spot_img
Home Blog Page 2704

ଆଜି କେତେବେଳେ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଶୁଭ

ଭୁବନେଶ୍ବର: ପରମ୍ପରା ଅନୁସାରେ ଅଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ତେବେ ରାକ୍ଷୀ ବାନ୍ଧିବା ସମୟ ନେଇ ଲୋକେ ପଡ଼ିଛନ୍ତି ଦ୍ବନ୍ଦ୍ବରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରକ୍ଷା ବନ୍ଧନ ଶ୍ରାବଣ ପୂର୍ଣ୍ଣିମା ଅପରାହ୍ନରେ ପାଳନ କରିବା ଶୁଭଙ୍କର । ତେବେ ଏହି ସମୟରେ ଭଦ୍ରାକାଳ ଥିଲେ ରାକ୍ଷୀ ବାନ୍ଧିବା ଅଶୁଭ । ଆଜି ରାତି ୯ଟା ୨ ମିନିଟ ପର୍ଯ୍ୟନ୍ତ ଭଦ୍ରାକାଳ ରହିବ । ସେପଟେ କାଲି ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବ । ଅନୁଷ୍ଠିତ ହେବ ବଳଭଦ୍ରଙ୍କ ଜନ୍ମନୀତି  । ଶ୍ରୀମନ୍ଦିର ରୀତିନୀତି ସ୍ୱତନ୍ତ୍ର ହୋଇଥିବାରୁ କାଲି ସୂର୍ଯ୍ୟ ଉଦୟ ପରେ ପୂର୍ଣ୍ଣମୀ ତିଥି ରହିଥିବାରୁ ସେହିଦିନ ମହାପ୍ରଭୁଙ୍କର ରକ୍ଷାବନ୍ଧନ ନୀତି ସମ୍ପନ୍ନ ହେବ । ତେବେ ସାଧାରଣ ଲୋକ ଆଜି ରକ୍ଷାବନ୍ଧନ ପାଳନ କରୁଛନ୍ତି । କାଲି ସକାଳେ ମଧ୍ୟ ପୂର୍ଣ୍ଣମୀ ତିଥି ଥିବା ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବାରେ ଅସୁବିଧା ନାହିଁ ବୋଲି ପଣ୍ଡିତମାନେ କହିଛନ୍ତି ।

ତେବେ ଆସନ୍ତୁ ଜାଣିବା ଅଗଷ୍ଠ ୩୦ ଓ ୩୧ ତାରିଖ କେଉଁ ସମୟରେ ଆପଣ ଆପଣଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ ।

ରକ୍ଷା ବନ୍ଧନ ହିନ୍ଦୁଙ୍କ ଏକ ପବିତ୍ର ପର୍ବ । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିଥାଏ ଭଉଣୀ । ଶ୍ରାବଣ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ପାଳନ କରାଯାଇଥାଏ । ହେଲେ ଭଦ୍ରାକାଳ ଥିଲେ ରକ୍ଷୀ ବାନ୍ଧିବା ଅଶୁଭ ମନାଯାଇଥାଏ । ଆଜି ଅଗଷ୍ଟ ୩୦ ତାରିଖରେ ପୂରା ଦିନ ଭଦ୍ରା କାଳ ରହିବ ଏଥିପାଇଁ ଅଗଷ୍ଟ ୩୧ ତାରିଖରେ ରାକ୍ଷୀ ବାନ୍ଧି ପାରିବେ ।

୩୦ ଅଗଷ୍ଟରେ ପୂର୍ଣ୍ଣିମା ତିଥି ସହ ସକାଳ ୧୦ଟା ୫୯ ମିନିଟରୁ ଭଦ୍ରାକାଳ ଆରମ୍ଭ ହେଉଛି । ଏହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ବିବେଚନା କରାଯାଇଥାଏ । ତେବେ ରାତି ୯ଟା ୨ ମିନିଟରେ ଭଦ୍ରାକାଳ ଶେଷ ହେଉଥିବାରୁ ଏହାପରେ ଆପଣ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ । ଯଦି କୌଣସି କାରଣରୁ ଆଜି ରାକ୍ଷୀ ବାନ୍ଧି ପାରୁନାହାନ୍ତି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ ୩୧ ଅଗଷ୍ଟରେ ବି ଆପଣ ରାକ୍ଷୀ ବାନ୍ଧି ପାରିବେ । ଅଗଷ୍ଟ ୩୧ ସକାଳ ୭ଟା ୫ ମିନିଟ ପର୍ଯ୍ୟନ୍ତ ଆପଣ ରାକ୍ଷୀ ବାନ୍ଧି ପାରିବେ । ଏହାପରେ ପୂର୍ଣ୍ଣିମା ତିଥି ଶେଷ ହୋଇଯିବ ।

ବିଜେପିକୁ ମାତ ଦେବାକୁ ଇଣ୍ଡିଆର ଯୋଜନା, କାଲି ମୁମ୍ବାଇରେ ବୈଠକ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢୁବାରେ ଲାଗିଛି । କାଲିଠୁ ବସିବ ବିରୋଧୀ ଦଳ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ । ପ୍ରଥମେ ପାଟନା, ଦ୍ବିତୀୟରେ ବେଙ୍ଗାଳୁରୁ ପରେ ଏବେ ମୁମ୍ବାଇରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ ବିରୋଧୀ । ଏଥିପାଇଁ ବିରୋଧୀ ମେଣ୍ଟ ଦଳର ନେତାମାନେ ଆଜିଠୁ ମୁମ୍ବାଇ ଗସ୍ତ କରୁଛନ୍ତି ।

ବୈଠକରେ ଇଣ୍ଡିଆ ମେଣ୍ଟର ୨୬ଟି ଦଳ ମଧ୍ୟରେ ଆସନ ବୁଝାମଣା ସହ ମେଣ୍ଟର ଚିହ୍ନ ଉନ୍ମୋଚନ କରାଯିବାକୁ ଥିବା ସୂଚାନା ମିଳିଛି । ଯେଉଁଠାରେ ମିଳିତ ବିରୋଧୀ ମେଣ୍ଟ ପ୍ରତିଦ୍ବନ୍ଦ୍ବିତା କରିବ ସେଠାରେ କୌଣସି ଦଳ ପରିବର୍ତ୍ତେ ଇଣ୍ଡିଆ ମେଣ୍ଟ ପତାକା କିମ୍ବା ସଙ୍କେତ ବ୍ୟବହାର ହେବ । ଏଥିପାଇଁ ଆଶୋକ ଚକ୍ର ବିନା ତ୍ରିରଙ୍ଗାକୁ ମେଣ୍ଟ ପତାକା ଭାବେ ସ୍ଥିର କରିବାକୁ ପ୍ରସ୍ତାବ ରହିଛି । ଯେଉଁସବୁ ରାଜ୍ୟରେ ନିର୍ଦ୍ଦିଷ୍ଟ କୌଣସି ଦଳ ପ୍ରତିଦ୍ବନ୍ଦିତା କରିବ ସେଠାରେ ନିଜ ଦଳର ପତାକା ବ୍ୟବହାର ହେବ । ଏହାବ୍ୟତୀତ ବିରୋଧୀ ମେଣ୍ଟର ଜଣେ ଅଧ୍ୟକ୍ଷ ରହିବେ ଏବଂ ଆଞ୍ଚଳିକ ସ୍ତରରେ ୫ ଜଣ ସଂଯୋଜକ ନିଯୁକ୍ତି ପାଇଁ ବୈଠକରେ ନିଷ୍ପତ୍ତି ହୋଇପାରେ ।

ବିରୋଧୀଙ୍କୁ ଏକାଠି କରିବାରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖିଆ ନୀତୀଶ କୁମାର ପ୍ରମୁଖ ଭୂମିକା ନିଭାଇଥିଲେ । ତାଙ୍କୁ କୌଣସି ପଦ ପଦବୀ ପାଇଁ ଆଶା ନାହିଁ ବୋଲି ନୀତୀଶ ନିଜେ କହିଛନ୍ତି । ଆଗକୁ ଆଉ କିଛି ଦଳ ମେଣ୍ଟରେ ସାମିଲ ହେବା ସୂଚନା ମିଳିଛି । କେନ୍ଦ୍ରରୁ ବିଜେପି ଶାସନ ହଟାଇବା ଲାଗି ସବୁ ବିରୋଧୀ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ।

ବାବୁସାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ବର: ଅସହାୟକୁ ସହାୟତା ଯୋଗାଇ ଦେଲେ ମୁଖ୍ୟମନ୍ତ୍ରୀ । ଏଣିକି ଦୁଇ ଆଖିରେ ଦେଖିପାରିବେ ବାବୁସାନ୍ । ଗତ ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T  ସଚିବ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗସ୍ତ କରିଥିଲେ । ସେଠାରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସାନଖେମୁଣ୍ଡି ବ୍ଲକ ଏସ ଗୋପାଳପୁର ଗ୍ରାମର ବାବୁସାନ ଦାସ କିଛିଦିନ ପୂର୍ବେ ବାଣ ଫୁଟାଇ ଗୋଟିଏ ଆଖି ହରାଇ ଥିବା ବେଳେ କିଛି ସହାୟତା ରାଶି ପାଇଁ ନିବେଦନ କରିଥିଲେ । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବାବୁସାନଙ୍କୁ 30 ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତହସିଲଦାର ଏବଂ ବିଡ଼ିଓ ବାବୁସାନଙ୍କୁ ଏହି  ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାବୁସାନ ।

ଘୋଷଣା ହେଲା ଓଡ଼ିଶା ମହିଳା ଟିମ୍

କଟକ: ୧୯ ବର୍ଷରୁ କମ ବର୍ଗର ମହିଳା କ୍ରିକେଟ ଟିମ ଘୋଷଣା କଲା ଓଡିଶା କ୍ରିକେଟ ଆସୋସିଏସନ । ଆସାମରେ ହେବାକୁ ଥିବା ବିସିସିଆରର ଘରୋଇ ସିଜନ ପୂର୍ବରୁ ଟିମକୁ ମଜଭୁତ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଓସିଏ । ଏହି ସମ୍ଭାବ୍ୟ ଦଳ ଅଭ୍ୟାସ ମ୍ୟାଚରେ ଛତିଶଗଡ଼କୁ ଭେଟିବ । ଓଡିଶା ଓ ଛତିଶଗଡ଼ ମଧ୍ୟରେ ମୋଟ ୫ଟି ମ୍ୟାଚ ଖେଳାଯିବ ଏବଂ ଓଡିଶାରେ ଖେଳାଯିବ ସମସ୍ତ ମ୍ୟାଚ । ଚୟନ ହୋଇ ଥିବା ଏହି ୨୦ ଜଣିଆ ଟିମରେ ୮ ଜଣ ୧୫ ବର୍ଷରୁ କମ ଖେଳାଳିଙ୍କୁ ସ୍ଥାନ ମିଳିଛି । ତେବେ ଏହି ମ୍ୟାଚରୁ ୧୫ ଜଣିଆ ଟିମ ଚୟନ କରାଯାଇ ଆସନ୍ତା ଅକ୍ଟୋବର ୫ରେ ଆସାମରେ ଖେଳାଯିବାକୁ ଥିବା ୧୯ ବର୍ଷ ରୁ କମ ଘରୋଇ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଚୟନ କରାଯିବ ବୋଲି କହିଛନ୍ତି କୋଚ୍ ।

ଯାଜପୁରରେ 5T ସଚିବଙ୍କ ମାରାଥନ ସମୀକ୍ଷା

ଯାଜପୁର: ବିକାଶର ପଥରେ ଆଉପାଦେ ଆଗେଇବ ଯାଜପୁର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ । ରାଜ୍ୟ ସରକାର ମାଆଙ୍କୁ ଦେଉଥିବା ସୁବିଧା ସୁଯୋଗ ସମ୍ପର୍କରେ 5T ସଚିବ ଅବଗତ କରିଥିଲେ । ଯାଜପୁର ଜିଲ୍ଲାର ସମସ୍ତ ଯୁକ୍ତଦୁଇ ଓ ଡିଗ୍ରୀ କଲେଜ 5T ଉପକ୍ରମରେ ରୂପାନ୍ତିରତ ହେବ । ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ଖୁସି ଖବର ଦେଇଛନ୍ତି ଭିକେ ପାଣ୍ଡିଆନ  ।

ଭଲପାଇବା, ସ୍ନେହ, ଭରସା। ହଜାର ହଜାର ଲୋକଙ୍କ ଭିଡରେ କିଏ ବଢାଇ ଦେଉଥିଲା ଆଦରର ହାତ, ଆଉ କିଏ ମୁଣ୍ଡ ଉପରେ ହାତଥୋଇ ଅଜାଡ଼ି ଦେଉଥିଲା ଆଶୀର୍ବାଦ। ପୁଣି ଭରସାର ହାତରେ ରାକ୍ଷୀଟିଏ ବାନ୍ଧି ଭଲପାଇବା ବଖାଣୁଥିଲେ ମାଆ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ସମୀକ୍ଷା ଓ ଲୋକଙ୍କ ଅଭିଯୋଗ ଶୁଣିବା ସମୟରେ ମନ ଜିଣିନେଉଥିଲା 5T ସଚିବଙ୍କ ପ୍ରତି ମାଆଙ୍କ ମମତା। କୋରେଇରେ ମିଶନ ଶକ୍ତି ସଦସ୍ୟାଙ୍କୁ ଭେଟି ଆଲୋଚନା କରିଥିଲେ ଫାଇଭ-ଟି ସଚିବ । ଯାଜପୁର ଜିଲ୍ଲାରେ ମିଶନ ଶକ୍ତି ମାଆଙ୍କୁ ୫୪୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। କେବଳ ୨୦୨୦-୨୧ ବର୍ଷରେ ପ୍ରଦାନ କରାଯାଇଛି ୧୮୦ କୋଟି ଟଙ୍କା। ସ୍କୁଟି ପାଇଁ ୧୭୦୦ ଜଣ ଆବେଦନ କରିଥିବା ବେଳେ ବ୍ଳକ ଫେଡେରେସନଙ୍କୁ ଗାଡ଼ି ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ଏମବିକେ ଓ ସିଆରପିଙ୍କ ଦରମା ବଢିବା ନେଇ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ । ଏହାଛଡ଼ା ମହିଳାଙ୍କୁ ରାଜ୍ୟ ସରକାର ଦେଉଥିବା ସବୁ ସୁବିଧା ସମ୍ପର୍କରେ ଅବଗତ କରିଥିଲେ ଫାଇଭ-ଟି ସଚିବ  ।

ସବୁକ୍ଷେତ୍ରରେ ସଫଳତାର ଆକାଶ ଛୁଇଁବେ ଯାଜପୁରର ଛାତ୍ରଛାତ୍ରୀ। ସରକାରୀ କଲେଜରେ ମିଳିବ ବଡ଼ ବଡ଼ କଲେଜ ଭଳି ସୁବିଧା। ଜିଲ୍ଲାର ସମସ୍ତ କଲେଜକୁ 5T ଉପକ୍ରମରେ ରୂପାନ୍ତରିତ କରାଯିବ। ନୂଆବର୍ଷ ପୂର୍ବରୁ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । କଲେଜ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ଖୁସି ଖବର ଶୁଣାଇଛନ୍ତି 5T ସଚିବ । ନିଜ କଲେଜର ରୂପାନ୍ତରଣରେ ଶ୍ରମଦାନ କରିବାକୁ ଆହ୍ବାନ ଦେବା ସହିତ ରୂପାନ୍ତରିତ କଲେଜର ପୂର୍ବ ଓ ପର ଭିଡିଓ ଇନଷ୍ଟାରେ ସେୟାର କରିବାକୁ ପରାମର୍ଶ ଦେଇଛନ୍ତି। ଜୀବନରେ ପିଲାମାନେ କିପରି ସଫଳ ହେବେ ସେଥିପାଇଁ ଟିପ୍ସ ଦେଇଥିଲେ ଭିକେ ପାଣ୍ଡିଆନ  ।

ଅନୁଗୁଳକୁ କେନ୍ଦ୍ରର ଅବହେଳା ଅଭିଯୋଗ

ଅନୁଗୁଳ: ଅନୁଗୁଳକୁ ଲଗାତାର ଅବହେଳା କରିଆସୁଛନ୍ତି କେନ୍ଦ୍ର ସରକାର । ଜିଲ୍ଲାରେ ଶୋଚନୀୟ ହୋଇପଡ଼ିଛି ଜାତୀୟ ରାଜପଥ । ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ସଂପ୍ରସାରଣ କାର୍ଯ୍ୟ ଦୀର୍ଘବର୍ଷ ଧରି ଚାଲିଥିଲେ ବି ସରିବାର ନାଁ ଧରୁନି । ତୁରନ୍ତ କାମ ସାରିବାକୁ ବାରମ୍ବାର ଦାବି ପରେ ବି ଦୃଷ୍ଟି ଦେଉନି କେନ୍ଦ୍ର । ଏହାଛଡ଼ା ଏମସିଏଲ ବିସ୍ଥାପନ ନେଇ ଟାଳଟୂଳ ନୀତି ଆପଣାଉଛି । ପ୍ରତିବାଦରେ ଆସନ୍ତା ୧ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରିବାକୁ ନିଷ୍ପତି ନେଇଛି  ଦଳ । ଏନେଇ ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅଭିଯୋଗ ଅନୁସାରେ ଏମସିଏଲ ଅନୁଗୁଳ ଜିଲ୍ଲାର ଜମି ହରାଇଥିବା ଲୋକଙ୍କୁ ଯାତନା ଦେଇଆସୁଛି  । ଥଇଥାନ ନେଇ କେନ୍ଦ୍ର ସରକାରଙ୍କର ରହିଥିବା ୨୦୦୬ କିମ୍ବା ୨୦୧୩ ପଲିସିକୁ ସମାଧାନ କରୁନାହାନ୍ତି । ଫଳରେ ୩୦ ବର୍ଷ ହେଲା ଲୋକ ବିସ୍ଥାପନ ପ୍ରକ୍ରିୟାରେ ରହିଥିବା ବେଳେ ଆଜି ଯାଏ ଥଇଥାନ ହୋଇପାରୁନାହାନ୍ତି  । ଏମଏସିଏଲ ଲୋକଙ୍କ ପାଇଁ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟ କରୁନାହିଁ  । ଏମସିଏଲ ଦ୍ବାରା ତାଳଚେରରେ ପ୍ରଦୂଷଣ ବୃଦ୍ଧି ସହିତ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି  । ପ୍ରତିବାଦରେ ସେପ୍ଟେମ୍ବର ପହିଲାରେ ସକାଳ ୮ଟାରୁ ୧୦ଟା ଯାଏ ୫୫ ନମ୍ବର ରାଜପଥ ଅବରୋଧ କରି ଦଳ ବିକ୍ଷୋଭ କରିବ  ।

 

ଚନ୍ଦ୍ରରେ ସଲଫର ସହ ରହିଛି ଏହିସବୁ ପଦାର୍ଥ

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରରେ ସଲଫର୍ ସହିତ ଆହୁରି ଅନେକ ପଦାର୍ଥ ରହିଛି । ଏ ସଂପର୍କରେ ରୋଭର ପ୍ରଜ୍ଞାନ ଦେଇଥିବାବେଳେ ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ସଲଫର ସହିତ ଆଲୁମିନିୟମ, କ୍ୟାଲସିୟମ, ଫେରସ, କ୍ରୋମିୟମ, ଟିଟାନିୟମ, ମାଙ୍ଗାନିଜ, ସିଲିକନ ଓ ଅକ୍ସିଜେନର ସନ୍ଧାନ କରିଛି । ରୋଭର ପ୍ରଜ୍ଞାନରେ ଲାଗିଥିବା LIBS ନାମକ ଏକ ଯନ୍ତ୍ର ଏହା ସ୍ପଷ୍ଟ କରିଛି । ଚନ୍ଦ୍ରରେ ହାଇଡ୍ରୋଜେନ୍‌ ଅଛି ନା ନାହିଁ, ତାହା ଜାଣିବା ପାଇଁ ରୋଭର ପ୍ରଜ୍ଞାନ ସନ୍ଧାନ ଚଳାଇଛି । ଏହା ପୂର୍ବରୁ ରବିବାର ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ଗୋଟିଏ ନୂଆ ସୂଚନା ପଠାଇଥିଲା । ଚନ୍ଦ୍ରରେ ମାଟିର ତାପମାତ୍ରା ୧୦ରୁ ୫୦ ଡିଗ୍ରୀ ମଧ୍ୟରେ ରହିଛି । ଚନ୍ଦ୍ରରେ ଆଉ ଆଠ ଦିନ ସକ୍ରିୟ ରହିବ ଲ୍ୟାଣ୍ଡର ବିକ୍ରମ ।

ଋଷ-ୟୁକ୍ରେନ ଯୁଦ୍ଧ, ୭ ଦିନରେ ୫ହଜାର ଲୋକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧର ସବୁଠୁ ବିନାଶକାରୀ ମୂହୁର୍ତ୍ତ । ୫୫୦ ଦିନ ହେଲା ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ । ଛାରଖାର ହୋଇଗଲାଣି ଉଭୟ ଦେଶ । ହଜାର ହଜାର ଲୋକଙ୍କ ମୃତ୍ୟୁର ବିଭୀଷିକା ଦେଖୁଛନ୍ତି ଦୁଇ ଦେଶ । ୭ ଦିନ ଯୁଦ୍ଧରେ ୟୁକ୍ରେନରେ ପ୍ରାଣ ହରାଇଲେଣି ୫ ହଜାର ଲୋକ । ଚରମସୀମାରେ ପହଞ୍ଚିଛି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ରାଗ । ଜଳ,ସ୍ଥଳ,ଆକାଶରୁ ୟୁକ୍ରେନ ଉପରେ ହେଉଛି ଘନ ଘନ ଆକ୍ରମଣ । ବଡ ବଡ ସହର,ଘରଦ୍ବାର ସହ ଜଳୁଛି ଅସ୍ତ୍ରାଗାର । କେବଳ ନର୍ଥ ଡୋନେସ୍କରେ ୧୪୯୦ ୟୁକ୍ରେନ ସୈନ୍ୟଙ୍କ ମୃତ୍ୟୁ । ଋଷ ଆକ୍ରମଣରେ ସାଉଥ ଡୋନେସ୍କର ପ୍ରାଣ ହରାଇଛନ୍ତି ୮୨୦ ଯବାନ । ଜେପୋରଜିଆରେ ହୋଇଛି ସବୁଠୁ ଅଧିକ ନରସଂହାର । ୧୧୮୦ ଯବାନଙ୍କର ମୃତ୍ୟୁ ସହ ବହୁ ସାଧାରଣ ଲୋକ ପ୍ରାଣ ହାରାଇଛନ୍ତି ।

 

ବର୍ଷାରେ ରେକର୍ଡ ଭାଙ୍ଗିଲା ଋଷିକେଷ

ନନ୍ଦିଘୋଷ ବ୍ୟୁରୋ: ବର୍ଷାରେ ଚେରାପୁଞ୍ଜିର ରେକର୍ଡ ଭାଙ୍ଗିଲା ଋଷିକେଶ, ୨୫ ଦିନରେ ବର୍ଷିଛି ୧,୯୦୧ମିଲିମିଟର । ଋଷିକେଶ ଅଗଷ୍ଟ ମାସରେ ଭାରତର ସବୁଠୁ ଅଧିକ ବର୍ଷାର ଅଞ୍ଚଳ ପାଲଟିଛି। ୧ରୁ ୨୫ ଅଗଷ୍ଟ ମଧ୍ୟରେ ମୋଟ ୧୯୦୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଉତ୍ତର କୋରିଆର ଜେଜୁ ନ୍ୟାସନାଲ ୟୁନିଭର୍ସିଟିର ଟାଇଫୁନ ରିସର୍ଚ୍ଚ ସେଣ୍ଟର ବୈଜ୍ଞାନିକ ବିନିତ କୁମାର ସିଂହ ଏହି ସୂଚନା ଦେଇଛନ୍ତି। ଜଳବାୟୁ ରିପୋର୍ଟ ପ୍ରକାଶିତ କରୁଥିବା  ସାଇଟ୍ ‘ଡାଉନ ଟୁ ଆର୍ଥ’ ସିଂ ଙ୍କ ସୂତ୍ରରୁ ଉଲ୍ଲେଖ କରିଛି ଯେ ଋଷିକେଶ ଏହି କାଳରେ ଚେରାପୁଞ୍ଜି ଓ ମସିନରାମ ତୁଳନାରେ ଅଧିକ ସନ୍ତସନ୍ତିଆ ହୋଇଛ ଚେରାପୁଞ୍ଜିରେ ୧୮୭୬.୩ ମିଲିମିଟର ବର୍ଷା ହୋଇଛି। ସେହିପରି ମେଘାଳୟର ମସିନରାମରେ ୧୪୪୬ ମିଲିମିଟର ବର୍ଷା ହୋଇଛି  ।

ଦେଶର ଏହି ଦୁଇଟି ସ୍ଥାନ ପୁଣି ଥରେ ଅଧିକ ବର୍ଷାର ଅଞ୍ଚଳ ହୋଇଯାଇଛି। କାରଣ ୩ ଦିନ ପୂର୍ବେ ଚେରାପୁଞ୍ଜିରେ ୩୩୨ ମିଲିମିଟର ବର୍ଷା ହୋଇଥି । ତେବେ ଅଗଷ୍ଟ ମାସର ଅଧିକାଂ   ଦିନ ଋଷିକେଶରେ ବର୍ଷା ହୋଇଛି। ଏଣୁ ଦେଶର ସବୁଠୁ ବର୍ଷା ବହୁଳ ଅଞ୍ଚଳରେ ପରିଣତ ହୋଇଥିଲା ଋଷିକେଶ। ଋଷିକେଶ ନିମନ୍ତେ ବିପଦଜନକ ଥିଲା  ଅଗଷ୍ଟମାସ । ମାସ ତମାମ ଗଙ୍ଗାନଦୀ ବିପଦ ସଂକେତ ଉପରେ ବହିଥିଲା । ଜନଜୀବନ ଗୁରୁଗୁରୁତର ପ୍ରଭାବିତ ହୋଇଥିଲା । ଅଗଷ୍ଟ ୯ ତାରିଖ ଦିନ କାନ୍ଥ ପଡି ଋଷିକେଶରେ ଜଣକର ମୃତ୍ୟୁ ହୋଇଥିଲା ।

କେବଳ ଋଷିକେଶ ନୁହେଁ ଏହି ସମୟରେ ମୌସୁମୀ ସୁ ର ଖରାପ ପ୍ରଭାବ ପୁରା  ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଥିଲା  । ସାଧାରଣତଃ ଅଗଷ୍ଟ ମାସରେ ମୌସୁମୀ  ବର୍ଷା  ହୋଇଥାଏ। ଏଥିରେ ଅଧିକାଂଶ ବର୍ଷା ଦେଶର ଉତ୍ତରାଞ୍ଚଳ, ଉତ୍ତର-ପଶ୍ଚିମ ଓ ମଧ୍ୟଭାରତରେ ହୋଇଥାଏ। ଏହି ବ୍ରେକ୍ ଫେଜରେ ହିମାଳୟ ପାଦଦେଶରେ ପ୍ରାୟତଃ ବର୍ଷା ହୋଇଥାଏ ଓ ତାହା ବି ଭୟାନକ ଭାବେ। କେବେ କେବେ ବାଦଲ ଫଟା ବର୍ଷା ବିପର୍ଯ୍ୟ ୟ ରଚିଥାଏ। ଚଳିତବର୍ଷ ମୌସୁମୀ  ର ଏହି ବ୍ରେକ୍ ଫେଜ ୭ରୁ ୧୮ ଅଗଷ୍ଟ ପର୍ଯ୍ୟ ନ୍ତ ଥିଲା ଥି ।

ସାଧାରଣତଃ ଅଗଷ୍ଟ ମାସ ସାରା ଦେଶରେ ଶୁଷ୍କଶୁ ରହିଥାଏ। କାରଣ ଏହି ସମୟରେ ମୌସୁମୀ  ବ୍ରେକ୍ ନେଇଥାଏ। ହେଲେ ଚଳିତବର୍ଷ ଏପରି ହୋଇ ନାହିଁ।  ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଚଳିତବର୍ଷ ଏହି ସମୟରେ ଅନେକଥର ଅଚାନକ ବନ୍ୟା ଆସିଛି ଓ ଏଥି ପାଇଁ ଭୂ-ସ୍ଖଳନ ହୋଇଛି। ଏଥିଯୋଗୁ ଅନେକ ଲୋକ ପ୍ରାଣ ହରାଇଥିବା  ବେଳେ ହଜାର ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।

ଆୟୂଷ କମାଉଛି ପ୍ରଦୂଷଣ

ନୂଆଦିଲ୍ଲୀ: ଆୟୂଷ କମାଉଛି ପ୍ରଦୂଷଣ । ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢୁଥିବାରୁ ଦିଲ୍ଲୀବାସୀଙ୍କର ପ୍ରାୟ ୧୨ବର୍ଷ ଆୟୂଷ କମିଛି । ଭାରତୀୟଙ୍କ ଆୟୂଷ ପ୍ରାୟ ୫ବର୍ଷ କମିଛି । ୨୦୧୩ ପରଠାରୁ ବିଶ୍ବରେ ବାୟୂ ପ୍ରଦୂଷଣ ବୃଦ୍ଧି ପାଇଁ ଭାରତର ପ୍ରଦୂଷଣ ୫୯ ପ୍ରତିଶତ ଦାୟୀ । ବିଶ୍ବର ସବୁଠୁ ପ୍ରଦୂଷିତ ଦକ୍ଷିଣ ଏସୀୟ ଦେଶଗୁଡ଼ିକର ବାୟୂ ପ୍ରଦୂଷଣକୁ ନେଇ ଚିନ୍ତାଜନକ ରିପୋର୍ଟ ଦେଇଛି ୟୁନିଭର୍ସିଟି ଅଫ ଚିକାଗୋ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ବା EPIC । ମଙ୍ଗଳବାର ଏୟାର କ୍ବାଲିଟି ଲାଇଫ ଇଣ୍ଡେକ୍ସ ପ୍ରକାଶ ପାଇଛି । ଦକ୍ଷିଣ ଏସିଆର ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ସବୁଠୁ ଅଧିକ ପ୍ରଦୁଷିତ ରାଷ୍ଟ୍ର ବୋଲି ରିପୋର୍ଟରେ ଉଲ୍ଲେଖ କରିଛି EPIC । ବାଂଲାଦେଶ, ଭାରତ, ନେପାଳ, ପାକିସ୍ତାନର ବାୟୂ ପ୍ରଦୂଷଣକୁ ନେଇ ରିପୋର୍ଟ ଦେଇଛି ଚିକାଗୋ ବିଶ୍ବବିଦ୍ୟାଳୟ ।