ଠିକା ଶିକ୍ଷକ ନିଯୁକ୍ତି: ବିଜେପି ଓ କଂଗ୍ରେସକୁ ଆଇନା ଦେଖାଇଲେ ସସ୍ମିତ

ଭୁବନେଶ୍ୱର: ଠିକା ନିଯୁକ୍ତିକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ଗୁଜରାଟ ସରକାରଙ୍କ ଠିକା ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞାପନକୁ ଦର୍ଶାଇ କଂଗ୍ରେସ ଓ ବିଜେପି ଉପରେ ସସ୍ମିତ ବର୍ଷିଛନ୍ତି। ଗୁଜରାଟ ସରକାର ମଧ୍ୟ ଠିକା ନିଯୁକ୍ତି ପାଇଁ ନିକଟରେ ଏକ ବିଜ୍ଞାପନ ଜାରି କରିଛନ୍ତି।

ଜ୍ଞାନ ସହାୟକ ନିଯୁକ୍ତି ନେଇ ଏହି ବିଜ୍ଞାପନ ପ୍ରକାଶ ପାଇଛି । ଯଦି ଗୁଜରାଟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି କରିପାରୁଛନ୍ତି, ତେବେ ଓଡ଼ିଶା ସରକାରଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତିରେ ରାଜ୍ୟ ବିଜେପି ଓ କଂଗ୍ରେସ କାହିଁକି ପ୍ରଶ୍ନ ଉଠାଉଛନ୍ତି । କେବଳ ଗୁଜରାଟ ସରକାର ନୁହନ୍ତି, ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ମଧ୍ୟ ଏଭଳି ଠିକା ନିଯୁକ୍ତି କରାଯାଉଛି।

ସେସବୁ ରାଜ୍ୟଗୁଡ଼ିକରେ ଠିକା ନିଯୁକ୍ତିରେ ରାଜ୍ୟ ବିଜେପି ଓ କଂଗ୍ରେସ ଆପତ୍ତି ଉଠାଉନଥିବା ବେଲେ ଓଡ଼ିଶା କ୍ଷେତ୍ରରେ ଏହି ୨ ଜାତୀୟ ଦଳର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛି ବିଜେଡି ।