ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଋଷି ସୁନକ ଏବଂ ପତ୍ନୀ ଅକ୍ଷତାଙ୍କ ଫଟୋ

1 min read

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ପତ୍ନୀ ଅକ୍ଷତାଙ୍କ ଫଟୋ । ୟୁଜର୍ସମାନେ ଲାଇକ୍ କମେଣ୍ଟ କରିବା ସହ ସେୟାର ମଧ୍ୟ କରୁଛନ୍ତି । କହି ରଖୁଛୁ କି, ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଋଷି ସୁନକ ଓ ପତ୍ନୀ ଅକ୍ଷତା ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଭାରତକୁ ପ୍ରଥମ ସରକାରୀ ଗସ୍ତ କାର୍ଯ୍ୟକ୍ରମରେ ଆସିଥିବା ସୁନକଙ୍କ ମନ୍ଦିର ପରିଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିଲା । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସୁନକ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଭାରତ ଗସ୍ତ କାଳରେ ବ୍ରିଟେନ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।