ସୂର୍ଯ୍ୟ ମିଶନ: ଆରମ୍ଭ ହେଲା କାଉଣ୍ଟଡାଉନ, ଦିନ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ-L1

1 min read

ନୂଆଦିଲ୍ଲୀ: ପ୍ରତିକ୍ଷାର ଅନ୍ତ, ଆରମ୍ଭ ହେଲା କାଉଣ୍ଟଡାଉନ । ଆଉ କିଛି ସମୟ ପରେ ଭାରତର ସୂର୍ଯ୍ୟ ମିଶନ । ଆଜି ଦିନ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ । ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରକେଟ ଓ ସାଟେଲାଇଟ ପ୍ରସ୍ତୁତ ଅଛନ୍ତି। ରିହରସାଲ ବି ଶେଷ ହୋଇଛି ।

ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଲାଗି ସାରା ଦେଶବାସୀ କରିଛନ୍ତି ପ୍ରତୀକ୍ଷା । PSLV-C57 ଜରିଆରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ-ଓ୍ବାନ୍‌ । ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ ଆଦିତ୍ୟ ଏଲ-ଓ୍ବାନ୍‌ର ସଫଳତା ଉପରେ ରହିଛି ନଜର। ସୂର୍ଯ୍ୟ ଓ ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ୧ରେ ଏକ କକ୍ଷ ପଥରେ ସ୍ପେସକ୍ରାଫ୍ଟକୁ ମୁତୟନ କରାଯିବ।

ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ। ସୌରମଣ୍ଡଳରେ ଚାଲିଥିବା ବିଭିନ୍ନ ଆକ୍ଟିଭିଟି ସମ୍ପର୍କରେ ଗବେଷଣା କରିବ ଆଦିତ୍ୟ ଏଲ-୧। ଆଦିତ୍ୟ ଏଲ-୧ରେ ପଠାଯିବ ସାତଟି ପେ-ଲୋଡ। ଏଥି୍ରୁ ୪ଟି ପେଲୋଡ ସୂର୍ଯ୍ୟଙ୍କୁ ସିଧାସଳଖ ପର୍ଯ୍ୟବେକ୍ଷଣ କରିବେ। ଅନ୍ୟ ତିନିଟି ପେଲୋଡ ଏଲ୧ ପଏଣ୍ଟରେ ବିଭିନ୍ନ କଣିକାର ଗବେଷଣା କରିବେ। ଏହା ସହ କରୋନାଲ ମାସ୍ ଇଜେକ୍ସନ ସମ୍ପର୍କରେ ତଥ୍ୟ ଯୋଗାଡ କରାଯାଇପାରିବ।

ମହାକାଶ ଜଳବାୟୁ ସମ୍ପର୍କରେ ବି ତଥ୍ୟ ମିଳିବ । ସୌଲାର ଫିଜିକ୍ସରେ ବି ଆଜି ଯାଏ ରହିଥିବା କେତେକ ଅସମାହିତ ପ୍ରଶ୍ନକୁ ସମାଧାନ କରିପାରେ ଆଦିତ୍ୟ ଏଲ-ଓ୍ବାନ୍‌ । ସୂର୍ଯ୍ୟଙ୍କ ଉପର ପାର୍ଶ୍ବର ଉତ୍ତାପ, ପୃଥିବୀ ଉପରେ ସୂର୍ଯ୍ୟ ବିକିରଣର ପ୍ରଭାବ, ବିଶ୍ବ ଜଳବାୟୁ ସମ୍ପର୍କରେ ବି ଉନ୍ନତ ଗବେଷଣା ହୋଇପାରିବ ବୋଲି ସୂଚନା ମିଳିଛି । ସୂର୍ଯ୍ୟର ଫଟୋସ୍ଫିହର, କ୍ରୋମସ୍ଫିହର ଆଦି ସମ୍ପର୍କରେ କରାଯିବ ଗବେଷଣା। ଏହା ସହ ସୂର୍ଯ୍ୟର ବାହ୍ୟ ଦେଶ ସମ୍ପର୍କରେ ବି ମିଳିପାରିବ ତଥ୍ୟ।