ଗଭୀର ସମୁଦ୍ରରେ ବୋଟ୍ ଉପରକୁ ଉଠି ଆସିଲେ ଅଜଣା ଯୁବକ

ପାରାଦୀପ : ସମୁଦ୍ର ମଝିରେ ସନ୍ଦିଗ୍ଧ ଯୁବକ । ପାରାଦୀପ ଗଭୀର ସମୁଦ୍ରରେ ବୋଟ୍ ଉପରକୁ ଉଠି ଆସିଲେ ଅଜଣା ଯୁବକ। ଚିଲିକା ମୁହାଣରୁ ୭୧ ମାଇଲ ଦୂର ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ହଠାତ୍ ଜଣେ ଯୁବକ ଉଠିଆସିଛନ୍ତି  । ଯୁବକଙ୍କ ଜଣଙ୍କ ଅସହାୟ ନା ଅନୁପ୍ରବେଶକାରୀ ସେନେଇ ସୂଚନା ମିଳିନି  । ମଝି ସମୁଦ୍ରରରେ ଯୁବକଜଣଙ୍କ ହଠାତ ବୋଟକୁ ଉଠିଆସିବା ନେଇ ମତ୍ସ୍ୟଜୀବୀ ଆତଙ୍କିତ ହୋଇପଡ଼ିଛନ୍ତି  । ସନ୍ଦିଗ୍ଧ ଯୁବକଙ୍କ ଭାଷା ବୁଝିହେଉନଥିବାବେଳେ ତାଙ୍କ ନିକଟରୁ ଏକ ଏଟିଏମ କାର୍ଡ ମିଳିଛି  । ଯୁବକ ଜଣଙ୍କୁ କାବୁ କରି ନେହେରୁବଙ୍ଗଳା ମାଛଧରା ବନ୍ଦରକୁ ଆଣୁଛନ୍ତି ମତ୍ସ୍ୟଜୀବୀ । ଗତକିଛିମାସ ତଳରେ ପାରାରୀଦ ସମୁଦ୍ର ମଝିରେ ଏକ ପାରା ଉଡ଼ିଉଡ଼ି ଆସି ମାଛଧରା ଡଙ୍ଗାରେ ବସିଥିଲା  । ପାରାର ଗୋଡ଼ରୁ ଅନେକ ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଥିଲା  । ପାରାକୁ ନେଇ ତଦନ୍ତ କରାଯାଇଥିବାବେଳେ ଏବେ ଅଜଣା ଯୁବକ ଡଙ୍ଗାକୁ ଉଠି ଆସିବା ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି  ।