spot_img
Home Blog Page 2609

ସମ୍ବାଦ ବ୍ୟାଙ୍କ ସ୍କାମ ମାମଲା, ଆଜି ବ୍ୟାଙ୍କ କର୍ମଚାରୀଙ୍କୁ ହେବ ପଚରା ଉଚରା

ଭୁବନେଶ୍ୱର : ଖୋଲୁଛି ସମ୍ବାଦ ଶୋଷଣ ଗୁମର । ଦିନକୁ ଦିନ  ଲମ୍ବୁଛି ଅଭିଯୋଗର ଫର୍ଦ୍ଦ  । ଜଣକ ପରେ ଜଣେ ପୂର୍ବତନ କର୍ମଚାରୀ ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆଣୁଛିଛନ୍ତି ବ୍ୟାଙ୍କ ସ୍କାମ ଅଭିଯୋଗ  । ମାମଲରାର ସରଜମିନ୍ ତଦନ୍ତ ଚଳାଇଛି ଇଓଡବ୍ଲ୍ୟୁ ତଦନ୍ତକାରୀ ସଂସ୍ଥା  । ଆଜି କିଛି ବ୍ୟାଙ୍କ କର୍ମଚାରୀଙ୍କୁ ପଚରା ଉଚରା କରାଯିବ । ଆଉ କିଛି ଜଣଙ୍କୁ ପଚରା ଉଚରା ପାଇଁ ନୋଟିସ ପଠାଇଛି ଇଓଡବ୍ଲ୍ୟୁ    । ଦିନକୁ ଦିନ ଅଭିଯୋଗ ବଢୁଥିବା କହିଛନ୍ତି କହିଛନ୍ତି EOW ଏସପି  ଦିଲୀପ ତ୍ରିପାଠୀ ।  ସେପଟେ ସମ୍ବାଦର ପୂର୍ବତନ କର୍ମଚାରୀ କହୁଛନ୍ତି ନିର୍ଯାତନା କାହାଣୀ । କର୍ମଚାରୀଙ୍କ ନାଁରେ ହେଉଥିଲା ଲୋନ୍। ଅଖାରେ ପୂରାଇ ଋଣ ଟଙ୍କା ନେଉଥିଲେ ବୈଜୟନ୍ତୀ ମ୍ୟାଡାମ୍। ହକ୍ ପାଇଁ ସ୍ବର ଉଠାଇଲେ ଚାକିରିରୁ ବିଦା ପାଇଁ ମାନସିକ ଚାପ ଦିଆଯାଉଥିଲା । ସମ୍ବାଦ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଉରକେଲାର ରଶ୍ମୀ ମୁଦୁଲି । ସେହିଭଳି ଲୋନ୍ ପାଇଁ ସମ୍ବାଦ ଛାଡ଼ିଛନ୍ତି ଭୈରବ ଚନ୍ଦ୍ର ବ୍ରହ୍ମା। ୧୯୯୦ ମସିହାରୁ ସମ୍ବାଦରେ କାମ କରୁଥିଲେ ଭୈରବ। ତାଙ୍କ ନାଁରେ ପୂର୍ବରୁ ତିନି ଥର ଋଣ କରାଯାଇଥିଲା। ଚତୁର୍ଥ ଥର ଋଣ କରିବାକୁ ସଫା ସଫା ମନା କରିବା ସହ ଚାକିରି ଛାଡିଥିଲେ ଭୈରବ।

ଏନେଇ ସିଧାସଳଖ ସୌମ୍ୟ ରଂଜନ ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ପୂର୍ବତନ ଡିଜିଏମ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି। ସେହିପରି କ୍ଷୋଭ ପ୍ରକାଶ କରିଛନ୍ତି ଦେବଗଡ଼ ଜିଲ୍ଲାର ମିତ୍ରଭାନୁ ମହାପାତ୍ର। ସେ ୫ବର୍ଷ ଧରି ସମ୍ବାଦ ପାଇଁ କାର୍ଯ୍ୟ କରିବା ପରେ ହଠାତ ଦିନେ ତାଙ୍କ ଏଜେନ୍ସି କାଟି ଦିଆଗଲା । ହେଲେ ସତ ଜାଣିବା ପରେ ସମ୍ବାଦ ଛାଡଥିଲେ ମିତ୍ରଭାନୁ । କିନ୍ତୁ ଏଜେନ୍ସି ବାବଦକୁ ଜମା କରିଥିବା ଟଙ୍କା ଆଜି ପର୍ଯ୍ୟନ୍ତ ଫେରସ୍ତ ପାଇନାହାନ୍ତି ।

ଆସନ୍ତା ୨୨ରେ ବାଚସ୍ପତି ନିର୍ବାଚନ, କାଲି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିବା ବେଳେ ବିଧାନସଭାରେ ବାଚସ୍ପତି ପଦ ପାଇଁ ଜଣେ ମହିଳାଙ୍କ ନାଁ ଘୋଷଣା କରି ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି । ଆସନ୍ତା ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ । ଏଥିସହ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ବାଚସ୍ପତି ହେବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମିଳା ମଲ୍ଲିକ ।

୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି ।

୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସେ ନାମାଙ୍କନ ପତ୍ର ଦାଖଲ କରିବେ । ୨୨ ତାରିଖ ପୂର୍ବାହ୍ନ ସାଢେ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟାଦୃଷ୍ଟିରୁ ପ୍ରମିଳା ମଲ୍ଲିକ ଆପାତତଃ ବିଜୟୀ ହେବେ । ପ୍ରମିଳା ବାଚସ୍ପତି ହେବା ପରେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ।

ଏକଦା ଜୀବିତ ଥିଲେ ମେକ୍ସିକୋରେ ମିଳିଥିବା ଏଲିୟନ୍ସ, ମିଳିଲା ରୋଚକ ତଥ୍ୟ

ମେକ୍ସିକୋ: ମେକ୍ସିକୋରୁ ମିଳିଥିବା ଦୁଇ ଛୋଟ ଛୋଟ ଏଲିୟନ ମମିକୁ ନେଇ ରୋଚକ ତଥ୍ୟ ଦେଇଛନ୍ତି ଡାକ୍ତର। ଏହି ଦୁଇ ଏଲିୟନଙ୍କ ମଧ୍ୟରୁ ଜଣଙ୍କର ଶରୀର ପୂର୍ବରୁ ଜୀବିତ ଥିଲା। ତା’ର ସବୁ ଅଙ୍ଗପ୍ରତ୍ୟଙ୍ଗ ଠିକ୍ ଭାବେ କାର୍ଯ୍ୟ କରୁଥିଲା।

ମେକ୍ସିକୋର ନୁର କ୍ଲିନିକରେ ଏହି ଏଲିୟନଙ୍କ ସିଟି ସ୍କାନ କରାଯାଇଥିଲା। ଏମଆରଆଇ ମଧ୍ୟ କରାଯାଇଥିଲା। ଏହାବ୍ୟତୀତ ଅନ୍ୟ ଚେକଅପ୍ ମଧ୍ୟ କରାଯାଇଥିଲା। କିନ୍ତୁ ମଣିଷ ଶରୀର ଭଳି ଏହି ଏଲିୟନ୍ସ ମମିଙ୍କ ଶରୀରରେ କୌଣସି ପରିବର୍ତ୍ତନ ହେଉନଥିବା ଦାବି କରିଛନ୍ତି ଡାକ୍ତର । ଏହି ଶବ ବାସ୍ତବରେ କୌଣସି ‘ଅଣ-ମାନବ’ଙ୍କର ବୋଲି ପ୍ରମାଣ ମିଳିଥିବା ପରୀକ୍ଷା କରିଥିବା ଟିମ୍ କହିଛନ୍ତି। ଶବଗୁଡିକୁ କୃତ୍ରିମ ଭାବେ ପ୍ରସ୍ତୁତ କରାଯାଇ ନାହିଁ କି ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଦୁଇ ଏଲିୟନଙ୍କ ମଧ୍ୟରୁ ଜଣଙ୍କ ପେଟରୁ ବଡ଼ ଆକାରର ଲମ୍ପ ମିଳିଥିଲା । ଯାହାକୁ ଡାକ୍ତର ମାନେ ଗର୍ଭ କିମ୍ବା ଅଣ୍ଡା ବୋଲି ବିବେଚନା କରିଛନ୍ତି । ସେମାନଙ୍କର ଡିଏନଏ ମଧ୍ୟ ଟେଷ୍ଟ କରାଯାଇଛି । ସେମାନଙ୍କ ତୁଳନା ୧୦ ଲକ୍ଷ ପ୍ରଜାତିଙ୍କ ସହ କରାଯାଇଛି । କିନ୍ତୁ ମନୁଷ୍ୟ ଜାଣିଥିବା ସେଭଳି କୌଣସି ପ୍ରଜାତି ସହ ସେମାନଙ୍କର ମେଳ ଖାଉନାହିଁ ।

ନିଜକୁ UFOର ଏକ୍ସପର୍ଟ ବୋଲାଉଥିବା  ସାମ୍ବାଦିକ ଜେମି ମସନ ଗତ ସପ୍ତାହରେ ଦୁଇ ଏଲିୟନ ମମି ଦେଖାଇଥିଲେ । ଯାହାକୁ ଦେଖିବା ପାଇଁ ମେକ୍ସିକୋ ସରକାରର ବଡ଼ ଅଫିସର ଓ କଂଗ୍ରେସ ଲୋକ ପହଞ୍ଚିଥିଲେ । ସେ ଦାବି କରିଥିଲେ ଯେ, ଦୁଇ ଏଲିୟନ ମମି ଅଲଗା ଦୁନିଆରୁ ଆସିଛନ୍ତି ଏବଂ ଦୁହିଁଙ୍କୁ ପେରୁରୁ ଠାବ କରାଯାଇଥିଲା ।

ପ୍ରଥମ ଓଡିଆ ବୈଜ୍ଞାନିକ ପାଇବେ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩ ସମ୍ମାନ

ଭୁବନେଶ୍ବର: ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷି ଏବଂ ଖାଦ୍ୟ ଉତ୍ପାଦନରେ ଅବଦାନ ପାଇଁ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩ ପାଇଁ ମନୋନୀତ ହୋଇଛନ୍ତି ସ୍ବାତୀ ନାୟକ । ସ୍ବାତୀଙ୍କ ଅବଦାନ ବିଶ୍ବର ଯୁବ ବୈଜ୍ଞାନିକଙ୍କୁ ପ୍ରେରଣା ଦେବ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓ୍ବାର୍ଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ ପକ୍ଷରୁ ଏହି ସମ୍ମାନ ଘୋଷଣା କରାଯାଇଛି ।

ଏହି ସମ୍ମାନ ବିଶ୍ବର ସବୁଠାରୁ ମର୍ଯ୍ୟାଦା ସମ୍ପନ୍ନ ସମ୍ମାନ । କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪୦ ବର୍ଷ ବୟସ ତଳେ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଦିଆଯାଏ । ସ୍ବାତୀ ନାୟକ ଏବେ ମନିଲା ସ୍ଥିତ ଇଣ୍ଟରନ୍ୟାସନାଲ ରାଇସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ କାର୍ଯ୍ୟରତ ଅଛନ୍ତି । ଏହି ସମ୍ମାନ ପାଇଁ ମନୋନିତ ହେବା ପରେ ସ୍ବାତୀ ଗର୍ବିତ ହେବା ସହ କୃଷି ଓ କୃଷକଙ୍କ ଜୀବନର ମାନର ବିକାଶ କରିବାରେ କାର୍ଯ୍ୟରତ ଲୋକଙ୍କୁ ଉତ୍ସର୍ଗୀକୃତ କରିଛନ୍ତି ।

ଆମେରିକାରେ ଅକ୍ଟୋବର ୨୨ରୁ ୨୮ ମଧ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି ସମ୍ମାନ ଗ୍ରହଣ କରିବେ । ସ୍ବାତୀ ଏବେ ସ୍ବାମୀ ପ୍ରିୟଦର୍ଶୀ ବଳଙ୍କ ସହ ନୂଆଦିଲ୍ଲୀରେ ରହୁଛନ୍ତି  । ତାଙ୍କ ବାପା ଲକ୍ଷ୍ମୀଧର ନାୟକ ଓ ମା ବିଜୟଲକ୍ଷ୍ମୀ ନାୟକ ଭୁବନେଶ୍ବରରେ ରହୁଛନ୍ତି ।

ନୂଆଁଖାଇରେ ଉପହାର ଦେଲେ ନବୀନ, ୪୫ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଉପକୃତ

ଭୁବନେଶ୍ବର: ନୂଆଁଖାଇ ପାଇଁ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ ଉପହାର । ୨୦୨୩ ରବି ଫସଲ ପାଇଁ କୃଷକଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହାୟତା ପାଇଁ ୯୦୦ କୋଟି ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ଏହାଦ୍ବାରା ୪୫ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ଉପକୃତ ହୋଇଛନ୍ତି ।

ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି।

ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି। ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି।

ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ। ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ ବୋଲି ସେ ଚାହାନ୍ତି। ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆ ଯାଇଛି।

ସେ ପୁଣି କହିଲେ ଯେ ଚାଷୀ ପରିବାର ର ପିଲାମାନେ doctor, engineer ହୋଇ, ଭଲ ଭଲ profession ରେ ଯୋଗ ଦିଅନ୍ତୁ ବୋଲି ସେ ଚାହାନ୍ତି। ଏହାଦ୍ବାରା ସେମାନେ ନିଜ ପରିବାର ପାଇଁ, ସାରା ରାଜ୍ୟ ପାଇଁ ସୁନାମ ଆଣି ପାରିବେ ବୋଲି ମୁଖ୍ୟ ମନ୍ତ୍ରୀ କହୁଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲା ମାନଙ୍କୁ ରାଜ୍ୟ ସରକାର କାଳିଆ scholarship ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଫସଲ ବୀମା ର premium ଦେଉଛନ୍ତି। ଏ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ବୀମା ପାଇଁ ପଞ୍ଜିକରଣ କରି ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୃଷି ପାଇଁ ରାଜ୍ୟ ସରକାର ବହୁତ୍ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚାଷୀ ମାନେ ଏହାର ସୁଯୋଗ ନେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧା ସଳଖ ସହାୟତା ଦିଆଯାଉଛି। ଏହା ଦ୍ବାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ।

ଏହା ସହିତ ଭୂମି ହୀନ ଚାଷୀ ମାନଙ୍କୁ ବିଭିନ୍ନ ଜୀବିକା ପାଇଁ ଯଥା ଛେଳି, କୁକୁଡ଼ା, ବତକ ପାଳନ, ମହୁ ଚାଷ, ଛତୁ ଚାଷ ଆଦି ପାଇଁ ମଧ୍ଯ ଏହି ସହାୟତା ଦିଆଯାଉଛି।

ଏହି ଅବସରରେ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ ମୁଖ୍ୟ ମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ରାଜ୍ୟରେ ଅନେକ କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି। ସେଥି ମଧ୍ୟରୁ କାଳିଆ ଯୋଜନା ସ୍ବତନ୍ତ୍ର। ଏହା ଯୋଗୁ ଚାଷୀ ମାନେ ଆଉ ବେସରକାରୀ ଅର୍ଥ ଲଗାଣ କାରି ସଂସ୍ଥା କିମ୍ବା ଗାଁ ସାହୁକାର ଉପରେ ନିର୍ଭର କରୁ ନାହାନ୍ତି। ନିଜ ଉପରେ ଚାଷୀ ମାନଙ୍କ ଆସ୍ଥା ବଢ଼ିଛି। ଗତ ଚାରି ବର୍ଷରେ ରାଜ୍ୟରେ କ୍ରମାଗତ ଭାବେ ରେକର୍ଡ ଉତ୍ପାଦନ ହେଉଛି ବୋଲି ସେ କହିଥିଲେ।

ରାଜ୍ୟ ସରକାର କିଛି ବର୍ଷ ହେବ gender budgeting କରୁଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଯୋଜନାର ଅତି କମରେ ୩୦-୩୫ ପ୍ରତିଶତ ଅର୍ଥ ମହିଳା ମାନଙ୍କ ପାଇଁ ଖର୍ଚ୍ଚ ହେଉଛି।

ଏହି ଅବସରରେ କେତେକ କାଳିଆ ହିତାଧିକାରୀ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଢେଙ୍କାନାଳ IGIT ସରାଙ୍ଗରେ ପଢୁଥିବା ଛାତ୍ରୀ ରାଣୀ ସାହୁ କହିଲେ ଯେ କାଳିଆ ଛାତ୍ର ବୃତ୍ତି ଯୋଗୁ ସେ ଆଜି engineering ପଢ଼ି ପାରୁଛନ୍ତି। ନ ହେଲେ ହୁଏତ ତାଙ୍କ ସ୍ବପ୍ନ ପୁରଣ ହୋଇ ପାରି ନ ଥାନ୍ତା। ତାଙ୍କ ବାପାଙ୍କୁ କରଜ କରିବାକୁ ପଡ଼ି ଥାନ୍ତା। ତେଣୁ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ସେହିପରି ବଲାଙ୍ଗୀରର ଚାଷୀ ବିନୋଦ ପ୍ରଧାନ, ନବରଙ୍ଗପୁରର ଲଛମା ଭତରା ଓ ବାଲେଶ୍ଵରର ଚାଷୀ ଗିରିଧାରୀ ଗିରି ପ୍ରମୁଖ କାଳିଆ ସହାୟତା ପାଇଁ ସେମାନଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ। କାଳିଆ ଯୋଗୁ ସେମାନଙ୍କୁ ଋଣ କରିବାକୁ ପଡୁ ନାହିଁ। ସେମାନେ ସମସ୍ତେ ଈଶ୍ବରଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ( 5T) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉନ୍ନୟନ କମିଶନର ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରେ ଅଧିକାରୀ ଓ ହିତାଧିକାରୀ ମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ କଲ୍ୟାଣ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରଥିଲେ।

୬୮ହଜାର ଭୂମିହୀନ ଚାଷୀଙ୍କୁ ମିଳିଛି ଜୀବିକା ସହାୟତା । ଗତ ଏପ୍ରିଲ ଏକ ତାରିଖରେ ଉତ୍କଳ ଦିବସରେ ଚାଷୀଙ୍କୁ ଖରିଫ ଚାଷ ପାଇଁ କାଳିଆ ସହୟତା ପ୍ରଦାନ କରାଯାଇଥିଲା । ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କଖାତାକୁ ୮୭୭ କୋଟି ପ୍ରଦାନ କରାଯାଇଥିଲା । ଚାଷୀଙ୍କୁ ସହଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋକସ୍ କରିଛନ୍ତି । ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ମଜଭୁତ କରିବା ପାଇଁ ‘କାଳିଆ’ ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି । ବର୍ଷକୁ ଦୁଇଟି କିସ୍ତରେ ୨ ହଜାର ଟଙ୍କା ଲେଖାଏ ଦିଆଯାଉଛି ।

ଲୋକସଭାରେ ପାସ୍‌ ହୋଇଛି ନାରୀ ଶକ୍ତି ବନ୍ଦନ ବିଧେୟକ, ସପକ୍ଷରେ ୪୫୪ ଖଣ୍ଡ ଭୋଟ

ନୂଆଦିଲ୍ଲୀ: ଲୋକସଭାରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) । ବିଲ୍ ସପକ୍ଷରେ ୪୫୪ଖଣ୍ଡ ଭୋଟ୍ ପଡିଥିବା ବେଳେ
ବିଲ୍ ବିରୋଧରେ ପଡ଼ିଛି ମାତ୍ର ୨ଟି ଭୋଟ୍ । ଏହା ପୂର୍ବରୁ ବିଲ୍ ନେଇ ଲୋକସଭାରେ ଭରପୂର ଆଲୋଚନା ହୋଇଥିଲା। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମେତ ଅଧିକାଂଶ ଦଳର ସାଂସଦ ବିଲକୁ ସମର୍ଥନ କରିଥିଲେ । ଓବିସି, ଏସସି, ଏସଟି ବର୍ଗର ମହିଳାଙ୍କୁ ଏଥିରେ ସାମିଲ କରିବା ଲାଗି ସୋନିଆ ଦାବି କରିଥିଲେ।

ରାହୁଲ ଗାନ୍ଧୀ ବିଲକୁ ସମର୍ଥନ କରିଥିଲେ । ତେବେ ୯୦ ଜଣ ସଚିବଙ୍କ ମଧ୍ୟରୁ ମାତ୍ର ୩ଜଣ ଓବିସି ବର୍ଗର ରହିଥିବା କହି କଟାକ୍ଷ କରିଥିଲେ। ସେପଟେ ମହିଳା ବିଲ୍ ଲାଗି ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଥିଲେ ବିଜେଡି ସାଂସଦ।

କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ବିଧେୟକ ବିଷୟରେ ଆଲୋଚନା କରି ମହିଳାଙ୍କ ପ୍ରଗତି ପାଇଁ ବିଲ୍‌ ଆଗତ କରାଯାଇଥିବା କହିଥିଲେ  । ବିଲ୍‌ ପାସ୍‌ ହେବା ପରେ ସିଟ୍‌ରେ ଅଂଶୀଦାର ବଢିବ  । ମହିଳାଙ୍କୁ ସମାନତା ମିଳିବ  । ସେପଟେ ଲୋକସଭାରେ ପ୍ରଥମେ ଆଲୋଚନାରେ ଭାଗ ନେଇ ସୋନିଆ କହିଛନ୍ତି- ତାଙ୍କ ଜୀବନ ସାଥୀ ରାଜୀବ ଗାନ୍ଧୀ ପ୍ରଥମେ ସମ୍ବିଧାନ ସଂଶୋଧନ କରିଥିଲେ । ବିଲ ଲାଗୁ କରିବାରେ ଡେରି କରିବା ମହିଳାଙ୍କ ପ୍ରତି ଅନ୍ୟାୟ ହେବ । ୧୩ ବର୍ଷ ତଳୁ ମହିଳାମାନେ ଏହି ବିଲ ପାଇଁ ଅପେକ୍ଷା କରିଛନ୍ତି ।

ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା, କୋରାପୁଟରେ ସର୍ବାଧିକ ୧୬୮ ମିଲିମିଟର ରେକର୍ଡ

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ନିର୍ଧୁମ କାଚିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ବର୍ଷାର ପରିମାଣ କମିବ । କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ସେପ୍ଟେମ୍ବର ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୪୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ସେପଟେ ପ୍ରବଳ ବର୍ଷା ସତ୍ତ୍ବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ୧୨୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । ତଳିଆ ଅଞ୍ଚଳରେ ସୃଷ୍ଟିହେବ ଜଳମଗ୍ନ ପରିସ୍ଥିତି । ଆକସ୍ମିକ ବନ୍ୟା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଝାଡଖଣ୍ଡ ମୁହାଁ ହେବ । ପ୍ରଭାବରେ ଆହୁରି ଦୁଇଦିନ ନିର୍ଧୁମ କାଚିବ ।

ବୁଧବାର ପାଇଁ ପୁରା ଓଡ଼ିଶାକୁ ସତର୍କତା ଜାରି କରାଯାଇଥିବା ବେଳେ ଗୁରବାର ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲା ନୂଆପଡା, ବରଗଡ, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଲଘୁଚାପର ପ୍ରଭାବ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପଡିବ । ଫଳରେ ନଦୀ ଗୁଡିକ ପୁଣି ଫୁଲିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । ମହାନଦୀରେ ମୁଣ୍ଡଳି ଠାରେ ୩ ଲକ୍ଷ ୭୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ଜଳ ସ୍ତର ଖସିବାରେ ଲାଗିଛି । ହୀରାକୁଦ ସ୍ଥିତି ସ୍ବାଭାବିକ ଅଛି । ହୀରାକୁଦ ଜଳଭଣ୍ଡାରରେ ୬୨୮ ଫୁଟ ପାଣି ଅଛି । ଜଳଭଣ୍ଡାରରେ ଆହୁରି ପାଣି ରହିବାର କ୍ଷମତା ଅଛି । ଫଳରେ ଆଜି ସମସ୍ତ ଗେଟ ବନ୍ଦ କରି ଦିଆଯାଇଛି । ଆସନ୍ତାକାଲି ଉପରମୁଣ୍ଡରେ ଆଉ ତଳମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ସେପ୍ଟେମ୍ବର ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୪୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୧୬୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ନନ୍ଦପୁରରେ ୧୩୭ ଏବଂ କଳାହାଣ୍ଡିର ନର୍ଲାରେ ୯୬ ମିଲିମିଟର ବର୍ଷା ରେକର୍ଡ ରେକର୍ଡ ହୋଇଛି ।

ନୂଆପଡାରେ ଉନ୍ନତ ହେବ ସ୍ବାସ୍ଥ୍ୟସେବା, ଖୁବଶୀଘ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିବ ଡାଏଲସିସ ମେସିନ

ନୂଆପଡା: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୁଦୃଢ଼ ହେଉଛି ନୂଆପଡା ଜିଲ୍ଲା। ଚିକିତ୍ସା କ୍ଷେତ୍ରରେ ପୁର୍ବରୁ ଥିବା ସମସ୍ୟା ଏବେ ଦୂର ହେବାରେ ଲାଗିଛି। ରାଜ୍ୟ ସରକାର ଜିଲ୍ଲା ପାଇଁ ୨୨ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ଫଳରେ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ଓ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ସହ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ରୋଗୀ ଚିକିତ୍ସାରେ ଉନ୍ନତି ହୋଇପାରଛି  । ସହଜ ଏବଂ ସୁବିଧାରେ ଚିକିତ୍ସା ପାଇ ପାରୁଛନ୍ତି ରୋଗୀ ।

ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ପାଇଁ ରାଜ୍ୟ ସରକାର ଲୋକଙ୍କ ସ୍ବାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି। ଜିଲ୍ଲାରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ଭିତ୍ତି ଭୂମିକୁ ସୁଦୃଢ କରାଯାଉଛି। ନୂଆପଡା ଜିଲ୍ଲାରେ କିଡନୀ ରୋଗରେ ଲୋକେ ଅଧିକ ଆକ୍ରାନ୍ତ ହେଉଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ୬ଟି ଡାଇଲେଶିସ ମେସିନ ରହିଥିବା ବେଳେ ଆହୁରି ୨ ଗୋଟି ଡାଇଲେଶିସ ମେସିନ ଶହ ଗୋଟିଏ ସିଟିସ୍କାନ ଓ ଖଡିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ୪ଟି ଡ଼ାଇଲେଶିସ ମେସିନ ବସାଇବା ପାଇଁ ପ୍ରସ୍ତୁତି ଚାଲିଛି  ।

 

ମାଆ ସାମ୍ନାରେ ନାଗାବଳୀରେ ଭାସିଗଲା ପୁଅ, ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ

ରାୟଗଡା: ମାଆ ସାମ୍ନାରେ ନଦୀରେ ଭାସିଗଲା ପୁଅ । ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନାଗାବଳୀ ନଦୀରେ ବୁଡ଼ି ଜଣେ ନିଖୋଜ । ରାୟଗଡ଼ା ସହର ଉପକଣ୍ଠ ଝୁଲା ପୋଲରେ ଘଟିଛି ଅଘଟଣ। ପୋଲ ତଳେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଏହି ଘଟଣା ଘଟିଛି। ନିଖୋଜ ଯୁବକ ହେଲେ ମାଙ୍କଡଝୋଲା ବସ୍ତିର ଶ୍ରୀନିବାସ ଅଶୋକ କୁମାର।

ଅପରାହ୍ନ ପ୍ରାୟ ୩ ଟା ସମୟରେ ଏହି ଘଟଣା ଘଟିଛି। ଆଜି ଅପରାହ୍ନରେ ଅଶୋକ ନିଜ ମା’ଙ୍କୁ ଧରି ନାଗାବଳୀ ନଦୀରେ ଗଣେଶ ମୂର୍ତି ବିସର୍ଜନ ପାଇଁ ଆସିଥିଲେ। ଝୁଲା ପୋଲ ନିକଟରେ ଥିବା କଂକ୍ରିଟ ପୋଲ ଠାରେ ମା ଠିଆ ହୋଇଥିବା ବେଳେ ଅଶୋକ ନଦୀକୁ ଯାଇ ମୂର୍ତ୍ତି ବିସର୍ଜନ କରୁଥିଲେ। ତେବେ ପ୍ରବଳ ବର୍ଷାରେ ନଦୀ କୂଳରେ ମାଟି ଖସଡ଼ା ହୋଇଥିବାରୁ ସେ ଖସି ପଡିଥିଲେ। ଏହା ଦେଖି ତାଙ୍କ ମା ପାଟି କରିଥିଲେ।

ପାଟି ଶୁଣି କିଛି ଯୁବକ ପହଞ୍ଚି ତୁରନ୍ତ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ। ଖବରପାଇ ଦମକଳବାହିନୀ ପହଞ୍ଚି ନଦୀ ଭିତରେ ଖୋଜାଖୋଜି କରିଥିଲେ। ତେବେ ଏଯାଏଁ ଅଶୋକଙ୍କ ପତ୍ତା ମିଳିନାହିଁ।

ଚନ୍ଦ୍ରଯାନ-୩: ଶିବ ଶକ୍ତି ପଏଣ୍ଟରେ ହେଉଛି ସକାଳ, ସ୍ଲିପ ମୋଡରୁ ଉଠିପାରିବେ କି ବିକ୍ରମ-ପ୍ରଜ୍ଞାନ?

ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁଠାରୁ ୬୦୦ କିମି. ଦୂରରେ ଅବସ୍ଥିତ ଶିବ ଶକ୍ତି ପଏଣ୍ଟରେ ସକାଳ ହେବାକୁ ଯାଉଛି। ଏହି ସୌର ରଶ୍ମି ଯୋଗୁଁ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠକୁ ଆଲୋକିତ କରିବ । ତେବେ ଏହି ସକାଳକୁ ନେଇ ଭାରତ ମନରେ ଭରି ରହିଛି ଅନେକ ଆଶା। ଶୁକ୍ରବାର ଦିନ ଚନ୍ଦ୍ରପୃଷ୍ଠ ସମ୍ପୂର୍ଣ୍ଣ ଆଲୋକିତ ହେବାକୁ ଥିବା ବେଳେ ସୂର୍ଯ୍ୟକିରଣ ପ୍ରଭାବରେ ସ୍ଲିପ ମୋଡରୁ ବିକ୍ରମ ଓ ପ୍ରଜ୍ଞାନ ଉଠିବେ ବୋଲି ଆଶା କରାଯାଉଛି।

ଯଦିଓ ବିକ୍ରମ ଲାଣ୍ଡରର ରିସିଭର୍ ଅନ୍ ଅଛି କିନ୍ତୁ ତାର ସବୁ ଯନ୍ତ୍ରାଂଶ ବନ୍ଦ ରହିଛି । ପ୍ରଜ୍ଞାନ୍ ରୋଭରର ମଧ୍ୟ ସମାନ ଅବସ୍ଥା । ସେପ୍ଟେମ୍ବର ୨୨ରେ  ISRO ପକ୍ଷରୁ ପୁନର୍ବାର ବିକ୍ରମ ଲାଣ୍ଡର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବ । ସେତେବେଳକୁ ଲ୍ୟାଣ୍ଡର ଭିତରେ ଥିବା ବ୍ୟାଟେରୀ ଚାର୍ଜ ହୋଇସାରିଥିବ।

ବିକ୍ରମ ଲାଣ୍ଡରଙ୍କୁ ସେପ୍ଟେମ୍ବର ୪ ତାରିଖରେ ସ୍ଲିପ ମୋଡ କରିଦିଆଯାଇଥିଲା । ପରେ ଏହାର ସମସ୍ତ ପେଲୋଡ୍ସକୁ ବନ୍ଦ କରାଯାଇଥିଲା ବେଳେ କେବଳ ରିସିଭର୍ ଅନ୍ ଥିଲା । ସେ ସମୟରେ ବେଙ୍ଗାଲୁରୁ ସ୍ଥିତ ISTRAC ଦ୍ୱାରା ସମସ୍ତ ତଥ୍ୟ ସଂଗ୍ରହ କରିନିଆଯାଇଥିଲା ।

ଚନ୍ଦ୍ରପୃଷ୍ଠ ଆଲୋକିତ ହେବା ପରେ କ’ଣ ହେବ?

ଲ୍ୟାଣ୍ଡର ଏବଂ ରୋଭରରେ ସୋଲାର ପ୍ୟାନେଲ ଲାଗିଛି । ଯେପର୍ଯ୍ୟନ୍ତ ସେମାନେ ସୂର୍ଯ୍ୟ କିରଣ ପାଇବେ ସେଯାଏଁ ବ୍ୟାଟେରୀ ଚାର୍ଜ ହୋଇ ରହିବ । ତେବେ ସୂର୍ଯ୍ୟ ଉଦୟ ହେବା ପରେ ଦୁହେଁ ପୁନର୍ବାର ସକ୍ରିୟ ହେବା ନେଇ ଆଶା ରଖିଛନ୍ତି ଇସ୍ରୋ ବୈଜ୍ଞାନିକ। | କିନ୍ତୁ ମାଇନସ୍ ୨୫୦ ଡିଗ୍ରୀ ତଳେ ଥିବା ତାପମାତ୍ରା ରହିବା ପରେ ବିକ୍ରମ ଓ ପ୍ରଜ୍ଞାନ ପୁଣିଥରେ ସକ୍ରିୟ ହେବା ଏତେଟା ସହଜ ହେବ ନାହିଁ ।

ନିଦରୁ ଉଠିବା ପରେ ପୁଣି ଚନ୍ଦ୍ରପୃଷ୍ଠରୁ ନୂଆ କିଛି ତଥ୍ୟ ଆସିବା ନେଇ ଆଶା କରାଯାଉଛି। ଏହା ସହ ପୁନର୍ବାର ଚନ୍ଦ୍ରପୃଷ୍ଠର ରହସ୍ୟ ଭେଦିବାରେ ସ୍ପେସ୍ ଏଜେନ୍ସି ଇସ୍ରୋକୁ ଅଧିକ ସୁଯୋଗ ମିଳିବ ବୋଲି ବୈଜ୍ଞାନିକ ମାନେ ଆଶାବାଦୀ ରହିଛନ୍ତି।