spot_img
Home Blog Page 2655

ଜୟନାରାୟଣ ମିଶ୍ରଙ୍କୁ ଲେନିନଙ୍କ ସମାଲୋଚନା

ଭୁବନେଶ୍ବର: ଓଡ଼ିଶାରେ ଭଲ କାମ ହେଲେ ଅଥବା ଲୋକଙ୍କର ମଙ୍ଗଳ ହେଲେ ଦୁଃଖିତ ନହୋଇ ଖୁସି ହେଉ ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମାଲୋଚନା କରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଓଡ଼ିଶାର ଉନ୍ନତିରେ ରାଜ୍ୟ ବିଜେପି ହତୋତ୍ସାହିତ ହୋଇନଯାଉ । ଯେତେବେଳେ ଓଡ଼ିଶା ହକି ବିଶ୍ବକପ୍‌ ଆୟୋଜନ କରିଥିଲା, ସେତେବେଳେ ସାଢ଼େ ଚାରି କୋଟି ଓଡ଼ିଆ ଓ ୧୪୦ କୋଟି ଭାରତୀୟ ଗର୍ବ ଅନୁଭବ କରିଥିଲେ । ମାତ୍ର ଏଥିରେ ଓଡ଼ିଶା ବିଜେପି ଦୁଃଖଦ ଘଟଣା ଘଟିଲା ଭଳି ପ୍ରତିକ୍ରିୟା ରଖୁଛି । ରାଜ୍ୟ ଓ ଦେଶ ପାଇଁ ଯେତେବେଳେ କିଛି ଭଲ କାମ ହୁଏ ଓ ଲୋକ ଖୁସି ହୁଅନ୍ତି, ସେତେବେଳେ କେମିତି ଖୁସି ହେବା, ତାହା ବିଜୁ ଜନତା ଦଳକୁ ଓଡ଼ିଶାର ବିଜେପି ଶିଖାଇବାର ଆବଶ୍ୟକତା ନାହିଁ ବୋଲି ଲେନିନ କହିଛନ୍ତି । ରାଷ୍ଟ୍ର ନିର୍ମାଣ ପାଇଁ ହେଉଥିବା କଲ୍ୟାଣମୂଳକ କାମ ପାଇଁ ସବୁଠୁ ବେଶି ଖୁସି ବିଜେଡି କର୍ମୀ ହୋଇଥାନ୍ତି । ଓଡ଼ିଶାରେ ଯେତେବେଳେ କିଛି ଭଲ କାମ ହେଉଛି, ସେତେବେଳେ ବିଜେପି କର୍ମୀ ଯେଭଳି ଦୁଃଖିତ ଓ ହତୋତ୍ସାହିତ ହୋଇଯାଉଛନ୍ତି, ସେପରି ନହେବାକୁ ବିଜେଡି ଅନୁରୋଧ କରିଛି  ।

 

ଗୋଟିଏ ପରିବାରର ୩ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ମାଷ୍ଟରପଡ଼ାରେ ଅଭାବନୀୟ ଘଟଣା  । ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ବାମୀଙ୍କ ବିୟୋଗ ପରେ ସ୍ତ୍ରୀ ଓ ଦୁଇ ପିଲା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଷ ପିଇ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ଲୋକ ଚିତ୍କାର ଶୁଣି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମାଆଝିଅ ସୁସ୍ଥ ଥିବାବେଳେ ପୁଅ ଗୁରୁତର ଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ ୪ଦିନ ତଳେ ଅର୍ଜୁନ ସାହୁଙ୍କର ଅକାଳ ମୃତ୍ୟୁ ହୋଇଥିଲା । ପରେ ପୁଅ ଓ ଝିଅଙ୍କ ସହିତ ମାଆ ମାନସିକ ଅବସାଦରେ ରହୁଥିଲେ । ମାନସିକ ଅବସାଦରୁ ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଋଷି ସୁନକ ଏବଂ ପତ୍ନୀ ଅକ୍ଷତାଙ୍କ ଫଟୋ

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ପତ୍ନୀ ଅକ୍ଷତାଙ୍କ ଫଟୋ । ୟୁଜର୍ସମାନେ ଲାଇକ୍ କମେଣ୍ଟ କରିବା ସହ ସେୟାର ମଧ୍ୟ କରୁଛନ୍ତି । କହି ରଖୁଛୁ କି, ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଋଷି ସୁନକ ଓ ପତ୍ନୀ ଅକ୍ଷତା ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଭାରତକୁ ପ୍ରଥମ ସରକାରୀ ଗସ୍ତ କାର୍ଯ୍ୟକ୍ରମରେ ଆସିଥିବା ସୁନକଙ୍କ ମନ୍ଦିର ପରିଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିଲା । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସୁନକ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଭାରତ ଗସ୍ତ କାଳରେ ବ୍ରିଟେନ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ସରିଲା ଜି-୨୦ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: ସରିଲା ଜି-୨୦ ମହାକୁମ୍ଭ । ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲଭାଙ୍କ ହାତରେ ସଭାପତିତ୍ବ ଭାର ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାବର୍ଷ ଜୁଲାଇରେ ବ୍ରାଜିଲର ରିଓ ଡି ଜେନେରୋରେ ହେବ ପରବର୍ତ୍ତୀ ସମ୍ମିଳନୀ । ଗୋଟିଏ ପୃଥିବୀ, ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ ଆହ୍ବାନରେ ଅନୁଷ୍ଠିତ ସମ୍ମିଳନୀରେ ସବୁଜ ଜଳବାୟୁ ପାଣ୍ଠି ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୨ ବିଲିୟନ ଡଲାର ସହାୟତା ଘୋଷଣା କରିଛନ୍ତି । ଏହି ଐତିହାସିକ ସମ୍ମିଳନୀରେ ଗୃହୀତ ନୂଆଦିଲ୍ଲୀ ଘୋଷଣାନାମା ଲାଗି ଲାଗିଯାଇଥିଲା ୨୦୦ ଘଣ୍ଟା । ବସିଥିଲା ୩୦୦ରୁ ଅଧିକ ବୈଠକ । ଏହା ସହ ଆମେରିକା, ଭାରତ, ସାଉଦିଆରବ ଓ ଉପସାଗରୀୟ ରାଷ୍ଟ୍ରମଧ୍ୟରେ ଯୋଗାଯୋଗ ନେଇ ହୋଇଥିଲା ଐତିହାସିକ ବୁଝାମଣା । ସମ୍ମିଳନୀରେ ଆଫ୍ରିକାନ ୟୁନିଅନକୁ କରାଯାଇଥିଲା ନୂଆ ସଦସ୍ୟ ।

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ

ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ଦିଲ୍ଲୀ ବେହାଲ । ପ୍ରଗତି ମଇଦାନ ସମେତ ବିଭିନ୍ନ ସ୍ଥାନରେ ଜୋରଦାର ବର୍ଷା । ଏପରିକି ଗ୍ରୁପ ୨୦ ସମ୍ମିଳନୀ ହେଉଥିବା ଭାରତ ମଣ୍ଡପମରେ ବି ପଶିଛି ପାଣି । ତେଣେ ମଧ୍ୟମରୁ ଅଧିକ ବର୍ଷା ହେବ ବୋଲି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀର ବହୁ ସ୍ଥାନ ଜଳବନ୍ଦୀ ହେବା ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସଫଦରଜଙ୍ଗ, ବିମାନବନ୍ଦର, ରାଜଘାଟ, ବସନ୍ତକୁଞ୍ଜ, ମୁନିର୍କ, ନରେଲା ଆଦି ସ୍ଥାନରେ ଲହଡ଼ିମାରୁଛି ପାଣି । ତେଣେ ଏନସିଆରର ବାହାଦୂରଗ଼, ଘାଜିଆବାଦ, ଇନ୍ଦିରାପୁରମ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ, ମାନେସର ବି ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ । ମଥୁରାରେ ବି ସ୍ଥିତି ହୋଇଛି ବେହାଲ । ଦୋକାନ ବଜାରରେ ପଶିଛି ପାଣି ।

ପୁଣି ଫେରୁଛି ବର୍ଷା

ଭୁବନେଶ୍ବର: ରାଜ୍ୟରେ ସାମାନ୍ୟ କମିଛି ବର୍ଷା । ଲଘୁଚାପ ଦୁର୍ବଳ ହେବାପରେ ଲଗାଣ ବର୍ଷାରେ ବ୍ରେକ ଲାଗିଛି । ତେବେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ଜାରି ରହିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି  । ସେହିପରି ସୋମବାରଠାରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ  । ୧୨ ତାରିଖରେ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି  । ପ୍ରଭାବରେ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ । ୧୨ ଏବଂ ୧୩ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଆକଳନ କରାଯାଇଛି । ସେପ୍ଟେମ୍ବର ପହିଲାରୁ ଏବେ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୩୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ପୂରା ମୌସୁମୀ ସିଜିନରେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ବର୍ଷକର ପିଲା ବାରମ୍ବାର କାନ୍ଦିବାରୁ ଗଳା ଚିପି ମାରି ଦେଲା ଦାଦା

ସୋନିପତ: ହରିୟାଣା ସୋନିପତ ଜିଲ୍ଲା ବାରୋତ ଗାଁରୁ ଆସିଛି ଏକ ଦୁଃଖଦ ଖବର । ବର୍ଷର ଶିଶୁ ବାରମ୍ବାର କାନ୍ଦିବାରୁ ତା’ର ଗଳା ଚିପି ହତ୍ୟା କରିଛି ନିଜ ଦାଦା । ହତ୍ୟା କରିବା ପରେ ଶବକୁ ପାଖରେ ଥିବା ଏକ କ୍ଷେତରେ ପକାଇ ଦେଇଥିଲା । ପିଲାକୁ ଘରେ ନପାଇ ତା’ ମାଆ ସପନାଙ୍କ ସନ୍ଦେହ ହୋଇଥିଲା । ଏହାପରେ ସେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଅଭିଯୁକ୍ତ ଦାଦା ପବନକୁ ଗିରଫ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୋଲିସ ସୂଚନା ଅନୁସାରେ ବିହାର ମୋତିହାରୀ ବାସିନ୍ଦା ସପନା ପିଲା ଦିନରୁ ଅନାଥ ଥିଲେ ଓ ମାମୁଙ୍କ ପାଖରେ ରହୁଥିଲେ । ମାମୁ ଉତ୍ତର ପ୍ରଦେଶର ରାହୁଲଙ୍କ ସହ ତାଙ୍କ ବିବାହ କରାଇ ଦେଇଥିଲେ । ସେମାନଙ୍କର ୪ଟି ପିଲା ଥିଲେ । ରାହୁଲ ସବୁବେଳେ ତାଙ୍କୁ ମାଡ଼ ମାରୁଥିଲେ । ରାହୁଲ ଦିନ ମଜୁରିଆ କାମ କରୁଥିବା ବେଳେ ଲୁଧିଆନାରେ ରହୁଥିଲେ । ୬ ମାସ ପୂର୍ବରୁ ସପନା ପିଲାଙ୍କୁ ଧରି ତାଙ୍କ ପାଖକୁ ରହିବାକୁ ଆସିଥିଲେ । ହେଲେ ରାହୁଲ ତାଙ୍କୁ ଓ ପିଲାଙ୍କୁ ଛାଡ଼ି ନିଜ ଭାଉଜଙ୍କ ପାଖରେ ରହିବାକୁ ଲାଗିଥିଲା । କିଛିଦିନ ପିଲାଙ୍କୁ ଧରି ଭଡ଼ା ଘରେ ରହୁଥିଲେ । ଏହାପରେ ଲୁଧିଆନା ରେଲଓ୍ବେ ଷ୍ଟେସନରେ ଭିକ୍ଷାବୃତ୍ତି କରି ପିଲାଙ୍କୁ ପାଳୁଥିଲେ ।

ପ୍ରାୟ ଦୁଇ ମାସ ପୂର୍ବରୁ ଭିକ ମାଗିବା ବେଳେ ଜଣେ ମହିଳାଙ୍କ ସହ ତାଙ୍କ ଭେଟ ହୋଇଥିଲା । ସେ ତାଙ୍କ ଭଣଜା ବିକି ସହ ବାହାଘର କରାଇ ଦେବାକୁ କହିଥିଲେ । ଏହାପରେ ସପନା ୪ ପିଲାଙ୍କୁ ଧରି ବାରୋତ ଚାଲି ଯାଇଥିଲେ ଓ ବିକିଙ୍କୁ ବିବାହ କରିଥିଲେ । କିଛିଦିନ ମଧ୍ୟରେ ବିକିଙ୍କ ଅବିବାହିତ ଭାଇ ପବନ ସହ ତାଙ୍କର ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା ।

ସପନା ପୋଲିସକୁ କହିଛନ୍ତି, ତାଙ୍କ ବର୍ଷକର ପୁଅ ଯେତେବେଳେ କାନ୍ଦୁଥିଲା ପବନ ରାଗି ଯାଉଥିଲା ଓ ମାରି ଦେବାକୁ ଧମକ ଦେଉଥିଲା । ସେପ୍ଟେମ୍ବର ୯ରେ ପୁଅକୁ ଶାଶୁଙ୍କ ରୁମରେ ଶୁଆଇ ଦେଇଥିଲି । କିଛି ସମୟ ପରେ ଦେଖିଲି ପୁଅ ସେଠାରେ ନଥିଲା । ମୋର ସନ୍ଦେହ ହେବାରୁ ପୋଲିସକୁ ସୂଚନା ଦେଇଥିଲି ।

ଜି-୨୦ ସମ୍ମିଳନୀ: ଦୁନିଆ ଜାଣିଲା କୋଣାର୍କ ଚକ୍ରର କାହାଣୀ

ନୂଆନିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ଏକାଠି ହୋଇଛନ୍ତି ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରନେତା । ଦିଲ୍ଲୀରେ ହେଉଥିବା ଏହି ସମ୍ମିଳନୀ ଉପରେ ରହିଛି ସାରା ବିଶ୍ବର ନଜର । ଜି-୨୦ ମାଧ୍ୟମରେ ସାରା ଦୁନିଆ ଜାଣୁଛି ଶତାବ୍ଦୀ ଶତାବ୍ଦୀ ପୁରୁଣା ଭାରତୀୟ ସଂସ୍କୃତି, ଜ୍ଞାନ, ବୁଦ୍ଧିମତା ଓ ପ୍ରାଚୀନ ଭାରତର ଯୋଗଦାନ ସମ୍ପର୍କରେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବ ନେତାଙ୍କୁ ଆଧୁନିକ ଓ ପ୍ରାଚୀନ ଭାରତ ସମ୍ପର୍କରେ କରିଛନ୍ତି ଅବଗତ । ଏହି କ୍ରମରେ ଓଡ଼ିଶାର କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିର ଓ କୋଣାର୍କ ଚକ୍ର ସମ୍ପର୍କରେ ଜାଣିବାକୁ ବିଶ୍ବ ନେତାଙ୍କ ଆଗ୍ରହ ଦେଖିବାକୁ ମିଳିଥିଲା । ଏହାସହ ପ୍ରାଚୀନ ନାଳନ୍ଦା ବିଶ୍ବ ବିଦ୍ୟାଳୟ ଏବଂ ସାବରମତୀ ଆଶ୍ରମ ସମ୍ପର୍କରେ ମଧ୍ୟ ଅବଗତ ହୋଇଛନ୍ତି ।

କୋଣାର୍କ ଚକ୍ରର ମହତ୍ବ ଜାଣି ଆଶ୍ଚର୍ଯ୍ୟ ହେଲେ ବିଶ୍ବନେତା

ବିଶ୍ବ ନେତା ଜାଣିଥିଲେ କୋଣାର୍କ ଚକ୍ରର ମହତ୍ବ । ଏହା କେମିତି ସମୟକୁ ଦର୍ଶାଇଥାଏ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ବାଇଡେନଙ୍କଠାରୁ ଆରମ୍ଭ କରି ଋଷି ସୁନକ ଓ ଅନ୍ୟ ନେତା । କୋଣାର୍କ ଚକ୍ରକୁ ଜୀବନର ଗାଡ଼ି ବୋଲି କୁହାଯାଇଥାଏ । ଏହାର ସମୟର ଗତି ସହ କାଳଚକ୍ର ଓ ପ୍ରଗତୀ ଏବଂ ନିରନ୍ତର ପରିବର୍ତ୍ତନର ପ୍ରତୀକ ବୋଲି ଜାଣିବାକୁ ପାଇଥିଲେ ବିଶ୍ବନେତା ।

ବୁଲିଲା କଟୁରୀ ଓ ଭୁଜାଲି: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁଇ ଦୁର୍ବୃତ୍ତ

ସୋର: ଦିନ ଦ୍ବିପ୍ରହରରେ ସୋର ବରଫ ଛକରେ ବୁଲିଲା କଟୁରୀ ଓ ଭୁଜାଲି । ଲହୁ ଲୁହାଣ ହେଲେ ଯୁବକ । ଦୁଇ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ଅନୁସାରେ, ସୋର ବରଫ ଛକରେ ଖଣ୍ଡାସାହିର ଗଣେଶ ସିଂଙ୍କୁ ପୁରୁଣା ବାଲେଶ୍ବରର ଦୁଇ ଜଣ ଯୁବକ କଟୁରୀ ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବାକୁ ଗଣେଶ ଚିତ୍କାର କରିବା ସହ ଦୌଡୁ ଥିବା ବେଳେ ଯୁବକ ଦ୍ବୟ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଦେଶୀମଦ କିଣା ବିକାକୁ ନେଇ ଝଗଡ଼ା ହୋଇଥିବା ଜଣାପଡ଼ିଛି । ଆକ୍ରମଣ ପରେ ଅଭିଯୁକ୍ତ ଦ୍ବୟ ଫେରାର ହୋଇଯାଇଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଜେଡିରେ ରହି ସୌମ୍ୟ ବିଜେଡିକୁ ବଦନାମ କରିବା ଗ୍ରହଣୀୟ ନୁହେଁ: ଅମର

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ସମାଲୋଚନା । ସୌମ୍ୟରଞ୍ଜନ ପଟ୍ଟନାୟକ କ’ଣ, ତାହା ସମସ୍ତେ ଜାଣିଛନ୍ତି ବୋଲି କହି ଆକ୍ଷେପ କରିଛନ୍ତି ଅମର । ସେ କହିଛନ୍ତି, ‘ସୌମ୍ୟଙ୍କ ଆଭିମୁଖ୍ୟ କ’ଣ ସମସ୍ତେ ଜାଣନ୍ତି ? ଦଳ ବିରୋଧରେ ସୌମ୍ୟ ବାରମ୍ବାର କ’ଣ ପାଇଁ ମନ୍ତବ୍ୟ ଦେଉଛନ୍ତି ?  ବିଜେଡିରେ ରହି ବିଜେଡିକୁ ବଦନାମ କରିବା ପାଇଁ ସୌମ୍ୟ ଅପଚେଷ୍ଟା କରୁଛନ୍ତି । ଏହା ଗ୍ରହଣୀୟ ନୁହେଁ, ଓଡ଼ିଶାବାସୀ କେବେ ବି ସୌମ୍ୟଙ୍କୁ ବରଦାସ୍ତ କରିବେ ନାହିଁ ।’