spot_img

Latest Posts

ନାବାଳିକା ନିଖୋଜ ଘଟଣାରେ ପୋଲିସକୁ କୋର୍ଟଙ୍କ ଭର୍ସନା..

ନନ୍ଦିଘୋଷ ବ୍ୟୁରୋ ; ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନାବାଳିକା ନିଖୋଜ ଓ ଅପହରଣ ହୋଇଥିବା ମାମଲା ବଢ଼ିବାରେ ଲାଗିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଏହି ମାମଲାକୁ ନେଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ପୋଲିସକୁ ପ୍ରଶାସନ କଡ଼ା ତାଗିଦ କରିଛନ୍ତି । କୋର୍ଟ ପୋଲିସ କମିଶନରଙ୍କ ଠାରୁ ଏହି ବିଷୟରେ ବିସ୍ତୃତ ଜବାବ ମାଗିଛନ୍ତି । ଡିସିପି ପୂର୍ବାଞ୍ଚଳଙ୍କୁ ବିଚାରାଧୀନ ମାମଲାଗୁଡ଼ିକର ସମୀକ୍ଷା କରି ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଏହା ମଧ୍ୟ କୁହାଯାଇଛି ଯେ ପରବର୍ତ୍ତୀ ଶୁଣାଣି ସମୟରେ ସମ୍ପର୍କିତ ଥାନା ଅଧିକାରୀ ଏବଂ ତଦନ୍ତକାରୀମାନେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବେ ।

ବିଚାରପତି ପ୍ରବୀଣ କୁମାର ଗିରିଙ୍କ ବେଞ୍ଚ ଜଣେ ୧୨ ବର୍ଷର ନିଖୋଜ ଝିଅର ବାପାଙ୍କ ଆବେଦନ ଉପରେ ଶୁଣାଣି କରି ଏହି ଆଦେଶ ଦେଇଥିଲେ । ବାପା କୋର୍ଟକୁ କହିଥିଲେ ଯେ, ତାଙ୍କ ଝିଅ ଗତ ୪ ମାସ ଧରି ନିଖୋଜ ଅଛି । ସେ ପୋଲିସକୁ ଅନେକ ଥର  ଅଭିଯୋଗ କହିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଝିଅକୁ ଖୋଜିବାରେ କୌଣସି ବଡ଼ ସଫଳତା ମିଳିନାହିଁ । ପୋଲିସର କୌଣସି ମଧ୍ୟ ସହାୟତା ନ ମିଳିବାରୁ ବାପା ଶେଷରେ ହାଇକୋର୍ଟର ସାହାର୍ଯ୍ୟ ନେଇଥିଲେ ।

କୋର୍ଟ କହିଛନ୍ତି ଯେ, ଲକ୍ଷ୍ନୌରେ ନିଖୋଜ ଝିଅମାନଙ୍କ ସଂଖ୍ୟା ବଢ଼ୁଛି , କିନ୍ତୁ ପୋଲିସର କାର୍ଯ୍ୟ ଯଥେଷ୍ଟ ନୁହେଁ । ସେଥିପାଇଁ କୋର୍ଟ ଡିସିପିଙ୍କୁ ଆଦେଶ ଦେଇଛନ୍ତି ଯେ ଏହିପରି ସମସ୍ତ ମାମଲା ଦେଖୁଥିବା ଥାନା ଅଧିକାରୀ ଓ ତଦନ୍ତକାରୀମାନଙ୍କ ସହ ନେଇ କୋର୍ଟରେ ଉପସ୍ଥିତ ହେବାକୁ । କୋର୍ଟ ପଚାରିଛନ୍ତି ଯେ ଝିଅଟି ୪ ମାସ ଧରି ନିଖୋଜ ଥିବା ସତ୍ତ୍ୱେ ପୋଲିସ କଣ କଣ ପଦକ୍ଷେପ ନେଇଛି ଏବଂ ଏପର୍ଯ୍ୟନ୍ତ କାହିଁକି କୌଣସି ଫଳ ମିଳିନାହିଁ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୦ ଜୁନ୍‌ରେ ହେବ ।

ଆବେଦନ ଅନୁସାରେ ଜଣେ ୧୨ ବର୍ଷର ଝିଅ ୪ ମାସ ପୂର୍ବରୁ ଘରୁ ନିଖୋଜ ହୋଯାଇଥିଲା । ପରିବାର ଲୋକେ ତୁରନ୍ତ ଯାଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସର ଅବହେଳା ଯୋଗୁଁ ଏହି ପର୍ଯ୍ୟନ୍ତ ଝିଅଟିର କୌଣସି ଖବର ମିଳିନାହିଁ । ପରିବାରର ଅଭିଯୋଗ ହେଉଛି ପୋଲିସ ଘଟଣାକୁ ଗୁରୁତର ସହ ନେଇନଥିଲା ଏବଂ ତଦନ୍ତରେ ବିଳମ୍ବ କରିଥିଲା । ହାଇକୋର୍ଟ ଏହି ଘଟଣାକୁ ଗମ୍ଭୀର ଭାବେ ନେଇ କହିଛନ୍ତି ଯେ, ନାବାଳିକାଙ୍କ ସୁରକ୍ଷା ନେବା ପୋଲିସର ପ୍ରଥମ ଦାୟିତ୍ୱ ଅଟେ । କୋର୍ଟ ଏହା ମଧ୍ୟ କହିଛି ଯେ ଯଦି ପୋଲିସ ତାହାର ଦାୟିତ୍ୱ ନ ନେଇ ପାଇଲେ, କୋର୍ଟକୁ ହସ୍ତକ୍ଷେପ କରିବାକୁ ପଡ଼ିବ ।

 

Latest Posts

Don't Miss