spot_img
Home Blog Page 2698

ଆସନ୍ତା ୨୧ରେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଖାଲିପଡ଼ିଛି ବାଚସ୍ପତି ପଦ । ବାଚସ୍ପତି ନିର୍ବାଚନ ପାଇଁ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ହେବ। ତେବେ ପରବର୍ତ୍ତୀ ବାଚସ୍ପତି କିଏ ହେବ ସେନେଇ ଚର୍ଚ୍ଚା ଜାରି ରହିଛି । ଏହି ଚର୍ଚ୍ଚା ମଧ୍ୟରେ ନୃସିଂହ ସାହୁ, ପ୍ରଫୁଲ୍ଲ ସାମଲ, ଦେବୀ ମିଶ୍ର ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଆଗରେ ରହିଛି । ଅନ୍ୟପକ୍ଷରେ ଆଗାମୀ ୨୨ ତାରଖରୁ ବିଧାସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅକ୍ଟୋବର ୪ ଯାଏ ଚାଲିବ।

ଆସିବ କ୍ୟାନସର ମହୌଷଧି, ମାତ୍ର ୭ ମିନିଟରେ ହେବ ଚିକତ୍ସା

ନୂଆଦିଲ୍ଲୀ: ଆସିବ କ୍ୟାନସର ମହୌଷଧି । ମାତ୍ର ୭ ମିନିଟରେ ହେବ ଚିକତ୍ସା । କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଥମ ଇଞ୍ଜେକସନ ଆଣିବ ବ୍ରିଟେନର ଜାତୀୟ ସ୍ବାସ୍ଥସେବା NHS । ଏହି ଇଞ୍ଜେକସନ କ୍ୟାନସର ଆକ୍ରାନ୍ତଙ୍କ ଚିକିତ୍ସା ସମୟ ଅନେକ ମାତ୍ରାରେ ହ୍ରାସ କରିବ । କର୍କଟ ରୋଗୀକୁ ଶୀଘ୍ର ସୁସ୍ଥ କରିବାରେ ଟେସେଣ୍ଟ୍ରିକ ଇଞ୍ଜେକସନ ସହାୟକ ହେବ । ଔଷଧ ଏବଂ ସ୍ବାସ୍ଥ୍ୟ ସେବା ଉତ୍ପାଦ ନିୟାମକ ଏଜେନ୍ସିର ଅନୁମୋଦନ ପରେ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି ବୋଲି ବ୍ରିଟେନ ନ୍ୟାସନାଲ ହେଲଥ ସର୍ଭିସ ପକ୍ଷରୁ କୁହାଯାଇଛି । ଇମ୍ୟୁନୋଥେରାପି, ଆଟେଜୋଲିଜୁମାବ ଚିକିତ୍ସିତ ହେଉଥିବା ଶହ ଶହ ଯୋଗ୍ୟ ରୋଗୀଙ୍କୁ ଚର୍ମ ତଳେ ଏହି ଇଞ୍ଜେକ୍ସନ ଦିଆଯିବ ବୋଲି NHS ପକ୍ଷରୁ କୁହାଯାଇଛି । ଏହି ଇଞ୍ଜେକସନକୁ ଅନୁମୋଦନ ମିଳିବା ଫଳରେ କର୍କଟ ଆକ୍ରାନ୍ତଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଗୋଟିଏ ଦିନରେ ଅଧିକ ରୋଗୀଙ୍କ ଚିକିତ୍ସା କରିବାରେ ମେଡିକାଲ ଟିମ୍ ସକ୍ଷମ ହେବ ବୋଲି ଓ୍ବେଷ୍ଟ ସୁଫୋଲ୍କ NHS ଫାଉଣ୍ଡେସନ ଟ୍ରଷ୍ଟର ପରାମର୍ଶଦାତା ଅଙ୍କୋଲୋଜିଷ୍ଟ ଡାକ୍ତର ଆଲେକଜାଣ୍ଡାର ମାର୍ଟିନ କହିଛନ୍ତି ।

ଗଞ୍ଜାମ ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ, ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ସ୍ଥଗିତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପ-ନିର୍ବାଚନ ସ୍ଥଗିତ । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ଉପନିର୍ବାଚନ ସ୍ଥଗିତ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ରିପୋର୍ଟ ଆାଧାରରେ ସ୍ଥଗିତ ରହିଛି ଉପ ନିର୍ବାଚନ । କିଛି ସମିତି ସଭ୍ୟଙ୍କୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ହୋଇଛି ।

 

କଳାହାଣ୍ଡିକୁ ଉଡ଼ିଲା ବିମାନ, ଫ୍ଲାଗଅଫ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳାହାଣ୍ଡି: ଭୁବନେଶ୍ବରରୁ କଳାହାଣ୍ଡିର ଉତ୍କେଲାକୁ ଆରମ୍ଭ ହେଲା ବିମାନ ସେବା । ଫ୍ଲାଗଅଫ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଗୁରବାର ଉଡ଼ିବ ବିମାନ । ପରେ ସପ୍ତାହକୁ ସବୁଦିନ ବିମାନ ଉଡିବ । ଏଥିସହ ଉଦଘାଟନ ହୋଇଛି ଉତ୍କେଲା ବିମାନ ବନ୍ଦର । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉଦଘାଟନ କରିଛନ୍ତି । କଳାହାଣ୍ଡିର ବିକାଶରେ ଯୋଡ଼ିହେବ ନୂଆ ଫର୍ଦ୍ଦ । ସମୃଦ୍ଧିର ଆକାଶରେ ଉଡ଼ାଣ ଭରିବ କଳାହାଣ୍ଡି । ସପ୍ତାହର ଦୁଇ ଦିନ ସକାଳ ୭ଟା ୧୫ରେ ଭୁବନେଶ୍ବରରୁ ଉଡିବ ବିମାନ ସେବା । ଭୁବନେଶ୍ବର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଂଚିବ ବିମାନ । ସେହିପରି ଉତ୍କେଲାରୁ ସକାଳ ୮.୫୦ରେ ବାହାରି ୧୦ଟାରେ ଭୁବନେଶ୍ବରରେ ପହଂଚିବ ।

୯ଟି ସିଟ୍‌ ବିଶିଷ୍ଟ ଇଣ୍ଡିଆ ୱାନ ବିମାନରେ ଯାତ୍ରୀ ଯାତାୟତ କରିବେ । ଏଥିପାଇଁ ଟିକେଟର ଦାମ ୯୯୯ ଟଙ୍କା । ବିମାନ ଚଳାଚଳ ଦ୍ବାରା ମାତ୍ର ଘଣ୍ଟେ ଦଶ ମିନିଟରେ ଭୁବନେଶ୍ବରରୁ କଳାହାଣ୍ଡି ପହଞ୍ଚି ହେବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ସରକାରଙ୍କ ଏ ପଦକ୍ଷେପ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଏଥିସହ ଖୁବଶୀଘ୍ର କଳାହାଣ୍ଡିରୁ ରାୟପୁର ଉଡ଼ିବ ବିମାନ । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

କାଲିଠୁ ରାଜ୍ୟରେ ବଦଳିପାରେ ପାଗ, ୨ ତାରିଖରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ବଦଳିପାରେ ପାଗ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ବର୍ଷା ହେବ। ୪ରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ବାଲେଶ୍ବର, ନବରଙ୍ଗପୁର, କଳାହାଣ୍ଡି ଏବଂ ବଲାଙ୍ଗୀରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୭୦ରୁ ୧୧୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହୋଇପାରେ ।

ଦୁର୍ବଳ ମୌସୁମୀ ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହୋଇଛି । ଗତ ୫ ଦିନ ହେବ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିଛି ପାରଦ। ଦକ୍ଷିଣ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଗଞ୍ଜାମ ସେମତ କୋରାପୁଟ, ରାୟଗଡା, କଳାହାଣ୍ଡିରେ ସ୍ଥିତି ଉତ୍କଟ ହୋଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନକୁ କଣ୍ଟିଜେନ୍ସି ପ୍ଲାନ ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ: ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଭଉଣୀ ସୁଭଦ୍ରା ଭାଇଙ୍କୁ ବାନ୍ଧିବେ ରାକ୍ଷୀ । ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ପାଟରେ ନିର୍ମିତ ବିଶାଳ କାୟ ରାକ୍ଷୀ ଓ ଗୁଆ ମାଳ ପାଟରା ବିଷୋୟୀ ସେବକଙ୍କ ଘରୁ ପ୍ରଦାନ କରାଯିବ। ପ୍ରସ୍ତୁତ ୪ଟି ରାକ୍ଷୀ ଓ ଗୁଆମାଳ ଭଉଣୀ ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ପିନ୍ଧାଇବାର ପରମ୍ପରା ରହିଛି। ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ହୋଇସାରିବା ପରେ ପୁଷ୍ପାଳକ ସେବକ ବଡ଼ଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ସ୍ୱତନ୍ତ୍ର ଭାବେ ନିର୍ମିତ ପାଟ ରାକ୍ଷୀ ଓ ଗୁଆ ମାଳ ପିନ୍ଧାଇବାର ବ୍ୟବସ୍ଥା ରହିଛି।

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନିଆରା ହୋଇଥିବା ବେଳେ ମହାପ୍ରଭୁ ମାନବୀୟ ଲୀଳା କ୍ରମରେ ଗହ୍ମାପୂର୍ଣ୍ଣମୀ ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ଭଉଣୀ ଭାଇ ହାତରେ ସ୍ନେହ ଓ ଶ୍ରଦ୍ଧାର ରାକ୍ଷୀ ବାନ୍ଧିଥାଏ । ନାଲି, ନେଳି, ହଳଦିଆ ଓ ବାଇଗଣୀ ରଙ୍ଗର ପାଟରେ ନିର୍ମିତ ବିଶାଳକାୟ ରାକ୍ଷୀ ମହାପ୍ରଭୁଙ୍କ ହାତରେ ଲାଗି ହେବାପରେ ବେଶ ଆକର୍ଷଣୀୟ ଦେଖାଯାଏ । ସେହିପରି ଆଜି ମଧ୍ୟ ବଳଭଦ୍ର ଜନ୍ମ ନୀତି ପାଳନ କରାଯାଇଥାଏ । ପରମ୍ପରା ଅନୁସାରେ ସୁଦର୍ଶନ ମହାପ୍ରଭୁଙ୍କୁ ବିଜେ କରାଯିବା ସହ ମାର୍କଣ୍ଡେୟ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମ ନୀତି ସେବାୟତ ମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ।

ଆହୁରି ଶକ୍ତିଶାଳୀ ହେବ ନୌସେନା, ଆସନ୍ତକାଲି ସାମିଲ ହେବ ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି

ମୁମ୍ବାଇ: ବଢ଼ିବ ଭାରତୀୟ ନୌସେନାର ସାମର୍ଥ୍ୟ ଓ ବଳ । ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ସର୍ବଶେଷ ଯୁଦ୍ଧ ଜାହଜ ମହେନ୍ଦ୍ରଗିରି ଆସନ୍ତାକାଲି ଭାରତୀୟ ନୌସେନାରେ ସାମିଲ ହେବ । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକରଙ୍କ ପତ୍ନୀ ସୁଦେଶ ଧନକର ଏହାକୁ ମୁମ୍ବାଇସ୍ଥିତ ମାଜଗାଓଁ ଡକୟାର୍ଡରେ ଉଦଘାଟନ କରିବେ । ମାଜଗାଓଁ ଡକ୍‌ ୟାର୍ଡ ଓ ଜିଆରଏସଇର ମିଳିତ ଉଦ୍ୟମରେ ଯୁଦ୍ଧଜାହଜ ନୌସେନାର ୧୭A ପ୍ରକଳ୍ପ ଅଧିନରେ ନିର୍ମାଣ କରାଯାଇଛି । ଏହା ସର୍ବଶେଷ ଓ ସପ୍ତମ ଷ୍ଟିଲ୍ଥ  ଯୁଦ୍ଧ ଜାହଜ । ଗତ ୧୭ ତାରିଖରେ ଷଷ୍ଠ ଯୁଦ୍ଧ ଜାହଜ ବିନ୍ଧ୍ୟଗିରି ଉଦଘାଟିତ ହୋଇଥିଲା । ଏହାରି ଭିତରେ ଭାରତ ନିର୍ମିତ ୬ଟି ଯୁଦ୍ଧଜାହଜ ନୌସେନାରେ ସାମିଲ ହୋଇସାରିଛି । ଭାରତ ଯୁଦ୍ଧ ଜାହଜ ନିର୍ମାଣରେ ଆତ୍ମନିର୍ଭର ହୋଇଥିବା କୁହାଯାଉଛି ।

ଆଜି ଉତ୍କେଲା ବିମାନବନ୍ଦର ଉଦଘାଟନ, ପ୍ରଥମ ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି: ଆଜି ଉଦଘାଟନ ହେବ ଉତ୍କେଲା ବିମାନ ବନ୍ଦର । ସଜେଇ ହୋଇଛି ବିମାନ ବନ୍ଦର । ଦିନ ୧୦ଟା ୩୦ରେ ବିମାନ ବନ୍ଦର ଉଦଘାଟନ ହେବାକୁ ଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ସବୁଜ ପତାକା ଦେଖାଇ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡିର ବିକାଶରେ ଯୋଡ଼ିହେବ ନୂଆ ଫର୍ଦ୍ଦ । ସମୃଦ୍ଧିର ଆକାଶରେ ଉଡ଼ାଣ ଭରିବ କଳାହାଣ୍ଡି । ଆଉ କିଛି ସମୟରେ ପରେ ଭୁବନେଶ୍ବରକୁ ଉତ୍କେଲାକୁ ଉଡ଼ିବ ବିମାନ । ସବୁଦିନ ସକାଳ ୭ଟା ୧୫ ରେ ଭୁବନେଶ୍ବରୁ ଉଡିବ ବିମାନ ସେବା । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ସେବାର ଶୁଭାରମ୍ଭ କରିବେ । ଭୁବନେଶ୍ବର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଂଚିବ ବିମାନ । ସେହିପରି ଉତ୍କେଲାରୁ ସକାଳ ୮.୫୦ରେ ବାହାରି ୧୦ଟାରେ ଭୁବନେଶ୍ବରରେ ପହଂଚିବ ।

୯ଟି ସିଟ ବିଶିଷ୍ଟ ଇଣ୍ଡିଆ ୱାନ ବିମାନରେ ଯାତ୍ରୀ ଯାତାୟତ କରିବେ । ଏଥିପାଇଁ ଟିକେଟର ଦାମ ୯୯୯ ଟଙ୍କା । ବିମାନ ଚଳାଚଳ ଦ୍ବାରା ମାତ୍ର ଘଣ୍ଟେ ଦଶ ମିନିଟରେ ଭୁବନେଶ୍ବରରୁ କଳାହାଣ୍ଡି ପହଞ୍ଚିବେ । ଗତ ୭ରେ ଡିଜିସିଏ ପକ୍ଷରୁ ଉତ୍କେଲା ବିମାନବନ୍ଦରକୁ ଲାଇସେନ୍ସ ମିଳିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ସରକାରଙ୍କ ଏ ପଦକ୍ଷେପ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ।

ଆଜି ମୁମ୍ବାଇରେ ମେଗା ଶୋ, ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ

ନୂଆଦିଲ୍ଲୀ: ୨୦୨୪ ପୂର୍ବରୁ ରୋଡମ୍ୟାପ । ଏନଡିଏ ବିରୋଧରେ ଇଣ୍ଡିଆମେଣ୍ଟର ମେଗାମେଳି । ଆଜିଠୁ ମୁମ୍ବାଇରେ ଦୁଇଦିନିଆ ଇଣ୍ଡିଆ ମେଣ୍ଟର ସମ୍ମିଳନୀ । ବୈଠକରେ ସାମିଲ ହୋଇପାରନ୍ତି ୬ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୬ଟି ଜାତୀୟ ଦଳ ଓ ଆଞ୍ଚଳିକ ଦଳର ନେତା । ଇଣ୍ଡିଆମେଣ୍ଟରେ ଅଧିକ ଦଳଙ୍କୁ ସାମିଲ କରିବା ସହ ଆସନ ବୁଝାମଣା ନେଇ ହୋଇପାରେ ଆଲୋଚନା । ମେଣ୍ଟର ଲୋଗୋ ବି ହୋଇପାରେ ଚୂଡ଼ାନ୍ତ ।

ପାଟନା ଓ ବେଙ୍ଗାଳୁରୁ ପରେ ମୁମ୍ବାଇ ବୈଠକକୁ ନେଇ ବଢିଛି କଳ୍ପନାଜଳ୍ପନା । ବୈଠକରେ ମୁମ୍ବାଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଇଣ୍ଡିଆମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ମତ ରଖିଛନ୍ତି ଆପ୍ ମୁଖପାତ୍ର ପ୍ରିୟାଙ୍କ କକ୍କର । ତେଣେ ଲୋକସଭା ନିର୍ବାଚନ ପରେ ହିଁ ପ୍ରଧାନମନ୍ତ୍ରୀ ଚୟନ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ପିଏଲ ପୁନିଆ ।

ରିଲିଜ୍ ହେଲା ବର୍ଷା କ୍ରିଏସନ୍ସର ମ୍ୟୁଜିକ୍ ଭିଡିଓ “ଏଇ ରାକ୍ଷୀ ହେଲା ସାକ୍ଷୀ

ଭୁବନେଶ୍ୱର:  ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ରିଲିଜ୍ ହେଲା ବର୍ଷା କ୍ରିଏସନ୍ସର ମ୍ୟୁଜିକ୍ ଭିଡିଓ “ଏଇ ରାକ୍ଷୀ ହେଲା ସାକ୍ଷୀ । ଏହି ଅବସରରେ ଏହାର ଏକ ସିଡି ଉନ୍ମୋଚନ କରାଯାଇଥିଲା । ଉତ୍ସବରେ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଭିଡିଓରେ ମୁଖ୍ୟ ଚରିତ୍ରରେ ଏଥର ରଜ କୁଇନ୍‌ର ପ୍ରଥମ ରନର୍ସଅପ୍ ବିଜୟିନୀ ବର୍ଷା, ଭଉଣୀ ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତା ପ୍ରେମ୍‌ ଭାଇ ଚରିତ୍ରରେ ଅଭିନୟ କରିଛନ୍ତି। ଏଥିସହ ବାପା ଓ ମା ଭୂମିକା ରେ ବାବୁ ପ୍ରଧାନ ଓ ଦେବଶ୍ରୀ ଦାସଙ୍କୁ ଦେଖିବାକୁ ମିଳିଛି ।

ତେବେ ରାକ୍ଷୀ ପୂର୍ଣ୍ଣିମାରେ ରିଲିଜ୍‌ ହୋଇଥିବା ଏହି ମ୍ୟୁଜିକ୍‌ ଭିଡ଼ିଓକୁ ଦର୍ଶକ ବେଶ୍‌ ପସନ୍ଦ କରିବେ ବୋଲି ଆଶା କରୁଛନ୍ତି ନିର୍ମାତା |