ସ୍ପୋର୍ଟସ ହବ ପାଲଟିଛି ଓଡିଶା, ଖେଳ ପ୍ରତି ଥିବା ଉତ୍ସାହ ଓ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ସ୍ପୋର୍ଟସ ହବ ପାଲଟିଛି ଓଡିଶା । ଖେଳ ଓ ଖେଳାଳିଙ୍କୁ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ନୂଆ କଯ୍ୟକ୍ରମ । ଖେଳ ପ୍ରତି ଥିବା ଉତ୍ସାହ ଓ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ହାତକୁ ନେଇଛି କ୍ରୀଡା ବିଭାଗ । ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ ଅଞ୍ଚଳର ମହିଳା ଓ ପୁରୁଷକୁ ନେଇ ହେବ କ୍ରୀଡ଼ା ପ୍ରତିଯୋଗିତା । କ୍ରିକେଟ୍, ହକି, ଫୁଟବଲ୍, କବାଡ଼ି, ଖୋଖୋ, ଭଲିବଲ ଲାଗି ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରିପାରିବେ । ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଅବଧି ରହିଛି ।

ଯୁବ ଓଡ଼ିଶା ନବୀନ ଓଡ଼ିଶା । କ୍ରୀଡ଼ା ପାଇଁ ଯୁବଗୋଷ୍ଠୀ, ଭବିଷ୍ୟତ ପାଇଁ ବଡ଼ ଶକ୍ତି । ଗ୍ରାମାଞ୍ଚଳରୁ ମହାନଗର ଚିହ୍ନଟ ହେବେ ପ୍ରତିଭା । ଫିଟନେସ, ଶୃଙ୍ଖଳା ଖେଳ ପାଇଁ ମାଧ୍ୟମ । ରାଜ୍ୟରେ  ଯୁବବର୍ଗଙ୍କ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ରାଜ୍ୟର ସମସ୍ତ ବ୍ଲକ ଓ  ସହରାଞ୍ଚଳର ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛନ୍ତି । କ୍ରିକେଟ୍, ହକି, ଫୁଟବଲ୍, କବାଡ଼ି, ଖୋ-ଖୋ, ଭଲିବଲ ଲାଗି ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରିପାରିବେ । ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କ ନେତୃତ୍ୱରେ  ସାରା ଦେଶରେ କ୍ରୀଡା କ୍ଷେତ୍ରରେ ଓଡିଶା ଶିଖର ଛୁଇଁଛି । ବିଭିନ୍ନ ଖେଳ ପାଇଁ ରାଜଧାନୀରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଷ୍ଟାଡିୟମ ଓ ଭିତ୍ତିଭୂମି ବିକାଶ ହୋଇଛି । ଏହି ପ୍ରତିଯୋଗିତା ଦ୍ୱାରା ଗ୍ରାମାଞ୍ଚଳରୁ ଯୁବ ପ୍ରତିଭା ଚିହ୍ନଟ ହେବେ ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି ।

କ୍ରିକେଟ, ହକି ଓ ଫୁଟବଲ ୧୫ ଜଣ ଖେଳାଳି, ଭଲିବଲ୍ ଓ କବାଡି ୧୦ ଜଣ ଖେଳାଳି,  ଖୋଖୋ ରେ ୧୨ ଜଣ ଖେଳାଳି ପ୍ରତିଯୋଗିତାରେ ଅଶଂଗ୍ରହଣ କରିବେ । ଖେଳାଳିଙ୍କ ବୟସ ୧୩ ରୁ ୩୫ ବର୍ଷ ରଖାଯାଇଛି । ଜଣେ ବ୍ୟକ୍ତି ଏକାଧିକ କ୍ରୀଡ଼ା ଶୃଙ୍ଖଳାରେ ଭାଗ ନେଇପାରିବେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଖେଳାଳି ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ ଅଞ୍ଚଳର ହୋଇଥିବା ଆବଶ୍ୟକ । sports.odisha.gov.in ୱେବ୍ ସାଇଟ୍ ଯାଇ ଟିମ୍ ରେଜିଷ୍ଟ୍ରେସନ୍ ଲିଙ୍କ୍ ଉପରେ କ୍ଲିକ୍ କରିବେ । ସହାରଞ୍ଚଳ ଓ ଗ୍ରାମଞ୍ଚଳର ଲିଙ୍କ ବକ୍ସରେ କ୍ଳିକ କରିବେ । କ୍ରୀଡ଼ା ଶୃଙ୍ଖଳା ନାମ, ଦଳର ନାମ, ଠିକଣା, ଟିମ୍ ସଂଯୋଜକଙ୍କ ବିବରଣୀ, ଅଧିନାୟକ ଓ ଉପ ଅଧିନାୟକଙ୍କ ନାମ ସହିତ ଅନଲାଇନ୍ ପଞ୍ଜୀକରଣ ଫର୍ମରେ ଫିଲଅପ କରିବେ । ପଞ୍ଜୀକରଣ ବେଳେ କୌଣସି ଅସୁବିଧା ହେଲେ 18003456770 କିମ୍ବା 155335 ଟୋଲ୍ ଫ୍ରି ନମ୍ବର ସହ ଯୋଗାଯୋଗ କରିବେ ଖେଳାଳି । ପଞ୍ଜୀକରଣ ଅବଧି ନଭେମ୍ବର ୫ରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରହିଛି ।