spot_img

Latest Posts

ଯୁଦ୍ଧ ବିରତି ଚାଲିଥିବା ବେଳେ ବି ଯୁଦ୍ଧ !

ଯୁଦ୍ଧ ବିରତି ଚାଲିଥିବା ବେଳେ ଯୁଦ୍ଧ । ପରସ୍ପରକୁ ଆକ୍ରମଣ ପ୍ରତିଆକ୍ରମଣ କଲେ ଇରାନ ଓ ଆମେରିକା। ହର୍ମୁଜ ଉପରେ ଇରାନର ଏକ ଆପାଚି ହେଲିକପଟରକୁ ଇରାନ ଖସାଇବା ପରେ ପୁଣି ଉତ୍ତେଜନା ବଢ଼ିଛି। ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ନିଜର ଆପାଚି ହେଲିକପଟର ଧ୍ଵଂସ ହେବା ପରେ ଉଗ୍ର ହୋଇଛି ଆମେରିକା ସେନା। ଇରାନର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଛି। ବିଶେଷ କରି ଏୟାର ଡିଫେନ୍ସ ଓ ରାଡାର ସେଣ୍ଟରକୁ ଟାର୍ଗେଟ କରିଛି। ଏ ସଂପର୍କରେ ଆମେରିକା ସେନା ପକ୍ଷରୁ ସୋସିଆଲ ମିଡିଆରେ ଦିଆଯାଇଛି ସୂଚନା। ତା ସହିତ ବର୍ତ୍ତମାନର ଅପରେସନ ଶେଷ ହୋଇଥିବା କୁହାଯାଇଛି। ଆମେରିକାର ଆକ୍ରମଣ ପରେ ଇରାନ ବି ଜବବୀ ହମଲା କରିଛି। ଆମେରିକା ନେଭିର ପଞ୍ଚମ ଫ୍ଲିଟ ଉପରେ ବୋମାବର୍ଷା କରିଛି ତେହେରାନ। ତା ସହିତ ଚେତାଇ ଦେଇଛି, ନିଆଁ ସହିତ ଖେଳ ନାହିଁ, ଅବସ୍ଥା ଖରାପ ହେବ। ଯୁଦ୍ଧ ବିରତି ଚାଲିଥିବା ବେଳେ ଦୁଇ ପକ୍ଷ ଏପରି ମୁହାଁମୁହିଁ ହୋଇଥିବାରୁ ଯୁଦ୍ଧ ବିରତିର କୌଣସି ମୂଲ୍ୟ ନାହିଁ ବୋଲି କୁହାଯାଉଛି। …

Latest Posts

Don't Miss