Deepfake ଭିଡିଓର ଶିକାର ହେଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା

1 min read

ମୁମ୍ବାଇ: ଡିପଫେକ ଭିଡିଓର ଶିକାର ହେଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଫେକ ଭିଡିଓ ଭାଇରାଲ୍ ପରେ ଖୋଲିଲେ ମୁହଁ । ନକଲି ଭଡିଓ ଦେଖି ସେ ଦୁଃଖିତ ବୋଲି କହିଛନ୍ତି । ଏହା ତାଙ୍କର ଭିଡିଓ ନୁହେଁ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଏହା ପ୍ରସ୍ତୁତ ହେଇଛି ବୋଲି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା। ସୋସିଆଲ୍ ମିଡିଆରେ ରଶ୍ମିକାଙ୍କର ଏକ ଡିପ୍ ଫେକ୍ ଭିଡିଓ ଭାଇରାଲ୍ ହେଉଛି । ଅରିଜିନାଲ ଭିଡିଓରେ ବ୍ରିଟିଶ-ଭାରତୀୟ ଯୁବତୀ ଜାରା ପଟେଲ ଅଛନ୍ତି । କିନ୍ତୁ ଡିପ୍‌ଫେକ୍‌ରେ ତାଙ୍କ ଚେହେରାକୁ ବଦଳାଇ ରଶ୍ମିକାଙ୍କ ଚେହେରା ରହିଛି । ରଶ୍ମିକାଙ୍କ ଡିପଫେକ ଭିଡିଓ ଭାଇରଲ ହେବାପରେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପ୍ରତିକ୍ରିୟା ରଖିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତର ଆଇଟି ରୁଲ୍ ଅବମାନନା କରୁଥିବା ଯେକୌଣସି ବି ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଯଦି କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ପ୍ରକାର ଭୁଲ୍ ତଥ୍ୟ ପୋଷ୍ଟ କରାଯାଇଛି ତେବେ ଏହାକୁ ୩୬ ଘଣ୍ଟା ମଧ୍ୟରେ ହଟାଇ ନେବା ଉଚିତ । ଯଦି ପ୍ଲାଟଫର୍ମ ପକ୍ଷରୁ ଏହା କରାନଯାଏ ତେବେ ସଂପୃକ୍ତ ବ୍ୟକ୍ତି ପ୍ଲାଟଫର୍ମ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇପାରିବେ । ତେବେ ଡିପ ଫେକ୍ ଭିଡିଓ ହେଉଛି ,ଏକ କ୍ଲିପ୍ ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୁହଁ ଓ ଶରୀରକୁ ଡିଜିଟାଲି ପରିବର୍ତ୍ତନ କରାଯାଇଥାଏ । ସେଲିବ୍ରିଟି କିମ୍ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଷୟରେ ଲୋକଙ୍କୁ ଭୁଲ୍ ସୂଚନା ଦେବା ଲାଗି ଏଭଳି କରାଯାଇଥାଏ। ଯାହାର ଶିକାର ହୋଇଛନ୍ତି ଲୋକପ୍ରିୟ ସେଲିବ୍ରିଟି ।