କଂଗ୍ରେସ ରାଜ୍ୟସଭା ଆଶାୟୀ ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ନାକଚକୁ ନେଇ ହଙ୍ଗାମା। ନୂଆଦିଲ୍ଲୀ ଓ ଭୋପାଳ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ବରିଷ୍ଠ କଂଗ୍ରେସ ନେତାଙ୍କ ଧାରଣା, ହଙ୍ଗାମା। ବିଳମ୍ଵିତ ରାତି ଯାଏ ସେମାନେ ଧାରଣା ଦେଇଥିଲେ। ନିର୍ବାଚନ କମିଶନଙ୍କୁ ଭେଟିବାକୁ ଦାବି କରି ସେମାନେ ଧାରଣା ଦେଇଥିଲେ। ଆଜି ସାକ୍ଷାତ ଲାଗି ସମୟ ଦେବା ପରେ ଧାରଣାରୁ ହଟିଛି କଂଗ୍ରେସ। ଦଳ ଅଭିଯୋଗ କରିଛି, ମୀନାକ୍ଷିଙ୍କ ବିରୋଧରେ କୌଣସି ଅପରାଧ ମାମଲା ନାହିଁ। ଷଡ଼ଯନ୍ତ୍ର କରି ତାଙ୍କର ନାମାଙ୍କନ ଖାରଜ କରିଛନ୍ତି ନିର୍ବାଚନ କମିଶନ। ଏହା ଗଣତନ୍ତ୍ରର ହତ୍ୟା। ସଂଖ୍ୟା ନ ଥାଇ ବିଜେପି ତୃତୀୟ ପ୍ରାର୍ଥୀ ଦେଇଛି। ତାଙ୍କୁ ଜିତାଇବାକୁ ଏହି ଷଡ଼ଯନ୍ତ୍ର କରାଯାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏହା ବିରୋଧରେ କୋର୍ଟକୁ ଯିବୁ ବୋଲି ମଧ୍ୟ କଂଗ୍ରେସ କହିଛି।

