spot_img
Home Blog Page 2718

ମଧ୍ୟପ୍ରଦେଶରେ ପୁଣି ଦଳିତ ବିରୋଧୀ ହିଂସା, ଯୁବକଙ୍କୁ ପିଟି ପିଟି ହତ୍ୟା ପରେ ତାଙ୍କ ମାଆଙ୍କୁ ଉଲଗ୍ନ କଲେ ଦୁର୍ବୃତ୍ତ

ଭୋପାଳ: ମଧ୍ୟପ୍ରଦେଶରେ ପୁଣି ଦଳିତ ବିରୋଧୀ ହିଂସା । ଯୁବକଙ୍କୁ ପିଟି ପିଟି ହତ୍ୟା ପରେ ତାଙ୍କ ମାଆଙ୍କୁ ଉଲଗ୍ନ କରିଛନ୍ତି ଦୁର୍ବୃତ୍ତ । ଘଟଣା ଘଟିଛି ମଧ୍ୟପ୍ରଦେଶ ସାତନା ଜିଲ୍ଲାରେ । ୧୮ ବର୍ଷୀୟ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ୨୦୧୯ରେ ଅଭିଯୁକ୍ତ ବିରୋଧରେ ମୃତକଙ୍କ ଭଉଣୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଥାନାରୁ ଯୌନ ନିର୍ଯାତନା କେସ୍ ଉଠାଇବାକୁ ଅଭିଯୁକ୍ତଜଣଙ୍କ ଯୁବକଙ୍କ ଉପରେ ଚାପ ପକାଉଥିଲେ । ମାତ୍ର କେସ୍ ଉଠାଇବାକୁ ରାଜି ନହେବାରୁ ଦଳିତ ଯୁବକଙ୍କ ଘର ଭାଙ୍ଗି ଦେବା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୮ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ସରପଞ୍ଚଙ୍କ ସ୍ବାମୀ ମଧ୍ୟ ରହିଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି ।

୧୪ଜଣଙ୍କ ନାଁରେ ହତ୍ୟ ମାମଲା ରୁଜୁ କରିବା ସହ ଏସସି, ଏସସି ଆକ୍ଟରେ ପୋଲିସ ତଦନ୍ତ କରୁଛି । ଘଟଣାକୁ ନେଇ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ ଦଳିତ ବିରୋଧୀ ହିଂସା ବଢୁଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । କ୍ୟାମେରା ଆଗରେ ଦଳିତଙ୍କ ପାଦ ଧୋଇ ପାପ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ କହିଛି ।

କ୍ରିପ୍ଟୋ ପଞ୍ଜି ସ୍କାମ ମାମଲାରେ ୩ ଜଣଙ୍କ ବିରୋଧରେ ଲୁକଆଉଟ ସର୍କୁଲାର

ଭୁବନେଶ୍ୱର: କ୍ରିପ୍ଟୋ ପଞ୍ଜି ସ୍କାମ ମାମଲାରେ ୩ ଜଣଙ୍କ ବିରୋଧରେ ଲୁକଆଉଟ ସର୍କୁଲାର । ଲୁକଆଉଟ୍ ସର୍କୁଲାର ଜାରି କଲା ବ୍ୟୁରୋ ଅଫ୍ ଇମିଗ୍ରେସନ । STAର ଏହି ୩ ଟପ୍ ଅଫଲାଇନ ମେମ୍ବର ହେଲେ କ୍ରିଷ୍ଣ କୁମାର, ଅନୀଲ କୁମାର ଓ ଭୁରା ରାମ । ଏମାନେ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡିଛି । ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଗୁରୁତେଜ ସିଂହର ଏମାନେ ମୁଖ୍ୟ ସହଯୋଗୀ । ପୂର୍ବରୁ ଇଣ୍ଟରନ୍ୟାସନଲ ମୁଖ୍ୟ ଡେଭିଡ କେଜ୍ ନାଁରେ ମଧ୍ୟ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା ।

ଗଞ୍ଜାମରେ 5T ସଚିବଙ୍କ ସମୀକ୍ଷା ଡେ’ ଥ୍ରୀ, ବ୍ରହ୍ମପୁରରେ ନେଲେ ଅଭିଯୋଗପତ୍ର

ଗଞ୍ଜାମ: ଗଞ୍ଜାମ ଗସ୍ତର ତୃତୀୟ ଦିନରେ ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ । ଆଜି ବ୍ରହ୍ମପୁରରେ ପହଞ୍ଚି ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି 5T ସଚିବ । ଲୋକଙ୍କୁ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି । ଟାଟା ଏସଇଜେଡରେ ୪୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ପାଇଁ ଚୁକ୍ତିନାମା ହୋଇଛି । ଯାହାଦ୍ବାରା ୧୦ ହଜାର ନିଯୁକ୍ତି ମିଳିବ । ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଦରଖାସ୍ତ ଆସିଛି, ତାହା ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ପୂରଣ ହେବ । ଯାହା ବି ଅନୁଦାନ ମିଳିବ, ତାକୁ ଭଲ ଭାବେ କାମ କରିବାକୁ ପରାମର୍ଶ ଦେଇଛନ୍ତି 5T ସଚିବ । ପିଇବା ପାଣି ନେଇ ଯାହା ସମସ୍ୟା ଅଛି, ତାହା ୨ ଦିନ ମଧ୍ୟରେ ସମାଧାନ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଗାଁରେ ଇଞ୍ଜିନିୟର ପହଞ୍ଚିବେ । ଆପଣମାନଙ୍କ ସମସ୍ତ ଅଭିଯୋଗ ମାସକ ଭିତରେ ସମାଧାନ ହେବ ବୋଲି କହିଛନ୍ତି 5T ସଚିବ ।

ସେହିପରି ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଶ୍ରମିକମାନଙ୍କ ମଜୁରୀ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ୧୦୦ କୋଟି ଟଙ୍କା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜାତୀୟ ପୁରସ୍କାର ଗଞ୍ଜାମ ପାଇଛି । ଦିବ୍ୟାଙ୍ଗ ଚିହ୍ନଟରେ ରେକର୍ଡ କରି ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର ମିଳିଛି । ଏହା ସହ ଏଚଆଇଭି କମାଇବାରେ ଗଞ୍ଜାମ ଜିଲ୍ଲା ରେକର୍ଡ କରି ଜାତୀୟ ପୁରସ୍କାର ପାଇଛି । ସାରା ଦେଶରେ ପ୍ରଥମ ଜିଲ୍ଲା ଭବେ ଗଞ୍ଜାମରେ ଏଚଆଇଭି ସଂକ୍ରମିତଙ୍କୁ ଭତ୍ତା ଦିଆଯାଉଛି । ଗିରିସୋଲା ଚେକ୍ ଗେଟକୁ ଦୁର୍ନୀତି ମୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳ ମେଧାବୀ ପିଲାଙ୍କୁ ସହରରେ ମାଗଣା ପଢ଼ିବାର ଯୋଜନା ଅନ୍ୱେସା ପାଇଁ ଗଞ୍ଜାମରୁ ପ୍ରେରଣା ମିଳିଥିଲା । ସାରା ରାଜ୍ୟ ଓ ସାରା ଦେଶ ପାଇଁ ଗଞ୍ଜାମ ଉଦାହରଣ ସାଜିଛି ବୋଲି କହିଛନ୍ତି 5T ସଚିବ । ସେହିପରି ମିଶନ ଶକ୍ତି ମା’ମାନଙ୍କ ସହ ଆଲୋଚନା କରିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ରଖିଛନ୍ତି । ପ୍ରତି ବର୍ଷ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ମିଳିବ । ପ୍ରତି ମାସ ସରକାର ୨୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହା ଅନ୍ୟ କୌଣସି ରାଜ୍ୟରେ ନାହିଁ ବୋଲି କହିଛନ୍ତି 5T ସଚିବ । ଚାଷୀମାନଙ୍କୁ ଲକ୍ଷେ ଟଙ୍କାର ଋଣ ବିନା ସୁଧରେ ଦିଆଯାଉଛି । ତା’ସହ ବୀମା ରାଶିର ପ୍ରିମୀୟମ ବି ସରକାର ଦେଉଛନ୍ତି । ଗଞ୍ଜାମ ଜିଲ୍ଲାର ୧ ଲକ୍ଷ ୨୫ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି ବୋଲି ସେ କହିଛନ୍ତି ।

ବେଆଇନ ବାଣ କାରଖାନାରେ ବିସ୍ଫୋରଣ, ୮ମୃତ

କୋଲକାତା: ବେଆଇନ ବାଣ କାରଖାନାରେ ବିସ୍ଫୋରଣ । ୮ମୃତ, ୧୨ରୁ ଅଧିକ ଗୁରୁତର । ଘଟଣା ଘଟିଛି ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲା ନିଲଗଞ୍ଜ ଗ୍ରାମରେ । ଦିନ ପ୍ରାୟ ୧୦ଟା ବେଳେ ଗ୍ରାମରେ ଥିବା ଏକ ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫ୍ୟାକ୍ଟ୍ରିରେ କାମ କରୁଥିବା ୮ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ନିକଟସ୍ଥ ହସ୍ପିଟାଲରେ ଗୁରୁତରଙ୍କ ଚିକିତ୍ସା ଚାଲିଛି । ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିସ୍ଫୋରଣ ଯୋଗୁ ଆଖପାଖରେ ଥିବା କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ସପ୍ତାହେ ପରେ ଇସ୍ରୋର ସୂର୍ଯ୍ୟ ମିଶନ, ସେପ୍ଟେମ୍ବର ୨ତାରିଖରେ ଭାରତ ଆରମ୍ଭ କରିବ ସୂର୍ଯ୍ୟ ମିଶନ

ନୂଆଦିଲ୍ଲୀ: ସପ୍ତାହେ ପରେ ଇସ୍ରୋର ସୂର୍ଯ୍ୟ ମିଶନ । ଲୁନାର ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ ପରେ ସୌରକ୍ଷେତ୍ରରେ ଗବେଷଣା ପାଇଁ ସନ୍ ମିଶନ ଲଞ୍ଚ କରିବ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥା । ପୂର୍ବରୁ ସେପ୍ଟେମ୍ବରରେ ମିଶନ ଆରମ୍ଭ ନେଇ ଘୋଷଣା କରାଯାଇଥବା ବେଳେ ଏବେ ଇସ୍ରୋ ମିଶନର ତାରିଖ ଘୋଷଣା କରିଛି । ସେପ୍ଟେମ୍ବର ୨ତାରିଖରେ ଭାରତ ଆରମ୍ଭ କରିବ ସୂର୍ଯ୍ୟ ମିଶନ । ସୌରକ୍ଷେତ୍ର ଉପରେ ତଥ୍ୟ ହାସଲ କରିବାକୁ ସ୍ପେସ ମେସିନ ପଠାଇବ ଇସ୍ରୋ । ସୂର୍ଯ୍ୟ-ପୃଥିବୀର ଲାଗରେଞ୍ଜ ପଏଣ୍ଟ-୧ ଚାରିପାଖରେ ଅର୍ଥାତ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ହାଲୋ ଅରବିଟରେ ଅବସ୍ଥାପିତ ହେବ ଆଦିତ୍ୟ-L1 । ଏଲ ଓ୍ବାନ ପଏଣ୍ଟରେ ପହଞ୍ଚିବା ଲାଗି ଆଦିତ୍ୟ ଏଲ ଓ୍ବାନକୁ ଲାଗିବ ପ୍ରାୟ ୪ ମାସ ।

ବିଭିନ୍ନ ଗବେଷଣା ଲାଗି ଆଦିତ୍ୟ L1 ସହ ପଠାଯିବ ୭ଟି ପେ-ଲୋଡ । ସେମାନେ ଅଲଗା ଅଲଗା ୱେଭ ବ୍ୟାଣ୍ଡରେ ଫୋଟୋ ସ୍ପେୟର, କ୍ରୋମୋ ସ୍ପେୟର ଏବଂ ସୂ୍ର୍ଯ୍ୟର ସବୁଠାରୁ ବାହାର ସ୍ତର କରୋନାର ପର୍ଯ୍ୟବେକ୍ଷଣ କରିବାରେ ସାହାଯ୍ୟ କରିବ । ଆଦିତ୍ୟ ଏଲ-୧ ସମ୍ପୂର୍ଣ ସ୍ୱଦେଶୀ ମିଶନ ବୋଲି ଇସ୍ରୋର ପକ୍ଷରୁ କୁହାଯାଇଛି । ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଷ୍ଟ୍ରୋ ଫିଜିକ୍ସର ଗୁରୁତ୍ୱପୂ୍ର୍ଣ୍ଣ ଭୂମିକା ରହିଛି । ଏଥିସହିତ ପୁଣେର ଇଣ୍ଟର ୟୁନିଭର୍ସିଟି ସେଣ୍ଟର ଫର ଏଷ୍ଟ୍ରୋନମି ଆଣ୍ଡ ଏଷ୍ଟ୍ରୋଫିଜିକ୍ସର ଭୂମିକା ରହିଛି । ଏହି ଦୁଇ ସଂସ୍ଥା ବିଭିନ୍ନ ପେଲୋଡ ବିକଶିତ କରିବାରେ ସାହାଯ୍ୟ କରିଛନ୍ତି । ଆଦିତ୍ୟ ଏଲ ୧ ଅଲ୍ଟ୍ରାଭାୟୋଲେଟ ପେଲୋଡକୁ ବ୍ୟବହାର କରି ସୂର୍ଯ୍ୟର ସବୁଠାରୁ ବାହ୍ୟ ଅଂଶ କରୋନା ଏବଂ ଏକ୍ସରେ ପେଲୋଡର ବ୍ୟବହାର କରି ସୋଲାର କ୍ରୋମୋସ୍ପେୟରର ସ୍ତରର ପର୍ଯ୍ୟବେକ୍ଷଣ କରିପାରିବ । ସାଟେଲାଇଟର ଓଜନ ୧୫ ଶହ କେଜି ହୋଇଥିବାବେଳେ ଏହାକୁ ଶ୍ରୀହରିକୋଟାରୁ ପିଏସଏଲଭି ଜରିଆରେ ଉତକ୍ଷେପଣ କରାଯିବ । ଦୁଇ ସପ୍ତାହ ପୂର୍ବରୁ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସ୍ପେସ ସେଣ୍ଟରରେ ସାଟେଲାଇଟ ରଖାଯାଇଛି ।

ପୂରଣ ହେବ ଦୀର୍ଘ ଦଶନ୍ଧିର ସ୍ବପ୍ନ, ଆସନ୍ତା ୩୧ ତାରିଖରେ ଉଦଘାଟନ ହେବ କଳାହାଣ୍ଡି ଜିଲ୍ଲାର ଉତ୍କେଲା ବିମାନବନ୍ଦର

ଭୁବନେଶ୍ୱର: ଆସନ୍ତା ୩୧ ତାରିଖରେ ଉଦଘାଟନ ହେବ କଳାହାଣ୍ଡିର ଉତ୍କେଲା ବିମାନ ବନ୍ଦର। ପୂରଣ ହେବ ଦୀର୍ଘ ଦଶନ୍ଧିର ସ୍ବପ୍ନ । ୩୧ ତାରିଖ ସକାଳ ସାଢେ ୧୦ରେ ଉତ୍କେଲା ବିମାନ ବନ୍ଦରକୁ ଉଡ଼ିବ ବିମାନ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଭି.କେ ସିଂ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଯୋଗଦେବେ । ୧୦ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରୁ ଉତ୍କେଲାକୁ ପ୍ରଥମ ବିମାନ ସେବା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୌମ୍ୟଙ୍କ ଆଲେଖ୍ୟକୁ ନେଇ ଅନୁଭବଙ୍କ ଖୋଲା ଚ୍ୟାଲେଞ୍ଜ, ୧୨ ଘଣ୍ଟା ମଧ୍ୟରେ ପ୍ରମାଣ ଦେବାକୁ ଆହ୍ବାନ

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅନୁଭବ ପଟ୍ଟନାୟକଙ୍କ ଖୋଲା ଚ୍ୟାଲେଞ୍ଜ । ଦୈନିକ ସମ୍ବାଦର ଆଲେଖ୍ୟକୁ ନେଇ ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ । ୧୫ ଦିନ ମଧ୍ୟରେ ସମ୍ବାଦରେ ଆପଣଙ୍କର ଦୁଇଟି ଆଲେଖ୍ୟ ଆସିଛି । ଏଥିରେ ଆପଣଙ୍କର ହତାଶା ସ୍ପଷ୍ଟ ଭାବେ ବାରି ହୋଇପଡୁଛି ବୋଲି ସିଧାସଳଖ କହିଛନ୍ତି ଅନୁଭବ । ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ 5T ସଚିବ କହିଥିବା ନେଇ ଚ୍ୟାଲେଞ୍ଜ କରିଛନ୍ତି । 5T ସଚିବ ଏଭଳି କେଉଁଠି କହିଛନ୍ତି, ତାର ପ୍ରମାଣ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ସେହିପରି ଆପଣଙ୍କ ଚ୍ୟାନେଲ ଓ ଖବରକାଗଜରେ ୧୨ ଘଣ୍ଟା ମଧ୍ୟରେ ଏହାକୁ ପ୍ରକାଶ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ । ଯଦି ଆପଣ ପ୍ରମାଣିତ କରିଦେବେ, ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଅନୁଭବଙ୍କ କହିଛନ୍ତି । ଯଦି ପ୍ରମାଣ କରିପାରିବେନି ତାହେଲେ ଆପଣ ବଡ଼ ମିଛୁଆ ବୋଲି ଧରାପଡ଼ିବେ । ଆପଣ ମିଛୁଆ ବୋଲି ରାଜ୍ୟବାସୀ ଧରିନେବେ ।

ଖାଲି ଏତିକି ନୁହେଁ, 5T ସଚିବଙ୍କ ଗସ୍ତ ଖର୍ଚ୍ଚ ସୂଚନା ନେଇ ମଧ୍ୟ ଅନୁଭବ ସୌମ୍ୟରଞ୍ଜନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗସ୍ତ ଖର୍ଚ୍ଚ ସମ୍ପର୍କରେ କୌଣସି ପ୍ରମାଣ ଅଛି କି ବୋଲି ପ୍ରଶ୍ନ କରିଛନ୍ତି । କିଛି ବର୍ଷ ପୂର୍ବେ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ବିଜ୍ଞାପନ ବାବଦରେ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ସେ ସମୟରେ ଆପଣଙ୍କର ବିବେକ କେଉଁଠି ଥିଲା ? ଆପଣଙ୍କର ଗଣିତ ଅନୁଯାୟୀ, ଉଭୟ ଚନ୍ଦ୍ରକୁ ଯାଇ ଡିଲ୍ କରିଥାଇ ପାରନ୍ତି । 5T ସଚିବ ନିଜ ପରିବାରକୁ ଭେଟିବାକୁ ଓଡ଼ିଶା ବୁଲୁନାହାନ୍ତି । ସେ ଲୋକଙ୍କୁ ଭେଟୁଛନ୍ତି । ସେମାନଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରୁଛନ୍ତି । ମୋ ସୂଚନା ଅନୁସାରେ, ଖଣ୍ଡପଡ଼ାରୁ ସର୍ବାଧିକ ଅଭିଯୋଗ ପତ୍ର ପାଇଛନ୍ତି 5T ସଚିବ । ଏହା ସୂଚାଇ ଦେଉଛି ଯେ, ଖଣ୍ଡପଡ଼ାବାସୀ ଆପଣଙ୍କ ଉପରୁ ବିଶ୍ବାସ ହରାଇ ସାରିଲେଣି । ଏହା ଆପଣଙ୍କୁ ବାଧୁଛି । ଯେଉଁଥିପାଇଁ ଆପଣ ଆପଣଙ୍କ ଖବର କାଗଜ ମାଧ୍ୟମରେ ରାଗ ସୁଝାଉଛନ୍ତି । ସେହିପରି ଠକେଇ ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ୍ ହୋଇଛି । ତାଙ୍କ ସବୁ ଦୁର୍ନୀତିକୁ ଆପଣଙ୍କ ଖବର କାଗଜ ଓ ଟିଭି ଚ୍ୟାନେଲ ଦେଖାଇଛି । ଆପଣଙ୍କୁ ଲଜ୍ଜା ଲାଗୁନାହିଁ ଯେ, ଆପଣ ଜଣେ ଜାମିନରେ ଥିବା ଅପରାଧୀକୁ ସମର୍ଥନ କରୁଛନ୍ତି । ଆପଣଙ୍କ ମିଛ ଓ ଆପଣଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଲୋଭ ରାଜ୍ୟବାସୀଙ୍କ ଆଗରେ ଖୁଲାସା ହୋଇ ସାରିଲାଣି । ଆଶା କରୁଛି ୧୨ ଘଣ୍ଟା ମଧ୍ୟରେ ଆପଣ ସବୁ ପ୍ରମାଣ ଦେଖାଇବେ ବୋଲି ସୌମ୍ୟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ ପଟ୍ଟନାୟକ ।

ଆମେରିକାରେ ପୁଣି ଗଣ ଗୁଳିକାଣ୍ଡ, ଫ୍ଲୋରିଡାରେ ଆତତାୟୀର ଆଖିବୁଜା ଫାୟାରିଂ

ଓ୍ୱାଶିଂଟନ: ଆମେରିକାରେ ଗଣ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢି ଚାଲିଛି । ଏବେ ଫ୍ଲୋରିଡାର ଜ୍ୟାକ୍ସନବିଲେରେ ପୁଣିଥରେ ଆତତାୟୀର ଆଖିବୁଜା ଗୁଳିମାଡରେ ୩ ଜଣଙ୍କ ଜୀବନ ଯାଇଛି । ଜଣେ ଶ୍ୱେତବର୍ଣ୍ଣ ବନ୍ଧୁକଧାରୀ ଏକ ଡଲାର ଜେନେରାଲ ଷ୍ଟୋରରେ ବ୍ୟକ୍ତି AR-15 ଷ୍ଟାଇଲ ରାଇଫଲ ବାହାର କରି ଅତର୍କିତ ଭାବେ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ତିନି କୃଷ୍ଣକାୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାପରେ ନିଜେ ମଧ୍ୟ ନିଜକୁ ଗୁଳି କରିଦେଇଛି । ମୃତ ବନ୍ଧୁକଧାରୀ ଶ୍ବେତବର୍ଣ୍ଣ ବ୍ୟକ୍ତି ଥିଲା ଏବଂ ସେ କୃଷ୍ଣକାୟ ଲୋକଙ୍କୁ ଘୃଣା କରୁଥିଲା । ତେଣୁ କୃଷ୍ଣକାୟ ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେ ଏଭଳି ନାରକୀୟ କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଗୁଳିମାଡରେ ଦୁଇ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁଳିମାଡ ପୂର୍ବରୁ ଦୁର୍ବୃତ୍ତ ନିଜ ପରିବାର, ଗଣମାଧ୍ୟମ ଓ ପୋଲିସ ପାଇଁ ମାନିଫେଷ୍ଟୋ ଲେଖିଥିଲା । ଯେଉଁଥିରୁ କୃଷ୍ଣକାୟ ସମୁଦାୟଙ୍କ ପ୍ରତି ତା’ର ଘୃଣା ସମ୍ପର୍କରେ ସୂଚନା ମିଳିଛି । ଫେଡେରାଲ ଅଧିକାରୀମାନେ ଗୁଳିମାଡ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ବରମୁଣ୍ଡା ISBT ପାଇଁ କମିଶନରେଟ ପୋଲିସର ସହର ସର୍ଭେ, ଛକ ଛକରେ ବସର ଡାଟା ନେଉଛି ପୋଲିସ

ଭୁବନେଶ୍ୱର: ବରମୁଣ୍ଡା ISBT ପାଇଁ କମିଶନରେଟ ପୋଲିସର ସହର ସର୍ଭେ । ଛକ ଛକରେ ବସର ଡାଟା ନେଉଛି ପୋଲିସ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବସର ରହଣି ଓ ପାର୍କିଂ ପାଇଁ ଆରମ୍ଭ ହୋଇଛି ସର୍ଭେ । ଏନେଇ ଭୁବନେଶ୍ବରର ୫୦ଟି ଛକରେ ପୋଲିସ କର୍ମଚାରୀଙ୍କ ଦ୍ବାରା ତଥ୍ୟ ନେଉଛି ପୋଲିସ । ଭୁବନେଶ୍ବର ବରମୁଣ୍ଡାକୁ ଆସୁଥିବା ବେସରକାରୀ ବସର ଡାଟା ନିଆଯାଉଛି । କେଉଁ ବସ୍ କେଉଁ ସମୟରେ ଭୁବନେଶ୍ବରରେ ପହଞ୍ଚୁଛି । କେଉଁ ଛକରେ କେତେ ସମୟ ରହୁଛି । ବସଟି କେଉଁ ରୁଟ ଦେଇ କେଉଁ ଆଡକୁ ଯାଉଛି । ବସର ନମ୍ବର ସହ ବସର ନା କେଉଁ ଛକରେ କେତେ ସମୟ ରହଣି ହୋଇ ବସଟି ଛାଡୁଛି । ସେସବୁର ପ୍ରକୃତ ସମୟ ସୀମା ଓ ସମ୍ପୃର୍ଣ୍ଣ ତଥ୍ୟ ରେକର୍ଡ ନେଉଛନ୍ତି ପୋଲିସ କର୍ମଚାରୀ ।

ଏଥିପାଇଁ କମିଶନରେଟ ପୋଲିସର ନବ ନିଯୁକ୍ତ ୨୦୦ କନଷ୍ଟେବଳ ୫୦ଟି ଛକରେ ଦୁଇରୁ ୪ଜଣ ନିୟୋଜିତ ହୋଇଛନ୍ତି । ବସର ସମ୍ପୂର୍ଣ୍ଣ ବିବରଣୀ ଏକ କାଗଜରେ ଲେଖାଯାଉଛି । ଏନେଇ କମିଶନରେଟ ପୋଲିସର ଜଣେ ବରିଷ୍ଠ ଅଧିକାରି କହିଛନ୍ତି, ISBT ବସ ଟର୍ମିନାଲ ଭୁବନେଶ୍ବର ପାଇଁ ଏକ ବଡ଼ ପ୍ରୋଜେକ୍ଟ । ବସର ସଠିକ ରହଣି ଓ ଯାତ୍ରୀଙ୍କ ପାଇଁ ସଠିକ ପରିଚାଳନା ଓ ବ୍ୟବହାର ଉପଯୋଗୀ ଦୃଷ୍ଟିରୁ ଏଭଳି ଡାଟା ରେକର୍ଡ କରାଯାଉଛି । ଯାହା ଫଳରେ ସହରରେ ଟ୍ରାଫିକ ବ୍ୟବସ୍ଥା ସୁଧୁରିବ । ଏହାସହ ଟ୍ରାଫିକ ଜାମରେ ଲୋକମାନେ ଫଶିବେ ନାହିଁ ।

ଗୋଲ୍ଡେନ ବାବାର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି

ଭୁବନେଶ୍ୱର: ଗୋଲ୍ଡେନ ବାବାର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି । ଘର, ଦାମୀ ଗାଡି ଓ ଫ୍ରିଜ ଆକାଉଣ୍ଟର ଟଙ୍କା ଆଟାଚ ହୋଇଛି । ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ ଗୋଲ୍ଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା । ଚେକ୍‌ ବାଉନ୍ସ ହେବାରୁ ୨୦୧୮ ଡିସେମ୍ବର ୩୧ରେ ତାକୁ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ୨୦୨୦ରେ ନିଜ ଆଡୁ ମାମଲା ରୁଜୁ କରିଥିଲା ଇଡି । ଠକେଇ ଟଙ୍କାରେ ଚଢୁଥିଲା ଅଡି, ଜାଗୁଆର ଓ ବିଏମଡବ୍ଲୁ କାର । କିଛିଦିନ ତଳେ ନୟାପଲ୍ଲୀ ଅଞ୍ଚଳରୁ ଦାମୀ ଗାଡି ସିଜ୍‌ କରିଥିଲା ଇଡି ।