spot_img
Home Blog Page 2573

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର । ଜଳସ୍ତର ବଢୁଥିବାରୁ ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍ । ଏହାକୁ ମିଶାଇ ମୋଟ୍ ୧୦ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ବାମ ପାର୍ଶ୍ବର ୭ଟି ଓ ଡାହାଣ ପାର୍ଶ୍ବର ୩ଟି ଗେଟ୍ ଖୋଲାଯାଇଛି । ହୀରାକୁଦରେ ଜଳସ୍ତରା ୬୨୯.୬୫ ଫୁଟରେ ପହଞ୍ଚିଛି । ଜଳଭଣ୍ଡାରକୁ ପ୍ରତି ସେମକେଣ୍ଡରେ ୧ ଲକ୍ଷ ୧୬ ହଜାର ୮୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୧ ଲକ୍ଷ ୫୪ ହଜାର ଘନଫୁଟ ବନ୍ୟାଜଳ ।

ନ୍ୟୁୟର୍କରେ ଫ୍ଲାସ ଫ୍ଲଡ

ନନ୍ଦିଘୋଷ ବ୍ୟୁରୋ: ନ୍ୟୁୟର୍କରେ ଫ୍ଲାସ ଫ୍ଲଡ । ସାରା ସହରରେ ଜାରି ହୋଇଛି ଏମର୍ଜେନସି । ଦଶନ୍ଧିରେ ସବୁଠାରୁ ବଡ ବର୍ଷା ହୋଇଥିବା ସୂଚନା ମିଳିଛି । ଫ୍ଲାସ ଫ୍ଲଡ ଯୋଗୁ ବିମାନ ଓ ସବଓ୍ବେଗୁଡିକରେ ସେବା ବାଧାପ୍ରାପ୍ତ ହୋଇଛି । ଜଳବନ୍ଦୀ ସ୍ଥିତି ଯୋଗୁ ଆମେରିକାର ଅର୍ଥନୈତିକ ରାଜଧାନୀରେ ଜନଜୀବନ ପ୍ରଭାବିତ ହୋଇଛି । ଜଳ ପ୍ରବାହ ଯୋଗୁ ଲେ ଗାର୍ଡିଆ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି । ଅନେକ ସ୍ଥାନରେ ଶହ ଶହ କାର୍ ବୁଡି ଯାଇଥିବାବେଳେ ଟ୍ରାଫିକ ଜାମ୍ ପରିଲକ୍ଷିତ ହୋଇଛି । ସବଓ୍ବେରେ ଗାଡି ଚାଲିବା ସମ୍ଭବ ନଥିବାରୁ ଘରୁ ପଦାକୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି ।

ସାରା ନ୍ୟୁୟର୍କ ସିଟିରେ ଏମର୍ଜେନସି ଜାରି କରିଛନ୍ତି ଗଭର୍ଣ୍ଣର କାଥି ହୋଚୁଲ । ପାଣି ପ୍ରବାହକୁ ଦୃଷ୍ଟିରେ ରଖି ଅଧିକାଂଶ ସବଓ୍ବେକୁ ବନ୍ଦ ରଖାଯାଇଛି । ନ୍ୟୁୟର୍କରେ 420ଟି ସବଓ୍ବେ ଷ୍ଟେସନ ଓ 30ଟି ସବଓ୍ବେ ଲାଇନ ଥିବାବେଳେ ଅଧିକାଂଶ ଷ୍ଟେସନରେ ଟ୍ରେନ ଚଳାଚଳ ବାତିଲ ହୋଇଛି । ବିଶ୍ବ ତାପାୟନ ଯୋଗୁ ନ୍ୟୁୟର୍କ ପରି ସହରରେ ଫ୍ଲାସ ଫ୍ଲଡ ଦେଖାଗଲା ବୋଲି ଆଶଙ୍କା କରାଯାଉଛି । ନ୍ୟୁୟର୍କର ପରିବେଶ ସୁରକ୍ଷା କମିଶନର ରୋହିତ ଅଗ୍ରଓ୍ବାଲ କହିଛନ୍ତି- ଜଳବାୟୁ ପରିବର୍ତ୍ତନ ହିଁ ଏହି ଫ୍ଲାସ ଫ୍ଲଡର କାରଣ ଏବଂ ଏହାର ସମ୍ମୁଖୀନ ହେବା ଲାଗି ସହରର ଭିତ୍ତିଭୂମି ସକ୍ଷମ ନୁହେଁ ।

ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ

ସୋର: ଭାଇରାଲ ହେଲା ନିଶାସକ୍ତ ଯନ୍ତ୍ରୀଙ୍କ ଉନ୍ମତ୍ତକାଣ୍ଡ ଭିଡିଓ । ସାର୍ଟ ଖୋଲି ଅଫିସରେ ଶୋଇଲେ କାର୍ଯ୍ୟରତ ସରକାରୀ ଯନ୍ତ୍ରୀ । ଲୋକେ ସାର୍ଟ ପିନ୍ଧାଉ ଥିବାର ଭିଡିଓ ଭାଇରାଲ ହୋଇଛି । ଖବର ଅନୁସାରେ ବାହାନଗା ବ୍ଲକର କନିଷ୍ଠ ଯନ୍ତ୍ରୀ କିଶୋର କିଷାନଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ହୋଇ ଆସୁଥିଲା । ଏମିତି କି ସବୁବେଳେ ନିଶାସକ୍ତ ରହିବା, ଫାଇଲ ହଜାଇ ଦେବା, ପ୍ରକଳ୍ପର ଅଟକଳ ମୂଲ୍ୟଠାରୁ ଅଧିକ ବିଲ କରିବା, କାର୍ଯ୍ୟାଳୟକୁ ନ ଆସିବା ଆଦିର ଅଭିଯୋଗ ବିଡିଓଙ୍କ ନଜରକୁ ଆସିଥିଲା । ପରେ ଯନ୍ତ୍ରୀ କିଶୋର କିଷାନଙ୍କୁ ପୂର୍ବରୁ ଥିବା ବିଭିନ୍ନ ପଞ୍ଚାୟତ ଦାୟିତ୍ବରୁ ହଟାଇ ଦିଆଯାଇଥିଲା । ଗତ କିଛିଦିନ ତଳେ ଯନ୍ତ୍ରୀ କିଶୋର କିଷାନ ନିଶାସକ୍ତ ଅବସ୍ଥାରେ

ଯନ୍ତ୍ରୀଙ୍କ ସେକ୍ସନରେ ସାର୍ଟ ଖୋଲି ଫୁଙ୍ଗୁଳା ହୋଇ ନିଶାରେ ମତୁଆଲା ହେବା ସହ ଉନ୍ମୁକ୍ତ କାଣ୍ଡ କରିଥିଲେ । ଯଦିଓ ଏହି ଭିଡିଓ କେଉଁ ଦିନର ସ୍ପଷ୍ଟ ହୋଇନାହିଁ, ତଥାପି ଯନ୍ତ୍ରୀଙ୍କ ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଇଛି । ଏନେଇ ଯନ୍ତ୍ରୀ ଓ ବିଡିଓଙ୍କ ପ୍ରତିକ୍ରିୟା ମିଳିନାହିଁ ।

ଆଜି ବିଶ୍ବ ହୃଦୟ ଦିବସ

0

କଟକ: ପାଳିତ ହୋଇଛି ବିଶ୍ବ ହୃଦୟ ଦିବସ । ହୃଦୟକୁ ଜାଣିବା ଓ ତାହାକୁ ଠିକ ଭାବରେ ବ୍ୟବହାର ଓ ଉପଯୋଗ କରିବା ପାଇଁ ଚଳିତ ବର୍ଷର ବିଶ୍ୱ ହୃଦୟ ଦିବସର ବିଷୟବସ୍ତୁ ଭାବରେ ରଖା ଯାଇଥିଲା l କଟକ ଶାନ୍ତି ମେମୋରିଆଲ ହସ୍ପିଟାଲ  ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ ହୋଇଛି ।  କର୍ମଚାରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ କୁଇଜ଼ ପ୍ରତିଯୋଗିତା କରାଯିବା ସହିତ ମାର୍କତନଗର ସ୍ଥିତ ହସ୍ପିଟାଲରୁ ଏକ ପଦଯାତ୍ରା ଆରମ୍ଭ କରାଯାଇଥିଲା ।  ସି.ଡି.ଏ ଅଞ୍ଚଳର ମୁଖ୍ୟ ରାସ୍ତା ପରିକ୍ରମା କରି ଅଞ୍ଚଳବାସିକୁ ସଚେତନତା  ବାର୍ତ୍ତା  ଦିଆଯାଇଥିଲା । ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶୀ ତ୍ରିପାଠୀ, ଡାକ୍ତର ଶ୍ରୀଜୟ ପଟ୍ଟନାୟକ ଡାକ୍ତର ରେଖା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଗୃହ ଆରମ୍ଭରୁ ବିଜେପି ବିଧାୟକଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ବର: ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଶନିବାର ମଧ୍ୟ ଧୋଇଗଲା ବିଧାନସଭାର ପ୍ରଶ୍ନକାଳ । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲ ବିଜେପି ବିଧାୟକ । ପର୍ଯ୍ୟଟନକ ମନ୍ତ୍ରୀ ଅଶ୍ବିନୀ ପାତ୍ର ଉତ୍ତର ରଣଖୁଥିବା ବେଳେ ବିଜେପି ବିଧାୟୟକମାନେ ନାରାବାଜି ଦେଇଥିଲେ । ୨ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରିଥିଲେ ବିଜେପି ସଦସ୍ୟ । ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ମହିଳାଙ୍କୁ ଅସମ୍ମାନ କରିଛି ବିଜେପି । ସ୍ବାଧୀନୋତ୍ତର ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ବିଜେପି ଅଶୋଭନୀୟ ଆଚରଣର ସବୁ ସୀମା ଟପିଛି । ଯେଉଁଥି ପାଇଁ ବିଜେପିର ଦୁଇ ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗକୁ ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବନ କରାଯାଇଛି । ତେବେ ବିଜେପି ବିଧାୟକଙ୍କ ଏଭଳି ଆଚରଣକୁ ସବୁ ମହଲରୁ ସମାଲୋଚନା କରାଯାଉଛି ।

ରାସ୍ତା କଡ଼କୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୋହନା: ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍ । ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ l ଶୁକ୍ରବାର ବିଳମ୍ବିତ ରାତି ରେ ମୋହନା ଥାନା ଏକ୍ରିକୂପା ଗ୍ରାମ ନିକଟରେ RB କୋଚ୍ ନାମକ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି l ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିବା ବସ୍ ଟି ଯାନ୍ତ୍ରିକ ତ୍ରୁଟି ରାସ୍ତା କଡ଼କୁ ଖସି ପଡ଼ିଥିବା ଜଣାପଡିଛି l ବସ୍ ରେ ୩୦ରୁ ଉର୍ଦ୍ଧ ଯାତ୍ରୀ ଥିବାବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି l ଷ୍ଟିଅରିଂ ଲକ୍ ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଗାଡିଚାଳକ କହିଛନ୍ତି l ମୋହନା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଏକ ଗାଡିରେ ଯାତ୍ରୀ ମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇଥିଲେ l

ଏହିସବୁ ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଶନିବାରଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ୫ଟି ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଏହାରି ପ୍ରଭାବରେ ଶନିବାରଠାରୁ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଅଞ୍ଚଳରେ ୭୦ରୁ ୨୦୦ ମିମି ଯାଏ ବର୍ଷା ହୋଇପାରେ। ସେହିଭଳି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଧା ଆଦି ଜିଲ୍ଲାର କେତେକ ସ୍ଥାନରେ ଆଜି ପ୍ରବଳ ବର୍ଷା ଅର୍ଥାତ ୭ରୁ ୧୧୦ ମିମି ବର୍ଷା ସମ୍ଭାବନା ରହିଛି। ଏହାଛଡ଼ା ଅବଶିଷ୍ଟ ‌ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷାର ବିସ୍ତୃତି ଓ ପରିମାଣ ଆସନ୍ତା ୩ ତାରିଖ ଯାଏ ଅଧିକ ରହିବ। ୧ ଓ ୨ ତାରିଖରେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।

ସୁନ୍ଦରଗଡ଼ରେ କାୟା ମେଲାଉଛି ସ୍କ୍ରବ ଟାଇଫସ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ କାୟା ମେଲାଉଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୦ ରୋଗୀ । ଏହାକୁ ମିଶାଇ ୨୯୨ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା । ସ୍କ୍ରବ ଟାଇଫସରେ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଆଇସିୟୁରେ ଚାଲିଛି ଜଣେ ଗୁରୁତରଙ୍କ ଚିକିତ୍ସା । ଏଭଳି ସ୍ଥିତିରେ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଦିଆଯାଇଛି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ କୁହାଯାଇଛି । ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନା କରାଯାଉଥିବା ବେଳେ ବିଭିନ୍ନ ଛକ ଓ ହାଟ ମାନଙ୍କରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି ।

ବିଶ୍ବକପ ଓ୍ବାର୍ମଅପ୍ ଫାଇଟ୍, ଇଂଲଣ୍ଡକୁ ଭେଟିବ ଭାରତ

ଧର୍ମଶାଳା: ବିଶ୍ବକପ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଓ୍ବାର୍ମଅପ ଲଢ଼େଇ ଚାଲିଥିବାବେଳେ ଶନିବାର ଇଂଲଣ୍ଡକୁ ଭେଟିବ ଭାରତ । ଗୌହାଟୀରେ ଭାରତ-ଇଂଲଣ୍ଡ ମୁକାବିଲା ହେବାକୁ ଥିବାବେଳେ ବିଶ୍ବକପ ମୁକାବିଲା ପୂର୍ବରୁ ବଡ଼ ପରୀକ୍ଷା । ବିଶ୍ବକପରେ ସବୁବେଳେ ଇଂଲଣ୍ଡ ଭାରତ ପାଇଁ କଣ୍ଟା ସାଜିଥାଏ । ୨୦୧୯ ବିଶ୍ବକପରେ ଭାରତର ଫାଇନାଲ ଆଶା ଧୂଳିସାତ କରିଥିଲା ଇଂଲଣ୍ଡ । ସେପଟେ ଆଇସିସି ଦ୍ବାରା ଆୟୋଜିତ ବଡ଼ ଇଭେଣ୍ଟରେ ଇଂଲଣ୍ଡ ସବୁବେଳେ ଭାରତ ପାଇଁ କଣ୍ଟା ସାଜିଥାଏ । ଡିଫେନଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ବିପକ୍ଷରେ ଭାରତର ମୁକାବିଲା ହେବାକୁ ଥିବାବେଳେ ଭାରତର ପ୍ରଦର୍ଶନ କିଭଳି ହେଉଛି ତାଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି ।

ନିକଟରେ ଭାରତ ଏସିଆ କପ ଜିତିଥିଲା । ଏହାସହ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ମଧ୍ୟ ବିଜୟୀ ହୋଇଛି । ତେବେ ଶେଷ ମ୍ୟାଚରେ ଭାରତ ପରାସ୍ତ ହୋଇଥିବାବେଳେ ଦଳର ପ୍ରଦର୍ଶନକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଦଳ ଓ୍ବାର୍ମଅପରେ ଦମଦାର ପ୍ରଦର୍ଶନ କରିବା ସହ ବିଜୟୀ ହୋଇ ବିଶ୍ବକପରେ ନିଜର ଅଭିଯାନ ଆରମ୍ଭ କରିବ ବୋଲି ଆଶା କରାଯାଉଛି । ସେପଟେ ଇଂଲଣ୍ଡ ବିଶ୍ବକପର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଅକ୍ଟୋବର ୫ରେ ଭେଟିବ । ସେପଟେ ଭାରତ ନିଜର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ସାମନା କରିବ । ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବାବେଳେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପାଇଁ ଆଶା ରଖିଛି । ଭାରତରେ ବିଶ୍ବକପ ଖେଳା ଯାଉଥିବାବେଳେ ଦଳ ଘରୋଇ ମାଟିରେ ବିଜୟରୁ ଅଭିଯାନ ଆରମ୍ଭ କରିବ ବୋଲି କ୍ରୀଡ଼ା ସମୀକ୍ଷକମାନେ କହିଛନ୍ତି ।

 

ଭାରତର ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି କାନାଡ଼ା

ନନ୍ଦିଘୋଷ ବ୍ୟୁରୋ: ଭାରତ-କାନାଡା ବିବାଦକୁ ନେଇ ଆମେରିକାରେ ବଡ ବୟାନ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ । ସେ କହିଛନ୍ତି ଯେ କାନାଡା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି । ଏ ସଂକ୍ରାନ୍ତରେ ଆମେରିକାକୁ ନିଜର ଉଦବେଗ ଜଣାଇଛନ୍ତି ଭାରତ ସରକାର । ଭାରତ ବିରୋଧରେ କାନାଡାର ଅଭିଯୋଗକୁ ଭିତ୍ତିହୀନ ବୋଲି ବର୍ଣ୍ଣନା କରିବା ସହ କଣ ପ୍ରମାଣ ଅଛି କାନାଡା ଦେଉ ବୋଲି କହିଛନ୍ତି ଏସ୍ ଜୟଶଙ୍କର ।

କାନାଡା ଅଭିଯୋଗ କରିବା ଦିନଠାରୁ କୌଣସି ପ୍ରକାର ପ୍ରମାଣ ଦେଇନାହିଁ । ପ୍ରମାଣ ମିଳିଲେ ଅନୁଧ୍ୟାନ କରାଯିବ । କାନାଡ଼ା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥାଏ ବୋଲି ଭାରତ ସରକାର କହିଛନ୍ତି । କାନାଡା ଉଗ୍ରବାଦୀ ଏବଂ ଆତଙ୍କବାଦୀ ତତ୍ତ୍ୱମାନଙ୍କୁ ଆଶ୍ରୟ ଦେଉଛି । ଭାରତ ଏ ସଂକ୍ରାନ୍ତରେ ଆମେରିକାକୁ ନିଜର ଉଦବେଗ ଜଣାଇଛି। କାନାଡାରେ ଥିବା କୂଟନୈତିକ ଅଧିକାରୀ ମାନେ ଦୂତାବାସ ଅଫିସ ଯିବାକୁ ଅସୁରକ୍ଷିତ ମନେ କରୁଛନ୍ତି । ଖୋଲାଖୋଲି ଧମକ ମିଳୁଛି। ଯାହା ଫଳରେ ଭିସା କାର୍ଯ୍ୟ ସ୍ଥଗିତ ରଖାଯାଇଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି ।