ଆମେରିକାରେ ପୁଣି ଗଣ ଗୁଳିକାଣ୍ଡ, ଫ୍ଲୋରିଡାରେ ଆତତାୟୀର ଆଖିବୁଜା ଫାୟାରିଂ

1 min read

ଓ୍ୱାଶିଂଟନ: ଆମେରିକାରେ ଗଣ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢି ଚାଲିଛି । ଏବେ ଫ୍ଲୋରିଡାର ଜ୍ୟାକ୍ସନବିଲେରେ ପୁଣିଥରେ ଆତତାୟୀର ଆଖିବୁଜା ଗୁଳିମାଡରେ ୩ ଜଣଙ୍କ ଜୀବନ ଯାଇଛି । ଜଣେ ଶ୍ୱେତବର୍ଣ୍ଣ ବନ୍ଧୁକଧାରୀ ଏକ ଡଲାର ଜେନେରାଲ ଷ୍ଟୋରରେ ବ୍ୟକ୍ତି AR-15 ଷ୍ଟାଇଲ ରାଇଫଲ ବାହାର କରି ଅତର୍କିତ ଭାବେ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ତିନି କୃଷ୍ଣକାୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାପରେ ନିଜେ ମଧ୍ୟ ନିଜକୁ ଗୁଳି କରିଦେଇଛି । ମୃତ ବନ୍ଧୁକଧାରୀ ଶ୍ବେତବର୍ଣ୍ଣ ବ୍ୟକ୍ତି ଥିଲା ଏବଂ ସେ କୃଷ୍ଣକାୟ ଲୋକଙ୍କୁ ଘୃଣା କରୁଥିଲା । ତେଣୁ କୃଷ୍ଣକାୟ ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେ ଏଭଳି ନାରକୀୟ କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଗୁଳିମାଡରେ ଦୁଇ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁଳିମାଡ ପୂର୍ବରୁ ଦୁର୍ବୃତ୍ତ ନିଜ ପରିବାର, ଗଣମାଧ୍ୟମ ଓ ପୋଲିସ ପାଇଁ ମାନିଫେଷ୍ଟୋ ଲେଖିଥିଲା । ଯେଉଁଥିରୁ କୃଷ୍ଣକାୟ ସମୁଦାୟଙ୍କ ପ୍ରତି ତା’ର ଘୃଣା ସମ୍ପର୍କରେ ସୂଚନା ମିଳିଛି । ଫେଡେରାଲ ଅଧିକାରୀମାନେ ଗୁଳିମାଡ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।