spot_img
Home Blog Page 262

ସରୁନି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରବାସୀଙ୍କ ଦୁଃଖ, କେବେ ସୁଧୁରିବ ଟ୍ରାଫିକ୍ ସମସ୍ୟା ?

ନନ୍ଦିଘୋଷ ବ୍ୟୁରୋ: ସରୁନି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରବାସୀଙ୍କ ଦୁଃଖ । ପ୍ରତିଦିନ ଟ୍ରାଫିକ ସମସ୍ୟାରେ ପେଷି ହେଉଛନ୍ତି  । ଅନେକ ସମୟରେ ଘଟୁଛି ଛୋଟ ବଡ ଦୁର୍ଘଟଣା । ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମାଣ ହେଉଥିବା ରେଳ ଓଭର ବ୍ରିଜ ରାସ୍ତା ସହର ମଧ୍ୟ ଦେଇ ଯାଉଥିବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ଆହୁରି ବଢିବାରେ ଲାଗିଛି ।

କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ସୁଧୁରୁନି ଟ୍ରାଫିକ ସମସ୍ୟା । ରେଳ ଭୂତଳ ପୋଲ ନିର୍ମାଣ ପରେ ବି ଯଥା ପୂର୍ବଂ ତଥା ପରଂ ସ୍ଥିତି । ଅନେକ ସମୟରେ ଘଟୁଛି ଦୁର୍ଘଟଣା ।… କେସିଙ୍ଗା ସହର ମଧ୍ୟ ଦେଇ ୨୬ ନମ୍ବର ଜାତୀୟ ରାଜପଥ ଯାଇଛି । ଜାତୀୟ ରାଜପଥ ୨୬ ଗୋଟିଏ ପାର୍ଶ୍ବରେ ରାଜଧାନୀ ଭୁବନେଶ୍ଵର ଏବଂ ଅନ୍ୟପଟେ କୋରାପୁଟକୁ ସଂଯୋଗ କରେ । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭାରିଯାନ ଚଳାଚଳ କରେ । ଯାହା ପାଇଁ ଉତ୍କଟ ଟ୍ରାଫିକ ସମସ୍ୟା ଉପୁଜେ । ପୂର୍ବରୁ ଜାତୀୟ ରାଜପଥରେ ରେଳ ଫାଟକ ବି ଥିଲା । ଫଳରେ ଅନେକ ସମୟ ଧରି ଯାନବାହନ ଅଟକି ରହୁଥିଲା । ତାହାର ସମାଧାନ କରିବାକୁ ସହରବାସୀ ଆନ୍ଦୋଳନ କରିଥିଲେ । ପରବର୍ତ୍ତୀ ସମୟରେ ରେଳ ଭୂତଳ ପୋଲ ନିର୍ମାଣ ହୋଇଥିଲେ ସୁଦ୍ଧା ଫଳ ଶୂନ ।

କେସିଙ୍ଗାରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଞ୍ଚଳବାସୀ ଏକ ବାଇପାସ ରାସ୍ତା ନିର୍ମାଣ କରିବାକୁ ଦାବି କରି ଆସୁଥିଲେ । ୨୦୨୩ ମେ ୧୦ ତାରିଖରେ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ଚାରି ଥାକିଆ ରେଳ ଓଭର ବ୍ରିଜ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା । ଯାହାକି ବାଇପାସର କାମ କରିଥାନ୍ତା । କିନ୍ତୁ ତାହାର ଏକ ପାର୍ଶ୍ଵ ସହର ମଧ୍ୟରେ ଥିବା ସରସ୍ଵତୀ ଶିଶୁ ମନ୍ଦିର ସାମ୍ନାରେ ବାହାର କରାଯାଇଛି । ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ତାହାକୁ ସହର ମଧ୍ୟରେ ବାହାର ନକରି ୩ କିଲୋମିଟର ଦୂରରେ ଥିବା ଜୋଲକୋ ଛକରେ ବାହାର କରିବାକୁ ଦାବି ହୋଇଛି । ଅନ୍ୟପଟେ ପ୍ରକଳ୍ପରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି ଅଧୀକ୍ଷଣ ଯନ୍ତ୍ରୀ । ଲୋକଙ୍କ ସୁବିଧା ପାଇଁ ପ୍ରକଳ୍ପରେ ପରିବର୍ତ୍ତନ କରିବାକୁ ସାଧାରଣରେ ଦାବି ହୋଇଛି । ନହେଲେ ଆନ୍ଦୋଳନ କରାଯିବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି ।

ବିଜେପି ପଶ୍ଚିମବଙ୍ଗରେ କାହିଁକି ଜାରି କଲା ଏଭଳି ଫଟୋ

ନନ୍ଦିଘୋଷ ବ୍ୟୁରୋ: ବିହାରରେ ବଡ଼ ବିଜୟ ପରେ ଏବେ ବଙ୍ଗଳା ଉପରେ ରହିଛି ବିଜେପିର ନଜର । ବିହାରରେ ଏନଡିଏ ସରକାର ଗଠନ କରିଥିବାବେଳେ ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଛି । ତେବେ ପଶ୍ଚିମବଙ୍ଗରେ ଟିଏମସି ସରକାରଙ୍କୁ ହଟାଇ ବିଜେପି ସରକାରକୁ ଆସିବା ପାଇଁ ଲକ୍ଷ୍ୟ ରହିଛି । ତେବେ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏକ ପୋଷ୍ଟର ଜାରି କରାଯାଇଛି । ଯେଉଁଥିରେ ଅଧା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ମମତା ବାନାର୍ଜୀଙ୍କ ମିଶ୍ରିତ ମୁହଁଥିବା ଫଟୋ ରହିଛି ।

ବିଜେପି ଏହି ପୋଷ୍ଟର ମାଧ୍ୟମରେ ଦର୍ଶାଇବାକୁ ଚାହୁଁଛି ବିହାରରେ ଲାଲୁଙ୍କ ଶାସନ କାଳକୁ ଜଙ୍ଗଲ ରାଜ ବୋଲି କୁହାଯାଉଛି । ଯାହାକୁ ନେଇ ନିକଟରେ ଯାଇଥିବା ନିର୍ବାଚନରେ ବିରୋଧୀମାନେ ମଧ୍ୟ ଟାର୍ଗେଟ କରିଥିଲେ । ତେବେ ପଶ୍ଚିମବଙ୍ଗରେ ମଧ୍ୟ ୧୫ ବର୍ଷର ମମତା ସରକାରକୁ ଜଙ୍ଗଲରାଜ ବୋଲି ପୋଷ୍ଟରରେ ଦର୍ଶାଯାଉଛି । ସେପଟେ ଏଭଳି ପୋଷ୍ଟର ଜାରି ହେବା ପରେ ଟିଏମସି ପକ୍ଷରୁ ମଧ୍ୟ କଡ଼ା ସମାଲୋଚନା କରାଯାଉଛି ।

ମ୍ୟାଚ୍ ମଝିରେ ସାହିନଙ୍କ ହାତରୁ ବଲ ଛଡ଼ାଇ ନେଲେ ଅମ୍ପାୟାର, ବେଜିତ୍ ହେବାର ଭିଡିଓ ଭାଇରାଲ !…

0

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନୀ ପେସର ବୋଲରଙ୍କ ହାତରୁ ଓଭର ମଝିରେ ବଲ ଛଡ଼ାଇ ନେଲେ ଅମ୍ପାୟାର । ଆଉ କରି ପାରିଲେନି ବୋଲିଂ । ପାକିସ୍ତାନର ପ୍ରିମିୟମ ବୋଲର ଭାବେ ଜଣାଶୁଣା ସାହିନଶାହା ଆଫ୍ରିଦଙ୍କୁ ଏଭଳି ବେଜିତ୍ ହେବାକୁ ପଡ଼ିଛି । ବିବିଏଲ ୨୦୨୫-୨୬ ଚାଲିଥିବା ଏହି ମ୍ୟାଚ ମଝିରେ ଏଭଳି କିଛି ଦୃଶ୍ୟ ନଜରକୁ ଆସିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ବ୍ରିସବେନ ପକ୍ଷରୁ ଖେଳୁଥିବା ସାହିନ୍ ନିଜର ଦ୍ବିତୀୟ ଓଭର ଚତୁର୍ଥ ବଲ ପକାଇଥିବା ସୁଦ୍ଧା ୪୩ ରନ ବ୍ୟୟ କରିଥିଲେ । ଓଭର ପିଛା ହାରାହାରି ୧୬ ରନ ଲେଖାଏଁ ଦେଇ ସାରିଥିଲେ ସାହିନ୍ । ତେବେ ଏହି ସମୟରେ ସେ ଗୋଟିଏ ଓଭରରେ ଦୁଇଟି ହାଇ ଫୁଲଟସ ବଲ ପକାଇଥିଲେ । ଯେଉଁ କାରଣରୁ ଅମ୍ପାୟାର ତାଙ୍କ ହାତରୁ ବଲ ଛଡ଼ାଇ ନେଇଥିଲେ । କ୍ରିକେଟର ନିୟମ ଅନୁସାରେ ଜଣେ ବୋଲର ଗୋଟିଏ ଓଭରରେ ଦୁଇଟି ହାଇ ଫୁଲଟସ୍ ବଲ ପକାଇ ପାରିବେ ନାହିଁ । ମାତ୍ର ସାହିନ ଏଭଳି କରିଥିବାବେଳେ ତାଙ୍କୁ ବୋଲିଂ କରିବାକୁ ଦିଆଯାଇନଥିଲା । ଚଳିତ ବର୍ଷ ସେ ବିବିଏଲରେ ଡେବ୍ୟୁ କରିଥିବାବେଳେ ପ୍ରଥମରୁ ଏଭଳି ଦେଖିବାକୁ ମିଳିଛି । ସେପଟେ ଅନ୍ୟତମ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ମଧ୍ୟ ବିଗବାସ ଲିଗରେ ଡେବ୍ୟୁ କରିଛନ୍ତି । ମାତ୍ର ତାଙ୍କର ଏଯାବତ କୌଣସି ପ୍ରଭାବଶାଳୀ ବ୍ୟାଟିଂ ଦେଖିବାକୁ ମିଳିନାହିଁ ।

ସ୍କୁଲ ପ୍ରତିଷ୍ଠା ଦାବିରେ ଏକାଠି ହେଲେ ୧୮ ଗାଁର ଲୋକେ

ନନ୍ଦିଘୋଷ ବ୍ୟୁରୋ: ସ୍କୁଲ ପ୍ରତିଷ୍ଠା ଦାବିରେ ଏକାଠି ହେଲେ ୧୮ଟି ଗ୍ରାମବାସୀ । ଦାବି ନଶୁଣିଲେ ଜନଆନ୍ଦୋଳନ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଦୁଧିଆଣି ଗ୍ରାମପଞ୍ଚାୟତର ୧୮ ଗୋଟି ଗାଁର  ଅଧିବାସୀ ଏକାଠି ହୋଇ ଏକ ସଭା ମାଧ୍ୟମରେ ନିଷ୍ପତି ନେଇଛନ୍ତି l ଦେଓ ନଦୀ ବନ୍ଧ ନିର୍ମାଣ ହେବା ସମୟରେ ବୁଡି ଅଞ୍ଚଳରେ ଥିବା ପୁରୁଣାପାଣି ଆଶ୍ରମ ସ୍କୁଲ ସ୍ଥାନାନ୍ତରିତ ହୋଇଥିଲା  । ପରେ ପୁଣି ସ୍କୁଲ ଟି ପୁରୁଣାପାଣି ଅଞ୍ଚଳରେ ନିର୍ମାଣ କରାଯାଇଥିଲା ।  ଯାହାକି ହାତିବାରୀ ଆଶ୍ରମ ବିଦ୍ୟାଳୟ ମାତ୍ର ୫ ଶହ ମିଟର ଦୂରରେ ରହିଛି । ଏଣୁ ପୁରୁଣାପାଣି ଆଶ୍ରମ ସେଠାରେ ନ ହୋଇ ଦୁଧିଆଣି ପଞ୍ଚାୟତ ମୁଖ୍ୟାଳୟରେ ହେଲେ ସମସ୍ତ ୧୮ ଗୋଟି ଗ୍ରାମର ଛାତ୍ର ଛାତ୍ରୀ ଉପକୃତ ହେବେ । କିନ୍ତୁ  ପୁରୁଣାପାଣିର ପ୍ରଧାନ ଶିକ୍ଷକ ଏବଂ କିଛି କୁଚକ୍ରୀ ଗୋଷ୍ଠୀ ସ୍କୁଲ ହେବା ନେଇ ବାଧକ ସାଜୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଯୁକ୍ତ ଦୁଇ ଫର୍ମ ଫିଲଅପ ପାଇଁ CHSE ଦେଲା ଶେଷ ସୁଯୋଗ

ନନ୍ଦିଘୋଷ ବ୍ୟୁରୋ: CHSE ଦେଲା ଶେଷ ସୁଯୋଗ । ଯେଉଁମାନେ ଅନିବାର୍ଯ୍ୟ କାରଣରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲଅପ କରିପାରି ନଥିବେ ସେମାନେ ଆସନ୍ତା ଡିସେମ୍ବର ୧୮ ସୁଦ୍ଧା କରି ପାରିବେ । ଯେଉଁଥିପାଇଁ ଆଜି ମିଳିବାକୁ ଥିବା ଆଡମିଟ କାର୍ଡ ଡିସେମ୍ବର ୧୯ ତାରିଖରେ ମିଳିବ ବୋଲି CHSE କହିଛି । ତେବେ ବିନା ଆଡମିଟ କାର୍ଡରେ ପିଲାମାନେ ଇଣ୍ଟରନାଲ ପରୀକ୍ଷା ଦେଇପାରିବେ । ରେଜିଷ୍ଟ୍ରେସନ ନମ୍ବର ଆଧାରରେ ଇଣ୍ଟରନାଲ ପରୀକ୍ଷା ଦେଇ ହେବ । କେବଳ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଡମିଟ କାର୍ଡ ଦରକାର ହେବ । ଏହା ଦ୍ୱାରା ଡ୍ରପ ଆଉଟ କମିବାର ଲକ୍ଷ୍ୟ ରଖାଯାଇଛି ବୋଲି CHSE କହିଛି ।

କାହିଁକି କାର୍ଯ୍ୟକାରୀ ସଭାପତି ବାଛିଲା ବିଜେପି ?

ନନ୍ଦିଘୋଷ ବ୍ୟୁରୋ: ବିହାର ସରକାରରେ ମନ୍ତ୍ରୀ ଥିବା ନୀତୀନ ନବୀନଙ୍କୁ ବିଜେପି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି । ରବିବାର ବିଜେପି ପକ୍ଷରୁ ଏଭଳି ଘୋଷଣା କରାଯାଇଥିବାବେଳେ ଏବେ ସବୁଠି ଚର୍ଚ୍ଚା ସେ କଣ ଜେପ୍ପି ନଡ୍ଡାଙ୍କ ସ୍ଥାନ ନେବେ କି ? ତାଙ୍କୁ କାହିଁକି ବାଛିଲା ଦଳ ? ତେବେ ନଡ୍ଡା ଯେତେବେଳେ ବିଜେପି ସଭାପତି ହୋଇଥିଲେ ସେତେବେଳେ ସମାନ ପ୍ରକାର ନିଯୁକ୍ତ ହୋଇଥିଲେ ।

୨୦୧୯ ସାଧାରଣ ନିର୍ବାଚନ ପରେ ତାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା । ପରେ ୨୦୨୦ ମସିହା ଜାନୁଆରୀ ୨୦ ତାରିଖରେ ସଭାପତି ଭାବେ ଘୋଷଣା କରାଯାଇଥିଲା । ନିକଟରେ ବିହାର ନିର୍ବାଚନ ସରିଛି ଆଉୁ ନୂଆ ବର୍ଷ ଆସୁଥିବାବେଳେ ନୀତୀନ ନବୀନଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । ଏଣୁ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ୍ । ତେବେ ବିଜେପିର ସମ୍ବିଧାନରେ କୌଣସି କାର୍ଯ୍ୟକାରୀ ସଭାପତି ପଦବୀ ରହିନଥିବା ଓ୍ବେବସାଇଟ ସର୍ଚ୍ଚ କଲେ ଜାଣି ପାରିବେ । ଏଭଳି ଏକ ଚର୍ଚ୍ଚା ହେଉଛି ।

କୁହାଯାଉଛି କି, ଜାତୀୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଅସ୍ଥାୟୀ । ଏହାର ଅର୍ଥ ହେଉଛି କି, ବିଜେପି ଯେ ପର୍ଯ୍ୟନ୍ତ ନୂତନ ସଭାପତିଙ୍କ ନାମ ଘୋଷଣା ନକରିଛି ସେ ପଦବୀରେ ରହିବେ ।

ସ୍ଵାଭାବିକ ହେଉଛି ମାଲକାନଗିରି ସ୍ଥିତି : ୭ ଦିନ ପରେ ଆସିଲା ଇଣ୍ଟରନେଟ

ନନ୍ଦିଘୋଷ ବ୍ୟୁରୋ: ଧୀରେ ଧୀରେ ସୁଧୁରୁଛି ମାଲକାନଗିରି ସ୍ଥିତି। ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ଆଜି ଦିନ ୧୨ ଟା ଯାଏ ଇଣ୍ଟରନେଟ ଉପରେ ଲାଗିଥିଲା କଟକଣା। ସ୍ଥିତି ସୁଧୁରିଥିବାରୁ କଟକଣା ଉଠିଛି। ୭ ଦିନ ପରେ ଇଣ୍ଟରନେଟ ଆସିଛି। ସେପଟେ ଏମଭି ୨୬ ଜଳାପୋଡ଼ା ଘଟଣାରେ ଗିରଫଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଆଗରୁ ହଟିଥିଲା ୧୬୩ ଧାରା। ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଶାନ୍ତି କମିଟି ବୈଠକ ହୋଇଥିଲା।

ଗୁଜବରେ ବିଶ୍ବାସ ନକରି ପ୍ରଶାସନ ଉପରେ ଭରସା ରଖିବା ଲାଗି ପରାମର୍ଶ ଦିଆଯାଇଛି।  ଜରୁରୀକାଳୀନ ହେଲ୍ପଲାଇନ୍ ୧୧୨କୁ ଡାଏଲ୍ କରିବାକୁ ଏସପି ବିନୋଦ ପାଟିଲ.ଏଚ ସୂଚନା ଦେଇଛନ୍ତି।…

ଫ୍ୟାଶନକୁ ବେଶ ଗୁରୁତ୍ବ ଦିଅନ୍ତି ଧୁରନ୍ଧର ଅଭିନେତ୍ରୀ ସାରା ଅର୍ଜୁନ, ଲିଙ୍କରେ କ୍ଲିକ୍ କରି ଦେଖନ୍ତୁ ଫଟୋ..

ନନ୍ଦିଘୋଷ ବ୍ୟୁରୋ: ରଣବୀରଙ୍କ ଅଭିନୀତ ଧୁରନ୍ଧରକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଏଥିରେ ରଣବୀରଙ୍କ ବିପକ୍ଷରେ ଅଭିନୟ କରିଥିବା ସାରା ଅର୍ଜୁନଙ୍କ ଅଭିନୟକୁ ବେଶ ଭଲ ପାଇବା ମିଳିଛି । ରଣବୀରଙ୍କ ଠାରୁ ବହୁତ କମ ବୟସର ହେଉଛନ୍ତି ସାରା । ସାର ଏବେ ମାତ୍ର ୨୦ ବର୍ଷୀୟ ଅଭିନେତ୍ରୀ । ହିନ୍ଦୀ ଏବଂ ତାମିଲ ଫିଲ୍ମରେ ସେ ଅଭିନୟ କରିଥିବାବେଳେ ଦର୍ଶକେ ତାଙ୍କୁ ବେଶ ଭଲ ପାଇବା ଦେଇଛନ୍ତି । ତେବେ ସାରାଙ୍କର ଫ୍ୟାଶନ ପ୍ରତି ବେଶ ଆଗ୍ରହ ରହିଛି । ତାଙ୍କର ବହୁ ସୁନ୍ଦର ଫଟୋ ସବୁ ରହିଛି ।

ଆସନ୍ତାକାଲି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହେବ ପହିଲି ଭୋଗ ନୀତି

ନନ୍ଦିଘୋଷ ବ୍ୟୁରୋ:  ଆସନ୍ତାକାଲି ପବିତ୍ର ଧନୁ ସଂକ୍ରାନ୍ତି।  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ  ଆରମ୍ଭ ହେବ ପହିଲି ଭୋଗ ନୀତି। ପରମ୍ପରା ଅନୁଯାୟୀ ଏହି ଏକମାସ ମା ଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ମା ଯଶୋଦା ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ସୁସ୍ବାଦୁ ବ୍ୟଞ୍ଜନ। ତେବେ ପହିଲି ଭୋଗରେ ମହାପ୍ରଭୁଙ୍କୁ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୂଆଁ ଲାଗି ହେବ । ଗୋପାଳବଲ୍ଲଭରେ ଏହି ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯିବ l ପହିଲି ଭୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୨ଟା ରେ ଦ୍ବାର ଫିଟା ନୀତି ପରେ ମଙ୍ଗଳଆଳତୀ, ମଇଲମ, ଅବକାଶ ନୀତି ,ବେଶ ଶେଷ ହେବା ପରେ ପହିଲି ଭୋଗ ନୀତି ଆରମ୍ଭ ହେବ । ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି।

ଧର୍ମଶାଳା ଆତଙ୍କରାଜ ଘଟଣା : ଆକ୍ସନ ପାଇଁ ୨୪ ଘଣ୍ଟା ମାଗିଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଧର୍ମଶାଳା ଆକ୍ରମଣ ଘଟଣାରେ ଆକ୍ସନ ପାଇଁ ୨୪ ଘଣ୍ଟା ସମୟ ମାଗିଲା ପୋଲିସ। ଏହି ସୂଚନା  ଦେଇଛନ୍ତି ବିଜେଡିର ନେତା। ଆଜି ସକାଳେ DIG CENTRAL RANGE ଙ୍କ ସହିତ ଆଲୋଚନା କରିଥିଲେ ବିଜେଡିର  ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ ଘଡାଇ ପ୍ରମୁଖ। ଏହା ପରେ ସେମାନେ କହିଛନ୍ତି, ଆକ୍ସନ  ପାଇଁ ପ୍ରଶାସନ ପକ୍ଷରୁ 24 ଘଣ୍ଟା ମଗାଯାଇଛି। ତେବେ ଯେପର୍ଯ୍ୟନ୍ତ ଦୋଷୀ ମାନଙ୍କୁ ଗିରଫ କରାଯାଇନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦଳ ନିଷ୍ପତ୍ତି ନେଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ଲୋକମାନଙ୍କ ପାଖରୁ DIG central range ଡକ୍ଟର ସତ୍ୟଜିତ ନାୟକ ଏତଲା ଗ୍ରହଣ କରିଛନ୍ତି।