରହକୁ ଯିବାକୁ ଚେଷ୍ଟା କରିବୁ ।

କଳ୍ପନା କେ: ଚନ୍ଦ୍ରଯାନ ମିଶନର ଡେପୁଟି ପ୍ରୋଜେକ୍ଟ ନିର୍ଦ୍ଦେଶକ ହେଉଛନ୍ତି କଳ୍ପନା କେ । ମହିଳାଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣାର ଉତ୍ସ । କରୋନା ମହାମାରୀ ସମୟରେ ମଧ୍ୟ ସେ ଚନ୍ଦ୍ରଯାନ ମିଶନର ଆଶା ଛାଡ଼ିନଥିଲେ ।

ପି ବିରମୁୟୁବେଲ: ଚନ୍ଦ୍ରଯାନ ମିଶନର ପ୍ରୋଜେକ୍ଟ ଡାଇରେକ୍ଟର । ଚନ୍ଦ୍ରଯାନ ମିଶନ-୨ରେ ମଧ୍ୟ ତାଙ୍କର ଅବଦାନ ରହିଥିଲା । ଏହା ପୂର୍ବରୁ ସେ ଇସ୍ରୋର ମୁଖ୍ୟ କାର୍ଯ୍ୟାଳୟରେ ଇନଫ୍ରାଷ୍ଟ୍ରକଚର ପେଗ୍ରାମ ଅଫିସର ଥିଲେ ।

ଚନ୍ଦ୍ରରୁ ଆସିଲା ବାର୍ତ୍ତା, ‘ମୁଁ ପହଞ୍ଚିଗଲି’

ନୂଆଦିଲ୍ଲୀ: ସଫଳ ହେଲା ଇସ୍ରୋର ଚନ୍ଦ୍ର ମିଶନ । ଏହାସହ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରିବାରେ ଭାରତ ବନିଯାଇଛି ଚତୁର୍ଥ ଦେଶ । କେବଳ ସେତିକି ନୁହେଁ, ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ଅବତରଣ କରି ଭାରତ ଚରିଛି ଇତିହାସ । ଋଷ, ଆମେରିକା, ଚୀନ ପରେ ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଲ ହୋଇଛି ।

ଚନ୍ଦ୍ରାୟାନ-୩ ଅବତରଣ ପରେ ଇସ୍ରୋକୁ ପଠାଇଛି ଏହାର ପ୍ରଥମ ବାର୍ତ୍ତା । ଯାହାକୁ ଇସ୍ରୋ ତରଫରୁ ଟ୍ବିଟ୍ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଚନ୍ଦ୍ରାୟାନ-୩ ପଠାଇଥିବା ବାର୍ତ୍ତା । ଏଥିରେ ଚନ୍ଦ୍ରାୟାନ-୩ କହିଛି ‘ଭାରତ, ମୁଁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଗଲି ଓ ଆପଣ ବି । ଚନ୍ଦ୍ରାୟାନ-୩ ଚନ୍ଦ୍ରରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡ କରିସାରିଛି । ଭାରତକୁ ଶୁଭେଚ୍ଛା ।’

ଇସ୍ରୋ ମୁଖ୍ୟ ଏସ୍. ସୋମନାଥ କହିଛନ୍ତି, ‘ଦୁଇରୁ ଚାରି ଘଣ୍ଟା ପରେ ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରକୁ ଆସିବ । ଲ୍ୟାଣ୍ଡିଂ ସ୍ଥଳରେ ଧୂଳି କେମିତି ଜମୁଛି ତା’ ଉପରେ ନିର୍ଭର କରୁଛି ପ୍ରଜ୍ଞାନର ବାହାରକୁ ଆସିବ । ଏହାପରେ ଇସ୍ରୋ ଚାର୍ଜେବୁଲ ବ୍ୟାଟେରୀ ଜରିଆରେ ରୋଭର ପ୍ରଜ୍ଞାନକୁ ଜୀବିତ ରଖିବାକୁ ଚେଷ୍ଟା କରିବ । ଏହା ସଫଳ ହେଲେ ପ୍ରଜ୍ଞାନ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଉପଯୋଗ ହୋଇପାରିବ ।’

ସଫଳ ଲ୍ୟାଣ୍ଡିଂ ପରେ ଇସ୍ରୋ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସଫଳ ହେଲା ଭାରତର ମୁନ ମିଶନ ଚନ୍ଦ୍ରଯାନ-୩ । ଭାରତ ବନିଛି ଚାନ୍ଦ ଚାମ୍ପିୟନ । ଆମେରିକା, ଚୀନ ଏବଂ ଜାପାନ ଯାହା କରି ପାରିନଥିଲେ ତାହା କରି ଦେଖାଇଛି ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ସାରା ବିଶ୍ବର ନଜର ଏହା ଉପରେ ରହିଥିବାବେଳେ ସଫଳ ଅବତରଣ କରିଛି । ସଫଳତାକୁ ନେଇ ଇସ୍ରୋର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଲ୍ୟାଣ୍ଡିଂ ସମୟରେ ଟିଭି ମଧ୍ୟ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖୁଥିଲେ ମୁଖ୍ୟମନ୍ତ୍ରୀ । ଇସ୍ରୋର ଏହି ସଫଳତା ପାଇଁ ସାରା ବିଶ୍ବରୁ ମଧ୍ୟ ପ୍ରଂଶସାର ସୁଅ ଛୁଟିଛି ।

ସଫଳ ହେଲା ମିଶନ, ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ ?

ନନ୍ଦିଘୋଷ ବ୍ୟୁରୋ: ସଫଳ ହେଲା ଭାରତର ମୁନ ମିଶନ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଜହ୍ନରେ ଭାରତ ଲେଖିଛି ନାଁ । ଐତିହାସିକ ମୂହୁର୍ତ୍ତକୁ ନେଇ ସାରା ଦେଶରେ ଦେଖିବାକୁ ମିଳିଛି ଖୁସି । ମୁନ ମିଶନ ସଫଳ ହେବା ପରେ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ଜୀବନ ଧନ୍ୟ ହୋଇଗଲା । ଏହି ସମୟ ବିଜୟର ପଥରେ ଚାଲିବାର ସମୟ । ଚନ୍ଦ୍ରଯାନ ସଫଳ ହେବା ପରେ ୧୪୦ କୋଟି ଲୋକ ଉତ୍ସବ ପାଳନ କରୁଛନ୍ତି । ମୁଁ ଚନ୍ଦ୍ରଯାନ-୩ର ଟିମକୁ ଓ ଦେଶର ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଉଛି ।

 

କେମିତି ଥିଲା ଚନ୍ଦ୍ରଯାନ-୩ ର ସଂପୂର୍ଣ୍ଣ ଯାତ୍ରା ଆସନ୍ତୁ ଜାଣିବା

ନନ୍ଦିଘୋଷ ବ୍ୟୁରୋ : ଭାରତର ଚନ୍ଦ୍ରଯାନ- ୩ ମିଶନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଭାରତ ପାଇଁ ଏହା ଅତ୍ୟନ୍ତ ଐତିହାସିକ ମୁହୂର୍ତ୍ତ, କାରଣ ଅବତରଣ ସହିତ ଚନ୍ଦ୍ର ପୃଷ୍ଠକୁ ଛୁଇଁବାରେ ଚତୁର୍ଥ ଦେଶହୋଇପାରିଛି ଭାରତ । ଚନ୍ଦ୍ରାୟନ – ୩ ମିଶନ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିଛି। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଜୁଲାଇ ପ୍ରଥମ ସପ୍ତାହରେ ଏହି ମିଶନ ଘୋଷଣା କରିଥିଲା ​​ଏବଂ ପରେ ଦ୍ୱିତୀୟ ସପ୍ତାହରେ ଏହା ଆରମ୍ଭ କରାଯାଇଥିଲା | ISRO ଦ୍ୱାରା କୁହାଯାଇଛି ଯେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର୍ ମଡ୍ୟୁଲ୍ ନରମ ଅବତରଣ କରିଛି | ଭାରତୀୟ ସମୟ ଅନୁଯାୟୀ, ଅପରାହ୍ନ 5.45 ରେ ଏହାକୁ ଚନ୍ଦ୍ର ପୃଷ୍ଠକୁ ଠେଲି ଦିଆଯାଇଥିଲା ଏବଂ ଏହା ସନ୍ଧ୍ୟା 6.04 ରେ ଭୂପୃଷ୍ଠରେ ନରମ ଅବତରଣ କରିଛି | ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ISRO ର ଚନ୍ଦ୍ରୟାନ -୩ ମିଶନ ଘୋଷଣା ଠାରୁ ଆରମ୍ଭ କରି ଏହାର ଅବତରଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମୟସୀମା ବିଷୟରେ |

  • ଜୁଲାଇ ୬:ଚନ୍ଦ୍ରାୟଣ -୩ମିଶନର ଶୁଭାରମ୍ଭ ବିଷୟରେ ISRO ସୂଚନା ଦେଇଥିଲା | ମହାକାଶ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଏହି ଅଭିଯାନ ୧୪ ଜୁଲାଇରେ ଶ୍ରୀହରିକୋଟା ଠାରୁ ଆରମ୍ଭ ହେବ।
  • ଜୁଲାଇ ୭:ଏହି ଦିନ ଲଞ୍ଚ ପ୍ୟାଡ ଯାନର ସଫଳ ଯାଞ୍ଚ କରାଯାଇଥିଲା | ଏହିପରି, ଚନ୍ଦ୍ରୟାନ -୩ ମିଶନ ଆରମ୍ଭ ପାଇଁ ଏକ ପାଦ ଆଗକୁ |
  • ଜୁଲାଇ ୧୧:ଚନ୍ଦ୍ରଯାନ ୩ ର ସମ୍ପୂର୍ଣ୍ଣ ଉନ୍ମୋଚନ ପ୍ରସ୍ତୁତି ଏବଂ 24 ଘଣ୍ଟା ଧରି ଚାଲିଥିବା ପ୍ରସ୍ତୁତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସଫଳ ହୋଇଥିଲା |
  • ୧୪ ଜୁଲାଇ:ଚନ୍ଦ୍ରାୟନ -୩ ମିଶନ ଶ୍ରୀହରିକୋଟା ଠାରୁ ଅପରାହ୍ନ 35 ରେ ଜିଏସଏଲଭି ମାର୍କ 3 (LVM-3) ହେଭି ଲିଫ୍ଟ ଲଞ୍ଚ ଯାନ ଦ୍ୱାରା ଆରମ୍ଭ କରାଯାଇଥିଲା | ଏହିପରି ଚନ୍ଦ୍ରଯାନ ମିଶନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲା। ISRO makes history! Chandrayaan-3 successfully lands on Moon's South Pole -  BusinessToday
  • ଜୁଲାଇ ୧୫ ରୁ ଜୁଲାଇ ୨୨: ଚନ୍ଦ୍ରଯାନ ମିଶନ ଆଠ ଦିନ ମଧ୍ୟରେ କକ୍ଷପଥ ବୃଦ୍ଧି କାର୍ଯ୍ୟ ସଫଳତାର ସହିତ ସମାପ୍ତ କଲା | ମୋଟ ଉପରେ, ଚାରିଟି କକ୍ଷପଥ ବୃଦ୍ଧି କାର୍ଯ୍ୟ ସମାପ୍ତ ହେଲା | ଏହା ମାଧ୍ୟମରେ ମିଶନ ଧୀରେ ଧୀରେ ଚନ୍ଦ୍ର ଆଡକୁ ଗଲା।
  • ଅଗଷ୍ଟ ୧ : ଭାରତର ଚନ୍ଦ୍ରଯାନଙ୍କ ପାଇଁ ଅଗଷ୍ଟ ୧ ତାରିଖ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ଏହି ଦିନ ଚନ୍ଦ୍ରୟାନଙ୍କୁ ଚନ୍ଦ୍ରର କକ୍ଷପଥକୁ ପଠାଯାଇଥିଲା। ଏହିପରି ଭାବରେ, ସେ ବର୍ତ୍ତମାନ ଚନ୍ଦ୍ରର ମାଧ୍ୟାକର୍ଷଣ ବ୍ୟବହାର କରି ଅବତରଣ ପାଇଁ ପ୍ରସ୍ତୁତି ଆରମ୍ଭ କଲେ |
  • ଅଗଷ୍ଟ ୨ : ଚନ୍ଦ୍ରୟାନ -୩ ମିଶନ ସଫଳତାର ସହିତ ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା | ଏହିପରି ମିଶନ୍ ଏହାର ସଫଳତା ଆଡକୁ ଗତି କଲା | ଏହି ସମୟରେ ଚନ୍ଦ୍ରଯାନ ଚନ୍ଦ୍ରର ପ୍ରଥମ କକ୍ଷପଥରେ ଥିଲେ।
  • ଅଗଷ୍ଟ ରୁ ଅଗଷ୍ଟ ୧୬: ଚନ୍ଦ୍ରଙ୍କୁ ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ ଚାରିଟି କକ୍ଷପଥ-ହ୍ରାସ କାର୍ଯ୍ୟ ସମାପ୍ତ କରିବାକୁ ପଡିଲା | କେବଳ ଏଗୁଡ଼ିକ ମାଧ୍ୟମରେ ଚନ୍ଦ୍ରାୟନ ଚନ୍ଦ୍ର ପୃଷ୍ଠରେ ପହଞ୍ଚନ୍ତି। ଏହି ଚାରିଟି କକ୍ଷପଥ-ହ୍ରାସ କାର୍ଯ୍ୟ ୧୦ ଦିନ ମଧ୍ୟରେ ସମ୍ପନ୍ନ ହେଲା |
  • ଅଗଷ୍ଟ ୧୭: ଚନ୍ଦ୍ରାୟଣ ମିଶନରେ ଜଡିତ ଲ୍ୟାଣ୍ଡର ମଡ୍ୟୁଲ୍ ସଫଳତାର ସହିତ ପ୍ରମ୍ପୁଲ୍ ମଡ୍ୟୁଲ୍ ଠାରୁ ଅଲଗା ହୋଇଗଲା | ଏହା ପରେ, କେବଳ ଲ୍ୟାଣ୍ଡର ମଡ୍ୟୁଲ୍ ଦ୍ୱାରା ଚନ୍ଦ୍ର ଯାତ୍ରା ଆରମ୍ଭ ହୋଇଥିଲା |
  • ଅଗଷ୍ଟ ୧୯: ଲ୍ୟାଣ୍ଡର ମଡ୍ୟୁଲ୍ ଡିବୋଷ୍ଟିଂ ଅପରେସନ୍ କରିଥିଲା ​​| ଏହା ମାଧ୍ୟମରେ ସେ ଚନ୍ଦ୍ର ପୃଷ୍ଠକୁ ନିକଟତର ହେବାକୁ ଲାଗିଲେ |
  • ୨୦ ଅଗଷ୍ଟ: ISRO ଦ୍ୱିତୀୟ ଡିବୋଷ୍ଟିଂ ଅପରେସନ୍ କରିଥିଲା ​​ଏବଂ ଲ୍ୟାଣ୍ଡର ମଡ୍ୟୁଲ୍ ଚନ୍ଦ୍ରଠାରୁ 25 କିଲୋମିଟର ଦୂରରେ ରହିଲା | ଏହା ପରେ ISRO ଅବତରଣ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଲା |
  • ଅଗଷ୍ଟ ୨୩: ଚନ୍ଦ୍ରଯାନ -୩ ମିଶନ ଚନ୍ଦ୍ର ପୃଷ୍ଠରେ ଅବତରଣ କଲା | ISRO କହିଛି ଯେ ଚନ୍ଦ୍ରଯାନ ମିଶନ ରାତି 6.04 ରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି।

ଚନ୍ଦ୍ରକୁ ଚୁମ୍ବନ ଦେଇ ଇତିହାସ ସୃଷ୍ଟି କରିଛି ଭାରତ

ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲା ଭାରତ । ସାରା ବିଶ୍ୱ ଦେଖିଲା ଭାରତର ଦମ୍ । ଚନ୍ଦ୍ରର ଦକ୍ଷୀଣ ମେରୁରେ ସପ୍ଟ ଲ୍ୟାଣ୍ଡିଂ କଲା ବିକ୍ରମ ଲ୍ୟାଣ୍ଡର । ଭାରତର ମିଶନ ଚନ୍ଦ୍ର ଚନ୍ଦ୍ରୟାନ -3 ଚନ୍ଦ୍ରକୁ ଚୁମ୍ବନ ଦେଇ ଇତିହାସ ସୃଷ୍ଟି କରିଛି। ISRO ର ଏହି ମିଶନ୍ ଅଗଷ୍ଟ 23 (ବୁଧବାର) ସନ୍ଧ୍ୟା 6.04 ରେ ଚନ୍ଦ୍ରରେ ଅବତରଣ କଲା | ଏହା ସହ ଭାରତ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ୱର ଚତୁର୍ଥ ଦେଶ ହେଲା । ଏହାପୂର୍ବରୁ ଆମେରିକା, ୟୁଏସଆରଏସ (ପୂର୍ବତନ ସୋଭିଏତ ସଂଘ) ଏବଂ ଚୀନ୍ ଏହି କାର୍ଯ୍ୟ କରିଛନ୍ତି। ଭାରତର ଚନ୍ଦ୍ରଯାନ -3 ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଦକ୍ଷିଣ ପୋଲ (ଦକ୍ଷିଣ ପୋଲାର ଅଞ୍ଚଳ) ରେ ଅବତରଣ କରିଛି, ଯାହା ଏପର୍ଯ୍ୟନ୍ତ କୌଣସି ଦେଶ କରିପାରିନଥିଲେ । ବିକ୍ରମ ଲ୍ୟାଣ୍ଡର୍ ଏବଂ ପ୍ରୟାଗନ୍ ରୋଭରଙ୍କୁ ନେଇ ଲ୍ୟାଣ୍ଡର ମଡ୍ୟୁଲ୍ ଚନ୍ଦ୍ରମା ଏକ ନରମ ଅବତରଣ କରିଥିଲେ |India's Chandrayaan 3 Reaches for the Moon (Updates with Video) - Sky &  Telescope - Sky & Telescope

ଚାରି ବର୍ଷ ମଧ୍ୟରେ ଦ୍ୱିତୀୟ ପ୍ରୟାସରେ ISRO ଏହି ସଫଳତା ପାଇଛି | ଚନ୍ଦ୍ରାୟଣ-୩ ହେଉଛି ଚନ୍ଦ୍ରାୟଣ-୨ ପରେ ମିଶନ | ଏହାର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରରେ ଭ୍ରମଣ କରିବା ଏବଂ ପରୀକ୍ଷଣ କରିବା | ଚନ୍ଦ୍ରାୟଣ -3 ଜୁଲାଇ 14 ରେ ଲଞ୍ଚ ଭେଇକିଲ ମାର୍କ -3 (LVM3) ରକେଟ୍ ମାଧ୍ୟମରେ ଉତକ୍ଷେପଣ କରାଯାଇଥିଲା | ଏହାର ମୋଟ ମୂଲ୍ୟ 600 କୋଟି ଟଙ୍କା | 14 ଜୁଲାଇରେ ଉତକ୍ଷେପଣ ପରେ ଚନ୍ଦ୍ରୟାନ -3 ଅଗଷ୍ଟ 5 ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ​​|

ଇତିହାସ ରଚିଲା ଭାରତ, ସଫଳ ହେଲା ମୁନ୍ ମିଶନ

ନନ୍ଦିଘୋଷ ବ୍ୟୁରୋ: ସଫଳ ହେଲା ଭାରତର ମୁନ ମିଶନ । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କଲା ଚନ୍ଦ୍ରଯାନ-୩ । ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ କରିଛି ଅବତରଣ । ତେବେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ହେଉଛି ଚତୁର୍ଥ ଦେଶ । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକ  ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭାରତର ଉଦୟର କ୍ଷଣ ବୋଲି ସେ କହିଛନ୍ତି ।

 

ରାଜ୍ୟରେ ଯାତାୟତ ହେବ ସୁବିଧା, ଆମ ବସଷ୍ଟାଣ୍ଡର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶାରେ ଯାତ୍ରା ହେବ ସୁଗମ  । ପ୍ରତିଟି ସ୍ଥାନରେ ଯାତ୍ରୀ ପାଇବେ ଅତ୍ୟାଧୁନିକ ବସଷ୍ଟାଣ୍ଡର ସୁବିଧା  । ଆଜି ରାଜ୍ୟର ୨୬ଟି ଜିଲ୍ଲାରେ ୧୨୪ ଟି ନୂଆ ବସଷ୍ଟାଣ୍ଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେହିଭଳି  ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସଷ୍ଟାଣ୍ଡର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ  । ଏହାସହ ମୋ ପରିବହନ ସେବା ଓ ଏମ୍ ପରିବହନ ଆପ୍ ସେବାର ଶୁଭରାମ୍ଭ  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହାସହ ସୁବାହକ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ ଓ ଲୋକାର୍ପଣ କରିଛନ୍ତି । ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା କ୍ଷେତ୍ରରେ ଅଧିକ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁ-ବାହକ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ୫୦ ହଜାର ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଗଞ୍ଜାମର ପାଲୁର ଠାରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଉଦ୍‌ଘାଟନ କରିଥିଲେ ।  ସଡକ ଓ ସଡକ ବ୍ୟବହାରକରୀ ତଥା ଯାତ୍ରୀ ମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ମାର୍ଗ ପରିଷ୍କାର କରିଥାଏ । ବିଭିନ୍ନ ସଂସ୍ଥାଗତ ସେବା ତଥା ସ୍କୁଲ, କଲେଜ, ହସ୍‌ପିଟାଲ ଆଦିର ସୁବିଧା ସହଜରେ ଉପଲବ୍ଧ ହୋଇପାରେ। ଏକ ଗତିଶୀଳ ସାମାଜିକ ଓ ଅର୍ଥନୈତିକ ସମାଜ ଗଠନ ଦିଗରେ ଏହା ଏକ କାଟାଲିଷ୍ଟ (Catalyst) ଭାବରେ କାମ କରିଥାଏ ।

ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗତ ୨୩ ବର୍ଷ ଧରି ରାଜ୍ୟରେ ସୁଶାସନର ଧାରା ଅବ୍ୟାହତ ରହିଛି । ଗମନାଗମନର ବିକାଶ ପାଇଁ ରାଜ୍ୟରେ ସଡକ ପରିବହନ ସହିତ ରେଳ ଓ ଆକାଶମାର୍ଗରେ ପରିବହନର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ । ପୁରୀ ଠାରେ ଇଲ୍‌କ୍ଟ୍ରୋନିକ୍‌ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସୋନପୁର ଠାରେ ସଂସଦୀୟ ବ୍ୟାପାର ଓ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିବହନ ବ୍ୟବସ୍ଥା ଓ ବସ୍‌ଷ୍ଟାଣ୍ଡ ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚପ୍ରଶଂସା କରିଥିଲେ । 5T ସଚିବ  ଭି  କେ  ପାଣ୍ଡିଆନ୍  କାର୍ଯ୍ୟକ୍ରମ  ସଂଚାଳନା କରିଥିଲେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓ.ଏସ୍‌.ଆର.ଟି.ସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ  ଶାସନ ସଚିବ  ପ୍ରଦୀପ  ଜେନା  ଉନ୍ନୟନ  କମିଶନର  ଶ୍ରୀମତୀ  ଅନୁ  ଗର୍ଗ  ଓ  ବରିଷ୍ଠ  ଅଧିକାରୀମାନେ  ଉପସ୍ଥିତ  ଥିଲେ ।

 

‘ଗିଫ୍ଟ୍‍ ଏ ପ୍ଲାଣ୍ଟ୍‍’ ପରିବେଶ ପାଇଁ ‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ

ଭୁବନେଶ୍ୱର: ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ଓଡିଶାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ପ୍ରତିବର୍ଷ ‘ଗିଫ୍ଟ ଏ ପ୍ଲାଣ୍ଟ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ ୧ ଲକ୍ଷରୁ ଉର୍ଦ୍ଧ ବୃକ୍ଷ ବଣ୍ଟନ କରାଯାଉଅଛି । ଓଡିଶାର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାମାନଙ୍କରେ ଚଳିତବର୍ଷ ୫ ଲକ୍ଷ ବୃକ୍ଷ ବଣ୍ଟନ କରାଯିବାର ପ୍ରୟାସ ଜାରିରହିଛି ବୋଲି ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ର ପରାମର୍ଶଦାତା ଆକାଶ ଦାସନାୟକ କହିଥିଲେ । ଶ୍ରୀ ଦାସନାୟକ କହିଥିଲେ – ଜୀବଜଗତ ବଞ୍ଚି ରହିବା ପାଇଁ ଗଛଲତା, ନଦୀ, ସମୁଦ୍ର ଆଦି ନିତ୍ୟାନ୍ତ ଜରୁରୀ । ଯାହାକି ଜୀବଜଗତକୁ ଜୀବନଧାରଣ ନିମନ୍ତେ ଅମ୍ଳଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ଯୋଗାଇଆସିଛି । କିନ୍ତୁ ମନୁଷ୍ୟ ଲୋଭ ଓ ସ୍ୱାର୍ଥସାଧନ ନିମନ୍ତେ ଦିନକୁ ଦିନ ପ୍ରକୃତି ଓ ପରିବେଶ ଉପରେ ଦାଉ ସାଧୁଛି । ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅବାଧ ଗଛକଟା ଯୋଗୁ ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ପ୍ରଭାବ ବଢିବଢି ଚାଲିଛି । ଫଳସ୍ୱରୂପ ଦିନର ତାପମାତ୍ରା ବଢିଚାଲିଥିବାବେଳେ ବର୍ଷାର ପରିମାଣ କମିକମି ଆସିଲାଣି । ମଣିଷ ସମେତ ସମଗ୍ର ଜୀବଜଗତର ଜୀବନ ଧାରଣ ନିମନ୍ତେ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି । ସେଥିପାଇଁ ବୃକ୍ଷରୋପଣ ନିତ୍ୟାନ୍ତ ଆବଶ୍ୟକ ଅଟେ । କିନ୍ତୁ ଅବାଧ ଗଛକଟା ସହିତ କଳକାରଖାନା ଓ ଗାଡିମଟରର ଅହେତୁକ ସଂଖ୍ୟା ବୃଦ୍ଧି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ କାର୍ବନ ମନୋକ୍ସାଇଡ୍‍, କ୍ଲୋରୋଫ୍ଲୋରୋ କାର୍ବନ, ମିଥେନ୍‍, ନାଇଟ୍ରସ୍‍ ଅକ୍ସାଇଡ୍‍ ଭଳି ବିଷାକ୍ତ ଗ୍ୟାସ ବୃଦ୍ଧି କରିଥାଏ ।

ଫଳସ୍ୱରୂପ ବାୟୁମଣ୍ଡଳରେ ଥିବା ଓଜୋନ୍‍ ସ୍ତରରେ ରନ୍ଧ୍ର ହେବାଯୋଗୁଁ ସୂର୍ଯ୍ୟଙ୍କ ଠାରୁ ବିକିରଣ ହେଉଥିବା ଅତି ବାଇଗଣୀ ରଶ୍ମି ପୃଥିବୀପୃଷ୍ଠରେ ପଡିଥାଏ । ଯାହାକି ତାପମାତ୍ରା ବୃଦ୍ଧି ସହିତ ଚର୍ମକର୍କଟ ଭଳି ରୋଗକୁ ସୃଷ୍ଟି କରିଥାଏ । ଏହିପରି ବାୟୁମଣ୍ଡଳ ସନ୍ତୁଳିତ ହେଲେ ଆଗାମୀ ଭବିଷ୍ୟତ ପିଢୀ ଏକ ବିରାଟ ଅସୁବିଧାର ସମ୍ମୁଖୀନ ହେବେ । ଆମେ ସମସ୍ତେ ଭବିଷ୍ୟତ ପିଢୀ ପାଇଁ ଚିନ୍ତାକରି ବୃକ୍ଷରୋପଣକୁ ଆଗକୁ ନେବାକୁ ପଡିବ ଏବଂ ପ୍ରଚୁର ପରିମାଣର ବୃକ୍ଷରୋପଣ ନିତ୍ୟାନ୍ତ ଆବଶ୍ୟକ । ଦାସନାୟକଙ୍କ ନେତୃତ୍ୱରେ ଆଜି ଦିବା ୯ ଘଟିକା ସମୟରେ ଭୁବନେଶ୍ୱର ପଟିଆ ସ୍ଥିତ ତ୍ରିଷ୍ଣା ପେଟ୍ରୋଲପମ୍ପ ଠାରେ ‘ଗିଫ୍ଟ ଏ ପ୍ଲାଣ୍ଟ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ ୫ ହଜାର ବୃକ୍ଷ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ କହିଥିଲେ । ପରିବେଶ ବଞ୍ଚାଇବା ପାଇଁ ଗଛ ଲଗାଇବା ନିତ୍ୟାନ୍ତ ଆବଶ୍ୟକ ଅଟେ ।

ଏହି ମହତ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ଅନେକ ସମୟରେ ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ଲୋକମାନଙ୍କ ମୁହଁରେ ଟିକେ ହସ ଫୁଟାଇବାପାଇଁ ଅନେକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଯଥା – ‘ଥିଲେ ଦିଅ ନଥିଲେ ନିଅ’, ‘ତାରେ ଜମିନ୍‍ ପର୍‍’, ‘ଚାଲ ଖୁସି ବାଣ୍ଟିବା’, ‘ବଡଦିନ ବଡସ୍ୱପ୍ନ’, ‘ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର’ ଆଦି ଆୟୋଜନ କରାଯାଏ । ଏହି କାର୍ଯ୍ୟକ୍ରମରେ ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ପରାମର୍ଶଦାତା ଆକାଶ ଦାସନାୟକ, ଦେବବ୍ରତ ଧୀର, ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ର ସଭାପତି ଶମ୍ଭୁକଲ୍ୟାଣ ଦାସ, ଉପସଭାପତି ଡଃ. ସୂର୍ଯ୍ୟପ୍ରକାଶ ଏସ୍‍. ଚୌଧୁରୀ, ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ର ସମ୍ପାଦିକା ଶୁଭ୍ରାଜ୍ୟାତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଆଦିତ୍ୟ ଚୌଧୁରୀ, ଅସିତ୍‍ କୁମାର ସାହୁ, ଅମୂଲ୍ୟ ସ୍ୱାଇଁ, ପୱନ ପାତ୍ରୋ, ଇପ୍‍ସିତା, ଅଜାତ୍‍, ଜୋଷିକା, ନଭନିତ୍‍, ଭାଗ୍ୟଧର ସାମଲ, କିଶୋର ଦାସ ପ୍ରମୂଖ  ଉପସ୍ଥିତ ଥିଲେ ।