spot_img
Home Blog Page 2689

ସୂର୍ଯ୍ୟ ମିଶନ: କ‘ଣ କରିବ ଆଦିତ୍ୟ L1, କେଉଁଠି ରହିବ?

ନୂଆଦିଲ୍ଲୀ: ପ୍ରତିକ୍ଷାର ଅନ୍ତ, ଆରମ୍ଭ ହେଲା କାଉଣ୍ଟଡାଉନ। ଆଉ କିଛି ସମୟ ପରେ ଭାରତର ସୂର୍ଯ୍ୟ ମିଶନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ। ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଏବେ ଆସନ୍ତୁ ନଜର ପକାଇବା ଆଦିତ୍ୟ L1ର କାମ କଣ। ସୂର୍ଯ୍ୟର ବାହ୍ୟ ତାପମାତ୍ରା ବା କ୍ରୋମୋସ୍ଫିହର ସମ୍ପର୍କରେ ଆଦିତ୍ୟ କରିବ ଗବେଷଣା। ଏହା ସହ ସୂର୍ଯ୍ୟଠାରୁ ନିର୍ଗତ ପଦାର୍ଥ ସମ୍ପର୍କରେ ବି ହେବ ଗବେଷଣା। ମହାକାଶ ଜଳବାୟୁ, ବିଭିନ୍ନ ପଦାର୍ଥର ଗତି ସମ୍ପର୍କରେ ତଥ୍ୟ ମିଳିବା ଆଶା ଥିବାବେଳେ ପାର୍ଟିକଲ ଡାଇନାମିକ୍ସ ସମ୍ପର୍କରେ ବି ମିଳିବ ତଥ୍ୟ। ଏହା ସହ ସୋଲାର କୋରୋନା ବା ବାହ୍ୟ ଆବରଣର ଗଠନ ସମ୍ପର୍କରେ ତଥ୍ୟ ମିଳିବା ସମ୍ଭାବନା ଥିବାବେଳେ ତାପମାତ୍ରା, ଗତି ଓ ସାନ୍ଧ୍ରତା ସମ୍ପର୍କରେ ହୋଇପାରିବ ଗବେଷଣା। କୋରନାଲ ମାସ୍ ଇଜେକ୍ସନର ସୃଷ୍ଟି ଓ ଗତିର ଗବେଷଣା ସମେତ ଚୁମ୍ବକୀୟ କ୍ଷେତ୍ର ଓ ଏହାର ମାପ ସମ୍ପର୍କରେ ତଥ୍ୟ ମିଳିପାରିବ। ସୌରଜାତ ବାୟୁର ଉତ୍ପତ୍ତି, ଉପାଦାନ ଓ ଗତି ସମ୍ପର୍କରେ ତଥ୍ୟ ମିଳିବ। ସୂର୍ଯ୍ୟର ଗଭୀରତମ ସ୍ତର ଫଟୋସ୍ପିହର ସମ୍ପର୍କରେ ଗବେଷଣା କରାଯାଇପାରିବ। ୪୦୦କିମିରୁ ୨୧୦୦କିମି ମଧ୍ୟସ୍ଥ ସ୍ତର କ୍ରୋମୋସ୍ଫିହର ସମ୍ପର୍କରେ ବି ହୋଇପାରିବ ଗବେଷଣା। ଏହା ସହ ଇଲେକ୍ଟ୍ରୋମାଗ୍ନେଟିକ ଓ ମାଗ୍ନେଟିକ ଫିଲ୍ଡ ଡିଟେକ୍ଟର ଜରିଆରେ ଇସ୍ରୋ ଗବେଷଣା କରିପାରିବ ।

ତେବେ ସନ-ଆର୍ଥ ସିଷ୍ଟମର ଲାଗରେଞ୍ଜ ପଏଣ୍ଟ 1ରେ ଅବସ୍ଥାପିତ ହେବ ଆଦିତ୍ୟ L1। ଏହା ପଛରେ ରହିଛି ବି କାରଣ। ନିର୍ଦ୍ଦିଷ୍ଟ ଭାବେ ଏହି ସ୍ଥାନରେ ସ୍ଥିରତା ରହିଥାଏ। ପୃଥିବୀଠାରୁ 15 ଲକ୍ଷ ମାଇଲ ଦୂରରେ ରହିବ ଆଦିତ୍ୟ L1। ହାଲୋ ଅର୍ବିଟରେ ସାଟେଲାଇଟକୁ ମିଳିଥାଏ ବହୁ ସୁଯୋଗ। ସୂର୍ଯ୍ୟର ସମସ୍ତ ଲୁକ୍କାୟିତ ଅଂଶ ସମ୍ପର୍କରେ ପର୍ଯ୍ୟାଲୋଚନା ସମ୍ଭବ ହୋଇଥାଏ। ଗ୍ରହଣ ସମୟରେ ବି ତଥ୍ୟ ମିଳିବା ସମ୍ଭବ ହେବ। ସୌର କ୍ରିୟାକଳାପ ଓ ମହାକାଶ ଜଳବାୟୁ ଉପରେ ପ୍ରଭାବ ସମ୍ପର୍କରେ ମିଳିପାରିବ ତଥ୍ୟ। L1 ପଏଣ୍ଟରୁ ବିନା ବାଧାରେ ସୂର୍ଯ୍ୟ ସମ୍ପର୍କରେ ମିଳିପାରିବ ବିଭିନ୍ନ ଗୂଢ଼ ତଥ୍ୟ।

ପ୍ରତିଶ୍ରୁତି ରଖିଲେ 5T ସଚିବ, ୧୧୬ଟି ପ୍ରକଳ୍ପକୁ ଅନୁମୋଦନ

ଚାନ୍ଦବାଲି: ଚାନ୍ଦବାଲି ଗସ୍ତ ବେଳେ ବିଭିନ୍ନ ପ୍ରକଳ୍ପ ନେଇ 5T ସଚିବଙ୍କ ନିକଟରେ ଦାବି କରିଥିଲେ। ଯାହାକୁ ଅନୁମୋଦନ କରିଛନ୍ତି 5T ସଚିବ ଭି.କେ ପଣ୍ଡିଆନ। ଚାନ୍ଦବାଲି ବାସୀଙ୍କ ପକ୍ଷରୁ 5T ସଚିବଙ୍କୁ ମୋଟ ୧୭୩ଟି ପ୍ରକଳ୍ପର ଅନୁମୋଦନ ପାଇଁ ଆବେଦନ କରାଯାଇଥିଲା। ସେଥିମଧ୍ୟରୁ ୧୧୬ଟି ପ୍ରକଳ୍ପ ଅନୁମୋଦନ ହୋଇଥିବା ବେଳେ ବଳକା ୫୭ଟି ପ୍ରକଳ୍ପକୁ ଖୁବଶୀଘ୍ର ଅନୁମୋଦନ କରାଯିବ।

ପ୍ରାଥମିକ ପର୍ଯ୍ୟାୟରେ ୧୧୬ଟି ପ୍ରକଳ୍ପ ପାଇଁ ୩କୋଟି ୭୩ ଲକ୍ଷ ଏବଂ ଚାନ୍ଦବାଲି ବ୍ଲକର ସମସ୍ତ କଲେଜ ପାଇଁ ୫କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି। ବ୍ଲକ ସଭାଗୃହରେ ଅନୁଷ୍ଠିତ ଏକ ସଭାରେ ଅନୁମୋଦିତ ପ୍ରକଳ୍ପ ଗୁଡିକର ସ୍ୱୀକାର ପତ୍ର ଚନ୍ଦବାଲି ବିଧାୟକ ସମସ୍ତ ଆବେଦନ କାରୀଙ୍କୁ ବଣ୍ଟନ କରିଥିଲେ। ପ୍ରକଳ୍ପକୁ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜନତା।

ଭାରତ ଆଗରୁ କେଉଁ କେଉଁ ଦେଶ କରିଛନ୍ତି ସୂର୍ଯ୍ୟ ମିଶନ?

ନୂଆଦିଲ୍ଲୀ: ଭାରତ ଆଗରୁ ବହୁ ଦେଶ ସୂର୍ଯ୍ୟ ସମ୍ପର୍କରେ କରିଆସିଛନ୍ତି ଗବେଷଣା । ୧୯୮୧ରେ ଜାପାନର ଗବେଷଣା ସଂସ୍ଥା JAXA ଲଞ୍ଚ କରିଥିଲା ସୋଲାର ସାଟେଲାଇଟ ହିନୋତୋନ। ୧୯୯୦ରେ ୟୁରୋପୀୟ ମହାକାଶ ସଂସ୍ଥା ESA ବି ମିସନ ସନ କ୍ରମେ ପଠାଇଥିଲା ଉଲିସିସ୍ ସାଟେଲାଇଟ। ସେହିପରି ୧୯୯୫ରେ ନାସା, ESA ଓ ଜାପାନର JAXA ପଠାଇଥିଲେ SOHO ନାମକ ସାଟେଲାଇଟ ।

୨୦୧୮ରେ ଆମେରିକା ଆରମ୍ଭ କରିଥିଲା ପାର୍କର ସୋଲାର ପ୍ରୋବ୍ । ୨୦୨୦ରେ ୟୁରୋପୀୟ ମହାକାଶ ସଂସ୍ଥା ESA ଓ ନାସା ପଠାଇଥିଲେ ସୋଲାର ଅର୍ବିଟର। ୨୦୨୨ ଅକ୍ଟୋବର ୮ରେ ଚୀନ ପଠାଇଥିଲା ASO-S । ଏସବୁ ମିଶନ ଜରିଆରେ ସୂର୍ଯ୍ୟ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିସାରିଛି।

ତେବେ ଇସ୍ରୋ ୨୦୨୩ ମସିହା ଆଜିର ଦିନରେ ଆଦିତ୍ୟ ଏଲ1 ମିଶନ ଲଞ୍ଚ କରୁଛି । ଏଥି ଲାଗି ଖର୍ଚ୍ଚ ହୋଇଛି ୪୦୦ କୋଟି ଟଙ୍କା । ଆଦିତ୍ୟ ଏଲ1ର ଓଜନ ୧୪୭୫ କିଲୋଗ୍ରାମ । ପ୍ରାୟ ୫ ବର୍ଷ ୨ ମାସ ଯାଏ ତଥ୍ୟ ଯୋଗାଇପାରେ ଆଦିତ୍ୟ ଏଲ1 । ପ୍ରାୟ ୧୫ ଲକ୍ଷ ମାଇଲ ଦୂରରେ ଏହା ଅବସ୍ଥାପିତ ହେବ। ଆଦିତ୍ୟ ଏଲ1ରେ ରହିଛି ୭ଟି ପେଲୋଡ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ମହାକାଶରେ ୪ ମାସ ବିତାଇବ ଆଦିତ୍ୟ ଏଲ1 ।

ସୂର୍ଯ୍ୟ ମିଶନ: ଆରମ୍ଭ ହେଲା କାଉଣ୍ଟଡାଉନ, ଦିନ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ-L1

ନୂଆଦିଲ୍ଲୀ: ପ୍ରତିକ୍ଷାର ଅନ୍ତ, ଆରମ୍ଭ ହେଲା କାଉଣ୍ଟଡାଉନ । ଆଉ କିଛି ସମୟ ପରେ ଭାରତର ସୂର୍ଯ୍ୟ ମିଶନ । ଆଜି ଦିନ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ । ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରକେଟ ଓ ସାଟେଲାଇଟ ପ୍ରସ୍ତୁତ ଅଛନ୍ତି। ରିହରସାଲ ବି ଶେଷ ହୋଇଛି ।

ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଲାଗି ସାରା ଦେଶବାସୀ କରିଛନ୍ତି ପ୍ରତୀକ୍ଷା । PSLV-C57 ଜରିଆରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ-ଓ୍ବାନ୍‌ । ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ ଆଦିତ୍ୟ ଏଲ-ଓ୍ବାନ୍‌ର ସଫଳତା ଉପରେ ରହିଛି ନଜର। ସୂର୍ଯ୍ୟ ଓ ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ୧ରେ ଏକ କକ୍ଷ ପଥରେ ସ୍ପେସକ୍ରାଫ୍ଟକୁ ମୁତୟନ କରାଯିବ।

ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ। ସୌରମଣ୍ଡଳରେ ଚାଲିଥିବା ବିଭିନ୍ନ ଆକ୍ଟିଭିଟି ସମ୍ପର୍କରେ ଗବେଷଣା କରିବ ଆଦିତ୍ୟ ଏଲ-୧। ଆଦିତ୍ୟ ଏଲ-୧ରେ ପଠାଯିବ ସାତଟି ପେ-ଲୋଡ। ଏଥି୍ରୁ ୪ଟି ପେଲୋଡ ସୂର୍ଯ୍ୟଙ୍କୁ ସିଧାସଳଖ ପର୍ଯ୍ୟବେକ୍ଷଣ କରିବେ। ଅନ୍ୟ ତିନିଟି ପେଲୋଡ ଏଲ୧ ପଏଣ୍ଟରେ ବିଭିନ୍ନ କଣିକାର ଗବେଷଣା କରିବେ। ଏହା ସହ କରୋନାଲ ମାସ୍ ଇଜେକ୍ସନ ସମ୍ପର୍କରେ ତଥ୍ୟ ଯୋଗାଡ କରାଯାଇପାରିବ।

ମହାକାଶ ଜଳବାୟୁ ସମ୍ପର୍କରେ ବି ତଥ୍ୟ ମିଳିବ । ସୌଲାର ଫିଜିକ୍ସରେ ବି ଆଜି ଯାଏ ରହିଥିବା କେତେକ ଅସମାହିତ ପ୍ରଶ୍ନକୁ ସମାଧାନ କରିପାରେ ଆଦିତ୍ୟ ଏଲ-ଓ୍ବାନ୍‌ । ସୂର୍ଯ୍ୟଙ୍କ ଉପର ପାର୍ଶ୍ବର ଉତ୍ତାପ, ପୃଥିବୀ ଉପରେ ସୂର୍ଯ୍ୟ ବିକିରଣର ପ୍ରଭାବ, ବିଶ୍ବ ଜଳବାୟୁ ସମ୍ପର୍କରେ ବି ଉନ୍ନତ ଗବେଷଣା ହୋଇପାରିବ ବୋଲି ସୂଚନା ମିଳିଛି । ସୂର୍ଯ୍ୟର ଫଟୋସ୍ଫିହର, କ୍ରୋମସ୍ଫିହର ଆଦି ସମ୍ପର୍କରେ କରାଯିବ ଗବେଷଣା। ଏହା ସହ ସୂର୍ଯ୍ୟର ବାହ୍ୟ ଦେଶ ସମ୍ପର୍କରେ ବି ମିଳିପାରିବ ତଥ୍ୟ।

ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ

ସିଙ୍ଗାପୁର: ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ । ସିଙ୍ଗାପୁର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଶନମୁଗରତ୍ନମ ୭୦ ପ୍ରତିଶତରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଗତକାଲି ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏଥିରେ ବହୁ ସଂଖ୍ୟା ଲୋକ ଅଂଶଗ୍ରହଣ କରିଥିଲେ ।

୨୭ ଲକ୍ଷରୁ ଅଧିକ ଲୋକ ଭୋଟ ଦେଇଥିଲେ । ରାତି ୮ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଏହାପରେ ଭୋଟ ଗଣନା ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନ ଜିତିବା ପୂର୍ବରୁ ଥର୍ମନ ଶନମୁଗରତ୍ନମ ଦେଶର ଉପପ୍ରଧାନମନ୍ତ୍ରୀ ଥିଲେ । ସେ ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୦୨ରେ ରାଜନୀତିରେ ପ୍ରବେଶ କରିଥିଲେ । ଶାସକ ଦଳ ପିପୁଲ୍ସ ଆକ୍ସନ ପାର୍ଟିରେ ରହି ବହୁଜନହିତକର କାମ କରିବା ସହ ପଦ ପଦବୀରେ ଦାୟିତ୍ବ ସମ୍ଭାଳିଥିଲେ । ସିଙ୍ଗାପୁରର ବିଦାୟୀ ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ଆସନ୍ତା ୧୩ ତାରିଖରେ ସରିବ । ସେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ ।

ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ

ସିଙ୍ଗାପୁର: ସିଙ୍ଗାପୁରର ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନରେ ​​ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ ବିଜୟୀ ହୋଇଛନ୍ତି । ଥର୍ମନ ଶନମୁଗରତ୍ନମ ୭୦.୪ ପ୍ରତିଶତ ଭୋଟ ସହ ବିଜୟୀ ହୋଇଛନ୍ତି । ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର (୧ ସେପ୍ଟେମ୍ବର) ମତଦାନ ହୋଇଥିଲା । ଯେଉଁଥିରେ ଲୋକମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ସିଙ୍ଗାପୁରରେ ୨୭ ଲକ୍ଷରୁ ଅଧିକ ଲୋକ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିଲେ ଏବଂ ରାତି ୮ ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ର ଖୋଲା ରହିଥିଲା । ଏହାପରେ ଭୋଟ୍ ଗଣତି ହୋଇଥିଲା ।

ରାଷ୍ଟ୍ରପତି ପଦ ପାଇଁ ୬୬ ବର୍ଷିୟ ଥର୍ମନ ଶନମୁଗରତ୍ନମଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ପ୍ରାର୍ଥୀ ଥିଲେ – ଏକ ରାଷ୍ଟ୍ରାୟତ୍ତ କମ୍ପାନୀର ପୂର୍ବତନ ପୁଞ୍ଜି ବିନିଯୋଗ ମୁଖ୍ୟ ନାଗ କୋକ ଗୀତ ଏବଂ ଏକ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀର ପୂର୍ବତନ ମୁଖିଆ ଟ୍ୟାନ କିନ ଲିୟାନ ସାମିଲ ଥିଲେ । ଥର୍ମନ ଶନମୁଗରତ୍ନମ ବର୍ତ୍ତମାନ ସିଙ୍ଗାପୁରର ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ସେ ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସିଙ୍ଗାପୁରର ବିଦାୟୀ ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ୧୩ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି । ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ । 

ରାଜଧାନୀ ରାସ୍ତାରେ ହାଇଡ୍ରାମା, ସ୍ୱାମୀ ପାଇଁ ଦୁଇ ମହିଳାଙ୍କ ଟଣା ଓଟରା

ଭୁବନେଶ୍ୱର: ସ୍ବାମୀ ପାଇଁ ଦୁଇ ମହିଳାଙ୍କ ଟଣା ଓଟରା । ସ୍ବାମୀ କାହାର ? ପତ୍ନୀର ନାଁ ପ୍ରେମିକାର । ଏଭଳି ପ୍ରଶ୍ନକୁ ନେଇ ରାଜଧାନୀ ରାସ୍ତାରେ ହାଇଡ୍ରାମା । କଳିଙ୍ଗ ବିହାର K4 ଅଞ୍ଚଳରେ ଦେଖିବାକୁ ମହିଳିଥିଲା ପତ୍ନୀ ଓ ପ୍ରେମିକାଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ । ବିଧବା ମହିଳାଙ୍କୁ ମାଟ୍ରିମୋନି ସାଇଟରେ ପାଇ ସମ୍ପର୍କ ସ୍ଥାପନ କରିଥିଲେ କଟକର ସ୍ବାଗତ ମହାରଣା । ହେଲେ ସ୍ବାଗତ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଗୋଟିଏ 5 ବର୍ଷର ପୁଅ ଅଛି । କିନ୍ତୁ ବିଧବା ପ୍ରେମିକାଙ୍କ ସହ ତାଙ୍କର ନିବିଡ଼ ହୋଇଥିଲା ପ୍ରେମ ସମ୍ପର୍କ । ଲୁଚାଛୁପାରେ ଉଭୟ ଦେଖା ହେଉଥିବାବେଳେ ଶେଷରେ ପତ୍ନୀଙ୍କ ନଜରରେ ପଡିଯାଇଥିଲେ ।

ଏନେଇ ପ୍ରେମିକାଙ୍କ ଘରେ ପହଁଚିଥିଲେ ସ୍ବାଗତଙ୍କ ପତ୍ନୀ । ସେଠାରେ ଉଭୟ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପ୍ରେମିକାଙ୍କୁ ଗାଳିଗୁଲଜ କରିଥିଲେ ସ୍ବାଗତଙ୍କ ପତ୍ନୀ । ହେଲେ ସ୍ବାଗତଙ୍କୁ ୧୭ ଲକ୍ଷ ଟଙ୍କା ଦେଇଥିବା କହି ପାଲଟା ଗାଳିଗୁଲଜ କରିଥିଲେ ପ୍ରେମିକା । ପରିସ୍ଥିତି ଅଣାୟତ୍ତ ହେବାରୁ ସତ୍ୟ ନଗର ଲେଡ଼ିଜ୍ ଫୋରମ୍ ଏବଂ ଶତାକ୍ଷି ଲେଡିଜ ଆସୋସିଏସନ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ଉଭୟ ମହିଳାଙ୍କୁ ବୁଝା ସୁଝା କରିଥିଲେ । ପ୍ରେମିକା ଠାରୁ ଏକ ହାତ ଲେଖା କପି ରଖିଛନ୍ତି ଲେଡିସ ଫୋରମ । ଉଭୟ ମହିଳା ତମାଣ୍ଡୋ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

କୋଚିଂ ସେଣ୍ଟରରେ ବଜ୍ରପାତ, ୧୦ ଛାତ୍ରଛାତ୍ରୀ ଆହତ

ଖୋର୍ଦ୍ଧା: କୋଚିଂ ସେଣ୍ଟରରେ ବଜ୍ରପାତ, ୧୦ଜଣ ଆହତ, ୫ ଜଣ ଗୁରୁତର । ଖୋର୍ଦ୍ଧା ନିରାକରପୁର କଲେଜ୍ ଛକ ନିକଟରେ ଏକ ଘରୋଇ କୋଚିଂ ସେଣ୍ଟରରେ ପିଲା ପଢୁଥିବା ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ଛାତ୍ର ଛାତ୍ରୀ, ଶିକ୍ଷକ, ସମସ୍ତେ ଆହତ ହୋଇଛନ୍ତି । ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ।

ଜିଆଇ ଜର୍ଣ୍ଣାଲରେ ସ୍ଥାନ ପାଇଲା ଓଡ଼ିଶାର ୭ଉତ୍ପାଦ, ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ GI ଟ୍ୟାଗ୍

ନନ୍ଦିଘୋଷ ବ୍ୟୁରୋ: GI ଜର୍ଣ୍ଣାଲରେ ସ୍ଥାନ ପାଇଲା ରାଜ୍ୟର ୭ଉତ୍ପାଦ । ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ GI ଟ୍ୟାଗ୍ । ସେହିଭଳି ଢେଙ୍କାନାଳ ମଗଜି, ଶିମିଳିପାଳ କାଈ ଚଟଣୀକୁ GI ଟ୍ୟାଗ ପ୍ରଦାନ କରାଯିବ । ଖଜୁରୀ ଗୁଡ଼, କୋରାପୁଟର କଳାଜିରା ଚାଉଳ, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରି ଚାଦର-କପଡ଼ାଗଣ୍ଡାକୁ ମଧ୍ୟ GI ଟ୍ୟାଗ ମିଳିବ । ତେବେ ନୟାଗଡ କଣ୍ଟିଲୋ ଅଂଚଳରେ ଉତ୍ପାଦିତ ଏହି କୃଷିଜାତ ଦ୍ରବ୍ୟ କଣ୍ଟେଇମୁଣ୍ଡି ବାଇଗଣ GI ଜର୍ଣ୍ଣାଲରେ ସ୍ଥାନ ପାଇବା ପରେ ଏହାର ସ୍ୱତନ୍ତ୍ରତା ବୃଦ୍ଧି ପାଇଛି । ପୋଷାକ ତତ୍ତ୍ୱରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ୱାଦ ମଧ୍ୟ ଭାରୀ ନିଆରା । ଏ ନେଇ ନୟାଗଡ଼ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କିଛି ମାସ ପୂର୍ବରୁ ନୟାଗଡ଼ ଜିଲ୍ଲା ପ୍ରଶାସନ ସହାୟତାରେ କଣ୍ଟିଲୋ ସ୍ଥିତ ନୀଳମାଧବ କୃଷି ସଂଗଠନ ଏହି କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିଲ ।