spot_img
Home Blog Page 2608

ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ । ରାଜଭବନରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଶପଥ ଗ୍ରହଣ କଲେ ନୂଆ ରାଜ୍ୟପାଳ ରଘୁବର ଦାସ । ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଶପଥ ଗ୍ରହଣ କରାଇଛନ୍ତି । ଏହି ଶପଥ ଗ୍ରହଣରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ । ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ । ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଦାୟିତ୍ବ ନେଇଛନ୍ତି ରଘୁବର ଦାସ । ନୂଆ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ । ରାଜଭବନ ପରିସରରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଶପଥ ଗ୍ରହଣ ପୂର୍ବରୁ ଆଜି ସକାଳେ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ ରଘୁବର ଦାସ । ଗତକାଲି ସକାଳେ ରଘୁବର ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଗତକାଲି ରଘୁବର ଦାସ ଭୁବନେଶ୍ବର ରାଜଭବନରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ତାଙ୍କୁ ସ୍ବାଗତ କରିଥିଲେ । ରଘୁବର ଦାସ ଥିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେ ପାଞ୍ଚ ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ । ୧୯୫୫ ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ରଘୁବର ଭାଲୁବସା ହରିଜନ ହାଇସ୍କୁଲର ମାଟ୍ରିକ ଓ ଜାମସେଦପୁର କୋ-ଅପରେଟିଭ୍ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରି ଟାଟା କମ୍ପାନୀରେ ଯୋଗ ଦେଇଥିଲେ ।

୧୯୭୭ରେ ଜନତା ପାର୍ଟିରେ ଯୋଗ ଦେଇଥିଲେ ଓ ପରେ ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ବିଧାନସଭାକୁ ୧୯୯୫ରେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ରୂପେ ଅବସ୍ଥାପିତ ହୋଇଥିଲେ । ୨୦୦୫ରେ ଅର୍ଜୁନ ମୁଣ୍ଡାଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ବିଜେପି ସରକାରରେ ସେ ସହରାଞ୍ଚଳ ବିକାଶ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ । ୨୦୦୯ରେ ସେ ଶିବୁ ସୋରେନଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ । ୨୦୧୪ରେ ସେ ବିଜେପି ଜାତୀୟ କମିଟିରେ ସ୍ଥାନ ପାଇଥିଲେ ଓ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦ ମିଳିଥିଲା । ମାତ୍ର ରାଜ୍ୟରେ ସେହିବର୍ଷ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅଧିଷ୍ଠିତ ହୋଇଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ ରଘୁବର ଦାସ । ଆଜି ସେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ।

ବିୟର ପିଇଲେ, ରାସ୍ତା ଉପରେ ବୋତଲ ଭାଙ୍ଗିଲେ ଯୁବତୀ

ଭୁବନେଶ୍ବର: ବିୟର ପିଇଲେ, ରାସ୍ତା ଉପରେ ବୋତଲ ଭାଙ୍ଗିଲେ । ଯାହାକୁ ପାରିଲେ ଗାଳିଗୁଲଜ କଲେ । ନିଶାରେ ଗାଡି ମୋଟର ମଧ୍ୟ ରୋକିଲେ । ଜଣେ ଯୁବତୀ ମଦ ପିଇ ମାତାଲ ହୋଇ ରାଜରାସ୍ତା ଉପରେ ହଙ୍ଗାମା କରିବାର ଏ ଦୃଶ୍ୟ ହେଉଛି ପଟିଆ ଛକ ନିକଟର । ପଟିଆ ବିଗବଜାର ଛକଠାରୁ କିଛି ଦୂରରେ ଥିବା ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ଏଭଳି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଜଣେ ଯୁବତୀ । ପ୍ରାୟ ୩ରୁ ୪ ଘଣ୍ଟା ଧରି ସେ ଏଭଳି ନାଟକ କରିଥିଲେ । ବାରମ୍ବାର ସେଠାକୁ ଖବର ପାଇ ପିସିଆର ଆସୁଥିଲେ ସୁଦ୍ଧା ମହିଳା ଷ୍ଟାଫ ନଥିବାରୁ ଫେରିଯାଉଥିବା କଥା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୋଲିସ ତଦନ୍ତ ବେଳେ ସେ ଜଣେ ବିବାହିତା ମହିଳା ଓ ତାଙ୍କର ଏକ ଝିଅ ଥିବା କଥା ଜଣାପଡିଛି । ଗୋଟିଏ ବେସରକାରୀ କମ୍ପାନୀରେ ସେ କାମ କରନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଯୋଗ୍ୟ ବସ୍ତି ହିତାଧିକାରୀଙ୍କୁ ଦିଆଯିବ ଭୂମି ଅଧିକାର ପ୍ରମାଣପତ୍ର

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆଜି ଯୋଗ୍ୟ ବସ୍ତି ହିତାଧିକାରୀଙ୍କୁ ଦିଆଯିବ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣ ପତ୍ର। ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜାଗା ମିଶନ ଜରିଆରେ ସମସ୍ତ ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଗଷ୍ଟ ୨୮ ତାରିଖରେ ୫୧ ହଜାର ପରିବାରଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପର୍ଯ୍ୟାୟକ୍ରମେ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣ ପ୍ରଦାନ କରାଯିବ । ଭୁବନେଶ୍ବର ମହାନଗର ନିଗମର ୩ଟି ଜୋନ ୫ ହଜାର ୫୪୨ ପରିବାରଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯିବ। ଦକ୍ଷିଣ-ପଶ୍ଚିମ ଜୋନ୍ ପାଇଁ ୱାର୍ଡ ନମ୍ବର ୫୭ର ବଡ଼ଗଡ଼ ବ୍ରିଟ୍ କଲୋନୀ, ଦକ୍ଷିଣ-ପୂର୍ବ ଜୋନ୍ ପାଇଁ ୱାର୍ଡ ନମ୍ବର ୪୭ର ୟୁନିଟ୍ ୮ କମ୍ୟୁନିଟି ସେଣ୍ଟର ଓ ଉତ୍ତର ଜୋନ୍ ପାଇଁ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପରେ ଏଲ୍ଆରସି ବଣ୍ଟନ କରାଯିବ।

ବିରାଟ କୋହଲିଙ୍କ ଜନ୍ମଦିନରେ ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିବେ ୭୦ ହଜାର କୋହଲି!

କୋଲକାତା: ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଜନ୍ମଦିନ ଆସନ୍ତା ନଭେମ୍ବର ୫ ତାରିଖରେ ପଡ଼ୁଛି । ଏହିଦିନ ଭାରତ ବିଶ୍ବକପରେ ନିଜର ଅଷ୍ଟମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାକୁ ଯାଉଛି । ଐତିହାସିକ ଇଡେନ ଗାର୍ଡେନରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ କ୍ରିକେଟ ଆସୋସିଏସନ ଅଫ୍ ବଙ୍ଗାଲ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ସୂଚନା ମିଳିଛି କି, ଖେଳ ଦେଖିବା ପାଇଁ ଆସିଥିବା ଦର୍ଶକଙ୍କୁ ମାଗଣାରେ ଦିଆଯିବ କୋହଲିଙ୍କ ମୁଖା । ଇଡେନ ଗାର୍ଡେନରେ ହେବାକୁ ଥିବା ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇ ସାରିଛି । ଅଥବା ୭୦ ହଜାର ଦର୍ଶକ ଦେଖି ପାରିବାର ସକ୍ଷମ ରହିଥିବା ଇଡେନ ଗାର୍ଡେନରେ ସମସ୍ତ ଦର୍ଶକ କୋହଲିଙ୍କ ମୁଖା ପିନ୍ଧି ମ୍ୟାଚ ଦେଖିବେ । ଫଳରେ ଷ୍ଟାଡିୟମ କୋହଲି କୋହଲି ଦିଶିବ । ଚଳିତ ବିଶ୍ବକପରେ କୋହଲି ଦମଦାର ଫର୍ମରେ ନଜର ଆସିଥିବେଳେ ନୂଆ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ଭାରତ ନିଜର ପରବର୍ତ୍ତୀ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିବାକୁ ଯାଉଛି । ଚଳିତ ବିଶ୍ବକପରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ ଇଣ୍ଡିଆ । ବିରାଟ କୋହଲି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରୁଥିବାବେଳେ ଦଳର ବାକି ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ।

ରକ୍ତମୁଖା ସାଜୁଛି ଇସ୍ରାଏଲ, ଗାଜାରେ ଜୋରଦାର ଅପରେସନ

ବ୍ୟୁରୋ ରିପୋର୍ଟ: ବେଳକୁ ବେଳ ରକ୍ତମୁଖା ସାଜୁଛି ଇସ୍ରାଏଲ । ଗାଜାରେ  ଜୋରଦାର ଅପରେସନ । ହମାସର ୬ଶହରୁ ଅଧିକ ସ୍ଥଳୀ ଉପରେ ହମଲା । ଇସ୍ରାଏଲ ଆକ୍ରମଣରେ ୪ ଜଣ ତୁଙ୍ଗ ହମାସ କମାଣ୍ଡର ପ୍ରାଣ ହରାଇଛନ୍ତି । ସେମାନେ ହେଲେ ଜମିଲ ବାବା, ମହମ୍ମଦ ସଫାଦି, ମୁବାମନ ହିଜାଜି ଓ ମହମ୍ମଦ ଅବଦଲ୍ଲା । ବିଶେଷ କରି ଇସ୍ରାଏଲ ବାହିନୀ ହାତରେ ଥିବା ମରକାବା ଟ୍ୟାଙ୍କ ସାରା ଗାଜାକୁ ଧ୍ବଂସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଗାଜାର ଉଭୟପଟୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପୂର୍ବ ଓ ପଶ୍ଚିମ ଦିଗରୁ ଷଣ୍ଢୁଆସୀ ଆକ୍ରମଣ କରିବାର ଲାଗିଛି । ଗାଜାରେ ବର୍ତ୍ତମାନ ସୁଦ୍ଧା ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।  ଇସ୍ରାଏଲ ସୈନ୍ୟ ଗାଜାର ମୁଖ୍ୟ ସହରରେ ପ୍ରବେଶ କରିଛନ୍ତି । ଆଇଡିଏଫର ସୂଚନା ଅନୁସାରେ ସାରା ଗାଜାରେ ଗ୍ରାଉଣ୍ଡ ଅପରେସନ କରାଯିବ । ଗାଜାରେ ୪୦ ପ୍ରତିଶତ କୋଠା ମାଟିରେ ମିଶିଥିବାବେଳେ ସେଠାରେ ପାଣି, ବିଦ୍ୟୁତ, ମେଡିସିନ, ଖାଦ୍ୟ ବିନା ହାହାକାର ସୃଷ୍ଟି ହୋଇଛି ।

ଆଜି ପାକିସ୍ତାନକୁ ଭେଟିବ ବାଂଲାଦେଶ

ମୁମ୍ବାଇ: ଆଜି ବିଶ୍ବକପରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ବାଂଲାଦେଶ । ଦିନ ୨ଟାରୁ କୋଲକାତାର ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ମ୍ୟାଚ୍ ଆରମ୍ଭ ହେବ । ୬ଟି ମ୍ୟାଚରୁ ମାତ୍ର ୨ଟି ବିଜୟ ଲାଭ କରି ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ପାକିସ୍ତାନ । ସେହିପରି ୬ଟିରୁ ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି ବାଂଲାଦେଶ  । ବିଜୟ ପାଇଁ ଉଭୟ ଦଳ ସ୍ବତନ୍ତ୍ର ରଣନୀତି କରିଛନ୍ତି । ଭଲ ପ୍ରଦର୍ଶନ କରି ପରାଜୟ ଧାରା ଭାଙ୍ଗିବାକୁ ପାକିସ୍ତାନ ଲକ୍ଷ୍ୟ ରଖିଥିବା ବେଳେ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅଛି ବାଂଲାଦେଶ । ସେପଟେ ଗତକାଲି ମ୍ୟାଚରେ ଶ୍ରୀଲଙ୍କାକୁ ପରାଜିତ କରିଥିଲା ଆଫଗାନିସ୍ତାନ ।

୨୪୨ ରନର ବିଜୟ ଲକ୍ଷ୍ୟକୁ ୪୫ ଓଭର ୨ଟି ବଲରେ ହାସଲ କରି ଶ୍ରୀଲଙ୍କାକୁ ୭ଓ୍ବିକେଟରେ ପରାସ୍ତ କରିଥିଲା ଆଫଗାନିସ୍ତାନ । ନିଜର ତୃତୀୟ ବିଜୟ ସହ ପେଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି  ଆଫଗାନିସ୍ତାନ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ । ଦଳୀୟ ସ୍କୋର ୨୨ ରନ ଥିବା ବେଳେ ମାତ୍ର ୧୫ ରନ କରି ପାଭିଲିଅନ ଫେରିଥିଲେ ଦିମୁଥ କରୁଣାରତ୍ନେ । ୪୬ ରନ କରି ନିଶାଙ୍କା ମଧ୍ୟ ଆଉଟ ହୋଇଥିଲେ ।

ମେଣ୍ଡିସ ୩୯ ରନ କରିଥିବାବେଳେ ସଦିରା ୩୬ ରନ କରିବାକୁ ସକ୍ଷମ ହୋଇଥିଲେ । ଫଜଲହକ ଫାରୁକି ୪ ଓ୍ବିକେଟ ନେଇ ଶ୍ରୀଲଙ୍କାକୁ ଦୁର୍ବଳ କରିଦେଇଥିଲେ । ଶ୍ରୀଲଙ୍କା ୪୯ ଦଶମିକ ୩ ଓଭରରେ ୨୪୧ ରନ କରି ଅଲଆଉଟ ହୋଇଥିଲା । ଜବାବରେ ଆଫଗାନିସ୍ତାନ ପ୍ରଭାବୀ ପ୍ରଦର୍ଶନ ଦେଖାଇଥିଲା । ଆଜମାଥୁଲା ଓମାରଜି ଅପରାଜିତ ୭୩ ରନ କରିଥିବା ବେଳେ ହାସମାଥୁଲା ସାହିଦି ୫୮ ରନ କରିଥିଲେ । ୪୫.୨ ଓଭରରେ ଦଳ ୩ଓ୍ବିକେଟ ହରାଇ ମ୍ୟାଚକୁ ଜିତିନେଇଥିଲା ।

ଜାଡ଼ିଲାଣି ଓଡ଼ିଶା

ଭୁବନେଶ୍ବର: ଓଡ଼ିଶାକୁ ଧିରେଧିରେ ପ୍ରବେଶ କରୁଛି ଶୀତ। ସଂନ୍ଧ୍ୟାରୁ ଭୋର ପର୍ଯ୍ୟନ୍ତ କମୁଛି ତାପମାତ୍ରା । ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ତଳେ ରହିଛି ପାରଦ । କନ୍ଧମାଳ ଜି.ଉଦୟଗିରିରେ ରେକର୍ଡ ହୋଇଛି ଚଳିତ ମାସର ସର୍ବନିମ୍ନ ତାପମାତ୍ରା । ଏକାଧିକ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ ରହୁଛି । ବଙ୍ଗୋପସାଗରରୁ ଓଡ଼ିଶାକୁ ପ୍ରବାହିତ ହେଉଛି ପୂର୍ବାଳୀ ତରଙ୍ଗାୟିତ ପବନ । ପ୍ରଭାବରେ ଆଜିଠୁ ଦକ୍ଷିଣ ଓଡ଼ିଶାରେ ବଦଳିବ ପାଗ । ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ବର୍ଷା ହୋଇପାରେ ।

ରାଜନୈତିକ ଦଳ ଲାଗି ପାଣ୍ଠି ଯୋଗାଣ ସଂକ୍ରାନ୍ତ ଇଲେକ୍ଟୋରାଲ ବଣ୍ଡ ସ୍କିମର ବୈଧତା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ରାଜନୈତିକ ଦଳ ଲାଗି ପାଣ୍ଠି ଯୋଗାଣ ସଂକ୍ରାନ୍ତ ଇଲେକ୍ଟୋରାଲ ବଣ୍ଡ ସ୍କିମର ବୈଧତା ପ୍ରସଙ୍ଗ। ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ । ସମ୍ବିଧାନ ଅନୁସାରେ ରାଜନୈତିକ ଦଳ କାହାଠାରୁ ଚାନ୍ଦା ପାଇଲେ ତାହା ଜାଣିବା ସମ୍ପର୍କରେ କାହାର ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ ନିକଟରେ ଗତକାଲି କହିଥିଲେ କେନ୍ଦ୍ର ସରକାର । ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି କହିଥିଲେ- ସମ୍ବିଧାନର ଧାରା 19(1)(ଏ) ଅନୁସାରେ ପ୍ରାର୍ଥୀଙ୍କ ଅତୀତ ଇତିହାସ ଜାଣିବା ଭୋଟରଙ୍କ ଅଧିକାର ରହିଛି । ମାତ୍ର ସବୁକିଛି ଜାଣିବାର ଅଧିକାର ନାହିଁ ।  ରାଜନୈତିକ ଦଳଙ୍କୁ ପାଣ୍ଠି ପ୍ରଦାନରେ ସ୍ବଚ୍ଛତା ଆଣିବା ଲାଗି ନଗଦ ଅର୍ଥ ପ୍ରଦାନ ବଦଳରେ ଇଲକ୍ଟୋରାଲ ବଣ୍ଡ ପ୍ରଦାନ କରିବା ଲାଗି ଗତ ୨୦୧୮ ଜାନୁଆରୀ ୨ରେ ଏକ ବିଜ୍ଞପ୍ତି ଆଣିଥିଲେ ସରକାର ।

ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଏହି ଖଣ୍ଡପୀଠରେ ରହିଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ଜଷ୍ଟିସ ସଞ୍ଜୀବ ଖନ୍ନା, ବିଆର ଗଭାଇ, ଜେବି ପାର୍ଦିଓ୍ବାଲା ଓ ମନୋଜ ମିଶ୍ର । କଂଗ୍ରେସ, ସିପିଏମ ସମେତ ୪ଟି ପକ୍ଷ ଏନେଇ ମାମଲା ଦାୟର କରିଥିଲେ । ଇଲେକ୍ଟୋରାଲ ବଣ୍ଡ ଏକ ପ୍ରତିଜ୍ଞାମୂଳକ ନୋଟ ଏବଂ ଏହା ସୁଧମୁକ୍ତ ବ୍ୟାଙ୍କିଂଙ୍କ ବ୍ୟବସ୍ଥାର ଏକ ଟୁଲ୍ । କୌଣସି ଭାରତୀୟ ବା ଭାରତରେ ପଞ୍ଜୀକୃତ ସଂଗଠନ ରିଜର୍ଭ ବ୍ୟାଙ୍କର ନିର୍ଦ୍ଧାରିତ ନିୟମ ଅନୁସାରେ କେଓ୍ବାଇସି ପୂରଣ କରି ବଣ୍ଡ ହାସଲ କରିପାରିବେ ।

ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି-ଇଲେକ୍ଟୋରାଲା ବଣ୍ଡ ଜରିଆରେ ପାଣ୍ଠି ପ୍ରଦାନ ଦୁର୍ନୀତି ବଢାଇବ ଏବଂ ଏହା ଏକ ଦୁର୍ନୀତିମୁକ୍ତ ରାଷ୍ଟ୍ର ଗଠନ ଲାଗି ନାଗରିକଙ୍କ ଅଧିକାରର ଉଲ୍ଲଂଘନ କରିବ । ଦାୟର ମାମଲାର ତଥ୍ୟ ଅନୁସାରେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଭିନ୍ନ ରାଜନୈତିକ ଦଳଙ୍କୁ ୧୨ ହଜାର କୋଟି ଟଙ୍କା ଯାଇଛି । ସେଥିରୁ କେବଳ ଦୁଇ ତୃତୀୟାଂଶ ଯାଇଛି ଗୋଟିଏ ପ୍ରମୁଖ ରାଜନୈତିକ ଦଳ ନିକଟକୁ। ଗତ ୨୦୧୯ ଏପ୍ରିଲରେ ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ବାତିଲ କରିବା ଲାଗି ଅଗ୍ରାହ୍ୟ କରିଥିଲେ ସୁପ୍ରିମକୋର୍ଟ।

ଆଜି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଦିନ ୧୧ଟା ୪୫ ମିନିଟରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ରଘୁବର ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ସେ ଦାୟିତ୍ବ ନେବେ । ନୂଆ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ଗତକାଲି ରାଜଭବନକୁ ଆସିଛନ୍ତି ରଘୁବର ଦାସ । ରାଜ୍ୟପାଳଙ୍କ ସମେତ ୧୦୦ରୁ ଅଧିକ ଅତିଥି ରାଜଭବନ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ । ରାଜଭବନରେ ସମସ୍ତଙ୍କୁ ଗାର୍ଡଅଫଅନର ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ନୂଆ ରାଜ୍ୟପାଳ ।

ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେ ପାଞ୍ଚ ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ । ୧୯୫୫ ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ରଘୁବର ଭାଲୁବସା ହରିଜନ ହାଇସ୍କୁଲର ମ୍ୟାଟ୍ରିକ ଓ ଜାମସେଦପୁର କୋ-ଅପରେଟିଭ୍ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରି ଟାଟା କମ୍ପାନୀରେ ଯୋଗ ଦେଇଥିଲେ । ୧୯୭୭ରେ ଜନତା ପାର୍ଟିରେ ଯୋଗ ଦେଇଥିଲେ ଓ ପରେ ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ବିଧାନସଭାକୁ ୧୯୯୫ରେନିର୍ବାଚିତ ହୋଇଥିଲେ ।

୨୦୦୪ରେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ରୂପେ ଅବସ୍ଥାପିତ ହୋଇଥିଲେ । ୨୦୦୫ରେ ଅର୍ଜୁନ ମୁଣ୍ଡାଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ବିଜେପି ସରକାରରେ ସେ ସହରାଞ୍ଚଳ ବିକାଶ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ । ୨୦୦୯ରେ ସେ ଶିବୁ ସୋରେନଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ । ୨୦୧୪ରେ ସେ ବିଜେପି ଜାତୀୟ କମିଟିରେ ସ୍ଥାନ ପାଇଥିଲେ ଓ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦ ମିଳିଥିଲା । ମାତ୍ର ରାଜ୍ୟରେ ସେହିବର୍ଷ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅଧିଷ୍ଠିତ ହୋଇଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ ରଘୁବର ଦାସ ।

ଭାରତ ଫେରିଲେ ସୁନା ପୁଅ ପ୍ରମୋଦ ଭଗତ

ନୂଆଦିଲ୍ଲୀ: ଭାରତ ଫେରିଲେ ସୁନା ପୁଅ ପ୍ରମୋଦ ଭଗତ। ପାରା ଏସିଆନ ଗେମ୍ସରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ। ନୂଆଦିଲ୍ଲୀ ଏୟାରପୋର୍ଟରେ ସେ ଆଜି ପହଞ୍ଚିଛନ୍ତି । ପାରା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ପ୍ରମୋଦ ଜିତିଛନ୍ତି ଗୋଲ୍ଡ ମେଡାଲ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦଙ୍କ ପାଇଁ  ୨ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଥର ପାଇଁ ପାରା ଏସିଆନ ଗେମ୍ସରେ ୩ଟି ପଦକ ହାସଲ କରିଛନ୍ତି ପ୍ରମୋଦ। ପୂର୍ବରୁ ପ୍ରମୋଦ  ମିଶ୍ରିତ ଯୁଗଳରେ କାଂସ୍ୟ ଓ ଯୁଗଳରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ ।