ଅନୁଗୁଳକୁ କେନ୍ଦ୍ର ଅବହେଳା ବିରୋଧରେ ବିଜେଡିର ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଅନୁଗୁଳ : କେନ୍ଦ୍ର ଅବହେଳା ବିରୋଧରେ ବିଜେଡିର ପ୍ରତିବାଦ । ଅନୁଗୁଳ ପିଟିସି ଛକଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରୁଛନ୍ତି ବିଜୁ ଜନତା ଦଳ । ସକାଳ ୮ଟାରୁ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ୧୦ଟା ପର୍ଯ୍ୟନ୍ତ ଜାରି ରହିବ  । ଅଭିଯୋଗ ଅନୁସାରେ ଅନୁଗୁଳକୁ ଲଗାତାର ଅବହେଳା କରିଆସୁଛନ୍ତି କେନ୍ଦ୍ର ସରକାର । ଜିଲ୍ଲାରେ ଶୋଚନୀୟ ହୋଇପଡ଼ିଛି ଜାତୀୟ ରାଜପଥ । ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି  । ସଂପ୍ରସାରଣ କାର୍ଯ୍ୟ ଦୀର୍ଘବର୍ଷ ଧରି ଚାଲିଥିଲେ ବି ସରିବାର ନାଁ ଧରୁନି  । ତୁରନ୍ତ କାମ ସାରିବାକୁ ବାରମ୍ବାର ଦାବି ପରେ ବି ଦୃଷ୍ଟି ଦେଉନି କେନ୍ଦ୍ର । ଏହାଛଡ଼ା ଏମସିଏଲ ବିସ୍ଥାପନ ନେଇ ଟାଳଟୂଳ ନୀତି ଆପଣାଉଛି ।

ଏମସିଏଲ ଅନୁଗୁଳ ଜିଲ୍ଲାର ଜମି ହରାଇଥିବା ଲୋକଙ୍କୁ ଯାତନା ଦେଇଆସୁଛି  । ଥଇଥାନ ନେଇ କେନ୍ଦ୍ର ସରକାରଙ୍କର ରହିଥିବା 2006 କିମ୍ବା 2013 ପଲିସିକୁ ସମାଧାନ କରୁନାହାନ୍ତି । ଫଳରେ ୩୦ ବର୍ଷ ହେଲା ଲୋକ ବିସ୍ଥାପନ ପ୍ରକ୍ରିୟାରେ ରହିଥିବା ବେଳେ ଆଜି ଯାଏ ଥଇଥାନ ହୋଇପାରୁନାହାନ୍ତି  । ଏମଏସିଏଲ ଲୋକଙ୍କ ପାଇଁ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟ କରୁନାହିଁ  । ଏମସିଏଲ ଦ୍ବାରା ତାଳଚେରରେ ପ୍ରଦୂଷଣ ବୃଦ୍ଧି ସହିତ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି  । ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ୫୫ ନମ୍ବର ଜାତୀୟ ରାଜପଥରେ ଦୁଇ ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି ।