spot_img

Latest Posts

କାଶ୍ମୀରର ଲୋମହର୍ଷକ କାଣ୍ଡର ଚିତ୍ର ; ପାକ୍ ସେନାର ଆକ୍ରମଣରେ ୧୯ ଶିଶୁ ଓ ୭ ଜଣ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ସୂଚନା

ନନ୍ଦିଘୋଷ ବ୍ୟୁରୋ : ପଦାକୁ ଆସୁଛି ପାକ୍ ଅଧିକୃତ କାଶ୍ମୀରର ଲୋମହର୍ଷକ କାଣ୍ଡର ଚିତ୍ର। ଗତ ଜୁନ ୫ରୁ ୯ ମଧ୍ୟରେ ପାକ୍ ସେନା ପକ୍ଷରୁ ହୋଇଥିବା ବର୍ବରତା ସମ୍ପର୍କରେ ଆସିବାରେ ଲାଗିଛି ତଥ୍ୟ। ପାକ୍ ସେନାର ଆକ୍ରମଣରେ ୧୯ ଶିଶୁ ଓ ୭ ଜଣ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଘଟଣାର ଅନ୍ତର୍ଜାତୀୟ ତଦନ୍ତ ଦାବି କରିଛନ୍ତି ବିଭିନ୍ନ ସଂଗଠନ। ପିଓକେ ଅଞ୍ଚଳରେ ପ୍ରାୟ ୧୪ ହଜାର ପାକ୍ ପୋଲିସ ଓ ଯବାନଙ୍କୁ ମୁତୟନ କରାଯାଇଥିଲା ବୋଲି ସୂଚନା ମିଳିଛି। ସେମାନଙ୍କ ନିକଟରେ ବିପୁଳ ଅସ୍ତ୍ରଶସ୍ତ୍ର ରହିଛି। ପିଓକେରେ ଇଣ୍ଟରନେଟ ଓ ଯୋଗାଯୋଗକୁ ବାତିଲ କରାଯାଇଛି। ଗତକାଲି ପାକିସ୍ତାନୀ ସେନା ପକ୍ଷରୁ କାଶ୍ମୀରୀଙ୍କୁ ଗଣହତ୍ୟା ପ୍ରତିବାଦରେ ତାତିଥିଲେ ପାକ୍ ଅଧିକୃତ କାଶ୍ମୀରବାସୀ। ଗତ ରବିବାର ରାତିରେ ରାଓଲାକୋଟରେ ୩୦ କାଶ୍ମୀରୀ ପ୍ରାଣ ହରାଇବା ସହ ୨୦୦ରୁ ଅଧିକ ଲୋକ ଆହତ ହେବା ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଗଣହତ୍ୟା ପ୍ରତିବାଦରେ ପାକ୍ ଅଧିକୃତ କାଶ୍ମୀର ଅନ୍ତର୍ଗତ ଜଏଣ୍ଟ ଆୱାମି ଆକ୍ସନ କମିଟି ବା JAAC ପକ୍ଷରୁ କରାଯାଇଥିଲା ଜୋରଦାର ପ୍ରତିବାଦ। ଏହି ଘଟଣାକୁ ନିନ୍ଦା କରିଛି ଭାରତ। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଗଣହତ୍ୟା ଘଟଣାରେ ପାକିସ୍ତାନକୁ ଦାୟୀ କରାଯାଇଛି। ଆନ୍ଦୋଳନକାରୀମାନେ ଗରିଲା ଷ୍ଟାଇଲରେ ଆଗ୍ନେୟାସ୍ତ୍ର ଓ ପେଟ୍ରୋଲ ବୋମାମାଡ କରି ଆନ୍ଦୋଳନ କରୁଥିବା ସୂଚନା ମିଳିଛି। ଏହି ଘଟଣାକୁ ବି ନିନ୍ଦା କରିଛନ୍ତି ବ୍ରିଟେନର ୫୦ ସାଂସଦ। ଜାମ୍ମୁ ଓ କାଶ୍ମୀର, ଗିଲଗିଟ-ବଲ୍ଟିସ୍ତାନ ଓ ସାକ୍ଷଗାମ ଉପତ୍ୟକା ଭାରତର ଅଂଶ ହୋଇଥିବା ସତ୍ତ୍ବେ ୧୯୪୭ରୁ କିଛି ଅଂଶକୁ ମାଡି ବସିଛି ପାକିସ୍ତାନ ଯାହାକୁ ପାକ୍ ଅଧିକୃତ କାଶ୍ମୀର କୁହାଯାଉଛି।

Latest Posts

Don't Miss