spot_img
Home Blog Page 2724

୩୧ ତାରିଖରୁ ରାଜ୍ୟରେ ପୁଣି ବର୍ଷିବ ପ୍ରବଳ ବର୍ଷା

ଭୁବନେଶ୍ୱର : ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ପ୍ରଭାବିତ ହେବ ଉତ୍ତର-ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା । ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବ ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ଘଡଘଡି ବିଜୁଳି ସହ ବର୍ଷା ନେଇ ୨୩ ଟି ଜିଲ୍ଲାକୁ ସତର୍କ କରାଯାଇଛି । କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୩୧ ତାରିଖରୁ ପୁଣି ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ଆକଳନ କରାଯାଇଛି । ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ତୁଳନାରେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୭ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ମାତ୍ର ଦୁଇଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।

୨ଜଣଙ୍କୁ ଦଳି ମକଚି ମାରିବା ପରେ ଗାଁ ମୁହାଁ ଦନ୍ତା ହାତୀ

ଅନୁଗୁଳ : ଅନୁଗୁଳରେ ୨ ଜଣଙ୍କୁ ମାରିବା ପରେ ଏବେ ଗାଁ ମୁହାଁ ଗୋଠ ଛଡା ଦନ୍ତା । ଗତ କାଲି ସକାଳୁ ଝାଡୁ କରୁଥିବା ବେଳେ ଝିଲି ମାଝୀ ଓ ଗାଧୋଇବାକୁ ଯାଇଥିବା ବେଳେ ଶଙ୍କର ବିଶ୍ବାଳଙ୍କୁ ଦଳି ଦେଇଥିଲା ଦନ୍ତା । ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିଲେ । ଦନ୍ତା ଏବେ ଅନୁଗୁଳ ଓ ବନ୍ତଳା ବାନାଞ୍ଚଳରେ ଧନ ଜୀବନ ନଷ୍ଟ କରୁଛି । ଗତକାଲି ରାତିରେ କୁମୁରିଶୀଙ୍ଗା ଗାଁ ରାସ୍ତାରେ ବୁଲୁଥିବାର ନଜର ଆସିଛି । ହାତୀଟି ଘର ଭିତରେ ପଶି ବ୍ୟାପକ କ୍ଷତି କରୁଛି । ଲୋକମାନେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ ନିଜ ଘର ଛାତ ଉପରେ ଆଶ୍ରୟ ନେଉଛନ୍ତି । ଅନ୍ୟପଟେ କ୍ଷତିପୂରଣ ପ୍ରଦାନ ସହ ହାତୀକୁ ଘଉଡାଇବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ବନ ବିଭାଗ ହାତୀକୁ ଘଉଡାଇବାରେ ଏକ ପ୍ରକାର ବିଫଳ ହୋଇଛି । ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି।

ଗଜପତି ଜିଲ୍ଲାରେ ଏକାଧିକ ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ

ଗଜପତି : ମୁଖ୍ୟମନ୍ତ୍ରୀଙ୍କ ଶେଷ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ଅଭିଯୋଗ ଆବେଦନ ଉପରେ ଅଗ୍ରଗତିର ସମୀକ୍ଷା କରିଛନ୍ତି 5T ସଚିବ ।  ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ମେ ମାସରେ CMO ଗସ୍ତ ସମୟରେ ମୋଟ ୭୮୯ ଟି ଅଭିଯୋଗ ଆବେଦନ କରାଯାଇଥିଲା। ସେଥିମଧ୍ୟରୁ ୭୨୫ ଟି ଆବେଦନ ସମାଧାନ ହୋଇଛି ଏବଂ ୬୪ ଟି ଆବେଦନ ବିଭିନ୍ନ ସମାଧାନ ପର୍ଯ୍ୟାୟରେ ଅଛି । ବିଜୁ ଏକ୍ସପ୍ରେସୱେ ସର୍ଭେ କାର୍ଯ୍ୟରେ ଅଗ୍ରଗତିର ସମୀକ୍ଷା କରିଥିଲେ। ସେ ପାରଳାଖେମୁଣ୍ଡିରେ ବାଇପାସ୍ ରାସ୍ତା ଦେଇ ୪-ଲେନ ରାସ୍ତା ବିଷୟରେ ଆଲୋଚନା କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। ଛେଳିଗଡ଼ ଜଳସେଚନ ପ୍ରକଳ୍ପର ସମୀକ୍ଷା କରି ପାରିପାର୍ଶ୍ୱିକ ବିକାଶ ପ୍ରଭାବିତ ଗ୍ରାମଗୁଡିକ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ୧୦.୨ କୋଟି ଟଙ୍କା ବ୍ୟୟରେ ପେରିଫେରୀ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ଉପାଦାନଗୁଡିକ ଅନୁମୋଦନ କରାଯାଇଥିଲା | ପାରଳାଖେମୁଣ୍ଡିରେ ଥିବା ସଂସ୍କୃତ ଭବନକୁ ୬.୧୪ କୋଟି ଟଙ୍କା ବ୍ୟୟରେ ମଞ୍ଜୁରି ଦିଆଯାଇଥିଲା ।

ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି – କୃଷ୍ଣ ସାଗର (୩.୧୪ କୋଟି), ରାମସଗର (୩.୫୦ କୋଟି), ଗଜପତି ସାଗର (୧.୪ କୋଟି) ଟେଣ୍ଡର ଶୀଘ୍ର ଶେଷ ହେବା ସହ କାର୍ଯ୍ୟ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନ ଲ୍ୟାବ ଇତ୍ୟାଦି ପାଇଁ ବିଭିନ୍ନ କଲେଜକୁ ୧୧ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟର ଅଗ୍ରଗତି ଏବଂ ବିଭିନ୍ନ ଧାର୍ମିକ ତଥା ସମ୍ପ୍ରଦାୟ ଭବନର ବିକାଶ ପାଇଁ ୧୮.୪୫ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟର ସମୀକ୍ଷା କରିଥିଲେ। ଅକ୍ଟୋବର ସୁଦ୍ଧା କାର୍ଯ୍ୟ ଶେଷ ହେବା ଉଚିତ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାଂଶ ଆବେଦନ ପାଇଁ ପ୍ରକଳ୍ପ ମଞ୍ଜୁର ସମାପ୍ତ ହୋଇ ଗଜପତି ଜିଲ୍ଲାର ଅଭିଯୋଗ ସମାଧାନରେ 5T ସଚିବ ସନ୍ତୋଷ ବ୍ୟକ୍ତ କରିଛନ୍ତି। କାର୍ଯ୍ୟଗୁଡିକ ମଧ୍ୟ ଦ୍ରୁତ ଗତିରେ ଅଗ୍ରଗତି ହେବା ଉଚିତ ଏବଂ ସମୟ ସୀମା ମଧ୍ୟରେ ସମାପ୍ତ ହେବା ଉଚିତ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ସମ୍ପୃକ୍ତ ହେବାକୁ ସେ ସମ୍ପ୍ରଦାୟକୁ କହିଥିଲେ ଏବଂ ସେମାନଙ୍କ ଆବେଦନ ଉପରେ ଅଗ୍ରଗତି ବିଷୟରେ ଅବଗତ କରାଇଥିଲେ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବିଶ୍ୱାସ ଥିବା ବ୍ୟକ୍ତିମାନେ ଏକ ସମୟସୀମା ମଧ୍ୟରେ ଅଭିଯୋଗ ଆବେଦନରେ ଉଠାଯାଇଥିବା ସମସ୍ୟାର ସମାଧାନ କରି ସମ୍ମାନିତ ହେବା ଉଚିତ ଏବଂ ଆବେଦନକାରୀଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇବା ସହ ସେମାନଙ୍କ ମତାମତ ଗ୍ରହଣ କରିବା ଉଚିତ। ସକାଳ ୬.୩୦ ସମୟରେ 5T ସଚିବ, ଜିଲ୍ଲାପାଳ ଏସ୍ ପ୍ରଧାନ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ମୃତ୍ୟୁକାଳୀନ ଜମାନବନ୍ଦୀ ସବୁବେଳେ ସତ ହୋଇନପାରେ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମୃତ୍ୟୁକାଳିନ ଜମାନବନ୍ଦୀ ଉପରେ ଭରସା କରିବା ସମୟରେ କୋର୍ଟ ଅଧିକ ସାବଧାନ ରୁହନ୍ତୁ । ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ଟିପ୍ପଣି ଦେଇଛନ୍ତି । ମୃତ୍ୟୁକାଳୀନ ଜମାନବନ୍ଦୀ ସବୁବେଳେ ସତ ହୋଇନପାରେ  । ଯଦିଓ ଆଇନ ଅନୁମାନ କରେ ଯେ ଏହା ସତ, କିନ୍ତୁ ଭରସା କରିବା ପୂର୍ବରୁ କିଛିଟା ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର । ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନ ଆଧାରରେ ଜଣକୁ ଦଣ୍ଡାଦେଶ କରିବା ସମର୍ଥନରେ ନାହାନ୍ତି ସୁପ୍ରିମକୋର୍ଟ । ଶୁଣାଣି ହେଉଥିବା ମାମଲା ଅନୁସାରେ ନିଜର ଦୁଇ ଭାଇ ଓ ପୁଅର ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।SC forms new Constitution Bench led by CJI DY Chandrachud

ଅଭିଯୋଗ ଯେ  ସେମାନେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲଗାଇ ବାହାରୁ କବାଟ ଦିଆଯାଇଥିଲା । କିନ୍ତୁ ପଡୋଶୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ  । ସେଠାରେ ସମସ୍ତଙ୍କର ମୃତ୍ୟୁ ପୂର୍ବରୁ ପୋଲିସ ବୟାନ ରେକର୍ଡ କରିଥିଲା  । ଏହି ବୟାନ ଆଧାରରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି  । ଦ୍ବିତୀୟ ବିବାହକୁ ନେଇ ଏପରି କାଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା  । ଯାହାକୁ ନେଇ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଥିଲା  ।

‘ବିନା ପ୍ରମାଣରେ ମିଥ୍ୟା ଅଭିଯୋଗ କରୁଛନ୍ତି ଅପରାଜିତା, ମାନହାନୀ ମକଦ୍ଦମା କରାଯିବ’

ଭୁବନେଶ୍ୱର: କ୍ଷମା ମାଗନ୍ତୁ ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିନା ପ୍ରମାଣରେ ମିଥ୍ୟା ଅଭିଯୋଗ କରୁଥିବାରୁ, ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରାଯିବ । ସାଂସଦ ଅପରାଜିତା ସଡ଼ଙ୍ଗୀଙ୍କ ଅଭିଯୋଗର ଜବାବ ରଖିଲେ କିରୁଥିକା ପ୍ରଭାକରନଙ୍କ ଓକିଲ ମାନସ ମହାପାତ୍ର। ସବୁ ଜମି ଆଇନ ଅନୁସାରେ କିଣା ଯାଇଛି । ବେଆଇନ ଭାବେ ଜମି କିଣା ଯାଇନାହିଁ । କେତେ ଜମି କିଣା ଯାଇଛି ଅପରାଜିତା ତାହା ଜାଣି ନାହାନ୍ତି । କୌଣସି ତଥ୍ୟ ପ୍ରମାଣ ନଥାଇ ଜଣେ ଭଦ୍ର ମହିଳାଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି । ଜଣେ ଭାରତୀୟ ହିସାବରେ ଦେଶର ଯେ କୌଣସି ସ୍ଥାନରେ ସେ ଜମି କିଣି ପାରିବେ। କିରୁଥିକାଙ୍କୁ ଜମି ଜବରଦଖଲକାରୀ କହି ତାଙ୍କ ସମ୍ମାନହାନୀ କରିଛନ୍ତି ଅପରାଜିତା । ସେଥିପାଇଁ ଅପରାଜିତାଙ୍କ ବିରୋଧରେ ଲିଗାଲ ନୋଟିସ ପଠାଯିବ। ଯଦି ଅପରାଜିତା କ୍ଷମା ନମାଗନ୍ତି, ତେବେ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି।

5T ସଚିବଙ୍କ ଅଚାନକ ଗଜପତି ଗସ୍ତ, ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଲେ

ଗଜପତି: 5T ସଚିବ ଭି.କେ. ପାଣ୍ଡିଆନଙ୍କ ଅଚାନକ ଗଜପତି ଗସ୍ତ । ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଖାନା ପକ୍ଷରୁ ଦିଆଯାଉଥିବା ସୁବିଧା ଓ ରୋଗୀସେବା କିପରି ଚାଲିଛି ସେନେଇ ଉଭୟ ରୋଗୀ ଓ ଡାକ୍ତରଙ୍କୁ ପଚାରି ବୁଝିଥିଲେ । ରାତି ପ୍ରାୟ ୯ଟାରେ ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ବୁଲିବା ସହ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଡାକ୍ତରଖାନା ପରିସରକୁ ଅଧିକ ସଫା ସୁତରା ରଖିବାକୁ ସିଡିଏମଓଙ୍କୁ ପରାମର୍ଶ ଦେଇଥିଲେ 5T ସଚିବ । ଏହାପରେ ଆଦର୍ଶ ଥାନାକୁ ଯାଇ ଷ୍ଟେସନ ଡାଇରୀ ଦେଖିଥିଲେ ।

ଡାଇରୀ ଦାୟୀତ୍ବରେ ଥିବା ଅଧିକାରୀଙ୍କୁ ଆଜି ମୋଟ କେତେ କେସ ରେଜିଷ୍ଟର ହୋଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ । ଥାନାରେ କେସ ରେଜିଷ୍ଟର କରିଥିବା ୪ଜଣ ବ୍ୟକ୍ତିଙ୍କୁ ସେମାନଙ୍କ ନମ୍ବରରେ, ନିଜେ ଫାଇଭ ସଚିବ ଫୋନ କରି, ପୋଲିସ ସେବାରେ ସେମାନେ ସନ୍ତୁଷ୍ଟ କି ନାହିଁ ପଚାରିଥିଲେ । ସମସ୍ତ ୪ଜଣଙ୍କ ଠାରୁ ସନ୍ତୋଷଜନକ ଉତ୍ତର ପାଇବା ପରେ, ପୋଲିସ ମୋ ସରକାର ନିୟମ ଆଧାରରେ କାମ କରୁଥିବାରୁ ଧନ୍ୟବାଦ ଦେଇଥିଲେ । ମୋ ସରକାର ସଂପର୍କିତ ସମସ୍ତ ବିବରଣୀ ଓ ହେଲପଲାଇନ ନମ୍ବର ବୋର୍ଡ ମାଧ୍ୟମରେ ଥାନାରେ ରଖିବାକୁ ସେ ଥାନାଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଚନ୍ଦ୍ରଯାନ-୩ର ମଡେଲ ପ୍ରଦର୍ଶିତ

ଭୁବନେଶ୍ବର: ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ବିକ୍ରମ ଓ ପ୍ରଜ୍ଞାନ ମହାକାଶ ଯାନ ର ସଫଳତାରେ ସମଗ୍ର ବିଶ୍ୱରେ ଇତିହାସ ରଚିଥିବା ଭାରତର ମହାକାଶ ବିଜ୍ଞାନରେ ଏହି ଐତିହାସିକ ସଫଳତାର ସ୍ମାରକୀ ସ୍ଵରୂପ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଚିତ୍ରକଳା ବିଭାଗ ପକ୍ଷରୁ ଉଭୟ ଅନ୍ତରୀକ୍ଷ ଯାନ ପୃଥିବୀ ଓ ଚନ୍ଦ୍ରକୁ ନେଇ ଏକ ଆକର୍ଷଣୀୟ ମଡେଲ ଲୋକାର୍ପିତ ହୋଇଯାଇଛି । ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସ୍ନାତକତ୍ତୋର ପରିଷଦ ର ମୂଖ୍ୟ ଡାଃ ଚକ୍ରଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚିତ୍ର କଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏହି ମଡେଲକୁ ଲୋକାର୍ପିତ କରିଥିଲେ ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ, ପରୀକ୍ଷା ନିୟନ୍ତ୍ରକ ଧରଣୀ ଧର ରଣା, ବିତ୍ତ ଅଧିକାରୀ ରାଜେଶ କୁମାର ମହାନ୍ତ । ଏହି ଅବସରରେ ଶୀଳ୍ପି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାଙ୍କର ଭୂୟସୀ ପ୍ରଶଂସା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଡାଃ ସମ୍ବରୁ ସୌଭରା, ଡାଃ ମନୋରଞ୍ଜନ ପ୍ରଧାନ, ଡାଃ ସସ୍ମିତା କମିଲା, ସହକାରୀ ପ୍ରଫେସର ଡକ୍ଟର ଆଶିଷ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ଆସନ୍ତା ୩୧ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ପ୍ରଭାବିତ ହେବ ଉତ୍ତର-ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା । ଦିନକ ପରେ ରାଜ୍ୟରୁ କମିବ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି କମିବ ପ୍ରଭାବ । ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଆଜି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, କୋରାପୁଟ, ରାୟଜଡା ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହାସହ ଘଡଘଡି ବିଜୁଳି ସହ ବର୍ଷା ନେଇ ୨୩ ଟି ଜିଲ୍ଲାକୁ ସତର୍କ କରାଯାଇଛି । ୨୭ ତାରିଖରୁ ବର୍ଷାର ପରିମାଣ କମିବ । କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୩୧ ତାରିଖରୁ ପୁଣି ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ଆକଳନ କରାଯାଇଛି । ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ତୁଳନାରେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୭ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ମାତ୍ର ଦୁଇଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।

ଝାରସୁଗୁଡା ଓ ଲଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର: ଝାରସୁଗୁଡା ଓ ଲଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟରର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କର୍ପୋରେଟ୍ ସଂସ୍ଥା ବେଦାନ୍ତ ସହଯୋଗରେ ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଝାରସୁଗୁଡା ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଏହା ସହାୟକ ହେବ। ସୁସ୍ଥ ଓଡିଶା, ସୁଖୀ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ହସ୍ପିଟାଲ ଗୁଡିକର ଉନ୍ନତିକରଣ କରୁଛନ୍ତି। ଶହ ଶହ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉଛି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ବଡ ରୂପାନ୍ତର ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିରେ ପ୍ରତି ମାସରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଛନ୍ତି । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବିକାଶର ସୂଚକ। ସେଥିପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । ସରକାରଙ୍କ ସହିତ ଏଥିରେ ଘରୋଇ କ୍ଷେତ୍ର ଯୋଡି ହେବା ଖୁସିର କଥା । ସମସ୍ତଙ୍କ ସହଯୋଗରେ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ବେଦାନ୍ତର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ଜିଲ୍ଲପାଳ ଓ ବେଦାନ୍ତର ସିଇଓ ପ୍ରମୁଖ ଯୋଗ ଦେଇଥିଲେ ।

Chandrayaan-3: ଚନ୍ଦ୍ରପୃଷ୍ଠରେ ମୁନୱାକ୍‌ କଲା ପ୍ରଜ୍ଞାନ, ୮ ମିଟର ଦୂରତା କଲା ଅତିକ୍ରମ

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ମୁନୱାକ କଲା ରୋଭର ପ୍ରଜ୍ଞାନ  । ସଫଳତାର ସହ ମୁନୱାକ୍‌ କରି ୮ ମିଟର ଦୂରତା ଅତିକ୍ରମ କରିଛି ପ୍ରଜ୍ଞାନ  । ଏହାର ସମସ୍ତ ପେଲୋଡ ସଠିକ ଢଙ୍ଗରେ କାମ କରୁଥିବା ସୂଚନା ଦେଇଛି ଇସ୍ରୋ  । ଚନ୍ଦ୍ରଯାନ ୩ର ବିକ୍ରମ ଲ୍ୟାଣ୍ଡର ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା  । ମୁନୱାକ ହେଉଛି ଜଣାଶୁଣା ଡାନ୍ସର ମାଇକେଲ ଜ୍ୟାକସନଙ୍କ ଏକ ଲୋକପ୍ରିୟ ଡାନ୍ସ ଫର୍ମ  ।

ଇସ୍ରୋ ଏହି ଖୁସି ଜାହିର କରି ଟ୍ବିଟ କରିଛି ଯେ, ରୋଭର ୮ ମିଟର ଦୂରତା ସଫଳତାପୂର୍ବଳ ଗତି କରିଛି  । ରୋଭର ପେଲୋଡ ଲେଜର ପ୍ରେରିତ ବ୍ରେକଡାଉନ ଓ ଆଲଫା ପାର୍ଟିକଲ ଚାଲୁ ଅଛି  । ପ୍ରପୋଲ୍ସନ ମଡ୍ୟୁଲ, ଲ୍ୟାଣ୍ଡର ମଡ୍ୟୁଲ ରୋଭରରେ ଥିବା ସମସ୍ତ ପେଲୋଡ ସାମାନ୍ୟ ଭାବେ କାମ କରୁଛି  ।

ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରୋଭର ଚନ୍ଦ୍ରପୃଷ୍ଠରେ ଘୁରି ପୂର୍ବ ନିର୍ଦ୍ଧାରିତ ପ୍ରୟୋଗ ଗୁଡିକୁ ଶେଷ କରିବ  । ଇସ୍ରୋ ଅନୁସାରେ ଚନ୍ଦ୍ରମା ରୋଭରରେ ଲ୍ୟାଣ୍ଡିଂ ସ୍ଥଳର ଆଖପାଖରେ ମୌଳିକ ସଂରଚନା ପ୍ରାପ୍ତ କରିବା ପାଇଁ ଏପିଏକ୍ସଏସ ଓ ଏଲଆଇବିଏସ ଅଟେ ।

ଲ୍ୟାଣ୍ଡର ବି ରୋଭର ଭଳି ନିଜ ପେଲୋଡ ସହ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପାଦନ କରିବ  । ସେ ଚନ୍ଦ୍ରପୃଷ୍ଠର ବିଶ୍ଲେଷଣ, ଲ୍ୟାଣ୍ଡିଂ ସ୍ଥଲର ଆଖପାଖ ଅଞ୍ଚଳରେ ଭୁକମ୍ପୀୟ ତରଙ୍ଗର ମାପ, ପ୍ଲାଜମା ଘନତ୍ବ ଓ ଏହାର ବିବିଧତାର ଅନୁମାନ ଲଗାଇବା ଭଳି ପ୍ରୟୋଗ ଗୁଡିକ ସମ୍ପାଦନ କରିବ  ।