spot_img
Home Blog Page 2693

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯିବ ଆଦିତ୍ୟ-L1

ନନ୍ଦିଘୋଷ ବ୍ୟୁରୋ : ରାତି ପାହିଲେ ସୂର୍ଯ୍ୟ ମିଶନ । ଆସନ୍ତାକାଲି ଦିନ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ । ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ରକେଟ ଓ ସାଟେଲାଇଟ ପ୍ରସ୍ତୁତ ଅଛନ୍ତି । ରିହରସାଲ ବି ଶେଷ ହୋଇଛି | ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଲାଗି ସାରା ଦେଶବାସୀ କରିଛନ୍ତି ପ୍ରତୀକ୍ଷା । PSLV-C57  ଜରିଆରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ୧ । ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ ଆଦିତ୍ୟ ଏଲ୧ର ସଫଳତା ଉପରେ ରହିଛି ନଜର । ସୂର୍ଯ୍ୟ ଓ ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ୧ରେ ଏକ କକ୍ଷ ପଥରେ ସ୍ପେସକ୍ରାଫ୍ଟକୁ ମୁତୟନ କରାଯିବ । ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ । ସୌରମଣ୍ଡଳରେ ଚାଲିଥିବା ବିଭିନ୍ନ ଆକ୍ଟିଭିଟି ସମ୍ପର୍କରେ ଗବେଷଣା କରିବ ଆଦିତ୍ୟ ଏଲ-୧ ।What is Lagrange Point: क्या सूरज की गर्मी से जलेगा नहीं आदित्य-L1... कहां  है वह जगह, जहां से सूरज की निगरानी करेगा हमारा सूर्ययान? - isro aditya l1  mission what is lagrange

ଆଦିତ୍ୟ ଏଲ-୧ରେ ପଠାଯିବ ସାତଟି ପେ-ଲୋଡ । ଏଥି୍ରୁ ୪ଟି ପେଲୋଡ ସୂର୍ଯ୍ୟଙ୍କୁ ସିଧାସଳଖ ପର୍ଯ୍ୟବେକ୍ଷଣ କରିବେ । ଅନ୍ୟ ତିନିଟି ପେଲୋଡ ଏଲ୧ ପଏଣ୍ଟରେ ବିଭିନ୍ନ କଣିକାର ଗବେଷଣା କରିବେ । ଏହା ସହ କରୋନାଲ ମାସ୍ ଇଜେକ୍ସନ ସମ୍ପର୍କରେ ତଥ୍ୟ ଯୋଗାଡ କରାଯାଇପାରିବ । ମହାକାଶ ଜଳବାୟୁ ସମ୍ପର୍କରେ ବି ତଥ୍ୟ ମିଳିବ । ସୌଲାର ଫିଜିକ୍ସରେ ବି ଆଜି ଯାଏ ରହିଥିବା କେତେକ ଅସମାହିତ ପ୍ରଶ୍ନକୁ ସମାଧାନ କରିପାରେ ଆଦିତ୍ୟ ଏଲ୧ । ସୂର୍ଯ୍ୟଙ୍କ ଉପର ପାର୍ଶ୍ବର ଉତ୍ତାପ, ପୃଥିବୀ ଉପରେ ସୂର୍ଯ୍ୟ ବିକିରଣର ପ୍ରଭାବ, ବିଶ୍ବ ଜଳବାୟୁ ସମ୍ପର୍କରେ ବି ଉନ୍ନତ ଗବେଷଣା ହୋଇପାରିବ ବୋଲି ସୂଚନା ମିଳିଛି । ସୂର୍ଯ୍ୟର ଫଟୋସ୍ଫିହର, କ୍ରୋମସ୍ଫିହର ଆଦି ସମ୍ପର୍କରେ କରାଯିବ ଗବେଷଣା । ଏହା ସହ ସୂର୍ଯ୍ୟର ବାହ୍ୟ ଦେଶ ସମ୍ପର୍କରେ ବି ମିଳିପାରିବ ତଥ୍ୟ ।

ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଦାୟିତ୍ବ ନେଲେ ପ୍ରଥମ ମହିଳା ଜୟା ବର୍ମା ସିହ୍ନା

0

ନୂଆଦିଲ୍ଲୀ: ଜୟା ବର୍ମା ସିହ୍ନା ଆଜି ରେଳ ଭବନରେ ରେଲୱେ ବୋର୍ଡ଼ (ରେଳ ମନ୍ତ୍ରଣାଳୟ)ର ନୂଆ ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। କ୍ୟାବିନେଟର ନିଯୁକ୍ତି ସମିତି ଜୟା ବର୍ମା ସିହ୍ନାଙ୍କ ନିଯୁକ୍ତିର ସ୍ବୀକୃତି ପ୍ରଦାନ କରିଛନ୍ତି। ଜୟା ବର୍ମା ସିହ୍ନା ଭାରତୀୟ ରେଳର ଏହି ଶୀର୍ଷ ପଦରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ଅଟନ୍ତି।

ଏହା ପୂର୍ବରୁ ସେ ରେଲୱେ ବୋର୍ଡ଼ରେ ସଦସ୍ୟ (ସଞ୍ଚାଳନ ଏବଂ ବ୍ୟବସାୟ ବିକାଶ) ଭାବରେ କାର୍ଯ୍ୟ କରିଛନ୍ତି। ସେ ଭାରତୀୟ ରେଳରେ ମାଲ ପରିବହନ ଏବଂ ଯାତ୍ରୀ ସେବାର ସମଗ୍ର ପରିବହନର ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି। ୧୯୮୮ରେ ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆରଟିଏସ୍) ରେ ଯୋଗ ହୋଇଥିଲେ। ଭାରତୀୟ ରେଳରେ ନିଜର ୩୫ ବର୍ଷରୁ ଅଧିକ କ୍ୟାରିୟରରେ ସେ ରେଳ ବୋର୍ଡ଼ର ସଦସ୍ୟ (ସଞ୍ଚାଳନ ଏବଂ ବ୍ୟବସାୟ ବିକାଶ) ଅତିରିକ୍ତ ସଦସ୍ୟ, ଟ୍ରାଫିକ୍ ପରିବହନ ପରି ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।

ସେ ପରିଚାଳନା, ବାଣିଜ୍ୟିକ, ଆଇଟି ଏବଂ ସତର୍କତା ସହିତ ବିଭିନ୍ନ କ୍ଷେତ୍ରରେ କାମ କରିଛନ୍ତି। ସେ ଦକ୍ଷିଣ ପୂର୍ବ ରେଳର ପ୍ରଧାନ ମୁଖ୍ୟ ପରିଚାଳନା ପ୍ରବନ୍ଧକ ଭାବରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ମଧ୍ୟ ଅଟନ୍ତି। ସେ ବାଂଲାଦେଶର ଢାକାରେ ଭାରତୀୟ ହାଇ କମିଶନରେ ରେଳ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କର ଏହି କାର୍ଯ୍ୟକାଳ ସମୟରେ କୋଲକାତାରୁ ଢାକା ପର୍ଯ୍ୟନ୍ତ ମୈତ୍ରୀ ଏକ୍ସପ୍ରେସର ଉଦ୍ଘାଟନ କରାଯାଇଥିଲା। ସିହ୍ନା ଆଲ୍ହାବାଦ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ରୀ ଅଟନ୍ତି ଏବଂ ତାଙ୍କର ଫଟୋଗ୍ରାଫିରେ ଆଗ୍ରହ ରହିଛି।

ମୁନରେ କିଛି ହଲଚଲ୍ ରେକର୍ଡ କରିଛି ବିକ୍ରମ ଲ୍ୟାଣ୍ଡର

ନନ୍ଦିଘୋଷ ବ୍ୟୁରୋ : ଚନ୍ଦ୍ରରେ ଭୂକମ୍ପ ! ମୁନ୍‌ରେ କିଛି ହଲଚଲ୍‌ ରେକର୍ଡ କରିଛି ବିକ୍ରମ ଲ୍ୟାଣ୍ଡର । ଚନ୍ଦ୍ରମାର ସାଉଥ ପୋଲରେ ବିକ୍ରମଲ୍ୟାଣ୍ଡର ଗୋଟେ ପରେ ଗୋଟେ ନୂଆ ନୂଆ ସନ୍ଧାନ କରୁଛି । ଏହାରି ଭିତରେ ଚାନ୍ଦରେ ପ୍ରାକୃତିକ କମ୍ପନ ବା ହଲଚଲ୍‌ର ଗତିବିଧି ରେକର୍ଡ ହୋଇଛି । ଏବେ ଇସ୍ରୋ ଏହି ଗତିବିଧି କଣ ତାର ଯାଞ୍ଚ କରୁଛି । ବିକ୍ରମ ଲ୍ୟାଣ୍ଡରରେ ଏମିତି ଉପକରଣ ବ୍ୟବହାର ହୋଇଛି, ଯାହା ମୁନ୍‌ ସାଉଥ ପୋଲରେ ହେଉଥିବା କମ୍ପନ କି ଗତିବିଧିକୁ ରେକର୍ଡ କରିବାରେ ସକ୍ଷମ । ୨୬ ଅଗଷ୍ଟରେ ILSA ଉପକରଣ ଏହି ହଲଚଲ୍‌ ରେକର୍ଡ କରିଛି । ଯାହା ସ୍ବାଭାବିକ ଭଳି ଲାଗୁଛି । ତେବେ ଏହି ଗତିବିଧି ବା ହଲଚଲ୍‌ କି ପ୍ରକାର ତାର ୟାଞ୍ଚ ଚଳାଇଛି ଇସ୍ରୋ । ଏହାପୂର୍ବରୁ ମୁନ୍ ସାଉଥ ପୋଲ୍‌ରେ ପ୍ଲାଜମା ପାର୍ଟିକଲ୍ସର ମଧ୍ୟ ଯାଞ୍ଚ ନେଇ ତଥ୍ୟ ମିଳିଥିଲା ।

ଅନୁଗୁଳକୁ କେନ୍ଦ୍ର ଅବହେଳା ବିରୋଧରେ ବିଜେଡିର ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଅନୁଗୁଳ : କେନ୍ଦ୍ର ଅବହେଳା ବିରୋଧରେ ବିଜେଡିର ପ୍ରତିବାଦ । ଅନୁଗୁଳ ପିଟିସି ଛକଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରୁଛନ୍ତି ବିଜୁ ଜନତା ଦଳ । ସକାଳ ୮ଟାରୁ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ୧୦ଟା ପର୍ଯ୍ୟନ୍ତ ଜାରି ରହିବ  । ଅଭିଯୋଗ ଅନୁସାରେ ଅନୁଗୁଳକୁ ଲଗାତାର ଅବହେଳା କରିଆସୁଛନ୍ତି କେନ୍ଦ୍ର ସରକାର । ଜିଲ୍ଲାରେ ଶୋଚନୀୟ ହୋଇପଡ଼ିଛି ଜାତୀୟ ରାଜପଥ । ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି  । ସଂପ୍ରସାରଣ କାର୍ଯ୍ୟ ଦୀର୍ଘବର୍ଷ ଧରି ଚାଲିଥିଲେ ବି ସରିବାର ନାଁ ଧରୁନି  । ତୁରନ୍ତ କାମ ସାରିବାକୁ ବାରମ୍ବାର ଦାବି ପରେ ବି ଦୃଷ୍ଟି ଦେଉନି କେନ୍ଦ୍ର । ଏହାଛଡ଼ା ଏମସିଏଲ ବିସ୍ଥାପନ ନେଇ ଟାଳଟୂଳ ନୀତି ଆପଣାଉଛି ।

ଏମସିଏଲ ଅନୁଗୁଳ ଜିଲ୍ଲାର ଜମି ହରାଇଥିବା ଲୋକଙ୍କୁ ଯାତନା ଦେଇଆସୁଛି  । ଥଇଥାନ ନେଇ କେନ୍ଦ୍ର ସରକାରଙ୍କର ରହିଥିବା 2006 କିମ୍ବା 2013 ପଲିସିକୁ ସମାଧାନ କରୁନାହାନ୍ତି । ଫଳରେ ୩୦ ବର୍ଷ ହେଲା ଲୋକ ବିସ୍ଥାପନ ପ୍ରକ୍ରିୟାରେ ରହିଥିବା ବେଳେ ଆଜି ଯାଏ ଥଇଥାନ ହୋଇପାରୁନାହାନ୍ତି  । ଏମଏସିଏଲ ଲୋକଙ୍କ ପାଇଁ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟ କରୁନାହିଁ  । ଏମସିଏଲ ଦ୍ବାରା ତାଳଚେରରେ ପ୍ରଦୂଷଣ ବୃଦ୍ଧି ସହିତ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି  । ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ୫୫ ନମ୍ବର ଜାତୀୟ ରାଜପଥରେ ଦୁଇ ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି ।

ମା ବିରଜାଙ୍କ ଦର୍ଶନକରି ମନ୍ଦିର ରୂପାନ୍ତରଣ ନେଇ ଆଲୋଚନା କରିଛନ୍ତି 5T ସଚିବ

ଯାଜପୁର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ  ।  ଜିଲ୍ଲା ଗସ୍ତର ତୃତୀୟ ଦିନରେ ସକାଳୁ ସକାଳୁ ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି ଫାଇଭ-ଟି ସଚିବ  । ବିରଜା ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହିତ ମନ୍ଦିରର ରୂପାନ୍ତରଣ ନେଇ ଆଲୋଚନା କରିଥିଲେ  । ସେବାୟତ ଓ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ ଫାଇଭ-ଟି ସଚିବ  । ପରେ ମିଶନ ଶକ୍ତି କାଫେରେ ପହଞ୍ଚି ମାଆମାନଙ୍କ ସହିତ ଆଲୋଚନା କରିଥଇଲେ  । ମହିଳାଙ୍କ ଦ୍ବାରା ପରିଚାଳିତ କାଫେରେ ଜଳଖିଆ କରିଥିଲେ ଭିକେ ପାଣ୍ଡିଆନ  ।

ଆଜି ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି

ନନ୍ଦିଘୋଷ ବ୍ୟୁରୋ : ବଢ଼ିବ ଭାରତୀୟ ନୌସେନାର ସାମର୍ଥ୍ୟ ଓ ବଳ । ଆଜି ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ସର୍ବଶେଷ ଯୁଦ୍ଧ ଜାହଜ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ ହେବ । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକଡ଼ଙ୍କ ପତ୍ନୀ ସୁଦେଶ ଧନଖଡ଼ ଏହାକୁ ମୁମ୍ବାଇସ୍ଥିତ ମାଜଗାଓଁ ଡକୟାର୍ଡରେ ଉଦଘାଟନ କରିବେ । ମାଜଗାଓଁ ଡକ୍‌ ୟାର୍ଡ ଓ ଜିଆରଏସଇର ମିଳିତ ଉଦ୍ୟମରେ ଯୁଦ୍ଧଜାହଜ ନୌସେନାର ୧୭A  ପ୍ରକଳ୍ପ ଅଧିନରେ ନିର୍ମାଣ କରାଯାଇଛି । ଏହା ସର୍ବଶେଷ ଓ ସପ୍ତମ ଷ୍ଟିଲ୍ଥ ଯୁଦ୍ଧ ଜାହଜ । ଗତ ୧୭ ତାରିଖରେ ଷଷ୍ଠ ଯୁଦ୍ଧ ଜାହଜ ବିନ୍ଧ୍ୟଗିରି ଉଦଘାଟିତ ହୋଇଥିଲା ।  ଏହାରି ଭିତରେ ଭାରତ ନିର୍ମିତ ୬ଟି ଯୁଦ୍ଧଜାହଜ  ନୌସେନାରେ ସାମିଲ ହୋଇସାରିଛି । ଭାରତ ଯୁଦ୍ଧ ଜାହଜ ନିର୍ମାଣରେ ଆତ୍ମନିର୍ଭର ହୋଇଥିବା କୁହାଯାଉଛି ।

ଓ୍ବାନ ନେସନ ଓ୍ବାନ ଇଲେକସନ ନୀତିକୁ ନେଇ କେନ୍ଦ୍ରସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଦିଲ୍ଲୀ : ଓ୍ବାନ ନେସନ ଓ୍ବାନ ଇଲେକସନ ନୀତି ଲାଗୁ ହେଲେ ସ୍ବାଧୀନତା ହରାଇବ ଗଣତନ୍ତ୍ର   । ଏଭଳି କହି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିରୋଧୀ  ।  ଆସନ୍ତା ୧୮ରୁ ୨୨ ତାରିଖ ଯାଏ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ  ଓ୍ବାନ ନେସନ ଓ୍ବାନ ଇଲେକସନ ବିଲ ଆସିପାରେ । ଏହା ସହ ଏକକ ନାଗରିକ ସଂହିତା, ମହିଳା ସଂରକ୍ଷଣ ବିଲ ମଧ୍ୟ ଆଣିବାର ସମ୍ଭାବନା ରହିଛି । ବର୍ତ୍ତମାନ ସଂସଦର ସ୍ଥିତି ଅନୁସାରେ ଏହି ବିଲ୍ ଗୃହିତ ହେବାର ସମ୍ଭାବନା ରହିଛି । ଯଦି ଏହା ଗୃହିତ ହୁଏ ତେବେ ଦେଶରେ ଗୋଟିଏ ସମୟରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ହେବ । ଆସନ୍ତା ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ । ୫ ଦିନ ଧରି ଚାଲିବ ଗୃହକାର୍ଯ୍ୟ । ଅଧିବେଶନରେ ରହିବ ୫ଟି ସିଟିଂ । ଏହା ହେବ ୧୭ତମ ଲୋକସଭାର ୧୩ତମ ଅଧିବେଶନ । ସେହିପରି ରାଜ୍ୟସଭାର ଏହା ହେବ ୨୬୧ତମ ଅଧିବେଶନ । ଏହି ଅଧିବେଶନ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ବେଲପଡ଼ା ଜଙ୍ଗଲରେ ଜୁଆଆଡ୍ଡା ଉପରେ ଚଢାଉ, ୫ ଗିରଫ

ଖୋର୍ଦ୍ଧା : ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ଥାନା ପାଖରୁ ଜଙ୍ଗଲ ଯାଏ ନଜର ରଖିଥିଲା ପୋଲିସ । ଜୁଆ ଆଡ୍ଡା ଚାଲିଥିବା ବେଳେ ଚଢାଉ କରିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପୋଲିସ । ୫ ଜୁଆଡ଼ିଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୨୭୯୦ ଟଙ୍କା, ୧୦ଟି ବାଇକ, ମୋବାଇଲ ଜବତ ହୋଇଛି । ଗିରଫ ହେଲେ ଯୁଧିଷ୍ଠିର ନାୟକ, କାଲୁ  ଦାଶ, ମାନସ ପ୍ରଧାନ, ସଂଗ୍ରାମ ଛୋଟରାୟ ଓ କୁମର ରାଉତ। ସମସ୍ତେ ଟାଙ୍ଗୀ ଓ ପୁରୀ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ସୂଚନା ଅନୁସାରେ ବେଲପଡ଼ା ଜଙ୍ଗଲରେ ଦୀର୍ଘଦିନ ଧରି ଜୁଆଆଡ୍ଡା ଚାଲିଥିଲା  । ସେମାନଙ୍କ ଉପରେ ନଜର ରଖିବାକୁ ପୋଲିସ ସ୍ଥାନୀୟ ଯୁବକମାନଙ୍କ ସହାୟତା ନେଇଥିଲା  । ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିଛି  ।

ଗଭୀର ସମୁଦ୍ରରେ ବୋଟ୍ ଉପରକୁ ଉଠି ଆସିଲେ ଅଜଣା ଯୁବକ

ପାରାଦୀପ : ସମୁଦ୍ର ମଝିରେ ସନ୍ଦିଗ୍ଧ ଯୁବକ । ପାରାଦୀପ ଗଭୀର ସମୁଦ୍ରରେ ବୋଟ୍ ଉପରକୁ ଉଠି ଆସିଲେ ଅଜଣା ଯୁବକ। ଚିଲିକା ମୁହାଣରୁ ୭୧ ମାଇଲ ଦୂର ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ହଠାତ୍ ଜଣେ ଯୁବକ ଉଠିଆସିଛନ୍ତି  । ଯୁବକଙ୍କ ଜଣଙ୍କ ଅସହାୟ ନା ଅନୁପ୍ରବେଶକାରୀ ସେନେଇ ସୂଚନା ମିଳିନି  । ମଝି ସମୁଦ୍ରରରେ ଯୁବକଜଣଙ୍କ ହଠାତ ବୋଟକୁ ଉଠିଆସିବା ନେଇ ମତ୍ସ୍ୟଜୀବୀ ଆତଙ୍କିତ ହୋଇପଡ଼ିଛନ୍ତି  । ସନ୍ଦିଗ୍ଧ ଯୁବକଙ୍କ ଭାଷା ବୁଝିହେଉନଥିବାବେଳେ ତାଙ୍କ ନିକଟରୁ ଏକ ଏଟିଏମ କାର୍ଡ ମିଳିଛି  । ଯୁବକ ଜଣଙ୍କୁ କାବୁ କରି ନେହେରୁବଙ୍ଗଳା ମାଛଧରା ବନ୍ଦରକୁ ଆଣୁଛନ୍ତି ମତ୍ସ୍ୟଜୀବୀ । ଗତକିଛିମାସ ତଳରେ ପାରାରୀଦ ସମୁଦ୍ର ମଝିରେ ଏକ ପାରା ଉଡ଼ିଉଡ଼ି ଆସି ମାଛଧରା ଡଙ୍ଗାରେ ବସିଥିଲା  । ପାରାର ଗୋଡ଼ରୁ ଅନେକ ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଥିଲା  । ପାରାକୁ ନେଇ ତଦନ୍ତ କରାଯାଇଥିବାବେଳେ ଏବେ ଅଜଣା ଯୁବକ ଡଙ୍ଗାକୁ ଉଠି ଆସିବା ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି  ।

ଆଉ ମାତ୍ର ୬ ଦିନ ଚନ୍ଦ୍ର ପୃଷ୍ଠରେ ଚଳ ପ୍ରଚଳ କରିବ ପ୍ରଜ୍ଞାନ

ନନ୍ଦିଘୋଷ ବ୍ୟୁରୋ : ସରି ସରି ଆସୁଛି ରୋଭର ପ୍ରଜ୍ଞାନର ଆୟୁସ  । ଆଉ ମାତ୍ର ୬ ଦିନ ଚନ୍ଦ୍ର ପୃଷ୍ଠରେ ଚଳ ପ୍ରଚଳ କରିବ ପ୍ରଜ୍ଞାନ ।  ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସୂର୍ଯ୍ୟକିରଣ ଚାଲିଗଲେ ଅଚଳ ହୋଇଯିବ ପ୍ରଜ୍ଞାନ  । ଏହାକୁ ନେଇ ଇସ୍ରୋ ବୈଜ୍ଞାନିକ ଚିନ୍ତାରେ ରହିଥିବା ବେଳେ ପ୍ରତିଦିନ ରୋଭର ପ୍ରଜ୍ଞାନ କିନ୍ତୁ ଦେଇଚାଲିଛି ଖୁସି ଖବର  ।  ଭିନ୍ନ ଟେକନିକ ଜରିଆରେ ଚନ୍ଦ୍ରପୃଷ୍ଠରେ ସଲଫର ଥିବାନେଇ ସୂଚନା ଦେଇଛି ପ୍ରଜ୍ଞାନ । ପୂର୍ବରୁ ବି ସଲଫର ଥିବା ନେଇ ସୂଚନା ଦେଇଥିଲା ପ୍ରଜ୍ଞାନ । ରୋଭରରେ ରହିଥିବା ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପକ୍ଟ୍ରୋସ୍କୋପ ବା APXS ଜରିଆରେ ସଲଫର ଥିବା ନେଇ ପ୍ରଜ୍ଞାନ ସୂଚନା ଦେଇଛି । ସେପଟେ ଏକ ନିରାପଦ ରୁଟ୍ ସମ୍ପର୍କରେ ରୋଭର ଗବେଷଣା କରୁଛି । ଏହାର ରୋଟେସନର ଭିଜୁଆଲ କଏଦ କରିଛି ଲ୍ୟାଣ୍ଡର ଇମେଜ କ୍ୟାମେରା । ପିଆରଏଲ ଅହମ୍ମଦାବାଦର ସହଯୋଗରେ ପିଆରଏଲ ଅହମ୍ମଦାବାଦ ତିଆରି କରିଛି APXS ।