ନନ୍ଦିଘୋଷ ବ୍ୟୁରୋ: ଖସୁଛି ଟଙ୍କାର ମୂଲ୍ୟ। ଆମେରିକା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ରେକର୍ଡ଼ ସ୍ତରରେ ହ୍ରାସ ପାଇଛି। ଗୋଟିଏ ଡଲାର ମୂଲ୍ୟ ଏବେ ୯୦ ଟଙ୍କା ପାଖାପାଖି ପହଞ୍ଚିଲାଣି। ନିର୍ଦ୍ଦିଷ୍ଟ ଭାବେ କହିବାକୁ ଗଲେ ଆଜି ଡଲାରର ମୂଲ୍ୟ ୮୯.୮୭୪ ଟଙ୍କାରେ ପହଞ୍ଚିଛି। କିଛି ସମୟ ଆଗରୁ ଏହା ସର୍ବୋଚ୍ଚ ସ୍ତର ୮୯.୮୯୫ ଟଙ୍କା ଛୁଇଁଥିଲା। ଅର୍ଥାତ ପ୍ରାୟ ୯୦ ଟଙ୍କା ଆଡ଼କୁ ଗଲାଣି ଟଙ୍କାର ମୂଲ୍ୟ। ମାର୍କେଟ ଏକ୍ସପର୍ଟଙ୍କ ଅନୁସାରେ ଦିନକୁ ଦିନ ଡଲାର ଶକ୍ତିଶାଳୀ ହେଉଛି ଏବଂ ଦୁର୍ବଳ ହେଉଛି ଟଙ୍କା। ଅକ୍ଟୋବରରେ ଟ୍ରେଡ୍ ସେଫିସିଟ୍ ହେବାରୁ ସ୍ଥିତି ଆହୁରି ସଂଗୀନ ହୋଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ହ୍ରାସ ହେବା ଯୋଗୁଁ ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଘୋର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫକୁ ନେଇ ବିଶ୍ଵ ବଜାରରେ ବାଣିଜ୍ୟିକ ଯୁଦ୍ଧ ଲାଗି ରହିଛି। ଅର୍ଥନୀତି ବିଶେଷଜ୍ଞ ଆକଳନ କରିଛନ୍ତି, ଏହି ଧାରା ଆଗକୁ ବି ବଜାୟ ରହିବ। ଟଙ୍କା ମୂଲ୍ୟ ଆହୁରି ହ୍ରାସ ଘଟିବ। ଏପରିକି ଆମେରିକା ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଘଟି ୧୦୦ ଟଙ୍କାରେ ପହଞ୍ଚିପାରେ।
ଶ୍ରୀଲଙ୍କାକୁ ବାସୀ ଖାଦ୍ୟ ପଠାଇ ଟ୍ରୋଲ୍ ହେଉଛି ପାକିସ୍ତାନ, ବିଶ୍ବ କହୁଛି…
ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଡିଟଓ୍ବା ଶ୍ରୀଲଙ୍କାକୁ ଛାରଖାର କରି ଦେଇଛି । ଏହି ପ୍ରଳଙ୍କାରୀ ବାତ୍ୟାରେ ସରକାରୀ ତଥ୍ୟ ଅନୁସାରେ ୩୩୪ ଜଣ ପ୍ରାଣ ହରାଇଥିବାବେଳେ ଏଯାବତ ୩୭୦ ଜଣଙ୍କ ପତ୍ତା ମିଳିନାହିଁ । ଏପରିକି ବହୁ ଘର ମାଟିରେ ମିଶିଥିବାବେଳେ ଲୋକେ ଦୁର୍ଦ୍ଦିନରେ ରହିଛନ୍ତି । ଏଭଳି ଏକ ସମୟରେ ପଡୋଶୀ ଦେଶକୁ ପ୍ରଥମେ ସହଯୋଗର ହାତ ବଢ଼ାଇଥିଲା ଭାରତ । ରିଲିଫ୍ ପଠାଯାଇଥିବାବେଳେ ପରେ ଚୀନ ମଧ୍ୟ ସହଯୋଗ କରିଛି ।
Always standing together! 🇵🇰❤️🇱🇰
Relief packages from Pakistan have been successfully delivered to assist our brothers and sisters affected by the recent floods in Sri Lanka which signifies our unwavering solidarity.
PAKISTAN STANDS WITH SRI LANKA TODAY AND ALWAYS.
#FloodRelief pic.twitter.com/rMhMwUhEA8— Pakistan High Commission Sri Lanka (@PakinSriLanka) November 30, 2025
ଭାରତ-ଚୀନ ପରେ ପାକିସ୍ତାନ ବାହାବାହା ନେବା ପାଇଁ ଖାଦ୍ୟ ରିଲିଫରେ ପଠାଇଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା । ମାତ୍ର ଏହି ଖାଦ୍ୟ ଗୁଡ଼ିକ ଏକ୍ସପାରି ହୋଇଥିବା ଦେଖିବାକୁ ମିଳିଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୂଜର୍ସମାନେ ଏହାକୁ ନେଇ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ୨୦୨୨ରେ ପ୍ୟାକିଂ କରାଯାଇଥିବା ଖାଦ୍ୟ ଗୁଡ଼ିକ ୨୦୨୪ରେ ଏକ୍ସପାରୀ ହେଉଛି । ମାତ୍ର ଏହି ଖାଦ୍ୟ ଗୁଡ଼ିକ ପାକିସ୍ତାନ ଶ୍ରୀଲଙ୍କାକୁ ରିଲିଫ ଆକାରରେ ପଠାଇଥିବା ଫଟୋରୁ ଭଲ ଭାବେ ଜଣା ପଡ଼ୁଛି ।
ସଂଚାର ସାଥୀ ଆପ୍ କଣ ? ଜାଣନ୍ତୁ କାହିଁକି କରାଯାଉଛି ବିରୋଧ…
ନନ୍ଦିଘୋଷ ବ୍ୟୁରୋ: ସବୁ ମୋବାଇଲରେ ଇନଷ୍ଟଲ୍ ହେବ ସଂଚାର ସାଥୀ ଆପ୍। ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଫୋନ୍ କମ୍ପାନୀମାନଙ୍କୁ ସଞ୍ଚାର ସାଥୀ ଆପ୍ ପ୍ରି-ଇନଷ୍ଟଲ୍ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଛି ରାଜନୀତି । ତେବେ ଏହି ନିର୍ଦ୍ଦେଶ ଜନସାଧାରଣଙ୍କ ଗୋପନୀୟତାର ଉଲଙ୍ଘନ ବୋଲି ବିରୋଧୀମାନେ ବିରୋଧ କରୁଛନ୍ତି । ତେବେ ଏହାକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
#WATCH | Delhi: On DoT's directions to pre-install Sanchar Saathi App on mobile handsets, Congress MP Priyanka Gandhi Vadra says, "It is a snooping app. It's ridiculous. Citizens have the right to privacy. Everyone must have the right to privacy to send messages to family,… pic.twitter.com/k4n0boFPTr
— ANI (@ANI) December 2, 2025
ପ୍ରିୟଙ୍କା କହିଛନ୍ତି କି, ଏହା ଏକ ଗୁପ୍ତ ଆପ୍ । ଯାହାକି ହାସ୍ୟାସ୍ପଦ । ଦେଶର ନାଗରିକମାନଙ୍କ ଗୋପନୀୟତାର ଅଧିକାର ରହିଛି । ସରକାରଙ୍କ ଯାଞ୍ଚ ବିନା ପରିବାର ଏବଂ ବନ୍ଧୁମାନଙ୍କୁ ବାର୍ତ୍ତା ପଠାଇବା ପାଇଁ ପ୍ରତ୍ୟେକଙ୍କ ପାଖରେ ଗୋପନୀୟତା ରହିବା ଉଚିତ୍ । ସରକାର ଏବେ ଦେଶକୁ ଏକଛତ୍ରବାଦ ଶାସନରେ ପରିଣତ କରିବାକୁ ଚାହୁଁଛନ୍ତି । ସେପଟେ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି କି, ଏହି ଆପ୍ ସମ୍ପୂର୍ଣ୍ଣ ଭାବେ ହାସ୍ୟାସ୍ପଦ । ଏହାର ଅର୍ଥ ହେଉଛି କି, ମୋବାଇଲରେ କରାଯାଉଥିବା ସମସ୍ତ କାର୍ଯ୍ୟକଳାପକୁ ଟ୍ରାକ୍ କରାଯାଇପାରିବ ।
#WATCH | Delhi | On the government's new directive about the Sanchaar Sathi app, Shiv Sena (UBT) MP Priyanka Chaturvedi says, "This is absolutely ridiculous. This is just another way of surveillance in the garb of a pre-installed app. It means all activities done via the mobile… pic.twitter.com/atlhArDnLE
— ANI (@ANI) December 2, 2025
ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ବିରୋଧୀ ଦଳକୁ ଦୋଷ ଦେବା ସହଜ, ଯେଉଁମାନେ କୌଣସି ଆଲୋଚନାକୁ ବାଧା ଦେଉଛନ୍ତି କାରଣ ସରକାର କିଛି ଆଲୋଚନା କରିବାକୁ ମନା କରୁଛନ୍ତି। ଏକ ସୁସ୍ଥ ଗଣତନ୍ତ୍ର ଆଲୋଚନା ଦାବି କରେ। ସେ କହିଛନ୍ତି ଯେ ଠକେଇ ରିପୋର୍ଟ କରିବା ଏବଂ ପ୍ରତ୍ୟେକ ଭାରତୀୟ ନାଗରିକ ନିଜ ଫୋନରେ କ’ଣ କରୁଛନ୍ତି ତାହା ଉପରେ ନଜର ରଖିବା ମଧ୍ୟରେ ଏକ ପତଳା ରେଖା ଅଛି। ସେ ଏହି ପ୍ରକାରର କାର୍ଯ୍ୟ ପାଇଁ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ସରକାର ଠକେଇର ଆଳ ଦେଖାଇ ନାଗରିକଙ୍କ ଫୋନ ଉପରେ ନଜର ରଖିବାକୁ ଚେଷ୍ଟା କରୁଛନ୍ତି।
ସବୁ ମୋବାଇଲରେ ଇନଷ୍ଟଲ୍ ହେବ ସଂଚାର ସାଥୀ ଆପ୍, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
ନନ୍ଦିଘୋଷ ବ୍ୟୁରୋ: ସବୁ ମୋବାଇଲରେ ଇନଷ୍ଟଲ୍ ହେବ ସଂଚାର ସାଥୀ ଆପ୍। ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ନୂଆ ମୋବାଇଲରେ ଇନ୍ ବିଲଡ୍ ଆସିବ ସଂଚାର ସାଥୀ ଆପ୍। ପୁରୁଣା ମୋବାଇଲରେ ସଫଟୱେର ଅପଡେଟ୍ କରି ଏହି ଆପ୍ ଇନଷ୍ଟଲ୍ କରାଯିବ। ଏହି ଆପ୍ କୁ କେହି ଡିଲିଟ୍ କରିପାରିବେ ନାହିଁ କି ନିଷ୍କ୍ରିୟ ବି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ସାଇବର୍ ଫ୍ରଡ୍ ରୋକିବାକୁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ସରକାର। ୯୦ ଦିନ ଭିତରେ ଏହା ସଂପୂର୍ଣ୍ଣ କରିବାକୁ ଓ ୧୨୦ ଦିନ ଭିତରେ କଂପ୍ଲାଏନ୍ସ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ଦେଇଛି ନିର୍ଦ୍ଦେଶ। କିନ୍ତୁ ବିରୋଧୀଙ୍କ ଅଭିଯୋଗ ହେଲା, ଗୁଇନ୍ଦାଗିରି କରିବାକୁ ଷଡ଼ଯନ୍ତ୍ର କରିଛନ୍ତି କେନ୍ଦ୍ର ସରକାର। କାହିଁକି ଲୋକଙ୍କ ଉପରେ ଗୁଇନ୍ଦା ଗିରି କରିବାକୁ ନଜର ରଖିବାକୁ ସରକାର ଷଡ଼ଯନ୍ତ୍ର କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଲୋକଙ୍କର ପ୍ରାଇଭେସିର ଏହା ଉଲ୍ଲଂଘନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଏହାକୁ ଗୁଇନ୍ଦାଗିରିର ଆପ୍ ବୋଲି କହିଛନ୍ତି। ଦେଶରେ ଏକଛତ୍ରବାଦ ଶାସନ ଲାଗୁ କରିବାକୁ ଯୋଜନା କରାଯାଉଛି।
ବାଲିଗୁଡ଼ା ଏନଏସି ପକ୍ଷରୁ ପୁଣି ଜୋର ଧରିଲା ଜବରଦଖଲ ଉଚ୍ଛେଦ ଅଭିଯାନ
ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ପକ୍ଷରୁ ପୁଣି ଜୋର ଧରିଲା ଜବରଦଖଲ ଉଚ୍ଛେଦ ଅଭିଯାନ । ସହରରେ ଟ୍ରାଫିକ ସମସ୍ୟାକୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ କଡ଼ରେ ଉଠା ବ୍ୟବସାୟୀ ବିଭିନ୍ନ ପସରା ପକାଇ ବ୍ୟବସାୟ କରୁଛନ୍ତି । ତେଣୁ ଟ୍ରାଫିକ ସମସ୍ୟା ଉପୁଜୁଛି । ବାରମ୍ବାର ଉଚ୍ଛେଦ କରି ଉଠା ବ୍ୟବସାୟୀଙ୍କୁ ଭେଣ୍ଡିଂ ଯୋନକୁ ସ୍ଥାନାନ୍ତର କରିଥିଲେ ସୁଦ୍ଧା ସେଠାରୁ ଆସି ପୁଣି ରାସ୍ତା କଡ଼ରେ ବ୍ୟବସାୟ କରୁଛନ୍ତି । ସେପଟେ ପ୍ରଶାସନ ଦେଇଥିବା ଭେଣ୍ଡିଂ ଯୋନରେ କୌଣସି ସୁବିଧା ନଥିବାରୁ ସେଠାରେ ବ୍ୟବସାୟ ହେଉନାହିଁ ବୋଲି ଅଭିଯୋଗ ହେଉଛି । ଏଣୁ ରାସ୍ତା କଡ଼ରେ ବ୍ୟବସାୟ କରୁଛୁ ବୋଲି ଉଠା ଦୋକାନୀ କହିଛନ୍ତି । ଆମକୁ ପ୍ରଶାସନ ଅଣଦେଖା କରିବା ସହ ଆଜି ଜୋର ଜବରଦସ୍ତ ଆମ ପନିପରିବା ରାସ୍ତାରେ ଫୋପାଡ଼ି ଆମକୁ ଉଚ୍ଛେଦ କରାଯାଉଛି । ଆମକୁ ନ୍ୟାୟ ଦରକାର ବୋଲି କହିଛନ୍ତି ବ୍ୟବସାୟୀ । ଘଟଣାକୁ ନେଇ ବାଲିଗୁଡ଼ା ପୋଷ୍ଟ ଅଫିସ ଛକରେ କିଛି ସମୟ ହାଇଡ୍ରାମା ଚାଲିଥିଲା ଏବଂ ଉତ୍ୟକ୍ତ ଉଠା ବ୍ୟବସାୟୀ ରାସ୍ତାରୋକ କରିଥିଲେ । ପରେ ବାଲିଗୁଡ଼ା ଏସଡିପିଓ ଓ ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।
ଅଧା ରହିଗଲା ଜଗା ଦର୍ଶନ : ଦୁର୍ଘଟଣାରେ ଚାଲିଗଲା ୨ ଜୀବନ
ନନ୍ଦିଘୋଷ ବ୍ୟୁରୋ: ଅଧା ରହିଗଲା ଜଗା ଦର୍ଶନ । ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ବଡଗଡ଼ ଥାନା ବିଜେବି ନଗରରେ ସକାଳୁ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ଘର ନୟାଗଡ଼ ହୋଇଥିବା ବେଳେ, ସେମାନେ ବିଜେଇଏମ୍ ସ୍କୁଲ ନିକଟରେ ଥିବା ବସ୍ତିରେ ରହୁଥିଲେ । ଜଣଙ୍କ ନାଁ ଶୁଭମ ନାୟକ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ନାଁ ପ୍ରୀତିରଞ୍ଜନ ନାୟକ । ଦୁହିଁଙ୍କ ବୟସ ପାଖାପାଖି ୨୦ ବର୍ଷ ହେବ। ଆଜି ସକାଳୁ ବାଇକ ଯୋଗେ ସେମାନେ ପୁରୀ ବାହାରିଥିଲେ । ଘରୁ ବାହାରିବା ବେଳେ ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ଡିଭାଇଡରରେ ପିଟି ହୋଇଥିଲେ । ପରେ ସେମାନଙ୍କୁ ହସ୍ପିଟାଲକୁ ନେବା ବାଟରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ସାବଧାନ ! ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ
ନନ୍ଦିଘୋଷ ବ୍ୟୁରୋ: ସାବଧାନ ! ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ। ପାନ୍-୪୦, ପାନଟପ, ଟେଲମା, ପାରାସିଟାମଲ ପରି ୮୦ଟି ନକଲି ଔଷଧ ବଜାରରେ ବୁଲୁଛି। ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ମେଡିସିନ। ଏହାସହ ୩୮୮ଟି ନିମ୍ନମାନର ମେସିନ ମଧ୍ୟ ଚିହ୍ନଟ ହୋଇଛି। ଗତ ୪ ବର୍ଷରେ ଅଢେଇ କୋଟିରୁ ଅଧିକ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର। ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ଭିତରକନିକା ଜାତୀୟ ଉଦ୍ୟାନରେ ଭିଡ଼ ଜମାଇଲେଣି ବିଦେଶୀ ପକ୍ଷୀ
ନନ୍ଦିଘୋଷ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରେ ଭିଡ଼ ଜମାଇଲେଣି ବିଦେଶୀ ପକ୍ଷୀ ।ହଜାର ହଜାର କିଲୋମିଟର ଅତିକ୍ରମ କରି ବିଦେଶାଗତ ପକ୍ଷୀ ଭିଡ଼ ଜମାଇଛନ୍ତି ଭିତରକନିକାର ବିସ୍ତୀର୍ଣ ଆର୍ଦ୍ରଭୂମିରେ। ପ୍ରକୃତିର ଗନ୍ତାଘର ଦେଶ ବିଦେଶର ପକ୍ଷୀଙ୍କ ତୀର୍ଥ ଭାବେ ପରିଚିତ ଭିତରକନିକା ଏବେ ମୁଖରିତ ହୋଇଉଠିଛି । ରଙ୍ଗବେରଙ୍ଗର ପକ୍ଷୀଙ୍କ କାକଳିରେ ଫାଟି ପଡୁଛି ଭିତରକନିକା। ନୀଳ ଆକାଶରେ ଦଳ ଦଳ ହୋଇ ଉଡ଼ିବା, ଜଳକ୍ରୀଡ଼ା କରିବା ସହିତ ଖାଦ୍ୟ ସଂଗ୍ରହ କରିବାର ଅପୂର୍ବ ଦୃଶ୍ୟ ପ୍ରକୃତିର ଶୋଭାକୁ ଦ୍ବୀଗୁଣୀତ କରୁଛି। ପକ୍ଷୀଙ୍କ ମଧ୍ୟରେ ସାଇବେରିୟ ବତକ , ଏରା, ଲାଲମୁଣ୍ଡିଆ ବତକ, ପାତି ହଂସ, ନୀଳ ମୁଣ୍ଡିଆ ସାରସ, ପେଣ୍ଟସ, ଫ୍ଲାଇକେଚର, ଉଇଗେନ ହ୍ବାଇଟ, ବାଡ଼ ହେଡେଡ ପ୍ରଭୃତି ଅନେକ ପ୍ରଜାତିର ପକ୍ଷୀ ଭିତରକନିକାର ସାତଭାୟା , ରାଇପାଟିଆ, ଅଗରନାସୀ ଦୀପ ବରୁଣେଇ ମୁହାଁଣ ପ୍ରଭୃତି ସ୍ଥାନରେ ଦେଖିବାକୁ ମିଳୁଛି।
ବଙ୍ଗୋମୁଣ୍ଡା ରେଞ୍ଜରେ ୩୦ ଟିକିଆ ହାତୀ ପଲଙ୍କ ଉପଦ୍ରବ
ନନ୍ଦିଘୋଷ ବ୍ୟୁରୋ: କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରେଞ୍ଜରେ ୩୦ ଟିକିଆ ହାତୀ ପଲଙ୍କ ଉପଦ୍ରବ। ବଙ୍ଗୋମୁଣ୍ଡା ରେଞ୍ଜର ବିଭିନ୍ନ ଗାଁରେ ପଶି ଧାନ ଚାଉଳ ଖାଇବା ସହ ଫସଲ ଦଳିଚକଟି ନଷ୍ଠ କରୁଛନ୍ତି। ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀମାନେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ । ତାସହିତ ଘରୁ ନବହାରିବା ପାଇଁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ସଚେଚନ କରୁଛନ୍ତି। ନୂଆପଡା ଜିଲ୍ଲା ତିଖାଳି ଅଞ୍ଚଳରୁ ବଲାଙ୍ଗିର ଜିଲ୍ଲାକୁ ପ୍ରବେଶ କରି ବର୍ତ୍ତମାନ ହାତୀ ବଙ୍ଗୋମୁଣ୍ଡା ରେଞ୍ଜର ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଲ ଭିତରେ ଅଛନ୍ତି । ବନ ବିଭାଗ ଡ୍ରୋନ ସାହାର୍ଯ୍ୟରେ ହାତୀଙ୍କ ଗତି ବିଧି ଉପରେ ନଜର ରଖିଛି। ଅନ୍ୟପଟେ ଅନଲାଇନ ମାଧ୍ୟମରେ ଫସଲ ହାନି ବାବଦରେ ସୂଚନା ଦେଲେ କ୍ଷତି ପୂରଣ ଦିଆଯିବ ବୋଲି ଏସିଏଫ ମୁରାରୀ ପଣ୍ଡା କହିଛନ୍ତି।

