spot_img
Home Blog Page 2727

ରାୟଗଡାର କୃଷ୍ଣଚନ୍ଦ୍ର ଆଟକା ବନିବେ ଡାକ୍ତର, ସପ୍ନରେ ଡେଣା ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ବର: ବୟସ ମାତ୍ର ଏକ ନମ୍ବର । ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ । ଗରିବ ଯୁବକ ଦେଖିଥିବା ସ୍ବପ୍ନରେ ଡେଣା ଲଗାଇଲା ରାଜ୍ୟ ସରକାରଙ୍କ ସହଯୋଗ । ୩୩ ବର୍ଷୀୟ ରାୟଗଡାର କୃଷ୍ଣଚନ୍ଦ୍ର ଆଟକା ବନିବେ ଡାକ୍ତର । ନିଟ୍ କ୍ଲିୟର କରି ସରକାରୀ ମେଡିକାଲ କଲେଜରେ ନାଁ ଲେଖାଇଛନ୍ତି କୃଷ୍ଣ । ତାଙ୍କ ସମସ୍ତ ଡାକ୍ତରୀ ପଢା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । 5T ସଚିବଙ୍କ ସହ କୃଷ୍ଣଙ୍କ ଆଲୋଚନା ବେଳେ ସେ ଡାକ୍ତର ହୋଇ ସମାଜ ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ସେ ୨୦୦୮ରେ ଯୁକ୍ତ ଦୁଇ ପାସ କରିବା ପରେ ଚାକିରି କରିଥିଲେ । ଏହି ସମୟରେ କୃଷ୍ଣ ବିବାହ କରିବା ସହ ତାଙ୍କର ଏବେ ଦୁଇଟି ସନ୍ତାନ ଅଛନ୍ତି । ହେଲେ ସମାଜ ସେବା ପାଇଁ ଦେଖିଥିବା ସ୍ବପ୍ନ ସାକାର ପାଇଁ ୨୦୨୧ରେ ଏନସିଇଆରଟି ବହି କିଣି ନିଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ କୃଷ୍ଣ । ଚଳିତ ବର୍ଷ ସେ ନିଟ୍ କ୍ଲିୟର କରିଛନ୍ତି । ଲକ୍ଷ୍ୟ ପୂରଣ ପାଇଁ 5T ସଚିବ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୁଣି ବିଶ୍ବସ୍ତ ପ୍ରାଣୀର ପ୍ରମାଣ ଦେଲା କୁକୁର, ମାଲିକକୁ ବଞ୍ଚାଇବାକୁ ନାଗ ସାପଠୁ ଖାଇଲା ଚୋଟ

ସମ୍ବଲପୁର: ପ୍ରାଣୀ ଭିତରେ କୁକୁର ସବୁଠୁ ବିଶ୍ବସ୍ତ ଓ ଭରସାଯୋଗ୍ୟ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । ନିଜ ମାଲିକ ପାଇଁ ଜୀବନ ଦେଇଛି ଏକ ପୋଷା କୁକୁର । ମାଲିକଙ୍କ ପରିବାରକୁ ନାଗସାପଠାରୁ ବଂଚାଇବାକୁ ଯାଇ ବ୍ଲାକି ନାମକ ପୋଷା କୁକୁର ଜୀବନ ଦେଇଦେଇଛି । ସମ୍ବଲପୁର ଜିଲ୍ଲା ବୁର୍ଲା ଗୋଲକୁଣ୍ଡା ଗାଁର ଜୟନାରାୟଣ ମହାପାତ୍ର ୧୫ ବର୍ଷ ହେଲା ଏକ ଜର୍ମାନ ସେଫର୍ଡର ଏକ ପୋଷା କୁକୁର ରଖିଥିଲେ । ଗତକାଲି ବିଳମ୍ବିତ ରାତିରେ ଏକ ନାଗସାପ ଜୟନାରାୟଣଙ୍କ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ତା ସହିତ ଲଢେଇ କରିଥିଲା ବ୍ଲାକି । ଉଭୟେ ଉଭୟଙ୍କୁ ଆକ୍ରମଣ କରିଥିଲେ । ନାଗ ସାପ ଚୋଟର ବ୍ଲାକିର ଜୀବନ ଚାଲିଯିବା ସହିତ ନାଗ ସାପର ମଧ୍ୟ ମୃତ୍ୟୁ ହୋଇଛି ।

ଚନ୍ଦ୍ରରେ ପୃଥିବୀ ପାଇଁ କେତେ ରହିଛି ଉପାଦେୟ, ତଥ୍ୟ ଖୋଜୁଛି ରୋଭର ପ୍ରଜ୍ଞାନ

ନୂଆଦିଲ୍ଲୀ: ଚନ୍ଦ୍ରରେ ପୃଥିବୀ ପାଇଁ କେତେ ରହିଛି ଉପାଦେୟ । ତଥ୍ୟ ଖୋଜୁଛି ରୋଭର ପ୍ରଜ୍ଞାନ । ରାସାୟନିକ, ଖଣିଜ ପଦାର୍ଥ, ମାଟି ଓ ପଥର ସମ୍ପର୍କରେ କରୁଛି ଗବେଷଣା । ଏନେଇ ଗତକାଲି ପ୍ରଥମ ଫୋଟୋ ପଠାଇଥିଲା ଲ୍ୟାଣ୍ଡର । ୧୪ ଦିନ ଲାଗି ୬ ଚକିଆ ବିଶିଷ୍ଟ ରୋଭର ଚନ୍ଦ୍ରପୃଷ୍ଠର ଗବେଷଣା କରିବ । ୧୪ ଦିନର କାର୍ଯ୍ୟ ସମ୍ପାଦନ ପରେ ସୌରଶକ୍ତି ସମ୍ପନ୍ନ ରୋଭରର ଗତି କ୍ରମଶଃ ଥମିବ ।ଏହି ସମୟରେ ଲ୍ୟାଣ୍ଡର ନିକଟକୁ ପ୍ରଜ୍ଞାନ ଆସିବ । ଗତକାଲି ଲ୍ୟାଣ୍ଡର ବିକ୍ରମ ପଠାଇଛି ଲ୍ୟାଣ୍ଡିଂ ସାଇଟ, ମେଟାଲ ଲେଗ ଓ ଏହାର ଛାଇର ଫଟୋ । ମାଇକ୍ରୋଓ୍ବେଭ ଓଭନ ଆକାରର ରୋଭର ପ୍ରାୟ ୫୦୦ ମିଟର ଯାତ୍ରା କରିବ । ପ୍ରଜ୍ଞାନରେ ଥିବା କ୍ୟାମେରା, ସ୍ପେକ୍ଟ୍ରୋମିଟର ଓ ମାଗ୍ନେଟୋମିଟର ବିଭିନ୍ନ ଗବେଷଣା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବେ । ତେବେ ୧୪ ଦିନ ପରେ ବି ଲ୍ୟାଣ୍ଡର ଓ ରୋଭର କାର୍ଯ୍ୟକ୍ଷମ ନେଇ ଆଶାବାଦୀ ରହିଛି ଇସ୍ରୋ । ସୌରରଶ୍ମି ପଡୁଥିବା ଯାଏ ଲ୍ୟାଣ୍ଡର ଓ ରୋଭର କାର୍ଯ୍ୟକ୍ଷମ ହେବେ ବୋଲି କହିଛି ଇସ୍ରୋ ।

ଆଜି ବି ଭିଜିବ ଓଡ଼ିଶା, ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଆଜି ବି ଭିଜିବ ଓଡ଼ିଶା । ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା , ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି , ରାୟଗଡା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖରେ ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶାର ୧୭ଟି ଜିଲ୍ଲାରେ ଘଡଘଡି ଓ ବିଜୁଳି ସହିତ ବର୍ଷା ହେବ ।

୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଓଡିଶା ଉପରେ କୌଣସି ସିଷ୍ଟମର ପ୍ରଭାବ ନାହିଁ । ମୌସୁମୀ ନିମ୍ନ ଚାପରେଖା ତାର ସ୍ବାଭାବିକ ଅବସ୍ଥାନରୁ ସାମାନ୍ୟ ଉତ୍ତରରେ ରହିଛି । ସେପଟେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୧ ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ବେଳେ ୧୭ ଟି ଜିଲ୍ଲାରେ ସ୍ବାଭାବିକ ଏବଂ ୨ ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି ।

ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ: ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ବଦଳାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଜର୍ଜିଆ ଷ୍ଟେଟର ଆଟଲାଣ୍ଟା ଜେଲରେ ତାଙ୍କୁ ହାଜର କରାଯାଇଥିଲା । ସେଠାରେ ସେ ୨୦ ମିନିଟ ରହିବା ପରେ ଜାମିନରେ ଆସିଥିଲେ । ୨ ଲକ୍ଷ ଡଲାର ବଣ୍ଡରେ ଟ୍ରମ୍ଫଙ୍କୁ ଜାମିନରେ ଛଡ଼ାଯାଇଛି । ଜର୍ଜିଆ ଜେଲରେ ସାଧାରଣ କଏଦୀଙ୍କ ଭଳି ଫଟୋ ଉଠାଇଥିଲେ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଏହା ମୋ ପାଇଁ ଏକ ଚ୍ୟାଲେଞ୍ଜିଂ ସମୟ ।

ଟ୍ରମ୍ପଙ୍କ ବିରୋଧରେ ଆସିଥିଲା ମୋଟ ୧୩ଟି ଅଭିଯୋଗ । ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ତାଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରାଯାଇଥିଲା । ନିର୍ବାଚନରେ ପରାଜୟ ବରଣ କରିବା ଓ କ୍ଷମତା ହସ୍ତାନ୍ତରକୁ ରୋକିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଫେଡେରାଲ ତଦନ୍ତରେ ଅଭିଯୁକ୍ତଭାବେ ଦର୍ଶାଯାଇଛି । ୪ ମାସ ଭିତରେ ଟ୍ରମ୍ପଙ୍କ ବିରୋଧରେ ଏହା ତୃତୀୟ ଥର ପାଇଁ ଅପରାଧିକ ମାମଲା ।ଆଇନଗତ ସମସ୍ତ କାର୍ଯ୍ୟାନୁଷ୍ଠାନକୁ ସେ ସମ୍ମୁଖିନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

୨୫ ଅଗଷ୍ଟରେ ବନ୍ଦ ରହିବ ସିମଲାର ସମସ୍ତ ସ୍କୁଲ

ସିମଲା: ହିମାଚଳ ଜାରି ରହିଛି ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆସନ୍ତାକାଲି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେବାପରେ ଅଗଷ୍ଟ ୨୫ ତାରିଖରେ ସିମଲାର ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ସୂଚନା ରହିଛି । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଅନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜଳ ପ୍ରଳୟ ପାଇଁ ଅନେକ ଜୀବନ ଯାଇଥିବାବେଳେ କୋଟି କୋଟି ଟଙ୍କାର ଧନ ନଷ୍ଟ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଖ୍ୟାତିସଂପନ୍ନ ସେଫ୍‌ ବିକାଶ ଖାନ୍ନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍‌ ତଥା ଉଦ୍ୟୋଗୀ ବିକାଶ ଖାନ୍ନା । ନିକଟରେ ବିକାଶ ଖାନ୍ନା ସ୍ବାଧୀନତା ଦିବସ ପାଳନ ଅବସରରେ ନ୍ୟୁୟର୍କ ସହରର ଟାଇମ୍‌ସ ସ୍କୋୟାର ଠାରେ ବିଶ୍ବପ୍ରସିଦ୍ଧ କୋଣାର୍କ ଚକ୍ରର ଏକ ପ୍ରତିରୂପ ସ୍ଥାପନ କରି ଚର୍ଚ୍ଚାରେ ରହିଥିଲେ ।
ଏହି ଆଲୋଚନା ସମୟରେ ସେ ଓଡିଶାର କଳା, ସ୍ଥାପତ୍ୟ, ସଂସ୍କୃତି, ଐତିହ୍ୟ ଓ ଖାଦ୍ୟ ପରମ୍ପରାର ଉଚ୍ଚପ୍ରଶଂସା କରିଥିଲେ । ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ ସମୟରେ ତାଙ୍କର ସୁଖଦ ଆଧ୍ୟାତ୍ମିକ ଅନୁଭୂତି ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ। ବିକାଶ କ୍ଷେତ୍ରରେ ଓଡିଶା ଦ୍ରୁତ ଅଗ୍ରଗତି କରୁଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀଙ୍କ ଦୃଢ ଓ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ତଥା ମାନବବାଦୀ ଚିନ୍ତାଧାରାର ଉଚ୍ଚପ୍ରଶଂସା କରିଥିଲେ।
କୋଣାର୍କ ଚକ୍ର ବିଶ୍ବ  ଏକତାର ପ୍ରତୀକ ବୋଲି ସେ ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ବିକାଶ ଖାନ୍ନାଙ୍କ ସୃଜନଶୀଳତା ଓ ଔଦ୍ୟୋଗୀକ ମନୋଭାବର ପ୍ରଶଂସା କରି  ତାଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ।

ସେପ୍ଟେମ୍ବର ମାସରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ!

ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କରେ ଯଦି କିଛି ଗୁରୁତ୍ବପୂର୍ଣ୍ଣ କାମ ରହିଛି ତାହେଲେ ଶୀଘ୍ର ସାରି ଦିଅନ୍ତୁ । ସେପ୍ଟେମ୍ବର ମାସରେ ୧୬ଦିନ ବନ୍ଦ ରହିବ ବ୍ୟାଙ୍କ । ବିଭିନ୍ନ ରାଜ୍ୟର ସ୍ଥାନୀୟ ଛୁଟି ସହ ବ୍ୟାଙ୍କ ଗୁଡ଼ିକ ୧୬ଦିନ ବନ୍ଦ ରହିବ । ସେପ୍ଟମ୍ବର ମାସରେ ଅନେକ ପର୍ବ ମଧ୍ୟ ରହିଛି । ଯେମିତି କି, ଗଣେଷ ପୂଜା, ଜନ୍ମାଷ୍ଟମୀ ଏବଂ ଇଦ୍-ଏ- ମିଲାଦ ରହିଛି ।

୩ ସେପ୍ଟେମ୍ବର ୨୦୨୩- ରବିବାର ହେତୁ ଦେଶରେ ସମଗ୍ର ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୬ ସେପ୍ଟେମ୍ବର ୨୦୨୩- ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ କାରଣରୁ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, ପାଟନାରେ ବ୍ୟାଙ୍କ ବନ୍ଦ ରହିବ।

ସେପ୍ଟେମ୍ବର ୭, ୨୦୨୩- ଶ୍ରୀକୃଷ୍ଣଙ୍କ ଜନମାଷ୍ଟମୀ ହେତୁ ଅହମ୍ମଦାବାଦ, ଚଣ୍ଡିଗଡ଼, ଡେରାଡୁନ୍, ଗ୍ୟାଙ୍ଗଟକ, ତେଲେଙ୍ଗାନା, ଜୟପୁର, ଜାମ୍ମୁ, କାନପୁର, ଲକ୍ଷ୍ନୌ, ରାୟପୁର, ରାଞ୍ଚି, ଶିଲୋଙ୍ଗ, ଶିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କ ଛୁଟି ରହିବ ।

ସେପ୍ଟେମ୍ବର ୯, ୨୦୨୩- ଦ୍ୱିତୀୟ ଶନିବାର ହେତୁ ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ବନ୍ଦ ରହିବ  ।

ସେପ୍ଟେମ୍ବର ୧୦, ୨୦୨୩- ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକରେ ଛୁଟିଦିନ ହେବ  ।

ସେପ୍ଟେମ୍ବର ୧୭, ୨୦୨୩- ରବିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ  ।

ସେପ୍ଟେମ୍ବର ୧୮, ୨୦୨୩- ବିନାୟକ ଚତୁଥୀ ପାଇଁ ବାଙ୍ଗାଲୋର, ତେଲେଙ୍ଗାନାରେ ବ୍ୟାଙ୍କ ବନ୍ଦ ରହିବ ।

ସେପ୍ଟେମ୍ବର ୧୯, ୨୦୨୩- ଗଣେଷ ଚତୁର୍ଥୀ କାରଣରୁ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇ, ନାଗପୁର, ପାନଜୀରେ ବ୍ୟାଙ୍କ ବନ୍ଦ ରହିବ।

ସେପ୍ଟେମ୍ବର ୨୦, ୨୦୨୩- ଗଣେଷ ଚତୁର୍ଥୀ ଏବଂ ନୁଆଖାଇ କାରଣରୁ କୋଚି ଏବଂ ଭୁବନେଶ୍ୱରରେ ବ୍ୟାଙ୍କ ବନ୍ଦ ରହିବ।

ସେପ୍ଟେମ୍ବର ୨୨, ୨୦୨୩- ଶ୍ରୀ ନାରାୟଣ ଗୁରୁ ସମାଦୀ ଦିବସ ଅବସରରେ କୋଚି, ପାନଜୀ ଏବଂ ତ୍ରିଭାନ୍ଦ୍ରମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।

ସେପ୍ଟେମ୍ବର ୨୩, ୨୦୨୩- ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ ରହିବ  ।

ସେପ୍ଟେମ୍ବର ୨୪, ୨୦୨୩- ରବିବାର ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିବ  ।

ସେପ୍ଟେମ୍ବର ୨୫, ୨୦୨୩- ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମ ବାର୍ଷିକୀ ହେତୁ ଗୌହାଟୀରେ ବ୍ୟାଙ୍କଗୁଡିକରେ ଛୁଟିଦିନ ହେବ  ।

ସେପ୍ଟେମ୍ବର ୨୭, ୨୦୨୩- ମିଲାଦ-ଇ-ସରିଫ କାରଣରୁ ଜାମ୍ମୁ, କୋଚି, ଶ୍ରୀନଗର ଏବଂ ତ୍ରିଭାଣ୍ଡ୍ରମରେ ବ୍ୟାଙ୍କ ବନ୍ଦ ରହିବ।

ସେପ୍ଟେମ୍ବର ୨୮, ୨୦୨୩- ଇଦ୍-ଇ-ମିଲାଦ୍ କାରଣରୁ ଅହମ୍ମଦାବାଦ, ଆଇଜାୱଲ୍, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ଡେରାଡୁନ୍, ତେଲେଙ୍ଗାନା, ଇମ୍ଫାଲ, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚିରେ ବ୍ୟାଙ୍କ ବନ୍ଦ ରହିବ। ।

ସେପ୍ଟେମ୍ବର ୨୯, ୨୦୨୩- ଇଦ୍-ଇ-ମିଲାଦ-ଉନ-ନବି କାରଣରୁ ବ୍ୟାଙ୍କ ଗ୍ୟାଙ୍ଗଟୋକ, ଜାମ୍ମୁ ଏବଂ ଶ୍ରୀନଗରରେ ବନ୍ଦ ରହିବ।

 

 

 

୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର; ‘ପ୍ରତୀକ୍ଷା’କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଆୱାର୍ଡ

ଭୁବନେଶ୍ୱର: ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏହା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ ଚଳଚ୍ଚିତ୍ର । ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ବାପା-ପୁଅ ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିଥିଲା। ପ୍ରତୀକ୍ଷାର ନିର୍ମାତା ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ହୋଇଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଦୀପନ୍ୱିତ ଦାସମହାପାତ୍ର ଓ ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର ।

ଏହି ଫିଲ୍ମରେ ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶାକୁ ନିଖୁଣ ଭାବରେ ଦର୍ଶାଯାଇଛି। ମଧ୍ୟବିତ ପରିବାରର ଯୁବକର ଚାକିରି ପାଇଁ କେମିତି ସଂଘର୍ଷ ।  ଏଥିସହିତ ଜଣେ ବାପା ଓ ପୁଅର ଏକ ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି ।

ସେହିପରି ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ହିଲିଂ ଟଚ’କୁ ମଧ୍ୟ ପୁରସ୍କାର ମିଳିଛି । ନନ ଫିଚର ସ୍ପେସିଆଲ ଇମୋସନ କାଟାଗୋରୀରେ ଏହାକୁ ମନୋନୀତ କରାଯାଇଛି। ଏହି ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଡକ୍ଟର ଶ୍ୱେତ କୁମାର ଦାସ । ଗାର୍ଗୀ ମହାନ୍ତି ଏବଂ ଗଜେନ୍ଦ୍ର ପାଢୀଙ୍କର ଚମତ୍କାର ଅଭିନୟ ଏଥିରେ ଦେଖିବାକୁ ମିଳିଥଲା ।

ତେବେ ଗଙ୍ଗୁବାଇ କାଠିଆବାଡି ଫିଲ୍ମରେ ଶ୍ରଷ୍ଠ ପ୍ରଦର୍ଶନ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆଡ୍ବାର୍ଡ ଦିଆଯାଇଛି । ସେହିପରି ମିମି ଚଳଚ୍ଚିତ୍ରରେ ଶ୍ରଷ୍ଠତମ ଅଭିନୟ ପାଇଁ କ୍ରିତି ସାନନଙ୍କୁ ମିଳିଛି ବେଷ୍ଟ ଆକ୍ଟ୍ରେସ ଆଓ୍ବାର୍ଡ ।

 

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ, ଆଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା

ନନ୍ଦିଘୋଷ ବ୍ୟୁରୋ: ଘୋଷଣା ହୋଇଛି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ପୁଷ୍ପା ଫିଲ୍ମ ପାଇଁ ଆଲ୍ଲୁ ଅର୍ଜୁନ ଶ୍ରେଷ୍ଠ କଳାକାର ହୋଇଥିବାବେଳେ ଗଙ୍ଗୁବାଇ କାଠିଆଓ୍ବାଡ଼ା ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀଭାବେ ଘୋଷିତ ହୋଇଛନ୍ତି । ସଦ୍ଦାର ଉତ୍ତମ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ହୋଇଥିବାବେଳେ ପ୍ରତୀକ୍ଷା ଶ୍ରେଷ୍ଠ ଓଡ଼ିଆ ଫିଲ୍ମଭାବେ ବିବେଚିତ ହୋଇଛି ।

ପଙ୍କଜ ତ୍ରିପାଠୀ, ସହ ଅଭିନେତା (ମିମି)

ପଲ୍ଲବୀ ଯୋଶୀ, ସହ ଅଭିନେତ୍ରୀ (କାଶ୍ମିରୀ ଫାଇଲ୍ସ)

ନିଖିଲ ମହାଜନ, ଶ୍ରେଷ୍ଠ ନିର୍ଦ୍ଦେଶକ ମରାଠି ଫିଲ୍ମ (ଗୋଦାବରୀ)

କ୍ରିତି ସାନନ, ଶ୍ରେଷ୍ଠ ଅଭିନେତ୍ରୀ (ମିମି)

ରକେଟ୍ରି, ଦ ନାମ୍ବି ଏଫେକ୍ଟ’- ଶ୍ରେଷ୍ଠ ଫିଚର ଫିଲ୍ମ