୨ଜଣଙ୍କୁ ଦଳି ମକଚି ମାରିବା ପରେ ଗାଁ ମୁହାଁ ଦନ୍ତା ହାତୀ

ଅନୁଗୁଳ : ଅନୁଗୁଳରେ ୨ ଜଣଙ୍କୁ ମାରିବା ପରେ ଏବେ ଗାଁ ମୁହାଁ ଗୋଠ ଛଡା ଦନ୍ତା । ଗତ କାଲି ସକାଳୁ ଝାଡୁ କରୁଥିବା ବେଳେ ଝିଲି ମାଝୀ ଓ ଗାଧୋଇବାକୁ ଯାଇଥିବା ବେଳେ ଶଙ୍କର ବିଶ୍ବାଳଙ୍କୁ ଦଳି ଦେଇଥିଲା ଦନ୍ତା । ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିଲେ । ଦନ୍ତା ଏବେ ଅନୁଗୁଳ ଓ ବନ୍ତଳା ବାନାଞ୍ଚଳରେ ଧନ ଜୀବନ ନଷ୍ଟ କରୁଛି । ଗତକାଲି ରାତିରେ କୁମୁରିଶୀଙ୍ଗା ଗାଁ ରାସ୍ତାରେ ବୁଲୁଥିବାର ନଜର ଆସିଛି । ହାତୀଟି ଘର ଭିତରେ ପଶି ବ୍ୟାପକ କ୍ଷତି କରୁଛି । ଲୋକମାନେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ ନିଜ ଘର ଛାତ ଉପରେ ଆଶ୍ରୟ ନେଉଛନ୍ତି । ଅନ୍ୟପଟେ କ୍ଷତିପୂରଣ ପ୍ରଦାନ ସହ ହାତୀକୁ ଘଉଡାଇବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ବନ ବିଭାଗ ହାତୀକୁ ଘଉଡାଇବାରେ ଏକ ପ୍ରକାର ବିଫଳ ହୋଇଛି । ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି।