ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ମୃତ

1 min read

ନବରଙ୍ଗପୁର: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀଙ୍କ ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଛତିଶଗଡ ରାଜ୍ୟ ବୋରେଇ ଥାନା ଏକବାରି ଜଙ୍ଗଲରେ ମାଓବାଦୀଙ୍କ ସହ ଯବାନଙ୍କୁ ଗୁଳି ବିନିମୟରେ ମାଓବାଦୀ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଘଟଣା ସ୍ଥଳରୁ ମାଓବାଦୀଙ୍କ ସାମଗ୍ରୀ ଓ କିଛି ଅସ୍ତ୍ରଶସ୍ତ୍ର ଜବତ । ମୃତ ମାଓବାଦୀଙ୍କ ପରିଚୟ ମିଳି ନଥିବା ବେଳେ ଶବକୁ ବୋରେଇ ଥାନାକୁ ଅଣା ଯାଇଛି l

ଗୁଳି ବିନିମୟ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯଇଛି l ସୂଚନା ପାଇ ଜିଲ୍ଲାସ୍ତରୀୟ ପୋଲିସ ଅଧିକାରୀ ବୋରେଇ ଥାନାରେ ପହଞ୍ଚିଛନ୍ତି l

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନାରୁ ମାତ୍ର ୫ କିମି ଦୂରରେ ଛତିଶଗଡ଼ ଅଞ୍ଚଳରେ ଘଟିଛି ଗୁଳି ବିନିମୟ । ଏକବାରୀ ଜଙ୍ଗଲରେ ମାଓବାଦୀ ଥିବା ସୂଚନା ପାଇ ଧମତରୀ ଓ ଗରିଆବନ୍ଦ ଜିଲ୍ଲା ରିଜର୍ଭ ପୋଲିସ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପରେ ବିଳମ୍ବିତ ରାତିରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।