ମୃତ୍ୟୁକାଳୀନ ଜମାନବନ୍ଦୀ ସବୁବେଳେ ସତ ହୋଇନପାରେ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମୃତ୍ୟୁକାଳିନ ଜମାନବନ୍ଦୀ ଉପରେ ଭରସା କରିବା ସମୟରେ କୋର୍ଟ ଅଧିକ ସାବଧାନ ରୁହନ୍ତୁ । ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ଟିପ୍ପଣି ଦେଇଛନ୍ତି । ମୃତ୍ୟୁକାଳୀନ ଜମାନବନ୍ଦୀ ସବୁବେଳେ ସତ ହୋଇନପାରେ  । ଯଦିଓ ଆଇନ ଅନୁମାନ କରେ ଯେ ଏହା ସତ, କିନ୍ତୁ ଭରସା କରିବା ପୂର୍ବରୁ କିଛିଟା ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର । ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନ ଆଧାରରେ ଜଣକୁ ଦଣ୍ଡାଦେଶ କରିବା ସମର୍ଥନରେ ନାହାନ୍ତି ସୁପ୍ରିମକୋର୍ଟ । ଶୁଣାଣି ହେଉଥିବା ମାମଲା ଅନୁସାରେ ନିଜର ଦୁଇ ଭାଇ ଓ ପୁଅର ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।SC forms new Constitution Bench led by CJI DY Chandrachud

ଅଭିଯୋଗ ଯେ  ସେମାନେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲଗାଇ ବାହାରୁ କବାଟ ଦିଆଯାଇଥିଲା । କିନ୍ତୁ ପଡୋଶୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ  । ସେଠାରେ ସମସ୍ତଙ୍କର ମୃତ୍ୟୁ ପୂର୍ବରୁ ପୋଲିସ ବୟାନ ରେକର୍ଡ କରିଥିଲା  । ଏହି ବୟାନ ଆଧାରରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି  । ଦ୍ବିତୀୟ ବିବାହକୁ ନେଇ ଏପରି କାଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା  । ଯାହାକୁ ନେଇ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଥିଲା  ।