ଓ୍ବାନ ନେସନ ଓ୍ବାନ ଇଲେକସନ ନୀତିକୁ ନେଇ କେନ୍ଦ୍ରସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଦିଲ୍ଲୀ : ଓ୍ବାନ ନେସନ ଓ୍ବାନ ଇଲେକସନ ନୀତି ଲାଗୁ ହେଲେ ସ୍ବାଧୀନତା ହରାଇବ ଗଣତନ୍ତ୍ର   । ଏଭଳି କହି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିରୋଧୀ  ।  ଆସନ୍ତା ୧୮ରୁ ୨୨ ତାରିଖ ଯାଏ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ  ଓ୍ବାନ ନେସନ ଓ୍ବାନ ଇଲେକସନ ବିଲ ଆସିପାରେ । ଏହା ସହ ଏକକ ନାଗରିକ ସଂହିତା, ମହିଳା ସଂରକ୍ଷଣ ବିଲ ମଧ୍ୟ ଆଣିବାର ସମ୍ଭାବନା ରହିଛି । ବର୍ତ୍ତମାନ ସଂସଦର ସ୍ଥିତି ଅନୁସାରେ ଏହି ବିଲ୍ ଗୃହିତ ହେବାର ସମ୍ଭାବନା ରହିଛି । ଯଦି ଏହା ଗୃହିତ ହୁଏ ତେବେ ଦେଶରେ ଗୋଟିଏ ସମୟରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ହେବ । ଆସନ୍ତା ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ । ୫ ଦିନ ଧରି ଚାଲିବ ଗୃହକାର୍ଯ୍ୟ । ଅଧିବେଶନରେ ରହିବ ୫ଟି ସିଟିଂ । ଏହା ହେବ ୧୭ତମ ଲୋକସଭାର ୧୩ତମ ଅଧିବେଶନ । ସେହିପରି ରାଜ୍ୟସଭାର ଏହା ହେବ ୨୬୧ତମ ଅଧିବେଶନ । ଏହି ଅଧିବେଶନ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।