ବେଲପଡ଼ା ଜଙ୍ଗଲରେ ଜୁଆଆଡ୍ଡା ଉପରେ ଚଢାଉ, ୫ ଗିରଫ

ଖୋର୍ଦ୍ଧା : ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ଥାନା ପାଖରୁ ଜଙ୍ଗଲ ଯାଏ ନଜର ରଖିଥିଲା ପୋଲିସ । ଜୁଆ ଆଡ୍ଡା ଚାଲିଥିବା ବେଳେ ଚଢାଉ କରିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପୋଲିସ । ୫ ଜୁଆଡ଼ିଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୨୭୯୦ ଟଙ୍କା, ୧୦ଟି ବାଇକ, ମୋବାଇଲ ଜବତ ହୋଇଛି । ଗିରଫ ହେଲେ ଯୁଧିଷ୍ଠିର ନାୟକ, କାଲୁ  ଦାଶ, ମାନସ ପ୍ରଧାନ, ସଂଗ୍ରାମ ଛୋଟରାୟ ଓ କୁମର ରାଉତ। ସମସ୍ତେ ଟାଙ୍ଗୀ ଓ ପୁରୀ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ସୂଚନା ଅନୁସାରେ ବେଲପଡ଼ା ଜଙ୍ଗଲରେ ଦୀର୍ଘଦିନ ଧରି ଜୁଆଆଡ୍ଡା ଚାଲିଥିଲା  । ସେମାନଙ୍କ ଉପରେ ନଜର ରଖିବାକୁ ପୋଲିସ ସ୍ଥାନୀୟ ଯୁବକମାନଙ୍କ ସହାୟତା ନେଇଥିଲା  । ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିଛି  ।