spot_img
Home Blog Page 2627

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ବାରମୁଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିପାତ । ଶନିବାର ସକାଳୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସେନା ଓ ଜାମ୍ମୁକାଶ୍ମୀରର ମିଳିତ ବାହିନୀ ବାରାମୁଲାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏନକାଉଣ୍ଟର ଅପରେସନରେ ପ୍ରଥମେ ଏକ ଆତଙ୍କବାଦୀକୁ ହତ୍ୟା କରାଯାଇଥିବାବେଳେ ପରେ ଆଉ ଜଣକୁ ଖୋଜି ଖୋଜି ମାରି ଦିଆଯାଇଛି । ପରେ ପରେ ତୃତୀୟ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ସୁରକ୍ଷାକର୍ମୀ । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ସେପଟେ ଅନନ୍ତନାଗ କୋକରାନାଗରେ ଚତୁର୍ଥ ଦିନରେ ମଧ୍ୟ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି । ପାହାଡି ଇଲାକାରେ ଲୁଚିଥିବା ଆତଙ୍କବାଦୀଙ୍କୁ ଖୋଜି ବାହର କରିବା ପାଇଁ ଡ୍ରୋନ ଓ ହେଲିକପ୍ଟରର ସାହାଯ୍ୟ ନିଆଯାଉଛି । ତେବେ ଆତଙ୍କବାଦୀଙ୍କ ଆଡ୍ଡାକୁ ସୁରକ୍ଷାକର୍ମୀ ବୋମା ମାଡ କରି ଧ୍ବସ୍ତ କରିଦେଇଛନ୍ତି । ତେବେ ଟାର୍ଗେଟ ପାଖରେ ସୁରକ୍ଷାକର୍ମୀ ପହଞ୍ଚିଗଲେଣି ବୋଲି କହିଛନ୍ତି କାଶ୍ମୀର ଜୋନର ଏଡିଜିପି । ଏହି ଇଲାକାରେ ଲସ୍କର କମାଣ୍ଡର ଉଜୈର ଖାନ, ଅନ୍ୟ ଏକ ଆତଙ୍କୀ ସହ ଲୁଚି ରହିଛି । ଏହି ଆତଙ୍କବାଦୀମାନେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଧନୌକ ଓ ଜାମ୍ମୁକାଶ୍ମୀର ପୋଲିସ ଡିସିପି ହୁମାୟୁନ ଭଟ୍ଟଙ୍କୁ ଫାୟାରିଙ୍ଗ କରି ସହିଦ କରିଦେଇଥିଲେ ।

ସ୍କ୍ରବ୍‌ ଟାଇଫସ୍‌ ସନ୍ଦେହ ଥିଲେ ତୁରନ୍ତ ଚିକିତ୍ସା କରାଇବାକୁ ପରାମର୍ଶ

ଭୁବନେଶ୍ୱର: ସବୁ ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍‌ ପରୀକ୍ଷା ବ୍ୟବସ୍ଥା ଅଛି। ଯେଉଁଠି ସନ୍ଦେହ ହେଉଛି, ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଙ୍କୁ କୁହାଯାଇଥିବା
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସବୁ ମୃତ୍ୟୁ ନେଇ ତଦନ୍ତ ଚାଲିଛି। କୀଟନାଶକ ସିଞ୍ଚନ ମାର୍ଗଦର୍ଶିକାରେ ନାହିଁ।

ସବୁ କୀଟନାଶକର ପରିବେଶ ଉପରେ କୁପ୍ରଭାବ ଅଛି । ଛୋଟ ଜାଗାରେ କୀଟ ଥିଲେ କୀଟନାଶକ ସିଞ୍ଚନ ହୋଇପାରିବ। ହେଲେ ବିସ୍ତୃତ ଅଞ୍ଚଳରେ କୀଟନାଶକ ସିଞ୍ଚନ ହୋଇପାରିବ ନାହିଁ। ତେଣୁ କୀଟନାଶକ ସିଞ୍ଚନ ସେତେଟା ପ୍ରଭାବଶାଳୀ ନୁହେଁ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ କାମ ହେଉଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

୧୬ ବର୍ଷ ପରେ ପୁଣି ପରଦାରେ ନଜର ଆସିବେ ଶାହିଦ-କରିନା

ମୁମ୍ବାଇ: ଶାହିଦ ଏବଂ କରିନାଙ୍କ ପ୍ରେମ ସମ୍ପର୍କ ଏକଦା ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିଲା । ଅଫସ୍କ୍ରିନ ସାଙ୍ଗ ଅନସ୍କ୍ରିନରେ ମଧ୍ୟ ଦର୍ଶକେ ସେମାନଙ୍କୁ ବେଶ ପସନ୍ଦ କରୁଥିଲେ । ଲାଗୁଥିଲା କି, ସେମାନଙ୍କ ପ୍ରେମ ଭାଙ୍ଗଯିବା ପରେ ଆଉ ଉଭୟ କେବେ ମଧ୍ୟ ଗୋଟିଏ ସ୍କ୍ରିନରେ ନଜର ଆସିବେ ନାହିଁ । କିନ୍ତୁ ଏବେ ପୁଣିଥରେ ଶୁଣିବାକୁ ମିଳୁଛି କି, ଦୀର୍ଷ ୧୬ ବର୍ଷ ପରେ ଉଭୟ ଏକଦା ନଜର ଆସିପାରନ୍ତି ।

ବଲିଉଡର ହିଟ୍ ଚଳଚ୍ଚିତ୍ର ମଧ୍ୟରେ କରିନା ଏବଂ ଶାହିଦଙ୍କ ଅଭିନୀତ ଜବ୍ ଓ୍ବେ ମିଟ୍ ଆସେ । ତେବେ ଏହି ଫିଲ୍ମର ଦ୍ବିତୀୟ ଭାଗ ଆସିବାକୁ ଥିବାବେଳେ ପୁଣିଥରେ ଦମ ଦେଖାଇବେ ଶାହିଦ ଏବଂ କରିନା । ୨୦୦୭ ମସିହାରେ ରିଲିଜ ହୋଇଥିବା ଏହାର ପ୍ରଥମଭାଗ ଦର୍ଶକଙ୍କ ମହଲରେ ଆଦୃତ ହୋଇଥିବାବେଳେ ଦ୍ବିତୀୟ ଭାଗ ପାଇଁ ଦର୍ଶକମାନେ ଦାବି କରିଥିଲେ । ଏବେ ଏହାର ଦ୍ବିତୀୟ ଭାଗ ପାଇଁ ପ୍ରେଯାଜନା ସଂସ୍ଥା ମଧ୍ୟ ଅଣ୍ଟା ଭିଡିଥିବା ସୂଚନା ମିଳିଛି । କିନ୍ତୁ ଏଯାବତ ପ୍ରେଯାଜାନା ସଂସ୍ଥା ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।

ମହାନଦୀ ଜଳ ବିବାଦ ମାମଲା: ଆସନ୍ତା ଅକ୍ଟୋବର ୧୯ରେ ହେବ ପରବର୍ତ୍ତୀ ଶୁଣାଣି

କଟକ: ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲରେ ଆଜିର ଶୁଣାଣି ଶେଷ ହୋଇଛି। କମନ ଫର୍ମାଟ ଅଫ୍ ଇନଫର୍ମେସନ ବା ସିଏଫଆଇରେ ଶେଷ ହୋଇଥିବା ପ୍ରକ୍ରିୟା ଉପରେ ସାକ୍ଷ୍ୟ  ଆରମ୍ଭ ହେବ। ୧୦ ଦିନ ମଧ୍ୟରେ ଦୁଇ ରାଜ୍ୟର ସାକ୍ଷୀମାନଙ୍କ ତାଲିକା ଦେବାକୁ ଟ୍ରିବ୍ୟୁନାଲ କହିଛନ୍ତି।

ତେବେ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନକୁ ଟ୍ରିବ୍ୟୁନାଲରେ ବାତିଲ  ହୋଇଛି। ମୂଳ ମାମଲା ଉପରେ ଶୁଣାଣି ହେବ। ତେବେ କୌଣସି ସମସ୍ୟା ହେଲେ ଓଡ଼ିଶା ସାନି ଆବେଦନ କରିପାରିବ। କିମ୍ବା ଏହାକୁ ପୁନର୍ଜୀବିତ କରି ଦାଖଲ କରିପାରିବ ଓଡ଼ିଶା। ଛତିଶଗଡ଼ର ଅନେକ ତଥ୍ୟ ମଧ୍ୟପ୍ରଦେଶରେ ଥିବାରୁ ମଧ୍ୟପ୍ରଦେଶକୁ ତଥ୍ୟ ଦେବାକୁ କୁହାଯାଇଛି। ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୧୯ ତାରିଖରେ ହେବ । ସାକ୍ଷ୍ୟ ଗ୍ରହଣ ପରେ କ୍ରସ୍‌ ଏକଜାମ ହେବ।

ଘୁଞ୍ଚିଲା ବାଚସ୍ପତି ନିର୍ବାଚନ, ୨୧ ପରିବର୍ତ୍ତେ ୨୨ରେ ହେବ…

ଭୁବନେଶ୍ୱର: ନୂଆଁଖାଇ ପାଇଁ ଦିନଟିଏ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ। ଆସନ୍ତା ୨୧ ତାରିଖ ବଦଳରେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ସକାଳ ସାଢ଼େ ୯ଟାରେ ହେବ ନିର୍ବାଚନ । ୨୧ ତାରିଖ ଦିନ ଦାଖଲ ହେବ ନାମାଙ୍କନ ।

ସେହିଦିନ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ୨୨ରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବିଧାନସଭା ରଣନୀତି ନେଇ ବିଜେଡି ବିଧାୟକ ଦଳ ବୈଠକରେ ହେବ ଆଲୋଚନା।

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ତଳି ଅଞ୍ଚଳରେ ପାଣି ପଶୁଛି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କିନ୍ତୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ତଳି ଅଞ୍ଚଳରେ ପାଣି ପଶିଛି ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୪ ଲକ୍ଷ ୫୫ ହଜାର କ୍ୟୁସେକ ବନ୍ୟାଜଳ। ବର୍ତ୍ତମାନ ହୀରାକୁଦରେ ୨୬ଟି ଗେଟ୍ ଦେଇ ବନ୍ୟା ଜଳ ଛଡାଯାଉଛି। ମୁଣ୍ଡଳୀରୁ ୭ଲକ୍ଷ ବନ୍ୟା ଜଳ ପ୍ରବାହିତ ହେଉଛି। ଆଉ ଦୁଇ ତିନି ଦିନ ଏମିତି ପାଣି ଅତିକ୍ରମ କରିବ।

ତଳି ଅଞ୍ଚଳରେ ପାଣି କିଛି ପଶିଛି, କିନ୍ତୁ ରାଜ୍ୟରେ ସେମିତି ବନ୍ୟା ସ୍ଥିତି ନାହିଁ। ଏନେଇ ଏସଆରସିଙ୍କ ସହ ଯୋଗାଯୋଗରେ ଥିବା ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି ଓ ସ୍ଥିତି ଉପରେ ନଜର ରଖାଯାଇଛି। ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ ଛତିଶଗଡ ପ୍ରବଳ ବର୍ଷା ହୋଇଛି। ତେଣୁ ଏହି ପାଣି ଆସିଛି।

ରାଜ୍ୟର ଜଳ ପରିଚାଳନା ସମ୍ପୂର୍ଣ୍ଣ ଠିକ ଅଛି। ଅତ୍ୟଧିକ ବର୍ଷା କାରଣରୁ ଏହି ପାଣି ଆସିଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର ସର୍ଚ୍ଚ ଅପରେସନ

ଜାମ୍ମୁକାଶ୍ମୀର: ଆାତଙ୍କବାଦୀଙ୍କ ବିରୋଧରେ ଜାରି ରହିଛି ଦମନ । ବୁଧବାର ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତୀୟ ସେନା ସହିଦ ହୋଇଥିବାବେଳେ କଡ଼ା ଜବାବ ଦିଆଯାଉଛି ।  ଚତୁର୍ଥ ଦିନରେ ଜାରି ରହିଛି ସର୍ଚ୍ଚ ଅପରେସନ । ପାହାଡ଼ ଉପରେ ଲୁଚି ରହି ଆକ୍ରମଣ କରୁଥିବା ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଆଜି ଡ୍ରୋନ୍‌ ଆକ୍ରମଣ ହୋଇଛି। ଡ୍ରୋନ୍‌ରୁ ଦୁଇଟି ପର୍ଯ୍ୟାୟରେ ବୋମାମାଡ଼ ହୋଇଥିବା ବେଳେ ପାରା କମାଣ୍ଡୋ ମଧ୍ୟ କୋକରନାଗ ପାହାଡ଼ରେ ପହଞ୍ଚିଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀରରୁ ତାଲିମ ନେଇ ଆସିଥିବା ୩ ଜଣ ଆତଙ୍କବାଦୀ କୋକରନାଗ ପାହାଡ଼ରେ ଲୁଚିଥିବା ଜଣାପଡ଼ିଛି।

ଏହି ସର୍ଚ୍ଚ ଅପରେସନରେ ସେନା ଏବଂ ପୋଲିସର ବରିଷ୍ଠ ଅଧିକାରୀମାନେ ତଦାରଖ କରୁଛନ୍ତି । ଅନନ୍ତନାଗରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ଭାରତୀୟ ସେନା ହେଲିକପ୍ଟର ଏବଂ ଡ୍ରୋନ୍ ମଧ୍ୟ ବ୍ୟବହାର କରିଛି। ହେଲିକପ୍ଟର ଏବଂ ଡ୍ରୋନ୍ ସାହାଯ୍ୟରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନ ଖୋଜିବା ପାଇଁ ଚେଷ୍ଟା କରାଯାଉଛି। ସେନା ମଧ୍ୟ ଆତଙ୍କବାଦୀଙ୍କ ଆଡକୁ ଅନେକ ଗୁଳି ଚଳାଇଛି।

 

ଠିକା ଶିକ୍ଷକ ନିଯୁକ୍ତି: ବିଜେପି ଓ କଂଗ୍ରେସକୁ ଆଇନା ଦେଖାଇଲେ ସସ୍ମିତ

ଭୁବନେଶ୍ୱର: ଠିକା ନିଯୁକ୍ତିକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ଗୁଜରାଟ ସରକାରଙ୍କ ଠିକା ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞାପନକୁ ଦର୍ଶାଇ କଂଗ୍ରେସ ଓ ବିଜେପି ଉପରେ ସସ୍ମିତ ବର୍ଷିଛନ୍ତି। ଗୁଜରାଟ ସରକାର ମଧ୍ୟ ଠିକା ନିଯୁକ୍ତି ପାଇଁ ନିକଟରେ ଏକ ବିଜ୍ଞାପନ ଜାରି କରିଛନ୍ତି।

ଜ୍ଞାନ ସହାୟକ ନିଯୁକ୍ତି ନେଇ ଏହି ବିଜ୍ଞାପନ ପ୍ରକାଶ ପାଇଛି । ଯଦି ଗୁଜରାଟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି କରିପାରୁଛନ୍ତି, ତେବେ ଓଡ଼ିଶା ସରକାରଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତିରେ ରାଜ୍ୟ ବିଜେପି ଓ କଂଗ୍ରେସ କାହିଁକି ପ୍ରଶ୍ନ ଉଠାଉଛନ୍ତି । କେବଳ ଗୁଜରାଟ ସରକାର ନୁହନ୍ତି, ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ମଧ୍ୟ ଏଭଳି ଠିକା ନିଯୁକ୍ତି କରାଯାଉଛି।

ସେସବୁ ରାଜ୍ୟଗୁଡ଼ିକରେ ଠିକା ନିଯୁକ୍ତିରେ ରାଜ୍ୟ ବିଜେପି ଓ କଂଗ୍ରେସ ଆପତ୍ତି ଉଠାଉନଥିବା ବେଲେ ଓଡ଼ିଶା କ୍ଷେତ୍ରରେ ଏହି ୨ ଜାତୀୟ ଦଳର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛି ବିଜେଡି ।

ଆସନ୍ତା ୨୨ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସେହିଦିନ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ବିଧାନସଭା ରଣନୀତି ନେଇ ବିଜେଡି ବିଧାୟକ ଦଳ ବୈଠକରେ ହେବ ଆଲୋଚନା।

୨୨ ତାରିଖରେ ବାଚସ୍ପତି ନିର୍ବାଚନ ଥିବାରୁ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ଗଣତନ୍ତ୍ରର ବଡ଼ଦିନ ବାଚସ୍ପତି ନିର୍ବାଚନ। ତେଣୁ ବିରୋଧୀ ଏଥିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ପ୍ରଶାନ୍ତ। ଏହାକୁ ନେଇ ରାଜନୀତି ନକରିବାକୁ ସେ ଅପିଲ କରିଛନ୍ତି। ବାଚସ୍ପତି ନିର୍ବାଚନରେ ବିରୋଧୀଙ୍କର ମଧ୍ୟ ଭୂମିକା ରହିଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି।

https://youtu.be/zf_52N0QyrQ?si=utY_p_BjO7UBZEAR

ନେତାଙ୍କୁ ଫସାଇବାକୁ ଜାଲ ବିଛାଉଛନ୍ତି ବିଷକନ୍ୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଚୀନର ଏକ କାର୍ଯ୍ୟ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି । ଭାରତୀୟ କୂଟନୈତିଜ୍ଞମାନେ ୟୁକ୍ରେନ ବାବଦରେ ପୂରା ବିଶ୍ୱକୁ ହୃଦବୋଧ କରାଇବାକୁ ଚେଷ୍ଟା କରୁଥିାବେଳେ ଚୀନର ପ୍ରତିନିଧିମଣ୍ଡଳକୁ ନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ଅବାକ୍‌ ହୋଇଗଲା । ହେଲେ କ’ଣ ଥିଲା ପୂରା ଘଟଣା ?

ଦିଲ୍ଲୀ ସ୍ଥିତ ହୋଟେଲ ତାଜ୍‌ ପ୍ୟାଲେସର ସୁରକ୍ଷାକର୍ମୀ ଚୀନ୍‌ ପ୍ରତିନିଧିମାନଙ୍କ ସନ୍ଦିଗ୍ଧ ବ୍ୟାଗ୍‌ ଯାଞ୍ଚ୍‌ କରିବାକୁ ଯିବାବେଳେ ସେମାନେ ବ୍ୟାଗ୍‌ ଦେବାକୁ ସିଧା ସିଧା ମନା କରି ଦେଇଥିଲେ ।  କେବଳ ସେତିକି ନୁହେଁ ବରଂ ବ୍ୟକ୍ତିଗତ  ଇଣ୍ଟରନେଟ୍‌ କନେକ୍ସନ ମଧ୍ୟ ମାଗିଥିଲେ ଚୀନ୍‌ ପ୍ରତିନିଧିମଣ୍ଡଳ । ଯାହା ଚୀନ୍କୁ ସନ୍ଦେହ ଘେରକୁ ଆଣୁଛି।  ଚୀନ୍‌ ଆମେରିକାଠାରୁ ଆରମ୍ଭ କରି ଇଉରୋପ ପର୍ଯ୍ୟନ୍ତ ଗୁପ୍ତଚରବୃତ୍ତି ପାଇଁ  ସୁନ୍ଦର ସୁନ୍ଦର ଝିଅଙ୍କଠାରୁ ଆରମ୍ଭ କରି ପ୍ରଚୁର ଅର୍ଥ ବ୍ୟବହାର କରୁଛି। ଏହାକୁ ନେଇ ବ୍ରିଟେନର ଗୁଇନ୍ଦା ସଂସ୍ଥା ଗତ କିଛି ଦିନ ପୂର୍ବରୁ ଚେତାବନୀ ଦେଇଥିଲା।  ତେବେ ଚୀନର ଗୁପ୍ତଚର ସଂସ୍ଥାର ନେଟଓ୍ୱର୍କ ଉପରେ ନଜର ପକାନ୍ତୁ :

ଗଣମାଧ୍ୟମ ଅନୁସାରେ ଚୀନ୍‌ ଅଧିକାରୀ ଆମେରିକା ଏବଂ ବ୍ରିଟେନର ଅଧିକାରୀଙ୍କୁ ଫସାଇବାକୁ ସୁନ୍ଦରୀ ଯୁବତୀ ଏବଂ ଅର୍ଥ ବ୍ୟବହାର କରନ୍ତି। ଏକଦା ଏକ ସନ୍ଦିଗ୍ଧ ଚୀନ୍‌ ଏଜେଣ୍ଟ ବ୍ରିଟେନ ସଂସଦରେ ଧରା ପଡ଼ିଥିଲା । ତେବେ ବ୍ରିଟିସ୍ ଗୁଇନ୍ଦା ସଂସ୍ଥା  ଏମ-ଆଇ-୫ର ମୁଖ୍ୟ ଚେତାବନୀ ଦେଇ କହିଥିଲେଯେ ଚୀନ୍‌ ଚର୍ଚ୍ଚିତ ନେତାମାନଙ୍କୁ  ଫସାଇବାକୁ ଏବଂ ପାଶ୍ଚାତ୍ଯ ଦେଶ ଗୁଡ଼ିକର  ଗୁପ୍ତ ତଥ୍ୟ ଚୋରି କରିବା ପାଇଁ  ବଡ଼ ଧରଣର ଅଭିଯାନ ଜାରି ରଖିଛି ।  ତେବେ ବ୍ରିଟିଶ ସଂସଦରେ ଚୀନର ଏହି ସନ୍ଦିଗ୍ଧ ଗୁପ୍ତଚର ଗବେଷକ ଭାବରେ କାମ କରୁଥିଲା ।  ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗୁପ୍ତଚରର ଗୋଟିଏ ନୁହେଁ ବରଂ ଏକାଧିକ ବ୍ରିଟେନ୍‌ ସାଂସଦଙ୍କ ସହିତ ସମ୍ବଦ୍ଧ ଥିଲା ।  ଏକାଧିକ ଗୁପ୍ତ ସୂଚନା ପର୍ଯ୍ୟନ୍ତ ମଧ୍ୟ ଏହି ଗୁପ୍ତଚର ପହଞ୍ଚି ସାରିଥିଲା ।  ତେବେ ବ୍ରିଟିଶ ସଂସଦରେ ଏହା ହେଉଛି ସବୁଠାରୁ ବଡ଼ ଖୁଲାସା ।

ଏହା ପୂର୍ବରୁ ମଧ୍ୟ ଏକ କଥାର ଖୁଲାସା ହୋଇଥିଲା  । ଯେଉଁଥିରେ ଚୀନ୍‌ ଏକାଧିକ ଦେଶରେ  ସିକ୍ରେଟ୍‌ ପୋଲିସ ଷ୍ଟେସନ ଚଲାଉଥିବା କଥା ସାମ୍ନାକୁ ଆସିଥିଲା ।  ଚୀନର ଏହି ଗୁପ୍ତଚରବୃତ୍ତି ବିଷୟରେ ଜାଣିବା ପରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ପୂରା ମାମଲାକୁ ନେଇ ଚୀନର ପ୍ରଧାନମନ୍ତ୍ରୀ ଲି କିୟାଙ୍ଗଙ୍କ ସହିତ ଜି ୨୦ ସମ୍ମିଳନୀରେ ଆଲୋଚନା କରିଥିଲେ ।  ବ୍ରିଟେନର ସଂସଦୀୟ ଗଣତନ୍ତ୍ରରେ ଚୀନ୍‌ ହସ୍ତକ୍ଷେପକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଋଷି ସୁନକ୍ ।

ସୂଚନା ଅନୁସାରେ ଚୀନ୍ ଗୁଇନ୍ଦା ଏଜେନ୍ସି  ୨୦୧୮ ପରଠାରୁ ଆମେରିକା ଏବଂ ବ୍ରିଟେନରେ ବହୁଳ ଭାବରେ ସକ୍ରିୟ ରହିଛି । ଏହା ପୂର୍ବରୁ ଆମେରିକାର ଏକ ଅଦାଲତ ଚୀନର ଗୁପ୍ତଚର ସୁ ୟାନଜୁନକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ତେବେ ଚୀନ୍ ସାରା ଦୁନିଆରେ ହନିଟ୍ରାପ ନେଟଓ୍ୱର୍କ ଚଳାଉଥିବା କୁହାଯାଉଛି । ଏହି ଚୀନ୍‌ ବିଷକନ୍ୟା  ଲିଙ୍କଡଇନ୍‌ ଏବଂ ଫେସବୁକରେ ଚର୍ଚ୍ଚିତ ନେତାମାନଙ୍କୁ ଫସାଇ ହନିଟ୍ରାପର ଶିକାର କରୁଛନ୍ତି । ଅଶ୍ଲୀଳ ଫଟୋ ବ୍ୟବହାର କରି ଗୁପ୍ତ ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛନ୍ତି ।  କେବଳ ସେତିକି ନୁହେଁ ବରଂ ଚୀନ୍‌ ଯାଉଥିବା ବ୍ରିଟେନ ଅଧିକାରୀଙ୍କୁ ମଧ୍ୟ ଝିଅଙ୍କୁ ନେଇ ଭିନ୍ନ ଭିନ୍ନ ଅଫର ଦିଆଯାଉଛି ।