spot_img
Home Blog Page 2688

ଏସିଆ କପରେ ଭାରତ ଖେଳିବ ୫୦ତମ ମ୍ୟାଚ

ନନ୍ଦିଘୋଷ ବ୍ୟୁରୋ : ଆଜି ଏସିଆ କପର ହୋଇଭୋଲଟେଜ୍ ଫାଇଟ୍ । ଅନେକ ଦିନ ପରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଐତିହାସିକ ମୁକାବିଲାରେ କାହାର ପଲା ଭାରୀ ରହିବ , କିଏ ବାଜି ମାରିବ ତାକୁ ନେଇ ସବୁଠି ଚର୍ଚ୍ଚା ।  ଶ୍ରୀଲଙ୍କାରେ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ଏବେ ସମସ୍ତଙ୍କ ନଜର । ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚ ଖେଳୁଥିବା ବେଳେ ଅଭିଯାନ ଆରମ୍ଭ କରିବ ଭାରତ । ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତୀୟ ଟିମର ବ୍ୟାଟିଂ ଭାର ମୁଖ୍ୟତଃ ଅଧିନାୟକ ରୋହିତଙ୍କ ସମେତ ବିରାଟ କୋହଲି, ଶୁଭମିନ୍ ଗିଲ,  ଶ୍ରେୟସ ଆୟରଙ୍କ ଉପରେ ରହିବ । ତେବେ କେ.ଏଲ୍. ରାହୁଲଙ୍କ ସ୍ଥାନରେ କିଏ ପଡ଼ିଆକୁ ଓହ୍ଲାଇବ ସେ ନେଇ ଚର୍ଚ୍ଚା ଲାଗି ରହିଛି । ବୋଲିଂ ଭାର ସମ୍ଭାଳିବେ ଯଶପ୍ରୀତ୍ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ ।IND vs PAK Today Match Prediction- Asia Cup 2023, Who Will Win Today's  Match Between India And Pakistan? Match 3

ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଇଶାନ କିଷନଙ୍କ ଉପରେ ରହିବ ନଜର । ପାକିସ୍ତାନ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଟିମର ଆତ୍ମବିଶ୍ବାସ ବଢିଛି । ତେବେ କାଲିଠୁ ପ୍ରବଳ ବର୍ଷା ହେଉଥିବାରୁ ମ୍ୟାଚ ବିଳମ୍ବ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନର ପ୍ରଥମମ୍ୟାଚ ବିଜୟ ପରେ ଆତ୍ମବିଶ୍ୱାସ ବଢିଛି । ଭାରତ ବାନାମ ପାକିସ୍ତାନ ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଥାଏ କାରଣ ୨ପ୍ରତିଦ୍ୱନ୍ଦିଙ୍କ ମ୍ୟାଚ କଡ଼ା ଟକର ହୋଇଥାଏ । ଆଜିର ମ୍ୟାଚ ମଧ୍ୟ ହାଇଭୋଲଟେଜ୍ ମ୍ୟାଚ ହେବ ।  ଅପରପକ୍ଷେ ଏସିଆ କପ-୨୦୨୩ର ଏହା ତୃତୀୟ ମ୍ୟାଚ ଖେଳାଯିବ । ଏସିଆ କପରେ ଭାରତ ୫୦ତମ ମ୍ୟାଚ ଖେଳିବାକୁ ଯାଉଛି ।

ପୁଣି ଦମ୍ ଦେଖାଇଲା ଉତ୍ତର କୋରିଆ

ସିଓଲ: ପୁଣି ଦମ୍ ଦେଖାଇଲା ଉତ୍ତର କୋରିଆ। ନିଜର ସାମୁଦ୍ରିକ ଅଞ୍ଚଳରେ କ୍ରୁଜ ମିସାଇଲର ପରୀକ୍ଷଣ କରିଛି ନର୍ଥକୋରିଆ। ଏନେଇ ସୂଚନା ଦେଇଛି ସାଉଥକୋରିଆ ମିଲିଟାରୀ। ଗତ ମାସରେ ନର୍ଥ କୋରିଆର ସ୍ପାଏ ସାଟେଲାଇଟ ଉତକ୍ଷେପଣ ବିଫଳ ହେବା ପରେ ଏହି ମିସାଇଲ ପରୀକ୍ଷା କରାଯାଇଛି । ସେପଟେ ନର୍ଥକୋରିଆର ୫ ଜଣ ବ୍ୟକ୍ତିବିଶେଷଙ୍କ ବିରୋଧରେ ସାଉଥକୋରିଆ ଜାରି କରିଛି କଟକଣା।

ଗତ ଗୁରୁବାର ମଧ୍ୟ ନର୍ଥକୋରିଆ ପକ୍ଷରୁ କେତେକ ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା । ଆମେରିକା ଓ ସାଉଥକୋରିଆ ମଧ୍ୟରେ ଚାଲିଥିବା ୧୧ ଦିନିଆ ଉଲଚି ଫ୍ରିଡମ ସିଲ୍ଡ ମିଳିତ ସମରାଭ୍ୟାସକୁ ନର୍ଥ କୋରିଆ ତୀବ୍ର ବିରୋଧ କରିଥିଲା। ଗତ ଗୁରୁବାର ଏହି ମିଳିତ ସମରାଭ୍ୟାସ ଶେଷ ହୋଇଥିଲା । ଏହି ସମରାଭ୍ୟାସରେ ବି-1ବି ବମ୍ବର ସାମିଲ ହୋଇଥିବା ଯୋଗୁ ଉଦବେଗ ପ୍ରକାଶ କରିଥିଲା ନର୍ଥକୋରିଆ ।

ଇସ୍ରୋର ସୂର୍ଯ୍ୟ ଅଭିଯାନ, ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ ଆଦିତ୍ୟ L1ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ: ଇସ୍ରୋର ସୂର୍ଯ୍ୟ ଅଭିଯାନ । ସଫଳ ହେଲା ଭାରତର ସ୍ବପ୍ନ । ନିର୍ଦ୍ଧାରିତ ୧୧ଟା ୫୦ରେ ଶ୍ରୀହରିକୋଟା ଲଞ୍ଚପ୍ୟାଡରେ ଉତକ୍ଷେପଣ ହୋଇଛି ଆଦିତ୍ୟ L1 । PSLV-C57 ଜରିଆରେ ଉତକ୍ଷେପଣ ହୋଇଛି ଆଦିତ୍ୟ L1 । ପିଏସଏଲଭିରୁ ଆଦିତ୍ୟ L1 ପ୍ରାୟ ୬୩ ମିନଟ ପରେ ବିଚ୍ଛିନ୍ନ ହୋଇଛି । ଏହା ସହ ବିଶ୍ବରେ ଇସ୍ରୋ ସୃଷ୍ଟି କରିଛି ନୂଆ ଅଧ୍ୟାୟ ।

ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଲାଗି ସାରା ଦେଶବାସୀ କରିଥିବା ପ୍ରତୀକ୍ଷାର ହୋଇଛି ଅବସାନ । ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ ହେଉଛି ଆଦିତ୍ୟ ଏଲ-ଓ୍ବାନ୍‌ । ସୂର୍ଯ୍ୟ ଓ ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ୧ରେ ଏକ କକ୍ଷ ପଥରେ ସ୍ପେସକ୍ରାଫ୍ଟ ଅବସ୍ଥାପିତ ହେବ । ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଏହି ସ୍ପେସକ୍ରାଫ୍ଟ ହେବ ଅବସ୍ଥାପିତ । ସୌରମଣ୍ଡଳରେ ଚାଲିଥିବା ବିଭିନ୍ନ ଆକ୍ଟିଭିଟି ସମ୍ପର୍କରେ ଗବେଷଣା କରିବ ଆଦିତ୍ୟ L1 । ଆଦିତ୍ୟ L1ରେ ପଠାଯାଇଛି ସାତଟି ପେ-ଲୋଡ।

ଏଥି୍ରୁ ୪ଟି ପେଲୋଡ ସୂର୍ଯ୍ୟଙ୍କୁ ସିଧାସଳଖ ପର୍ଯ୍ୟବେକ୍ଷଣ କରିବେ । ଅନ୍ୟ ତିନିଟି ପେଲୋଡ L1 ପଏଣ୍ଟରେ ବିଭିନ୍ନ କଣିକାର ଗବେଷଣା କରିବେ । ଏହା ସହ କରୋନାଲ ମାସ୍ ଇଜେକ୍ସନ ସମ୍ପର୍କରେ ତଥ୍ୟ ଯୋଗାଡ କରାଯାଇପାରିବ । ମହାକାଶ ଜଳବାୟୁ ସମ୍ପର୍କରେ ବି ତଥ୍ୟ ମିଳିବ । ସୌଲାର ଫିଜିକ୍ସରେ ବି ଆଜି ଯାଏ ରହିଥିବା କେତେକ ଅସମାହିତ ପ୍ରଶ୍ନକୁ ସମାଧାନ କରିପାରେ ଆଦିତ୍ୟ ଏଲ-ଓ୍ବାନ୍‌ । ସୂର୍ଯ୍ୟଙ୍କ ଉପର ପାର୍ଶ୍ବର ଉତ୍ତାପ, ପୃଥିବୀ ଉପରେ ସୂର୍ଯ୍ୟ ବିକିରଣର ପ୍ରଭାବ, ବିଶ୍ବ ଜଳବାୟୁ ସମ୍ପର୍କରେ ବି ଉନ୍ନତ ଗବେଷଣା ହୋଇପାରିବ ବୋଲି ସୂଚନା ମିଳିଛି । ସୂର୍ଯ୍ୟର ଫଟୋସ୍ଫିହର, କ୍ରୋମସ୍ଫିହର ଆଦି ସମ୍ପର୍କରେ କରାଯିବ ଗବେଷଣା । ଏହା ସହ ସୂର୍ଯ୍ୟର ବାହ୍ୟ ଦେଶ ସମ୍ପର୍କରେ ବି ମିଳିପାରିବ ତଥ୍ୟ ।

ସୂର୍ଯ୍ୟ ମିଶନ: L1 ପଏଣ୍ଟ କଣ? କାହିଁକି ଏଠାରେ ଅବସ୍ଥାପିତ ହେବ ଆଦିତ୍ୟ L1

ନୂଆଦିଲ୍ଲୀ: L1 ପଏଣ୍ଟ କଣ । କାହିଁକି ଏଠାରେ ଅବସ୍ଥାପିତ ହେବ ଆଦିତ୍ଯ L1 । ଏହି ପ୍ରଶ୍ନ ସମସ୍ତଙ୍କ ନିକଟରେ ଜାତ ହେବା ସ୍ବାଭାବିକ। ଦୁଇଟି ବୃହତ ବସ୍ତୁ ମଝିରେ ସବୁଠାରୁ କମ୍ ଆକର୍ଷଣ ଶକ୍ତି ଥିବା ଅଞ୍ଚଳ ହେଉଛି L1 । L1 ସ୍ଥାନରେ ସ୍ପେସକ୍ରାଫ୍ଟ ରହିଲେ ଇନ୍ଧନ ଖର୍ଚ୍ଚ କମ୍ ହୁଏ। ଇଟାଲୀୟ ଗଣିତଜ୍ଞ ଯୋଶଫ ଲୁଇ ଲାଗରେଞ୍ଜଙ୍କ ନାମାନୁସାରେ ଏହା ନାମିତ।

ପାଞ୍ଚ ପ୍ରକାର ଲାଗରେଞ୍ଜ ପଏଣ୍ଟ ରହିଛି । ସେଗୁଡିକ ହେଲା- L1, L2, L3, L4, ଓ L5 । ନାସାର ଜେମସ ଓ୍ବେବ ସ୍ପେସ ଟେଲିସ୍କୋପ ରହିଛି L2ରେ । ଭାରତର ଆଦିତ୍ୟ ରହିବ L1ରେ । ସାରା ସୌରମଣ୍ଡଳକୁ ସୂର୍ଯ୍ୟ ନିୟନ୍ତ୍ରିତ କରୁଥିବାବେଳେ ପ୍ରତି ଗ୍ରହର ଜଳବାୟୁ ଓ ପରିବେଶ ସୂର୍ଯ୍ୟ ଦ୍ବାରା ନିୟନ୍ତ୍ରିତ ହୋଇଥାଏ । ସୌର ଜଳବାୟୁରେ ପରିବର୍ତ୍ତନ ହେଲେ ସାଟେଲାଇଟ ଉପରେ ପଡିଥାଏ ପ୍ରଭାବ । ପାଓ୍ବାର ବ୍ଲାକଆଉଟ ହେବା ସହ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ନଷ୍ଟ ହୋଇଯାଇଥାଏ । L1 ପଏଣ୍ଟ ଏସବୁ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। L1 ଦେଇ ସୂର୍ଯ୍ୟରୁ ସୃଷ୍ଟି ସମସ୍ତ ଝଡ଼ ପୃଥିବୀକୁ ଯାଇଥାଏ । ତେଣୁ L1 ପଏଣ୍ଟରେ ମୁତୟନ ଆଦିତ୍ୟ L1 ପୃଥିବୀର ବୈଜ୍ଞାନିକମାନଙ୍କୁ ସମସ୍ତ ତଥ୍ୟ ଦେଇପାରିବ।

ସୂର୍ଯ୍ୟ ମିଶନ: କ‘ଣ କରିବ ଆଦିତ୍ୟ L1, କେଉଁଠି ରହିବ?

ନୂଆଦିଲ୍ଲୀ: ପ୍ରତିକ୍ଷାର ଅନ୍ତ, ଆରମ୍ଭ ହେଲା କାଉଣ୍ଟଡାଉନ। ଆଉ କିଛି ସମୟ ପରେ ଭାରତର ସୂର୍ଯ୍ୟ ମିଶନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ। ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଏବେ ଆସନ୍ତୁ ନଜର ପକାଇବା ଆଦିତ୍ୟ L1ର କାମ କଣ। ସୂର୍ଯ୍ୟର ବାହ୍ୟ ତାପମାତ୍ରା ବା କ୍ରୋମୋସ୍ଫିହର ସମ୍ପର୍କରେ ଆଦିତ୍ୟ କରିବ ଗବେଷଣା। ଏହା ସହ ସୂର୍ଯ୍ୟଠାରୁ ନିର୍ଗତ ପଦାର୍ଥ ସମ୍ପର୍କରେ ବି ହେବ ଗବେଷଣା। ମହାକାଶ ଜଳବାୟୁ, ବିଭିନ୍ନ ପଦାର୍ଥର ଗତି ସମ୍ପର୍କରେ ତଥ୍ୟ ମିଳିବା ଆଶା ଥିବାବେଳେ ପାର୍ଟିକଲ ଡାଇନାମିକ୍ସ ସମ୍ପର୍କରେ ବି ମିଳିବ ତଥ୍ୟ। ଏହା ସହ ସୋଲାର କୋରୋନା ବା ବାହ୍ୟ ଆବରଣର ଗଠନ ସମ୍ପର୍କରେ ତଥ୍ୟ ମିଳିବା ସମ୍ଭାବନା ଥିବାବେଳେ ତାପମାତ୍ରା, ଗତି ଓ ସାନ୍ଧ୍ରତା ସମ୍ପର୍କରେ ହୋଇପାରିବ ଗବେଷଣା। କୋରନାଲ ମାସ୍ ଇଜେକ୍ସନର ସୃଷ୍ଟି ଓ ଗତିର ଗବେଷଣା ସମେତ ଚୁମ୍ବକୀୟ କ୍ଷେତ୍ର ଓ ଏହାର ମାପ ସମ୍ପର୍କରେ ତଥ୍ୟ ମିଳିପାରିବ। ସୌରଜାତ ବାୟୁର ଉତ୍ପତ୍ତି, ଉପାଦାନ ଓ ଗତି ସମ୍ପର୍କରେ ତଥ୍ୟ ମିଳିବ। ସୂର୍ଯ୍ୟର ଗଭୀରତମ ସ୍ତର ଫଟୋସ୍ପିହର ସମ୍ପର୍କରେ ଗବେଷଣା କରାଯାଇପାରିବ। ୪୦୦କିମିରୁ ୨୧୦୦କିମି ମଧ୍ୟସ୍ଥ ସ୍ତର କ୍ରୋମୋସ୍ଫିହର ସମ୍ପର୍କରେ ବି ହୋଇପାରିବ ଗବେଷଣା। ଏହା ସହ ଇଲେକ୍ଟ୍ରୋମାଗ୍ନେଟିକ ଓ ମାଗ୍ନେଟିକ ଫିଲ୍ଡ ଡିଟେକ୍ଟର ଜରିଆରେ ଇସ୍ରୋ ଗବେଷଣା କରିପାରିବ ।

ତେବେ ସନ-ଆର୍ଥ ସିଷ୍ଟମର ଲାଗରେଞ୍ଜ ପଏଣ୍ଟ 1ରେ ଅବସ୍ଥାପିତ ହେବ ଆଦିତ୍ୟ L1। ଏହା ପଛରେ ରହିଛି ବି କାରଣ। ନିର୍ଦ୍ଦିଷ୍ଟ ଭାବେ ଏହି ସ୍ଥାନରେ ସ୍ଥିରତା ରହିଥାଏ। ପୃଥିବୀଠାରୁ 15 ଲକ୍ଷ ମାଇଲ ଦୂରରେ ରହିବ ଆଦିତ୍ୟ L1। ହାଲୋ ଅର୍ବିଟରେ ସାଟେଲାଇଟକୁ ମିଳିଥାଏ ବହୁ ସୁଯୋଗ। ସୂର୍ଯ୍ୟର ସମସ୍ତ ଲୁକ୍କାୟିତ ଅଂଶ ସମ୍ପର୍କରେ ପର୍ଯ୍ୟାଲୋଚନା ସମ୍ଭବ ହୋଇଥାଏ। ଗ୍ରହଣ ସମୟରେ ବି ତଥ୍ୟ ମିଳିବା ସମ୍ଭବ ହେବ। ସୌର କ୍ରିୟାକଳାପ ଓ ମହାକାଶ ଜଳବାୟୁ ଉପରେ ପ୍ରଭାବ ସମ୍ପର୍କରେ ମିଳିପାରିବ ତଥ୍ୟ। L1 ପଏଣ୍ଟରୁ ବିନା ବାଧାରେ ସୂର୍ଯ୍ୟ ସମ୍ପର୍କରେ ମିଳିପାରିବ ବିଭିନ୍ନ ଗୂଢ଼ ତଥ୍ୟ।

ପ୍ରତିଶ୍ରୁତି ରଖିଲେ 5T ସଚିବ, ୧୧୬ଟି ପ୍ରକଳ୍ପକୁ ଅନୁମୋଦନ

ଚାନ୍ଦବାଲି: ଚାନ୍ଦବାଲି ଗସ୍ତ ବେଳେ ବିଭିନ୍ନ ପ୍ରକଳ୍ପ ନେଇ 5T ସଚିବଙ୍କ ନିକଟରେ ଦାବି କରିଥିଲେ। ଯାହାକୁ ଅନୁମୋଦନ କରିଛନ୍ତି 5T ସଚିବ ଭି.କେ ପଣ୍ଡିଆନ। ଚାନ୍ଦବାଲି ବାସୀଙ୍କ ପକ୍ଷରୁ 5T ସଚିବଙ୍କୁ ମୋଟ ୧୭୩ଟି ପ୍ରକଳ୍ପର ଅନୁମୋଦନ ପାଇଁ ଆବେଦନ କରାଯାଇଥିଲା। ସେଥିମଧ୍ୟରୁ ୧୧୬ଟି ପ୍ରକଳ୍ପ ଅନୁମୋଦନ ହୋଇଥିବା ବେଳେ ବଳକା ୫୭ଟି ପ୍ରକଳ୍ପକୁ ଖୁବଶୀଘ୍ର ଅନୁମୋଦନ କରାଯିବ।

ପ୍ରାଥମିକ ପର୍ଯ୍ୟାୟରେ ୧୧୬ଟି ପ୍ରକଳ୍ପ ପାଇଁ ୩କୋଟି ୭୩ ଲକ୍ଷ ଏବଂ ଚାନ୍ଦବାଲି ବ୍ଲକର ସମସ୍ତ କଲେଜ ପାଇଁ ୫କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି। ବ୍ଲକ ସଭାଗୃହରେ ଅନୁଷ୍ଠିତ ଏକ ସଭାରେ ଅନୁମୋଦିତ ପ୍ରକଳ୍ପ ଗୁଡିକର ସ୍ୱୀକାର ପତ୍ର ଚନ୍ଦବାଲି ବିଧାୟକ ସମସ୍ତ ଆବେଦନ କାରୀଙ୍କୁ ବଣ୍ଟନ କରିଥିଲେ। ପ୍ରକଳ୍ପକୁ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜନତା।

ଭାରତ ଆଗରୁ କେଉଁ କେଉଁ ଦେଶ କରିଛନ୍ତି ସୂର୍ଯ୍ୟ ମିଶନ?

ନୂଆଦିଲ୍ଲୀ: ଭାରତ ଆଗରୁ ବହୁ ଦେଶ ସୂର୍ଯ୍ୟ ସମ୍ପର୍କରେ କରିଆସିଛନ୍ତି ଗବେଷଣା । ୧୯୮୧ରେ ଜାପାନର ଗବେଷଣା ସଂସ୍ଥା JAXA ଲଞ୍ଚ କରିଥିଲା ସୋଲାର ସାଟେଲାଇଟ ହିନୋତୋନ। ୧୯୯୦ରେ ୟୁରୋପୀୟ ମହାକାଶ ସଂସ୍ଥା ESA ବି ମିସନ ସନ କ୍ରମେ ପଠାଇଥିଲା ଉଲିସିସ୍ ସାଟେଲାଇଟ। ସେହିପରି ୧୯୯୫ରେ ନାସା, ESA ଓ ଜାପାନର JAXA ପଠାଇଥିଲେ SOHO ନାମକ ସାଟେଲାଇଟ ।

୨୦୧୮ରେ ଆମେରିକା ଆରମ୍ଭ କରିଥିଲା ପାର୍କର ସୋଲାର ପ୍ରୋବ୍ । ୨୦୨୦ରେ ୟୁରୋପୀୟ ମହାକାଶ ସଂସ୍ଥା ESA ଓ ନାସା ପଠାଇଥିଲେ ସୋଲାର ଅର୍ବିଟର। ୨୦୨୨ ଅକ୍ଟୋବର ୮ରେ ଚୀନ ପଠାଇଥିଲା ASO-S । ଏସବୁ ମିଶନ ଜରିଆରେ ସୂର୍ଯ୍ୟ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିସାରିଛି।

ତେବେ ଇସ୍ରୋ ୨୦୨୩ ମସିହା ଆଜିର ଦିନରେ ଆଦିତ୍ୟ ଏଲ1 ମିଶନ ଲଞ୍ଚ କରୁଛି । ଏଥି ଲାଗି ଖର୍ଚ୍ଚ ହୋଇଛି ୪୦୦ କୋଟି ଟଙ୍କା । ଆଦିତ୍ୟ ଏଲ1ର ଓଜନ ୧୪୭୫ କିଲୋଗ୍ରାମ । ପ୍ରାୟ ୫ ବର୍ଷ ୨ ମାସ ଯାଏ ତଥ୍ୟ ଯୋଗାଇପାରେ ଆଦିତ୍ୟ ଏଲ1 । ପ୍ରାୟ ୧୫ ଲକ୍ଷ ମାଇଲ ଦୂରରେ ଏହା ଅବସ୍ଥାପିତ ହେବ। ଆଦିତ୍ୟ ଏଲ1ରେ ରହିଛି ୭ଟି ପେଲୋଡ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ମହାକାଶରେ ୪ ମାସ ବିତାଇବ ଆଦିତ୍ୟ ଏଲ1 ।

ସୂର୍ଯ୍ୟ ମିଶନ: ଆରମ୍ଭ ହେଲା କାଉଣ୍ଟଡାଉନ, ଦିନ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ-L1

ନୂଆଦିଲ୍ଲୀ: ପ୍ରତିକ୍ଷାର ଅନ୍ତ, ଆରମ୍ଭ ହେଲା କାଉଣ୍ଟଡାଉନ । ଆଉ କିଛି ସମୟ ପରେ ଭାରତର ସୂର୍ଯ୍ୟ ମିଶନ । ଆଜି ଦିନ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ । ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରକେଟ ଓ ସାଟେଲାଇଟ ପ୍ରସ୍ତୁତ ଅଛନ୍ତି। ରିହରସାଲ ବି ଶେଷ ହୋଇଛି ।

ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଲାଗି ସାରା ଦେଶବାସୀ କରିଛନ୍ତି ପ୍ରତୀକ୍ଷା । PSLV-C57 ଜରିଆରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ-ଓ୍ବାନ୍‌ । ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ ଆଦିତ୍ୟ ଏଲ-ଓ୍ବାନ୍‌ର ସଫଳତା ଉପରେ ରହିଛି ନଜର। ସୂର୍ଯ୍ୟ ଓ ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ୧ରେ ଏକ କକ୍ଷ ପଥରେ ସ୍ପେସକ୍ରାଫ୍ଟକୁ ମୁତୟନ କରାଯିବ।

ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ। ସୌରମଣ୍ଡଳରେ ଚାଲିଥିବା ବିଭିନ୍ନ ଆକ୍ଟିଭିଟି ସମ୍ପର୍କରେ ଗବେଷଣା କରିବ ଆଦିତ୍ୟ ଏଲ-୧। ଆଦିତ୍ୟ ଏଲ-୧ରେ ପଠାଯିବ ସାତଟି ପେ-ଲୋଡ। ଏଥି୍ରୁ ୪ଟି ପେଲୋଡ ସୂର୍ଯ୍ୟଙ୍କୁ ସିଧାସଳଖ ପର୍ଯ୍ୟବେକ୍ଷଣ କରିବେ। ଅନ୍ୟ ତିନିଟି ପେଲୋଡ ଏଲ୧ ପଏଣ୍ଟରେ ବିଭିନ୍ନ କଣିକାର ଗବେଷଣା କରିବେ। ଏହା ସହ କରୋନାଲ ମାସ୍ ଇଜେକ୍ସନ ସମ୍ପର୍କରେ ତଥ୍ୟ ଯୋଗାଡ କରାଯାଇପାରିବ।

ମହାକାଶ ଜଳବାୟୁ ସମ୍ପର୍କରେ ବି ତଥ୍ୟ ମିଳିବ । ସୌଲାର ଫିଜିକ୍ସରେ ବି ଆଜି ଯାଏ ରହିଥିବା କେତେକ ଅସମାହିତ ପ୍ରଶ୍ନକୁ ସମାଧାନ କରିପାରେ ଆଦିତ୍ୟ ଏଲ-ଓ୍ବାନ୍‌ । ସୂର୍ଯ୍ୟଙ୍କ ଉପର ପାର୍ଶ୍ବର ଉତ୍ତାପ, ପୃଥିବୀ ଉପରେ ସୂର୍ଯ୍ୟ ବିକିରଣର ପ୍ରଭାବ, ବିଶ୍ବ ଜଳବାୟୁ ସମ୍ପର୍କରେ ବି ଉନ୍ନତ ଗବେଷଣା ହୋଇପାରିବ ବୋଲି ସୂଚନା ମିଳିଛି । ସୂର୍ଯ୍ୟର ଫଟୋସ୍ଫିହର, କ୍ରୋମସ୍ଫିହର ଆଦି ସମ୍ପର୍କରେ କରାଯିବ ଗବେଷଣା। ଏହା ସହ ସୂର୍ଯ୍ୟର ବାହ୍ୟ ଦେଶ ସମ୍ପର୍କରେ ବି ମିଳିପାରିବ ତଥ୍ୟ।

ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ

ସିଙ୍ଗାପୁର: ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ । ସିଙ୍ଗାପୁର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଶନମୁଗରତ୍ନମ ୭୦ ପ୍ରତିଶତରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଗତକାଲି ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏଥିରେ ବହୁ ସଂଖ୍ୟା ଲୋକ ଅଂଶଗ୍ରହଣ କରିଥିଲେ ।

୨୭ ଲକ୍ଷରୁ ଅଧିକ ଲୋକ ଭୋଟ ଦେଇଥିଲେ । ରାତି ୮ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଏହାପରେ ଭୋଟ ଗଣନା ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନ ଜିତିବା ପୂର୍ବରୁ ଥର୍ମନ ଶନମୁଗରତ୍ନମ ଦେଶର ଉପପ୍ରଧାନମନ୍ତ୍ରୀ ଥିଲେ । ସେ ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୦୨ରେ ରାଜନୀତିରେ ପ୍ରବେଶ କରିଥିଲେ । ଶାସକ ଦଳ ପିପୁଲ୍ସ ଆକ୍ସନ ପାର୍ଟିରେ ରହି ବହୁଜନହିତକର କାମ କରିବା ସହ ପଦ ପଦବୀରେ ଦାୟିତ୍ବ ସମ୍ଭାଳିଥିଲେ । ସିଙ୍ଗାପୁରର ବିଦାୟୀ ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ଆସନ୍ତା ୧୩ ତାରିଖରେ ସରିବ । ସେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ ।

ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ

ସିଙ୍ଗାପୁର: ସିଙ୍ଗାପୁରର ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନରେ ​​ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ ବିଜୟୀ ହୋଇଛନ୍ତି । ଥର୍ମନ ଶନମୁଗରତ୍ନମ ୭୦.୪ ପ୍ରତିଶତ ଭୋଟ ସହ ବିଜୟୀ ହୋଇଛନ୍ତି । ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର (୧ ସେପ୍ଟେମ୍ବର) ମତଦାନ ହୋଇଥିଲା । ଯେଉଁଥିରେ ଲୋକମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ସିଙ୍ଗାପୁରରେ ୨୭ ଲକ୍ଷରୁ ଅଧିକ ଲୋକ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିଲେ ଏବଂ ରାତି ୮ ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ର ଖୋଲା ରହିଥିଲା । ଏହାପରେ ଭୋଟ୍ ଗଣତି ହୋଇଥିଲା ।

ରାଷ୍ଟ୍ରପତି ପଦ ପାଇଁ ୬୬ ବର୍ଷିୟ ଥର୍ମନ ଶନମୁଗରତ୍ନମଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ପ୍ରାର୍ଥୀ ଥିଲେ – ଏକ ରାଷ୍ଟ୍ରାୟତ୍ତ କମ୍ପାନୀର ପୂର୍ବତନ ପୁଞ୍ଜି ବିନିଯୋଗ ମୁଖ୍ୟ ନାଗ କୋକ ଗୀତ ଏବଂ ଏକ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀର ପୂର୍ବତନ ମୁଖିଆ ଟ୍ୟାନ କିନ ଲିୟାନ ସାମିଲ ଥିଲେ । ଥର୍ମନ ଶନମୁଗରତ୍ନମ ବର୍ତ୍ତମାନ ସିଙ୍ଗାପୁରର ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ସେ ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସିଙ୍ଗାପୁରର ବିଦାୟୀ ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ୧୩ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି । ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ ।