spot_img
Home Blog Page 2719

ପୂରଣ ହେବ ଦୀର୍ଘ ଦଶନ୍ଧିର ସ୍ବପ୍ନ, ଆସନ୍ତା ୩୧ ତାରିଖରେ ଉଦଘାଟନ ହେବ କଳାହାଣ୍ଡି ଜିଲ୍ଲାର ଉତ୍କେଲା ବିମାନବନ୍ଦର

ଭୁବନେଶ୍ୱର: ଆସନ୍ତା ୩୧ ତାରିଖରେ ଉଦଘାଟନ ହେବ କଳାହାଣ୍ଡିର ଉତ୍କେଲା ବିମାନ ବନ୍ଦର। ପୂରଣ ହେବ ଦୀର୍ଘ ଦଶନ୍ଧିର ସ୍ବପ୍ନ । ୩୧ ତାରିଖ ସକାଳ ସାଢେ ୧୦ରେ ଉତ୍କେଲା ବିମାନ ବନ୍ଦରକୁ ଉଡ଼ିବ ବିମାନ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଭି.କେ ସିଂ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଯୋଗଦେବେ । ୧୦ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରୁ ଉତ୍କେଲାକୁ ପ୍ରଥମ ବିମାନ ସେବା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୌମ୍ୟଙ୍କ ଆଲେଖ୍ୟକୁ ନେଇ ଅନୁଭବଙ୍କ ଖୋଲା ଚ୍ୟାଲେଞ୍ଜ, ୧୨ ଘଣ୍ଟା ମଧ୍ୟରେ ପ୍ରମାଣ ଦେବାକୁ ଆହ୍ବାନ

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅନୁଭବ ପଟ୍ଟନାୟକଙ୍କ ଖୋଲା ଚ୍ୟାଲେଞ୍ଜ । ଦୈନିକ ସମ୍ବାଦର ଆଲେଖ୍ୟକୁ ନେଇ ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ । ୧୫ ଦିନ ମଧ୍ୟରେ ସମ୍ବାଦରେ ଆପଣଙ୍କର ଦୁଇଟି ଆଲେଖ୍ୟ ଆସିଛି । ଏଥିରେ ଆପଣଙ୍କର ହତାଶା ସ୍ପଷ୍ଟ ଭାବେ ବାରି ହୋଇପଡୁଛି ବୋଲି ସିଧାସଳଖ କହିଛନ୍ତି ଅନୁଭବ । ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ 5T ସଚିବ କହିଥିବା ନେଇ ଚ୍ୟାଲେଞ୍ଜ କରିଛନ୍ତି । 5T ସଚିବ ଏଭଳି କେଉଁଠି କହିଛନ୍ତି, ତାର ପ୍ରମାଣ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ସେହିପରି ଆପଣଙ୍କ ଚ୍ୟାନେଲ ଓ ଖବରକାଗଜରେ ୧୨ ଘଣ୍ଟା ମଧ୍ୟରେ ଏହାକୁ ପ୍ରକାଶ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ । ଯଦି ଆପଣ ପ୍ରମାଣିତ କରିଦେବେ, ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଅନୁଭବଙ୍କ କହିଛନ୍ତି । ଯଦି ପ୍ରମାଣ କରିପାରିବେନି ତାହେଲେ ଆପଣ ବଡ଼ ମିଛୁଆ ବୋଲି ଧରାପଡ଼ିବେ । ଆପଣ ମିଛୁଆ ବୋଲି ରାଜ୍ୟବାସୀ ଧରିନେବେ ।

ଖାଲି ଏତିକି ନୁହେଁ, 5T ସଚିବଙ୍କ ଗସ୍ତ ଖର୍ଚ୍ଚ ସୂଚନା ନେଇ ମଧ୍ୟ ଅନୁଭବ ସୌମ୍ୟରଞ୍ଜନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗସ୍ତ ଖର୍ଚ୍ଚ ସମ୍ପର୍କରେ କୌଣସି ପ୍ରମାଣ ଅଛି କି ବୋଲି ପ୍ରଶ୍ନ କରିଛନ୍ତି । କିଛି ବର୍ଷ ପୂର୍ବେ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ବିଜ୍ଞାପନ ବାବଦରେ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ସେ ସମୟରେ ଆପଣଙ୍କର ବିବେକ କେଉଁଠି ଥିଲା ? ଆପଣଙ୍କର ଗଣିତ ଅନୁଯାୟୀ, ଉଭୟ ଚନ୍ଦ୍ରକୁ ଯାଇ ଡିଲ୍ କରିଥାଇ ପାରନ୍ତି । 5T ସଚିବ ନିଜ ପରିବାରକୁ ଭେଟିବାକୁ ଓଡ଼ିଶା ବୁଲୁନାହାନ୍ତି । ସେ ଲୋକଙ୍କୁ ଭେଟୁଛନ୍ତି । ସେମାନଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରୁଛନ୍ତି । ମୋ ସୂଚନା ଅନୁସାରେ, ଖଣ୍ଡପଡ଼ାରୁ ସର୍ବାଧିକ ଅଭିଯୋଗ ପତ୍ର ପାଇଛନ୍ତି 5T ସଚିବ । ଏହା ସୂଚାଇ ଦେଉଛି ଯେ, ଖଣ୍ଡପଡ଼ାବାସୀ ଆପଣଙ୍କ ଉପରୁ ବିଶ୍ବାସ ହରାଇ ସାରିଲେଣି । ଏହା ଆପଣଙ୍କୁ ବାଧୁଛି । ଯେଉଁଥିପାଇଁ ଆପଣ ଆପଣଙ୍କ ଖବର କାଗଜ ମାଧ୍ୟମରେ ରାଗ ସୁଝାଉଛନ୍ତି । ସେହିପରି ଠକେଇ ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ୍ ହୋଇଛି । ତାଙ୍କ ସବୁ ଦୁର୍ନୀତିକୁ ଆପଣଙ୍କ ଖବର କାଗଜ ଓ ଟିଭି ଚ୍ୟାନେଲ ଦେଖାଇଛି । ଆପଣଙ୍କୁ ଲଜ୍ଜା ଲାଗୁନାହିଁ ଯେ, ଆପଣ ଜଣେ ଜାମିନରେ ଥିବା ଅପରାଧୀକୁ ସମର୍ଥନ କରୁଛନ୍ତି । ଆପଣଙ୍କ ମିଛ ଓ ଆପଣଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଲୋଭ ରାଜ୍ୟବାସୀଙ୍କ ଆଗରେ ଖୁଲାସା ହୋଇ ସାରିଲାଣି । ଆଶା କରୁଛି ୧୨ ଘଣ୍ଟା ମଧ୍ୟରେ ଆପଣ ସବୁ ପ୍ରମାଣ ଦେଖାଇବେ ବୋଲି ସୌମ୍ୟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ ପଟ୍ଟନାୟକ ।

ଆମେରିକାରେ ପୁଣି ଗଣ ଗୁଳିକାଣ୍ଡ, ଫ୍ଲୋରିଡାରେ ଆତତାୟୀର ଆଖିବୁଜା ଫାୟାରିଂ

ଓ୍ୱାଶିଂଟନ: ଆମେରିକାରେ ଗଣ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢି ଚାଲିଛି । ଏବେ ଫ୍ଲୋରିଡାର ଜ୍ୟାକ୍ସନବିଲେରେ ପୁଣିଥରେ ଆତତାୟୀର ଆଖିବୁଜା ଗୁଳିମାଡରେ ୩ ଜଣଙ୍କ ଜୀବନ ଯାଇଛି । ଜଣେ ଶ୍ୱେତବର୍ଣ୍ଣ ବନ୍ଧୁକଧାରୀ ଏକ ଡଲାର ଜେନେରାଲ ଷ୍ଟୋରରେ ବ୍ୟକ୍ତି AR-15 ଷ୍ଟାଇଲ ରାଇଫଲ ବାହାର କରି ଅତର୍କିତ ଭାବେ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ତିନି କୃଷ୍ଣକାୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାପରେ ନିଜେ ମଧ୍ୟ ନିଜକୁ ଗୁଳି କରିଦେଇଛି । ମୃତ ବନ୍ଧୁକଧାରୀ ଶ୍ବେତବର୍ଣ୍ଣ ବ୍ୟକ୍ତି ଥିଲା ଏବଂ ସେ କୃଷ୍ଣକାୟ ଲୋକଙ୍କୁ ଘୃଣା କରୁଥିଲା । ତେଣୁ କୃଷ୍ଣକାୟ ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେ ଏଭଳି ନାରକୀୟ କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଗୁଳିମାଡରେ ଦୁଇ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁଳିମାଡ ପୂର୍ବରୁ ଦୁର୍ବୃତ୍ତ ନିଜ ପରିବାର, ଗଣମାଧ୍ୟମ ଓ ପୋଲିସ ପାଇଁ ମାନିଫେଷ୍ଟୋ ଲେଖିଥିଲା । ଯେଉଁଥିରୁ କୃଷ୍ଣକାୟ ସମୁଦାୟଙ୍କ ପ୍ରତି ତା’ର ଘୃଣା ସମ୍ପର୍କରେ ସୂଚନା ମିଳିଛି । ଫେଡେରାଲ ଅଧିକାରୀମାନେ ଗୁଳିମାଡ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ବରମୁଣ୍ଡା ISBT ପାଇଁ କମିଶନରେଟ ପୋଲିସର ସହର ସର୍ଭେ, ଛକ ଛକରେ ବସର ଡାଟା ନେଉଛି ପୋଲିସ

ଭୁବନେଶ୍ୱର: ବରମୁଣ୍ଡା ISBT ପାଇଁ କମିଶନରେଟ ପୋଲିସର ସହର ସର୍ଭେ । ଛକ ଛକରେ ବସର ଡାଟା ନେଉଛି ପୋଲିସ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବସର ରହଣି ଓ ପାର୍କିଂ ପାଇଁ ଆରମ୍ଭ ହୋଇଛି ସର୍ଭେ । ଏନେଇ ଭୁବନେଶ୍ବରର ୫୦ଟି ଛକରେ ପୋଲିସ କର୍ମଚାରୀଙ୍କ ଦ୍ବାରା ତଥ୍ୟ ନେଉଛି ପୋଲିସ । ଭୁବନେଶ୍ବର ବରମୁଣ୍ଡାକୁ ଆସୁଥିବା ବେସରକାରୀ ବସର ଡାଟା ନିଆଯାଉଛି । କେଉଁ ବସ୍ କେଉଁ ସମୟରେ ଭୁବନେଶ୍ବରରେ ପହଞ୍ଚୁଛି । କେଉଁ ଛକରେ କେତେ ସମୟ ରହୁଛି । ବସଟି କେଉଁ ରୁଟ ଦେଇ କେଉଁ ଆଡକୁ ଯାଉଛି । ବସର ନମ୍ବର ସହ ବସର ନା କେଉଁ ଛକରେ କେତେ ସମୟ ରହଣି ହୋଇ ବସଟି ଛାଡୁଛି । ସେସବୁର ପ୍ରକୃତ ସମୟ ସୀମା ଓ ସମ୍ପୃର୍ଣ୍ଣ ତଥ୍ୟ ରେକର୍ଡ ନେଉଛନ୍ତି ପୋଲିସ କର୍ମଚାରୀ ।

ଏଥିପାଇଁ କମିଶନରେଟ ପୋଲିସର ନବ ନିଯୁକ୍ତ ୨୦୦ କନଷ୍ଟେବଳ ୫୦ଟି ଛକରେ ଦୁଇରୁ ୪ଜଣ ନିୟୋଜିତ ହୋଇଛନ୍ତି । ବସର ସମ୍ପୂର୍ଣ୍ଣ ବିବରଣୀ ଏକ କାଗଜରେ ଲେଖାଯାଉଛି । ଏନେଇ କମିଶନରେଟ ପୋଲିସର ଜଣେ ବରିଷ୍ଠ ଅଧିକାରି କହିଛନ୍ତି, ISBT ବସ ଟର୍ମିନାଲ ଭୁବନେଶ୍ବର ପାଇଁ ଏକ ବଡ଼ ପ୍ରୋଜେକ୍ଟ । ବସର ସଠିକ ରହଣି ଓ ଯାତ୍ରୀଙ୍କ ପାଇଁ ସଠିକ ପରିଚାଳନା ଓ ବ୍ୟବହାର ଉପଯୋଗୀ ଦୃଷ୍ଟିରୁ ଏଭଳି ଡାଟା ରେକର୍ଡ କରାଯାଉଛି । ଯାହା ଫଳରେ ସହରରେ ଟ୍ରାଫିକ ବ୍ୟବସ୍ଥା ସୁଧୁରିବ । ଏହାସହ ଟ୍ରାଫିକ ଜାମରେ ଲୋକମାନେ ଫଶିବେ ନାହିଁ ।

ଗୋଲ୍ଡେନ ବାବାର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି

ଭୁବନେଶ୍ୱର: ଗୋଲ୍ଡେନ ବାବାର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି । ଘର, ଦାମୀ ଗାଡି ଓ ଫ୍ରିଜ ଆକାଉଣ୍ଟର ଟଙ୍କା ଆଟାଚ ହୋଇଛି । ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ ଗୋଲ୍ଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା । ଚେକ୍‌ ବାଉନ୍ସ ହେବାରୁ ୨୦୧୮ ଡିସେମ୍ବର ୩୧ରେ ତାକୁ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ୨୦୨୦ରେ ନିଜ ଆଡୁ ମାମଲା ରୁଜୁ କରିଥିଲା ଇଡି । ଠକେଇ ଟଙ୍କାରେ ଚଢୁଥିଲା ଅଡି, ଜାଗୁଆର ଓ ବିଏମଡବ୍ଲୁ କାର । କିଛିଦିନ ତଳେ ନୟାପଲ୍ଲୀ ଅଞ୍ଚଳରୁ ଦାମୀ ଗାଡି ସିଜ୍‌ କରିଥିଲା ଇଡି ।

ଥାନା କ୍ୱାର୍ଟରରେ ଝୁଲିପଡିଲେ କନେଷ୍ଟବଳ, ପରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ

ଭଦ୍ରକ: ଥାନା କ୍ୱାର୍ଟରରେ ଝୁଲିପଡିଲେ କନେଷ୍ଟବଳ । ଭଦ୍ରକ ଜିଲ୍ଲା ତିହିଡି ଥାନାରେ କାର୍ଯ୍ୟରତ କନେଷ୍ଟବଳ ତୋଫାନ ପାତ୍ରଙ୍କ ଆତ୍ମହତ୍ୟା । ପରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ତାଙ୍କ ଘର ଆନନ୍ଦପୁରରେ ବୋଲି ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ସେ ପାରିବାରିକ କଳହରୁ ତିହିଡି ଥାନା ପରିସରରେ ଥିବା ନିଜର ସରକାରୀ କ୍ବାର୍ଟରରେ ଵେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଖବର ପାଇ ତିହିଡି ପୋଲିସ ପହଞ୍ଚି ତାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ତୋଫାନ ପାତ୍ର ଦୀର୍ଘଦିନ ଧରି ତିହିଡି ଥାନାରେ କାର୍ଯ୍ୟରତ ଥିଲେ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ଏନେଇ ତୋଫାନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମହଙ୍ଗା ପଡ଼ିଲା ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା, ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର ନିଲମ୍ବିତ

ସମ୍ବଲପୁର: ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ମହଙ୍ଗା ପଡ଼ିଲା ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା । ଏପରି ଅଭିଯୋଗ ଆସିବା ପରେ ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁରଙ୍କୁ ନିଲମ୍ବିତ କରାଯାଇଛି । କୁଳପତିଙ୍କ ନିର୍ଦ୍ଦେଶରେ ରଜତ କୁଜୁରଙ୍କୁ ନିଲମ୍ବିତ କରିଛନ୍ତି କୁଳସଚିବ । ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର୍ ସେହି ବିଭାଗର ଜଣେ ମହିଳା ଅଧ୍ୟାପିକାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ଗୁରୁତର ସହ ନେଇଥିଲେ କୁଳପତି । ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ ହୋଇଥିଲା ।

ରାଜଧାନୀରେ ଭିଜିଲାନ୍ସ ଅଧିକାରୀ କହି ଡକାୟତି ମାମଲା, କମିଶନରେଟ ପୋଲିସ ଜାଲରେ ୮ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର: ରାଜଧାନୀରେ ଭିଜିଲାନ୍ସ ଅଧିକାରୀ କହି ଡକାୟତି ମାମଲା । କମିଶନରେଟ ପୋଲିସ ଜାଲରେ ୮ ଜଣିଆ ଡକାୟତି ଗ୍ୟାଙ୍ଗ । କେନ୍ଦ୍ରାପଡା, ବାଲେଶ୍ଵରରୁ ୮ ଅଭିଯୁକ୍ତ ଅଟକ । ୮ ଜଣିଆ ଡକାୟତ ଗ୍ୟାଙ୍ଗଠାରୁ ୧୫ ଲକ୍ଷ ନଗଦ ଟଙ୍କା ଓ ସୁନା ଜବତ ହୋଇଛି । ଖଣ୍ଡା, ଭୁଜାଲି ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି । ଗ୍ୟାଙ୍ଗ ବିରୋଧରେ ସାରା ଓଡ଼ିଶାରେ ୧୦ରୁ ଅଧିକ ମାମଲା ରହିଛି । ଇନ୍ଫୋସିଟି ଥାନା ଅଧିନ ନନ୍ଦନବିହାର, ବସୁନ୍ଧରା କଲୋନୀରେ ଲୁଟ ହୋଇଥିଲା । ନିବାରଣ ପାଣିଙ୍କ ଘରେ ଭିଜିଲାନ୍ସ ଅଧିକାରୀ କହି ଟଙ୍କା, ସୁନା ଲୁଟି ନେଇଥିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଛାନବିନ କରିଥିଲେ ଡିସିପି ଓ ସାଇଣ୍ଟିଫିକ ଟିମ୍ ।

କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା, ୩୨ ଘଣ୍ଟା ପରେ ବାହାରିଲା ମୃତଦେହ

ଗଜପତି: ଗଜପତି ମୋହନା ଥାନା ବନ୍ଧାଗୁଡାଗାଁରେ କ୍ରସରରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା । ପ୍ରଶାସନର ଦୀର୍ଘ ୩୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ପଥର ତଳୁ ବାହାରିଲା ମାମୁ ଓ ଭଣଜାଙ୍କ ମୃତଦେହ । ମୋହନା ଅତିରିକ୍ତ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ପୋଲିସ ଏବଂ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ବିଳମ୍ବିତ ରାତିରେ ପଥର ତଳୁ ମୃତଦେହ ଦୁଇଟିକୁ ବାହାର କରିବାରେ ସଫଳ ହୋଇଥିଲେ । ଶବ ଉଦ୍ଧାର ପରେ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଛି ।

ଭଣ୍ଡାରିପୋଖରୀ ଖପୁରିଆପଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା ଘର

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ୍ ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତ ଖପୁରିଆପଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯାଇଛି । ଗ୍ରାମର ଶାନ୍ତିଲତା ସେଠୀଙ୍କ ବାସଗୃହରେ ଗ୍ୟାସରେ ନିଆଁ ଲାଗିଥିଲା। ସାହିପଡ଼ିଶା ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଚାହୁଁଚାହୁଁ ଚାରି ବଖରା ଘର ଭସ୍ମ ହୋଇ ଯାଇଥିଲା । ଘରେ ଥିବା ସମସ୍ତ ଆସବାବପତ୍ର ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।