ବରମୁଣ୍ଡା ISBT ପାଇଁ କମିଶନରେଟ ପୋଲିସର ସହର ସର୍ଭେ, ଛକ ଛକରେ ବସର ଡାଟା ନେଉଛି ପୋଲିସ

1 min read

ଭୁବନେଶ୍ୱର: ବରମୁଣ୍ଡା ISBT ପାଇଁ କମିଶନରେଟ ପୋଲିସର ସହର ସର୍ଭେ । ଛକ ଛକରେ ବସର ଡାଟା ନେଉଛି ପୋଲିସ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବସର ରହଣି ଓ ପାର୍କିଂ ପାଇଁ ଆରମ୍ଭ ହୋଇଛି ସର୍ଭେ । ଏନେଇ ଭୁବନେଶ୍ବରର ୫୦ଟି ଛକରେ ପୋଲିସ କର୍ମଚାରୀଙ୍କ ଦ୍ବାରା ତଥ୍ୟ ନେଉଛି ପୋଲିସ । ଭୁବନେଶ୍ବର ବରମୁଣ୍ଡାକୁ ଆସୁଥିବା ବେସରକାରୀ ବସର ଡାଟା ନିଆଯାଉଛି । କେଉଁ ବସ୍ କେଉଁ ସମୟରେ ଭୁବନେଶ୍ବରରେ ପହଞ୍ଚୁଛି । କେଉଁ ଛକରେ କେତେ ସମୟ ରହୁଛି । ବସଟି କେଉଁ ରୁଟ ଦେଇ କେଉଁ ଆଡକୁ ଯାଉଛି । ବସର ନମ୍ବର ସହ ବସର ନା କେଉଁ ଛକରେ କେତେ ସମୟ ରହଣି ହୋଇ ବସଟି ଛାଡୁଛି । ସେସବୁର ପ୍ରକୃତ ସମୟ ସୀମା ଓ ସମ୍ପୃର୍ଣ୍ଣ ତଥ୍ୟ ରେକର୍ଡ ନେଉଛନ୍ତି ପୋଲିସ କର୍ମଚାରୀ ।

ଏଥିପାଇଁ କମିଶନରେଟ ପୋଲିସର ନବ ନିଯୁକ୍ତ ୨୦୦ କନଷ୍ଟେବଳ ୫୦ଟି ଛକରେ ଦୁଇରୁ ୪ଜଣ ନିୟୋଜିତ ହୋଇଛନ୍ତି । ବସର ସମ୍ପୂର୍ଣ୍ଣ ବିବରଣୀ ଏକ କାଗଜରେ ଲେଖାଯାଉଛି । ଏନେଇ କମିଶନରେଟ ପୋଲିସର ଜଣେ ବରିଷ୍ଠ ଅଧିକାରି କହିଛନ୍ତି, ISBT ବସ ଟର୍ମିନାଲ ଭୁବନେଶ୍ବର ପାଇଁ ଏକ ବଡ଼ ପ୍ରୋଜେକ୍ଟ । ବସର ସଠିକ ରହଣି ଓ ଯାତ୍ରୀଙ୍କ ପାଇଁ ସଠିକ ପରିଚାଳନା ଓ ବ୍ୟବହାର ଉପଯୋଗୀ ଦୃଷ୍ଟିରୁ ଏଭଳି ଡାଟା ରେକର୍ଡ କରାଯାଉଛି । ଯାହା ଫଳରେ ସହରରେ ଟ୍ରାଫିକ ବ୍ୟବସ୍ଥା ସୁଧୁରିବ । ଏହାସହ ଟ୍ରାଫିକ ଜାମରେ ଲୋକମାନେ ଫଶିବେ ନାହିଁ ।