୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର; ‘ପ୍ରତୀକ୍ଷା’କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଆୱାର୍ଡ

1 min read

ଭୁବନେଶ୍ୱର: ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏହା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ ଚଳଚ୍ଚିତ୍ର । ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ବାପା-ପୁଅ ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିଥିଲା। ପ୍ରତୀକ୍ଷାର ନିର୍ମାତା ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ହୋଇଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଦୀପନ୍ୱିତ ଦାସମହାପାତ୍ର ଓ ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର ।

ଏହି ଫିଲ୍ମରେ ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶାକୁ ନିଖୁଣ ଭାବରେ ଦର୍ଶାଯାଇଛି। ମଧ୍ୟବିତ ପରିବାରର ଯୁବକର ଚାକିରି ପାଇଁ କେମିତି ସଂଘର୍ଷ ।  ଏଥିସହିତ ଜଣେ ବାପା ଓ ପୁଅର ଏକ ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି ।

ସେହିପରି ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ହିଲିଂ ଟଚ’କୁ ମଧ୍ୟ ପୁରସ୍କାର ମିଳିଛି । ନନ ଫିଚର ସ୍ପେସିଆଲ ଇମୋସନ କାଟାଗୋରୀରେ ଏହାକୁ ମନୋନୀତ କରାଯାଇଛି। ଏହି ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଡକ୍ଟର ଶ୍ୱେତ କୁମାର ଦାସ । ଗାର୍ଗୀ ମହାନ୍ତି ଏବଂ ଗଜେନ୍ଦ୍ର ପାଢୀଙ୍କର ଚମତ୍କାର ଅଭିନୟ ଏଥିରେ ଦେଖିବାକୁ ମିଳିଥଲା ।

ତେବେ ଗଙ୍ଗୁବାଇ କାଠିଆବାଡି ଫିଲ୍ମରେ ଶ୍ରଷ୍ଠ ପ୍ରଦର୍ଶନ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆଡ୍ବାର୍ଡ ଦିଆଯାଇଛି । ସେହିପରି ମିମି ଚଳଚ୍ଚିତ୍ରରେ ଶ୍ରଷ୍ଠତମ ଅଭିନୟ ପାଇଁ କ୍ରିତି ସାନନଙ୍କୁ ମିଳିଛି ବେଷ୍ଟ ଆକ୍ଟ୍ରେସ ଆଓ୍ବାର୍ଡ ।