ରାଜଧାନୀରେ ଯେତେ ସଚେତନ କଲେ ବି ଟ୍ରାଫିକ ନିୟମ ମାନୁ ନାହାନ୍ତି ଅମାନିଆ

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଅମାନିଆ । ଯେତେ ସଚେତନ କଲେ ବି ମାନୁ ନାହାନ୍ତି ଟ୍ରାଫିକ ନିୟମ । ଗୋଟିଏ ମିନିଟ୍ ଠିଆ ହେବାକୁ କାହା ପାଖରେ ନାହିଁ ସମୟ । ରେଡ ସିଗ୍ନାଲକୁ ନ ମାନି ମାଡି ଯାଉଛନ୍ତି ଲୋକେ । ଟ୍ରାଫିକ୍ ଅଟକାଇଲେ ୟୁ ଟର୍ଣ୍ଣ ଦେଇ ଛୁ ମାରୁଛନ୍ତି । ଏପରିକି ବାମପଟ ରାସ୍ତାକୁ ଖାଲି ନ ରଖି ପୁରା ଜାମ୍ କରିଦେଉଛନ୍ତି । ଫଳରେ ଆମ୍ବୁଲାନ୍ସ ବି ଅନେକ ସମୟରେ ଅଟକି ରହୁଛି । ଆଇନ୍ ଉଲଙ୍ଘନକାରୀଙ୍କୁ ଫାଇନ୍ କରାଯାଉଛି । କିନ୍ତୁ କେହି ସୁଧୁରୁ ନାହାନ୍ତି । ଫଳରେ ଦୁର୍ଘଟଣାରେ ଯାଉଛି ଜୀବନ । ଆସନ୍ତୁ ଦେଖିବା ଭୁବନେଶ୍ବରରେ କେମିତି ଚାଲିଛି ଅମାନିଆଙ୍କ ରାଜ୍ ।

ଲଦି ଜଲଦିରେ ଯାଉଛି ଜୀବନ । ଟ୍ରାଫିକ୍ ନିୟମ ମାନୁ ନାହାନ୍ତି ଅମାନିଆ । ଜିରୋ ଟଲରେନ୍ସ ଜୋନ୍ରେ ବି ବିପର୍ଯ୍ୟନ୍ତ ଟ୍ରାଫିକ୍ ବ୍ୟବସ୍ଥା । ସାରା ରାଜ୍ୟରେ ଟ୍ରାଫିକ୍ ନିୟମ ଯେତିକି ପାଳନ ହେଉଛି ସେଥିମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ସବୁଠୁ କଡା କଡି ପାଳନ ହେଉଛି ବୋଲି କମିଶନରେଟ୍ ପୋଲିସ ଏବଂ ପରିବହନ ବିଭାଗ କହୁଛି । ମାସିକ କୋଟିଏ ଫାଇନ୍ ଆଦାୟ ବି ହେଉଛି । କିନ୍ତୁ ଫାଇନ୍ ଦେବା ବି ଏକ ଅଭ୍ୟାସ ହୋଇଗଲାଣି । ବିଶେଷଜ୍ଞଙ୍କ କହିବା କଥା, ସମସ୍ତେ ସଚେତନ ହେବା ସହ ମାନସିକତାରେ ପରିବର୍ତ୍ତନ ନ ଆଣିଲେ ଦୁର୍ଘଟଣା କମିବନି । ଗଳି କନ୍ଦିରେ ବି ସିସିଟିଭି ଲଗିଛି । ଲାଇସେନ୍ସ ବାତିଲ ସହ ଗାଡି ସିଜ୍ କରାଯାଉଛି । ତଥାପି ଲୋକମାନେ ଏତେ ବ୍ୟସ୍ତ ହୋଇଗଲେଣି ଯେ ଜୀବନ ଯାଉ ପଛେ ଟ୍ରାଫିକରେ ଅଟକିବେ ନାହିଁ ବୋଲି ଭାବିନେଇଛନ୍ତି ଅମାନିଆ । ଯାହା ଫଳରେ ଯାଉଛି ଅନେକ ଜୀବନ ।