ଗ୍ଲୋଭସ କାରଖାନାରେ ଲାଗିଲା ନିଆଁ, ଜଳିଗଲେ ୬ ଶ୍ରମିକ

ମୁମ୍ବାଇ: ମହାରାଷ୍ଟ୍ରର ଏକ ଗ୍ଲୋଭସ କାରଖାନାରେ ବଡ଼ ଧରଣ ଅଗ୍ନିକାଣ୍ଡ । ଛତ୍ରପତି ଶମ୍ବାଜି ନଗରସ୍ଥିତ ଓ୍ବଲାଜୁ ଏମଆଇଡିସି ଇଲାକାରେ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି ୬ ଜଣ । ରାତି ପ୍ରାୟ ୨ଟା ୧୫ ମିନଟରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ବିପୁଳ ସମ୍ପତ୍ତି ନଷ୍ଟ ହୋଇଛି ।

ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ଅଗ୍ନିଶମ ବାହିନୀକୁ ନିଆଁ ଆୟତ୍ତ କରିବାକୁ ଦୀର୍ଘ ସମୟ ଲାଗିଥିଲା । ଶ୍ରମିକମାନେ କାରଖାନା ଭିତରେ ଶୋଇଥିବାରୁ ସେମାନେ ପଦାକୁ ଆସିପାରି ନଥିଲେ । ତାଲୋଜା, ଅମ୍ବରନାଥ, ପାତାଳଗଙ୍ଗା, ପାନେଭଲ, ମେରାଲ ଆଦି ସ୍ଥାନରୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।