spot_img
Home Blog Page 2713

ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ମୃତ

ନବରଙ୍ଗପୁର: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀଙ୍କ ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଛତିଶଗଡ ରାଜ୍ୟ ବୋରେଇ ଥାନା ଏକବାରି ଜଙ୍ଗଲରେ ମାଓବାଦୀଙ୍କ ସହ ଯବାନଙ୍କୁ ଗୁଳି ବିନିମୟରେ ମାଓବାଦୀ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଘଟଣା ସ୍ଥଳରୁ ମାଓବାଦୀଙ୍କ ସାମଗ୍ରୀ ଓ କିଛି ଅସ୍ତ୍ରଶସ୍ତ୍ର ଜବତ । ମୃତ ମାଓବାଦୀଙ୍କ ପରିଚୟ ମିଳି ନଥିବା ବେଳେ ଶବକୁ ବୋରେଇ ଥାନାକୁ ଅଣା ଯାଇଛି l

ଗୁଳି ବିନିମୟ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯଇଛି l ସୂଚନା ପାଇ ଜିଲ୍ଲାସ୍ତରୀୟ ପୋଲିସ ଅଧିକାରୀ ବୋରେଇ ଥାନାରେ ପହଞ୍ଚିଛନ୍ତି l

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନାରୁ ମାତ୍ର ୫ କିମି ଦୂରରେ ଛତିଶଗଡ଼ ଅଞ୍ଚଳରେ ଘଟିଛି ଗୁଳି ବିନିମୟ । ଏକବାରୀ ଜଙ୍ଗଲରେ ମାଓବାଦୀ ଥିବା ସୂଚନା ପାଇ ଧମତରୀ ଓ ଗରିଆବନ୍ଦ ଜିଲ୍ଲା ରିଜର୍ଭ ପୋଲିସ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପରେ ବିଳମ୍ବିତ ରାତିରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ଟାଙ୍ଗିଆରେ ହାଣି ସାଥୀ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କଲା ସିକ୍ୟୁରିଟି ଗାର୍ଡ

ବୌଦ୍ଧ: ଡ୍ୟୁଟି ବେଳେ ରାତିର ଅନ୍ଧାରରେ ନିଜ ସାଥୀକୁ ହତ୍ୟା କଲା ସିକ୍ୟୁରିଟି ଗାର୍ଡ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ହତ୍ୟାକାରୀ ।

ଖବର ଅନୁସାରେ ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ମୃତକ ଜଣଙ୍କ ହେଲେ ରାଉତବାହାଲ ଗ୍ରାମର ରଞ୍ଜନ ପ୍ରଧାନ । ହତ୍ୟାକାରୀ ହେଲେ ଖୁଣ୍ଟିଆପଡାର ପ୍ରକାଶ ବେହେରା । ଉଭୟ ରେଳ ଲାଇନ୍ ନିର୍ମାଣ କାର୍ଯ୍ୟରେ ଜଗୁଆଳି ଭାବେ କାମ କରୁଥିଲେ । ଲୁହା ବିକ୍ରିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଯାହାକୁ ନେଇ ପ୍ରକାଶ, ରଞ୍ଜନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଏହାପରେ ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ ।

ଶ୍ରାବଣ ଶେଷ ସୋମବାର, ଶୈବପୀଠରେ ଭକ୍ତିମୟ ପରିବେଶ

ଭୁବନେଶ୍ବର: ଶ୍ରାବଣ ଶେଷ ସୋମବାରରେ ସାରା ରାଜ୍ୟରେ ଭକ୍ତିମୟ ପରିବେଶ । ଶୈବପୀଠରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ପବିତ୍ର ଜଳରେ ବାବାଙ୍କୁ ଅଭିଷେକ କରୁଛନ୍ତି କାଉଡ଼ିଆ । ରାଜ୍ୟ ଓ ରାଜ୍ୟ ବାହାରୁ କାଉଡ଼ିଆମାନେ ଛୁଟି ଆସିଛନ୍ତି ବାବାଙ୍କ ପୀଠକୁ । ଲିଙ୍ଗରାଜ ବାବା, ବାବା ଆଖଣ୍ଡଳମଣି, ଲୋକନାଥ ବାବା, ଚନ୍ଦନେଶ୍ବର ବାବା, ପଞ୍ଜଲିଙ୍ଗେଶ୍ବର ବାବା, କପିଳାସ ବାବାଙ୍କ ପୀଠ ସହ ଅନ୍ୟ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡ଼ିଆ । ମଳମାସ ଶେଷ ହେବା ପରେ ଅଗଷ୍ଟ ମାସର ଶେଷ ଦୁଇଟି ସୋମବାର ଜଳଲାଗିର ବ୍ୟବସ୍ଥା ରହିଥିବା ସଂସ୍କୃତି ଗବେଷକମାନେ କହିଥିଲେ ।

ବାବା ଲିଙ୍ଗରାଜଙ୍କ ପୀଠରେ ଦେଖିବାକୁ ମିଳିଥିଲା କାଉଡ଼ିଆଙ୍କ ଭିଡ଼ । ଦୂର ଦୂରାନ୍ତରୁ ବାବାଙ୍କୁ ଜଳଲାଗି ପାଇଁ ଛୁଟି ଆସିଛନ୍ତି ବାବାଙ୍କ ଭକ୍ତ । ଭକ୍ତଙ୍କ ସୁରକ୍ଷା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରୁଛନ୍ତି ସହସ୍ରାଧିକ କାଉଡିଆ । ରାଜ୍ଯର ବିଭିନ୍ନ ପ୍ରାନ୍ତରରୁ ଆସିଛନ୍ତି କାଉଡିଆ । ଶୃଙ୍ଖଳିତ ଜଳାଭିଷେକ ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା ସହିତ ସ୍ବତନ୍ତ୍ର ବ୍ଯାରିକେଟ କରାଯାଇଛି । ଅନ୍ଯପଟେ ବାବାଙ୍କ ପାଖରେ ମଙ୍ଗଳ ଆଳତୀ ସହ ସକାଳଧୂପ ସରିବା ପରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସାହଣମେଲା ରହିଛି ।

ଶ୍ରାବଣ ଶେଷ ସୋମବାର ପାଇଁ ଜଳେଶ୍ବର ଚନ୍ଦନେଶ୍ଵର ଶୈବପୀଠ ଚଳଚଞ୍ଚଳ । ମହାଦେବଙ୍କ ପାଖରେ ଜଳାଭିଷେକ କରୁଛନ୍ତି କାଉଡିଆ । ଗୋଟିଏ ଦିନ ପରେ ପୁର୍ଣ୍ଣିମା ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି ।

ସେହିପରି ନୀଳଗିରର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବର ପୀଠାରେ ଦେଖିବାକୁ ମିଳିଛି କାଉଡ଼ିଆଙ୍କ ଭିଡ଼ । ବୋଲବମ୍ ହରହର ବମ୍ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ । ଭୋର ୪ଟାରୁ ଭକ୍ତ ଜଳାଭିଷେକ କରିବା ଆରମ୍ଭ କରିଦେଇଛନ୍ତି ।

ସେହିପରି, ରାଜ୍ୟର ଅନ୍ୟ ଶୈବପୀଠରେ ମଧ୍ୟ ଦେଖିବାକୁ ମିଳିଛି କାଉଡ଼ିଆଙ୍କ ସାମଗମ ।

ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନୀରଜ, ନିରାଶ କଲେ ଓଡ଼ିଆ ପୁଅ କିଶୋର

ନୂଆଦିଲ୍ଲୀ: ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ଭାରତର ଜାଭଲିନ୍‌ ବୟ ନୀରଜ ଚୋପ୍ରା । ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ । ସେପଟେ ନିରାଶ କରିଛନ୍ତି ଓଡ଼ିଆ ପୁଅ କିଶୋର କୁମାର ଜେନା ।

ଅଲିମ୍ପିକ ସ୍ବର୍ଣ୍ଣ ବିଜୟର ଦୁଇ ବର୍ଷ ପରେ ନୀରଜ ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି । ଏହାଦ୍ବାରା ସମସ୍ତ ପ୍ରମୁଖ ବିଶ୍ବସ୍ତରୀୟ ପ୍ରତିଯୋଗିତା ଅଲିମ୍ପିକ, ରାଜ୍ୟଗୋଷ୍ଠୀ, ଏସୀୟ କ୍ରୀଡ଼ା ଓ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି । ନୀରଜଙ୍କ ଏହି ଐତିହାସିକ ସଫଳତାରେ ଦେଶ ଉତ୍ସବମୁଖର ହୋଇଯାଇଛି । ତାଙ୍କୁ କ୍ରୀଡ଼ାପ୍ରେମୀଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି । ଜାଭଲିନ୍‌ ଫାଇନାଲ୍‌ରେ ନୀରଜ ତାଙ୍କ ଦ୍ବିତୀୟ ପ୍ରୟାସରେ  ୮୮.୧୭ ମିଟର ଜାଭଲିନ୍‌ ଫିଙ୍ଗି ଏହି ସଫଳତା ପାଇଛନ୍ତି । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନର ଅର୍ଶଦ ନଦୀମ  ୮୭.୮୨ ମିଟର ଥ୍ରୋ କରି ରୌପ୍ୟ ଏବଂ ଚେକ୍‌ ରିପବ୍ଲିକ୍‌ର ଜାକବ ଭାଦଲେଜକ ୮୬.୬୭ ମିଟର ଥ୍ରୋ କରି କାଂସ୍ୟ ପଦକ ଜିତିଛନ୍ତି ।

ଅନ୍ୟପକ୍ଷେ, କିଶୋର ପ୍ରତିଯୋଗିତାରେ ପଦକ ତାଲିକାରେ ନାଁ ଲେଖି ପାରିନାହାନ୍ତି । ଦମ୍‌ଦାର ପ୍ରଦର୍ଶନ ସହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୭୭ ମିଟର ଥ୍ରୋ କରି  ପଞ୍ଚମ ସ୍ଥାନରେ ରହିଥିଲେ । ଅନ୍ୟତମ ଫାଇନାଲିଷ୍ଟ ଡିପି ମନୁ ୮୪.୧୪ ମିଟର ଥ୍ରୋ କରି ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ବର : ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ । ଶେଷ ଦର୍ଶନ କରିବା ପାଇଁ ଏବେ ବିଶିଷ୍ଟ ବ୍ୟକ୍ତିଙ୍କ ଗହଳି ଜମୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସୁଖ୍ୟାତ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ । ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ । ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜୟନ୍ତ ମହାପାତ୍ରଙ୍କ ପରଲୋକରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଶୋକପ୍ରକାଶ କରିଛନ୍ତି । ଓଡ଼ିଶା ସହିତ ସାହିତ୍ୟ ଜଗତ ପାଇଁ ଏହା ଅପୂରଣୀୟ କ୍ଷତି  । ଭାରତର ପ୍ରଥମ ଇଂରାଜୀ କବି ଭାବେ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ  । ତାଙ୍କ ବ୍ୟକ୍ତିତ୍ବ ଯୁବପିଢିଙ୍କୁ ମାର୍ଗଦର୍ଶନ କରିବ ବୋଲି ମାନସ ମଙ୍ଗରାଜ କହିଛନ୍ତି  ।

ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକପ୍ରକାଶ

ଭୁବନେଶ୍ବର : ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ   । ସୁଖ୍ୟାତ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ । ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ । ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜୟନ୍ତ ମହାପାତ୍ରଙ୍କ ପରଲୋକରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଶୋକପ୍ରକାଶ କରିଛନ୍ତି । ଓଡ଼ିଶା ସହିତ ସାହିତ୍ୟ ଜଗତ ପାଇଁ ଏହା ଅପୂରଣୀୟ କ୍ଷତି  । ଭାରତର ପ୍ରଥମ ଇଂରାଜୀ କବି ଭାବେ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ  । ତାଙ୍କ ବ୍ୟକ୍ତିତ୍ବ ଯୁବପିଢିଙ୍କୁ ମାର୍ଗଦର୍ଶନ କରିବ ବୋଲି ମାନସ ମଙ୍ଗରାଜ କହିଛନ୍ତି  ।

କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ । ବିକାଶ ପାଇଁ ଅର୍ଥ ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଲେ ନୟାଗଡ଼ରବାସୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ-ଟି ସଚିବ ଦଶପଲ୍ଲାରେ କିଛି ବାକି ଥିବା ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ସମୀକ୍ଷା କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଏହାର ଉନ୍ନତି ପାଇଁ ଅର୍ଥ ଅନୁମୋଦନ କରିଛନ୍ତି । ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ,ଦଶପଲ୍ଲା ବ୍ଲକ ବିଜେଡି ସଭାପତି ସୁଦାମ ଚରଣ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ବିଜେଡି କର୍ମୀ ଏବଂ ଜନସାଧାରଣ ମହାବୀର ମନ୍ଦିର ଠାରୁ ବାଇକ ରାଲିରେ ବାହାରି ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଦଶପଲ୍ଲାର ଉନ୍ନତି ପାଇଁ ଅର୍ଥ ଯୋଗାଇ ଦେଇଥିବାରୁ ଜନସାଧାରଣ ଓ ବିଜେଡ଼ି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପୁଣି ସାଂସଦ ଅପରାଜିତାଙ୍କ ବିରୋଧରେ ଜନଆକ୍ରୋଶ

ଭୁବନେଶ୍ବର: ପିଛା ଛାଡ଼ୁନି ଅପରାଜିତାଙ୍କ ବିରୋଧରେ ଜନଆକ୍ରୋଶ । ଖାଲି ଲୋକଙ୍କୁ ଧୋକା ନୁହେଁ ଲୋକଙ୍କ ଟଙ୍କା ବି ଲୁଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯେଉଁଥିପାଇଁ ଭୁବନେଶ୍ବର ଜୟଦେବ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ବିରୋଧର ଶିକାର ହୋଇଛନ୍ତି ଅପରାଜିତା । ବାଲିପାଟଣାରେ ମୁହାଁମୁହିଁ ହୋଇଛନ୍ତି ମହିଳା ଓ ସାଂସଦ । ମହିଳାଙ୍କ ଅଭିଯୋଗ ଅନୁସାରେ ଅଜିତା ସଂସ୍ଥା ନାଁରେ ରୋଜଗାର ଦେବାର ଲୋଭ ଦେଖାଇ ଜଣ ପିଛା ୫୦ ଟଙ୍କା ଲେଖାଏଁ ମାଗିଥିଲେ ସାଂସଦ । ସିଲାଇ ଓ ବଡ଼ି ପାମ୍ପଡ଼ କାମ କରି ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସ୍ବପ୍ନ ଦେଖାଇଥିଲେ । ହେଲେ ସାଂସଦ ଅପରାଜିତାଙ୍କ କାର୍ଯ୍ୟକାଳ ସରିବାକୁ ବସିଥିବାବେଳେ ଏଯାଏଁ କୌଣସି ପ୍ରତିଶ୍ରୁତି ପୂରା ହେଲାନି କି ଟଙ୍କା ମଧ୍ୟ ଫେରାଗଲାନି । ଅପରାଜିତା ଜୟଦେବ ନିର୍ବାଚନମଣ୍ଡଳୀ ଯାଇଥିବାବେଳେ ତାଙ୍କୁ କଳାପତାକା ଦେଖାଇବା ସହିତ ଟଙ୍କା ଫେରାଇବାକୁ ଦାବି କରିଥିଲେ ମହିଳା । ଲୋକଙ୍କର ଏଭଳି ବିରୋଧ ଦେଖି ଉତ୍ତ୍ୟକ୍ତ ହୋଇଯାଇଥିଲେ ସାଂସଦ । ଅପରାଜିତାଙ୍କ ଭଡ଼ାଟିଆ ଗୁଣ୍ଡା ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ହକ୍ ମାଗୁଥିବା ମହିଳାଙ୍କ ଉପରକୁ ଟେକାପଥର ମାରିବା ସହିତ ଗୋଇଠା ମାରିବାକୁ ବି ପଛାଇନଥିଲେ ଅପରାଜିତାଙ୍କ ବାଉନସର । ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ନିଜ ସଂସଦୀୟ କ୍ଷେତ୍ରରେ ବାରମ୍ବାର ଲୋକଙ୍କ ବିରୋଧର ଶିକାର ହୋଇଛନ୍ତି ଅପରାଜିତା । ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିବା ପରେ ଲୋକଙ୍କ ପାଖକୁ ଯାଉନଥିବାରୁ ସାଂସଦଙ୍କ ବିରୋଧରେ ଆକ୍ରୋଶ ବଢିବାରେ ଲାଗିଛି ।

ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ

କଟକ: ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ । ୯୫ ବର୍ଷ ବୟସରେ କଟକର ଏସସିବି ମେଡିକାଲରେ ପରେଲାକ । ନିମୋନିଆ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ବ୍ରେନ୍ ଷ୍ଟୋକ ହେବାରୁ ମୃତ୍ୟୁ ହୋଇଥିବା ସୂଚନା । କିଛି ଦିନ ହେଲା ଏସସିବିର ଆସିୟୁରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା । ହେଲେ ଗତକାଲି ରାତିରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭେଂଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । ଅଗଷ୍ଟ ୪ ତାରିଖରେ ଜୟନ୍ତ ମହାପାତ୍ର ଅସୁସ୍ଥ ହୋଇପଡିବାରୁ କଟକ ବଡ ମେଡିକାଲକୁ ଅଣାଯାଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ବେଳେ ହଠାତ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ଆଜି ତାଙ୍କର ପରଲୋକ ହୋଇଥିବାବେଳେ ଖେଳି ଯାଇଛି ଶୋକର ଛାୟା ।

ଜୟନ୍ତ୍ର ମହାପାତ୍ର ୧୯୨୮ ଅକ୍ଟୋବର ୨୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ କଟକସ୍ଥିତ ଷ୍ଟିୱାର୍ଟ ସ୍କୁଲରେ ପାଠ ପଢ଼ିଥିଲେ। ବିହାରର ପାଟଣା ବିଶ୍ବବିଦ୍ୟାଳୟରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୪୯ ମସିହା ଠାରୁ ରାଜ୍ୟ ସରକାରଙ୍କ ବିଭିନ୍ନ କଲେଜ (ସମ୍ବଲପୁରସ୍ଥିତ ଗଂଗାଧର ମେହେର କଲେଜ, ଭୁବନେଶ୍ବରସ୍ଥିତ ବିଜେବି କଲେଜ, ବାଲେଶ୍ବରସ୍ଥିତ ଫକୀର ମୋହନ କଲେଜ ଓ କଟକସ୍ଥିତ ରେଭେନ୍ସା କଲେଜ)ରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ। ୧୯୮୬ ମସିହାରେ ସେ ବର୍ତ୍ତମାନର ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଅବସର ନେଇଥିଲେ। ୧୯୬୦ ମସିହା ପରେ ସେ ଲେଖକ ଜୀବନ ଆରମ୍ଭ କରିଥିଲେ। ଇଂରାଜୀ ସାହିତ୍ୟରେ ତାଙ୍କର ଭଲ ଦକ୍ଷତା ଥିଲା। ଇଂରାଜୀ କବିତା ପାଇଁ ସେ ପ୍ରଥମ ଭାରତୀୟ ଭାବେ ‌ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦‌୯ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧୀ ପ୍ରଦାନ କରିଥିଲେ।

ଯୁବକଙ୍କୁ ପିଟି ପିଟି ମାରିଦେଲେ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶରେ ପୁଣି ଦଳିତ ବିରୋଧୀ ହିଂସା । ଯୁବକଙ୍କୁ ପିଟି ପିଟି ହତ୍ୟା ପରେ ତାଙ୍କ ମାଆଙ୍କୁ ଉଲଗ୍ନ କରିଛନ୍ତି ଦୁର୍ବୃତ୍ତ । ଘଟଣା ଘଟିଛି ମଧ୍ୟପ୍ରଦେଶ ସାତନା ଜିଲ୍ଲାରେ । ୧୮ବର୍ଷୀୟ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ୨୦୧୯ରେ ଅଭିଯୁକ୍ତ ବିରୋଧରେ ମୃତକଙ୍କ ଭଉଣୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଥାନାରୁ ଯୌନ ନିର୍ଯାତନା କେସ୍ ଉଠାଇବାକୁ ଅଭିଯୁକ୍ତଜଣଙ୍କ ଯୁବକଙ୍କ ଉପରେ ଚାପ ପକାଉଥିଲେ । ମାତ୍ର କେସ୍ ଉଠାଇବାକୁ ରାଜି ନହେବାରୁ ଦଳିତ ଯୁବକଙ୍କ ଘର ଭାଙ୍ଗି ଦେବା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୮ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ସରପଞ୍ଚଙ୍କ ସ୍ବାମୀ ମଧ୍ୟ ରହିଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ୧୪ଜଣଙ୍କ ନାଁରେ ହତ୍ୟ ମାମଲା ରୁଜୁ  କରିବା ସହ ଏସସି, ଏସସି ଆକ୍ଟରେ ପୋଲିସ ତଦନ୍ତ କରୁଛି । ଘଟଣାକୁ ନେଇ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ ଦଳିତ ବିରୋଧୀ ହିଂସା ବଢୁଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । କ୍ୟାମେରା ଆଗରେ ଦଳିତଙ୍କ ପାଦ ଧୋଇ ପାପ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ କହିଛି ।