spot_img
Home Blog Page 2566

ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲ ବ୍ରେଭରମ୍ୟାନ ବହିଷ୍କୃତ

ନନ୍ଦିଘୋଷ ବ୍ୟୁରୋ : ମହଙ୍ଗା ପଡିଲା ପାଲେଷ୍ଟାଇନକୁ ସମର୍ଥନ । ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ । ଗତ ସପ୍ତାହରେ ପାଲେଷ୍ଟାଇନ ସପକ୍ଷବାଦୀ ଆନ୍ଦୋଳନ ବେଳେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯେଉଁଥିରେ ସେ ଲଣ୍ଡନ ପୋଲିସକୁ ସେ ପାଲେଷ୍ଟାଇନ ସମର୍ଥକ ବୋଲି ଅଭିଯୋଗ କରିଥିଲେ । ବର୍ତ୍ତମାନ ସୁଏଲାଙ୍କ ସ୍ଥାନରେ ଜେମସ କ୍ଲେଭରିଲଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି ।

ବ୍ରିଟେନର ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ଅନ୍ୟତମ ଥିଲେ ସୁଏଲା । ଗତ ସପ୍ତାହରେ ସେ ଏକ ଆର୍ଟିକିଲ୍ ପ୍ରକାଶ କରିଥିଲେ ଯେଉଁଥିରେ ତାଙ୍କ ବିବୃତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ବିନା ସମ୍ମତିରେ ସୁଏଲା ବିବୃତି ଦେଇଥିବା ନେଇ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି ।

ଗତ ଶନିବାର ପାଲେଷ୍ଟାଇନ ସପକ୍ଷରେ ଆନ୍ଦୋଳନ ଚାଲିଥିବାବେଳେ ତାହାକୁ ପୋଲିସର ଦମନ ନେଇ ସୁଏଲା ବିବାଦୀୟ ବୟାନ ଦେବା ସହ ଏକ ଲେଖା ମଧ୍ୟ ଲେଖିଥିଲେ । କିଛି ଦିନ ତଳେ ଗାଜାରେ ଅସ୍ତ୍ରବିରତି ନେଇ ହୋଇଥିବା ରାଲିକୁ ବି ସେ ‘ହେଟ ମାର୍ଚ୍ଚ’ ବୋଲି କହିଥିଲେ । ସୁଏଲାଙ୍କ ଏହି ଧରଣର ଭୂମିକା ବ୍ରିଟେନରେ ଉତ୍ତେଜନା ସୃଷ୍ଟି କରିବାରେ ସହାୟକ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା । ସୁଏଲାଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ତାଙ୍କ ଉପରେ ବିଭିନ୍ନ ମହଲରୁ ଚାପ ପଡୁଥିଲା ।

ଦଳରୁ ବାଦ୍ ପଡ଼ିଲେ ରୋହିତ, ଅଧିନାୟକ ବନିଲେ ବିରାଟ!

ନୂଆଦିଲ୍ଲୀ: ରୋହିତ ବାହିନୀ ଭାରତରେ ଅନୁଷ୍ଠିତ ବିଶ୍ବକପରେ ଦମଦାର ପ୍ରଦର୍ଶନ ସହ ସେମିଫାଇନାଲରେ ପହଞ୍ଚିଛି । ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ। ମୁମ୍ବାଇରେ ଅନୁଷ୍ଠିତ ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି । ତେବେ ୨୦୨୩ ବିଶ୍ବକପର ଶ୍ରେଷ୍ଠ ଟିମ ବାଛିଛି କ୍ରିକେଟ ଅଷ୍ଟ୍ରେଲିଆ । ଯେଉଁଥିରେ ଭାରତର ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ବାଦ ଦିଆଯାଇଛି । ଚଳିତ ବିଶ୍ବକପରେ ରୋହିତ ୫ଶହରୁ ଅଧିକ ସ୍କୋର କରିସାରିଲେଣି । ତାଙ୍କ ବ୍ୟାଟିଂ ସାଙ୍ଗକୁ ଅଧିନାୟକତ୍ବକୁ ସାରା ବିଶ୍ବରେ ପ୍ରଂଶସା କରାଯାଉଥିବାବେଳେ କ୍ରିକେଟ ଅଷ୍ଟ୍ରେଲିଆ ରୋହିତଙ୍କୁ ବାଦ ଦେଇଛି ।

ସେପଟେ ଏହି ଟିମରେ ୪ ଜଣ ଭାରତୀୟ ଖେଳାଳି ରହିଛନ୍ତି । ବିରାଟ କୋହଲି, ମହମ୍ମଦ ସାମି, ବୁମରା ଏବଂ ଜାଡେଜା । ୧୨ ଜଣିଆ ଟିମରେ ୪ ଭାରତୀୟ ରହିଥିବାବେଳେ ଅଷ୍ଟ୍ରେଲିଆର ତିନିଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ମ୍ୟାକ୍ସଓ୍ବେଲ, ଜାମ୍ପା ଏବଂ ଡେଭିଡ୍ ଓ୍ବାର୍ଣ୍ଣର । ସେପଟେ ଦକ୍ଷିଣ ଆଫ୍ରିକୀୟ ଖେଳାଳି କ୍ୱିଣ୍ଟନ ଡି କକ, ଆଡେନ ମାର୍କ୍ରାମ ଏବଂ ମାର୍କୋ ଜାନସେନଙ୍କୁ ସାମିଲ କରାଯାଇଛି। ନ୍ୟୁଜିଲ୍ୟାଣ୍ଡରୁ ରାଚିନ୍ ରବିନ୍ଦ୍ର ଏହି ଟିମରେ ସ୍ଥାନ ପାଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ବିରାଟ କୋହଲିଙ୍କୁ ଏହି ଟିମର ଅଧିନାୟକ ବନାଇଛି । ସେପଟେ ଦ୍ବାଦଶ ଖେଳାଳିଭାବେ ଶ୍ରୀଲଙ୍କାର ଦୃତ ବୋଲର ଦିଲସାନଙ୍କୁ ସ୍ଥାନ ଦେଇଛି ।

ଦୀପାବଳି ପରେ ଭୁବନେଶ୍ବରରେ ବୃଦ୍ଧି ପାଇଛି ପ୍ରଦୂଷଣ

ଭୁବନେଶ୍ବର: ଦିଲ୍ଲୀ ଭଳି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରଦୂଷଣର ମାତ୍ରା ଅଧିକ। ଦୀପାବଳି ପରେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ପ୍ରଦୂଷଣ ବୃଦ୍ଧି ପାଇଛି। ଲିଙ୍ଗରାଜ ମନ୍ଦିରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩୯୦ ରେକର୍ଡ ହୋଇଛି । ସେହିପରି ପଟିଆ ଅଂଚଳରେ ଏକ୍ୟୁଆଇ ୩୬୯ ରହିଥିଲା । ସକାଳୁ ଭୁବନେଶ୍ବର ଆକାଶ ଧୂଆଁଳିଆ ଦେଖାଯାଉଛି। ବାଣ ଫୁଟାଇବା ପରେ ବାୟୁର ଗୁଣବତ୍ତା ହ୍ରାସ ପାଇଛି । ଆକାଶ ଧୂଆଁମୟ ହୋଇ ରହିଛଇ । ବାଣ ଫୁଟାଇବା ଦ୍ବାରା ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। କେବଳ ଭୁବନେଶ୍ବର ନୁହଁ, କଟକରେ ମଧ୍ୟ ପ୍ରଦୂଷଣ ମାତ୍ରା ବୃଦ୍ଧ ପାଇଥିଲା  ସିଡିଏ ଅଂଚଳରେ ଏକ୍ୟୁଆଇ ୩୪୪ ରେକର୍ଡ ହୋଇଥିଲା । ବାଲେଶ୍ବର କାଳୀଦାସପୁରରେ ବୂାୟୁର ଗୁଣବତ୍ତା ମାନ ୩୬୦, ହାକିମପଡ଼ା ଅନୁଗୁଳରେ ୩୧୫ରେକର୍ଡ ହୋଇଛି । ତେବେ ରାଉରକେଲାରେ ପ୍ରଦୂଷଣର ମାନ ସାମାନ୍ୟ କମ ରହିଛି । ରାଉରକେଲା ଫର୍ଟିଲାଇଜର ଟାଉନସିପରେ ଏକ୍ୟୁଆଇ ୨୦୬ ଏବଂ ରଘୁନାଥପଲ୍ଲିରେ ୨୩୭ ରେକର୍ଡ ହୋଇଛି । ବାରିପଦାରେ ବାୟୁର ଗୁଣବତ୍ତାମାନ ୨୯୯ ରେକର୍ଡ ହୋଇଛି ।

ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଭୁବନେଶ୍ବର: ଅଭିନେତ୍ରୀ ମୌସୁମୀ ନାୟକ ଗିରଫ। ମୌସୁମୀଙ୍କୁ ଗିରଫ କଲା ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ମୌସୁମୀଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି । ପୂର୍ବରୁ ମୌସୁମୀ ମଧ୍ୟ ବନସ୍ମିତାଙ୍କ ନାଁରେ ଚନ୍ଦକା ଥାନାରେ ଟଙ୍କା ଦେଣନେଣକୁ ନେଇ ଅଭିଯୋଗ କରିଥିଲେ।

ନିଜ କିର୍ତ୍ତୀମାନ ଦେଖିଲେ, ଷ୍ଟାଡିୟମରେ ବସି ହସିଲେ

ବାଙ୍ଗାଲୋର: ଚଳିତ ବିଶ୍ବକପରେ ଭାରତ ଦମଦାର ପ୍ରଦର୍ଶନ କରିବା ସହ ସେମିଫାଇନାଲରେ ପହଞ୍ଚିଛି। ରବିବାର ନେଦରଲାଣ୍ଡସ ବିପକ୍ଷରେ ଭାରତ ନିଜର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳି ୧୬୦ ରନରେ ବିଜୟ ହୋଇଛି । ଚଳିତ ବିଶ୍ବକପରେ ଭାରତ ଅପରାଜେୟ ହୋଇ ସେମିରେ ପ୍ରବେଶ କରିଛି । ରବିବାର ଖେଳାଯାଇଥିବା ମ୍ୟାଚ ସମୟରେ ଏକ ଭିଡିଓ ଷ୍ଟାଡିୟମରେ ଲାଗିଥିବା ସ୍କ୍ରିନରେ ଚାଲିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା କି, ରାହୁଲ ଦ୍ରାଭିଡଙ୍କ କିର୍ତ୍ତୀମାନ। ୧୯୯୯ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିବା ଦ୍ରାବିଡଙ୍କ ଭିଡିଓ ବାଙ୍ଗାଲୋରରେ ଦେଖିବାକୁ ମିଳିଥିଲା । ଏହାକୁ ଦେଖି ନିଜର ଖୁସିକୁ ରଖି ପାରିନଥିଲେ ରାହୁଲ ଦ୍ରାବିଡ୍ ।

୧୯୯୯ ବିଶ୍ବକପରେ ରାହୁଲ ଦ୍ରାବିଡ ଦମଦାର ପ୍ରଦର୍ଶନ କରିଥିବାବେଳେ ୨ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ରହିଥିଲା । ଏହି ପୁରୁଣା ସ୍ମୃତିକୁ ଦେଖିବା ପରେ ନିଜର ଖୁସିକୁ ରଖିପାରି ନଥିଲେ ରାହୁଲ ଦ୍ରାବିଡ୍ । ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ୟୁଜର୍ସମାନେ ବେଶ ପସନ୍ଦ କରୁଥିବାବେଳେ ସେୟାର ମଧ୍ୟ କରୁଛନ୍ତି । ସୂଚନା ଥାଉକି, ରାହୁଲ ଦ୍ରାଭିଡ ଏବେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଅଟନ୍ତି । ପୂର୍ବରୁ ତାଙ୍କ ଅଧିନାୟକତ୍ବରେ ଭାରତ ବହୁ ମ୍ୟାଚ ଜିତିଥିବାବେଳେ ଏବେ ସେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି। ପୂର୍ବରୁ ଯୁବ ଖେଳାଳିଙ୍କୁ କୋଚିଂ ଦେଇଥିବାବେଳେ ବହୁ ସଫଳତା ମଧ୍ୟ ଅର୍ଜନ କରିଛନ୍ତି।

୪୨ ହଜାର ଟଙ୍କାରେ ମିଳୁଛି iphone 14, ଆପଣଙ୍କୁ କେବଳ କରିବାକୁ ପଡିବ ଏହି କାମ 

ନୂଆଦିଲ୍ଲୀ: ଏବେ ଶସ୍ତାରେ ମିଳୁଛି iphone 14 । ଯଦି ଉପଭୋକ୍ତା ଆଇଫୋନ୍ କିଣିବାକୁ ଚାହୁଁଛନ୍ତି କିନ୍ତୁ ବଜେଟ୍ ସାଥ୍ ଦେଉନାହିଁ । ତେବେ ଦୁଃଖିତ ହୁଅନ୍ତୁ ନାହିଁ । ଆପଣ ମଧ୍ୟ କିଣିପାରିବେ ଆଇଫୋନ୍। କେବଳ ୪୨ ହଜାର ଟଙ୍କାରେ ମିଳୁଛି iphone । ଏଥିପାଇଁ ଗାହକଙ୍କୁ କୌଣସି ସ୍ଥାନକୁ ମଧ୍ୟ ଯିବାକୁ ପଡିବନାହିଁ ।

ଗ୍ରାହକମାନେ ବର୍ତ୍ତମାନ ଆଇଫୋନ୍ କିଣିବାର ସ୍ୱପ୍ନକୁ ପୂରଣ କରିପାରିବେ। ଏଥିପାଇଁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଆପଣଙ୍କ ବଜେଟ୍ ମଧ୍ୟରେ ଆଇଫୋନ୍ କିଣି ପାରିବେ। ଆମେ ଆପଣଙ୍କୁ କହିବୁ କି କିପରି ୪୨ ହଜାର ଟଙ୍କାରେ ଏକ ପ୍ରିମିୟମ୍ iphone ଫୋନ୍ କିଣି ହେବ।

ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଗ୍ରାହକମାନେ କେବଳ ୪୨ ହଜାର ଟଙ୍କାରେ ଆଇଫୋନ୍ 14 ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ ଏହି ପ୍ରକ୍ରିୟା ଅନୁସରଣ କରିବାକୁ ପଡିବ। ଆଇଫୋନ୍ 14ର ପ୍ରକୃତ ମୂଲ୍ୟ ରହିଛି ୬୯ ହଜାର ୯୦୦ଟଙ୍କା । ଯଦି ଆପଣ ଏହାକୁ ଫ୍ଲିପକାର୍ଟରେ କିଣୁଛନ୍ତି ତେବେ ୫୭ ହଜାର ଟଙ୍କାରେ ୧୭ ପ୍ରତିଶତ ରିହାତିରେ ପାଇ ପାରିବେ । ଏହି ଫୋନକୁ ଯଦି ଆହୁରି ଶସ୍ତା ମୂଲ୍ୟରେ କିଣିବାକୁ ଚାହୁଁଛନ୍ତି । ତେବେ ଫ୍ଲିପକାର୍ଟରେ ଉପଲବ୍ଧ ଥିବା ଏକ୍ସଚେଞ୍ଜ୍ ଅଫର ଦ୍ୱାରା ଏହାର ଲାଭ ଉଠାଇ ପାରିବେ । ଯଦି ଆପଣ ଏସବିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ କରନ୍ତି, ତେବେ ଆପଣ ଏଥିରେ ୧୦ ପ୍ରତିଶତ ରିହାତି ପାଇପାରିବେ ।

ବ୍ୟାଙ୍କ ଅଫର ବ୍ୟତୀତ, ଆପଣଙ୍କୁ ଏକ୍ସଚେଞ୍ଜ ଅଫରର ମଧ୍ୟ ଲାଭ ମିଳିବ। ଫ୍ଲିପକାର୍ଟରେ ଏହି ଅଫର ଉପଲବ୍ଧ ରହିଛି । ଗ୍ରାହକମାନେ ଏହାର ଲାଭ ଉଠାଇପାରିବେ ଏବଂ ଆଇଫୋନ୍ 14 କୁ ମାତ୍ର ୪୨ ହଜାର ଟଙ୍କାରେ କିଣିପାରିବେ ।

‘ଆଇସିସି ହଲ୍ ଅଫ୍ ଫେମ୍’ରେ ସାମିଲ ହେଲେ କିମ୍ବଦନ୍ତୀ କ୍ରିକେଟର୍ ବିରେନ୍ଦ୍ର ସେହଓ୍ୱାଗ

ନୂଆଦିଲ୍ଲୀ :  ପୂର୍ବତନ ଇଣ୍ଡିଆ ଟିମ୍ କ୍ରିକେଟର ବିରେନ୍ଦ୍ର ସେହଓ୍ୱାଗଙ୍କୁ ବଡ଼ ସମ୍ମାନ । ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ହଲ୍ ଅଫ୍ ଫେମ୍‌ରେ ସ୍ଥାନ ପାଇଛନ୍ତି ଭାରତୀୟ କିମ୍ବଦନ୍ତି କ୍ରିକେଟର୍ ଡାଏନା ଇଦୁଲଜି, ବିରେନ୍ଦ୍ର ସେହବାଗ ଓ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ଅରବିନ୍ଦ ଡି’ସିଲ୍ଭା  । ଏମାନଙ୍କୁ ଔପଚାରିକ ଭାବେ ହଲ୍ ଅଫ୍ ଫେମରେ ଆସନ୍ତା ୧୫ ତାରିଖରେ ସାମିଲ କରାଯିବ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ବକପ୍ ସେମିଫାଇନାଲ୍ ଅବସରରେ ଏହି ତିନିଜଣଙ୍କୁ ଆଇସିସି ବିଶେଷ ଭାବେ ସମ୍ମାନିତ କରିବ ବୋଲି ଜଣାପଡ଼ିଛି।

ପୂର୍ବତନ ଇଣ୍ଡିଆ ଟିମ୍ କ୍ରିକେଟର ବିରେନ୍ଦ୍ର ସେହଓ୍ୱାଗ ଦୁନିଆର ସବୁଠାରୁ ଆଟାକିଂ ଓପନିଂ ବ୍ୟାଟ୍ସମ୍ୟାନ୍ ମଧ୍ୟରେ ପରିଗଣିତ ହୁଅନ୍ତି । ଏମିତି ବି କୁହାଯାଇପାରିବ କି ସେ ହିଁ ଟେଷ୍ଟ କ୍ରିକେଟ୍ ମ୍ୟାଚରେ ନିର୍ଭୟରେ ଖେଳିବାର ଅନ୍ଦାଜ ଶିଖାଇଛନ୍ତି । ସେ ନିଜ କ୍ୟାରିୟରରେ ଅନେକ ସ୍ମରଣୀୟ ମ୍ୟାଚ୍ ଖେଳିଛନ୍ତି । ମୁଲତାନରେ ପାକିସ୍ତାନ ବିପକ୍ଷରେ କରିଥିବା ୩୦୯ ରନର ଇନିଂସ କିଏ ବା ଭୁଲିପାରିବ  । ଏହି ଚମତ୍କାର ଇନିଂସ ପରେ ସେହଓ୍ବାଗ ମୁଲତାନର ସୁଲତାନ ଭାବେ ପରିଚିତ ହୋଇଥିଲେ ।  ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ବିରେନ୍ଦ୍ର ସେହଓ୍ୱାଗଙ୍କୁ ଦିଆଯାଇଛି ଏହି ବଡ଼ ସମ୍ମାନ  ।

ଆଇସିସି ପକ୍ଷରୁ ସେହଓ୍ୱାଗଙ୍କୁ ‘ହଲ୍ ଅଫ୍ ଫେମ୍’ରେ ସାମିଲ କରାଯାଇଛି । ସେହଓ୍ବାଗଙ୍କ ଛଡା ଭାରତୀୟ ମହିଳା ଟମର ପୂର୍ବ ଖେଳାଳି ଡାଏନା ଇଦୁଲଜି ଏବଂ ଶ୍ରୀଲଙ୍କାର କିମ୍ୱଦନ୍ତୀ କ୍ରିକେଟର୍ ଅରବିନ୍ଦ ଡି’ସିଲ୍ଭା  ମଧ୍ୟ ହଲ୍ ଅଫ ଫେମରେ ସ୍ଥାନ ପାଇଛନ୍ତି । ଏହା ସହିତ ହଲ୍ ଅଫ ଫ୍ରେମରେ ଅନ୍ତର୍ଭୁକ୍ତ ମୋଟ ଖେଳାଳିଙ୍କ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି ।

ବିରେନ୍ଦ୍ର ସେହଓ୍ୱାଗ  ଏବଂ  ଡାଏନା ଇଦୁଲଜିଙ୍କ ପୂର୍ବରୁ ୭ ଜଣ ଭାରତୀୟ ଖେଳାଳି ଏହି ସମ୍ମାନ ମିଳିଛି । ୨୦୨୧ରେ ବୀନୁ ମାନକଡ୍ ଏହି ତାଲିକାରେ ସ୍ଥାନ ପାଇଥିଲେ  । ସହିପରି ଜୁଲାଇ ୨୦୧୯ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଏହି ସମ୍ମାନ ମିଳିଥିଲା  । ୨୦୧୮ରେ ରାହୁଲ ଦ୍ରାବିଡ଼ ଏବଂ ୨୦୧୫ରେ ଅନିଲ କୁମ୍ବଲେଙ୍କ ଏହି ମମ୍ମାନ ଦିଆଯିଇଥିଲା । ବିଶନ ସିଂ ବେଦୀ ଏବଂ ସୁନୀଲ ଗାବାସ୍କରଙ୍କୁ ୨୦୦୯ରେ ନୂଆକରି ଆରମ୍ଭ ହୋଇଥିବା ‘ ଆଇସିସି କ୍ରିକେଟ୍ ହଲ୍ ଆଫ୍ ଫେମ୍’ରେ ଏହି ସମ୍ମାନରେ ସାମିଲ କରାଯାଇଥିଲା  । ୨୦୧୦ରେ କପିଲ ଦେବଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ସେହଓ୍ୱାଗଙ୍କ ଅନ୍ତର୍ଜାତୀୟ ରେକର୍ଡ :

ବିରେନ୍ଦ୍ର ସେହଓ୍ୱାଗ ମୋଟ୍ ୧୦୪ଟି ଟେଷ୍ଟ ମ୍ୟାଚରେ ୮,୫୮୬ ରନ୍ ସ୍କୋର କରିଛନ୍ତି ,  ଯେଉଁଥିରେ ମୋଟ୍ ୨୩ଟି ଶତକ ରହିଛି । ସେ ସାଉଥଆଫ୍ରିକା ବିପକ୍ଷରେ ଖେଳିଥିବା ଏକ ମାଚରେ ସର୍ବାଧିକ ୩୧୯ ରନ୍ ହାସଲ କରିଥିଲେ  । ସେ ଦୁଇଟି ଟ୍ରିପଲ୍ ଶତକ ହାସଲ କରିଥିବା  ଏକମାତ୍ର ଭାରତୀୟ ଖେଳାଳି ଅଟନ୍ତି । ଯଦି ଆମେ ଓ୍ବାନ୍ ଡେ ଇଣ୍ଟରନ୍ୟାଶନାଲ୍ ମ୍ୟାଚ କଥା କହିବା, ତେବେ ସେହଓ୍ୱାଗ ୧୫ଟି ଶତକ ଏବଂ ୩୮ଟି ଅର୍ଦ୍ଧଶତକ ହାସଲ କରି ୮୨୮୩ ରନ୍ ବନାଇଥିଲେ ।  ଏହା ଛଡା ଓ୍ୱାନ ଡେ ଇଣ୍ଟରନ୍ୟାସନାଲରେ ସେ ହାଇସ୍କୋରରେ ୨୧୯ ରନ୍ କରିଥିଲେ । ଏହା ଛଡା ୨୦୧୯ ଟି୨୦ ଇଣ୍ଟରନ୍ୟାସନାଲରେ ସେହଓ୍ବାଗଙ୍କ ନାରେ ୩୯୪ ରନ୍ ମଧ୍ୟ ସାମିଲ ରହିଛି ।

 

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ। ପରିକ୍ରମା ପ୍ରକଳ୍ପର ଉଦଘାଟନ ପରେ ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି କରିବାକୁ ଲକ୍ଷ୍ୟ ରହିଛି।

ପ୍ରତିଦିନ ସ୍ୱତନ୍ତ୍ର ସମୟରେ ଏହି ଦର୍ଶନ ବ୍ୟବସ୍ଥା କରାଯିବ। ଛତିଶା ନିଯୋଗ ଓ ପରିଚାଳନା କମିଟିର ଅନୁମୋଦନ ନିଆଯାଇ ଦିବ୍ୟାଙ୍ଗଙ୍କୁ ଏହି ଦର୍ଶନ ବ୍ୟବସ୍ଥାରେ ସାମିଲ କରାଯିବ। ପ୍ରକଳ୍ପରେ ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ ନିର୍ମାଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

ଗାଜା ହସ୍ପିଟାଲରେ ନାହିଁ ବିଜୁଳି ପାଣି, ଚିକିତ୍ସା ଅପେକ୍ଷାରେ ଶହ ଶହ ରୋଗୀ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ୍- ହମାସ ଯୁଦ୍ଧ ମଧ୍ୟରେ ଗାଜାର ସର୍ବବୃହତ ହସପିଟାଲ ଠପ୍। ବିଜୁଳି ଓ ପାଣି ବିନା ହସପିଟାଲରେ ଚିକିତ୍ସା ସମ୍ଭବ ହେଉନି। ଯୁଦ୍ଧ ମଧ୍ୟରେ ଶହ ଶହ ରୋଗୀ ଚିକିତ୍ସା ଅପେକ୍ଷାରେ ସେଠାରେ ଫସି ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ସୂଚନା ଦେଇଛି।

ଗାଜାର ମୋଟ୍ ୩୬ଟି ହସପିଟାଲରୁ ୨୦ଟିରେ ଚିକିତ୍ସା ବ୍ୟବସ୍ଥା ଠପ୍ ରହିଛି। ଉତ୍ତର ଗାଜାରେ ଇସ୍ରାଏଲି ସେନା ହସପିଟାଲ ଗୁଡ଼ିକୁ ଘେରି ରହିଛନ୍ତି। ୩ହଜାରରୁ ଅଧିକ ରୋଗୀ, ହସପିଟାଲ କର୍ମଚାରୀ ଆବଶ୍ୟକ ଇନ୍ଧନ, ପାଣି ଓ ଖାଦ୍ୟ ଅଭାବରେ ରହିଛନ୍ତି । ବିଜୁଳି ସମସ୍ୟା ପାଇଁ ୨ଜଣ ନବଜାତ ପ୍ରାଣ ହରାଇଥିବା ବେଳେ ଅନେକ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଆଖପାଖ ଅଞ୍ଚଳରେ ଯୁଦ୍ଧ ଚାଲିଥିବା ବେଳେ ଅଲ୍-ସିଫା ହସପିଟାଲରେ ଅନେକ ଲୋକ ଶରଣ ନେଇଛନ୍ତି। ହସପିଟାଲଗୁଡ଼ିକୁ ନିଜ ଅପରେସନ୍ ପାଇଁ ହମାସ ବ୍ୟବହାର କରୁଥିବା ଇସ୍ରାଇଲ୍ ସେନା ବାରମ୍ବାର ଅଭିଯୋଗ କରିଛି। ଆହତଙ୍କୁ ଅସ୍ତ୍ର କରି ହମାସ କମାଣ୍ଡ ସେଣ୍ଟର ଚଳାଉଥିବା ଅଭିଯୋଗ ହୋଇଛି। ତେଣୁ ଅଲ୍-ସିଫା ହସପିଟାଲରେ ହମାସର କମାଣ୍ଡ ସେଣ୍ଟର ଘେରିଛି ଇସ୍ରାଏଲ୍ ସେନା। ଏଥିସହ ଗୋଟିଏ ଦିନରେ ୧୫୦ରୁ ଅଧିକ ଆତଙ୍କୀଙ୍କୁ ମାରିଥିବା ସୂଚନା ମିଳିଛି।

‘ଚାରି ହାତ ବିଶିଷ୍ଟ ଲକ୍ଷ୍ମୀ କେମିତି ଜନ୍ମ ହେଲେ ?’ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ

ନନ୍ଦିଘୋଷ ବ୍ୟୁରୋ :  ପୁଣି ଥରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ସମାଜବାଦୀ ପାର୍ଟି ନେତା ପ୍ରସାଦ ମୌର୍ଯ୍ୟ । ଏଥର ସେ ମାତା ଲକ୍ଷ୍ମୀଙ୍କୁ ନେଇ ଦେଇଛନ୍ତି ଏକ ବିବାଦୀୟ ମନ୍ତବ୍ୟ ଯାହାକୁ ନେଇ ଅନେକ ମହଲରୁ ତାଙ୍କୁ ନିନ୍ଦା କରାଯାଉଛି । ସେ କହିଛନ୍ତି କି , ଚାରିହାତ, ଆଠ ହାତ, ଦଶ ହାତ, କୋଡିଏ ହାତ ଅବା ହଜାର ହାତ ବିଶିଷ୍ଟ ଶିଶୁ ଆଜି ଯାଏଁ ଜନ୍ମ ହୋଇନାହାନ୍ତି , ତେବେ ଚାରି ହାତ ବିଶିଷ୍ଟ ଲକ୍ଷ୍ମୀ କିପରି ଜନ୍ମ ହେଲେ?

ନିଜର ବିବାଦୀୟ ମନ୍ତବ୍ୟ ଦ୍ୱାରା ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ନେତା ପୁଣି ଥରେ ହିନ୍ଦୁ ଦେବା ଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଦିପାବଳୀ ଅବସରରେ କିଛି ଫେଟୋ ପୋଷ୍ଟ କରିଛନ୍ତି  । ଯେଉଁଥିରେ ସେ ନିଜ ସ୍ତ୍ରୀଙ୍କୁ ଟିକା ଲଗାଉଥିବା ଦେଖିବାକୁ ମିଳିଛି ।

ଫଟୋ ପୋଷ୍ଟ ସହ ସେ ସେଥିରେ ଲେଖିଛନ୍ତି , ‘ଦୀପୋତ୍ସବ ଅବସରରେ ତାଙ୍କ ପତ୍ନୀଙ୍କୁ ପୂଜା ଓ ସମ୍ମାନ ଦେବାବେଳେ ସେ କହିଥିଲେ ଯେ, ସମଗ୍ର ବିଶ୍ୱର ପ୍ରତ୍ୟେକ ଧର୍ମ,ଜାତି,ରଙ୍ଗ,ବର୍ଣ୍ଣରେ ଏବଂ ଦେଶରେ ଜନ୍ମିତ ଶିଶୁ ଦୁଇଟି ହାତ,ଦୁଇଟି ପାଦ, ଦୁଇଟି କାନ, ଦୁଇ ଆଖି, ଦୁଇ ଛିଦ୍ର ବିଶିଷ୍ଟ ନାକ ସହିତ ଗୋଟିଏ ମୁଣ୍ଡ, ପିଠି ଏବଂ ପେଟ ବିଶିଷ୍ଟ ହୋଇଥାଏ । ତାହେଲେ ଚାରି ହାତ, ଆଠ ହାତ, ଦଶ ହାତ, କୋଡିଏ ହାତ ବା ହଜାର ହାତ ବିଶିଷ୍ଟ ଶିଶୁ ଆଜି ଯାଏଁ ଜନ୍ମ ହୋଇ ନାହିଁ । ତେବେ ଚାଣି ହାତ ବିଶିଷ୍ଟ ଲକ୍ଷ୍ମୀ କିପରି ଜନ୍ମ ହେଲେ ? ଯଦି ଆପଣ ଦେବୀଲକ୍ଷ୍ମୀଙ୍କ ପୂଜା କରିବାକୁ ଚାହୁଁଛନ୍ତି ,ତେବେ ଆପଣ ନିଜ ସ୍ତ୍ରୀକୁ ପୂଜା ଏବଂ ସମ୍ମାନ କରନ୍ତୁ ଯିଏ ପ୍ରକୃତ ଅର୍ଥରେ ଦେବୀ, କାରଣ ସେ ତୁମ ପରିବାରର ପୋଷଣ, ସୁଖ-ସମୃଦ୍ଧି, ଖାଦ୍ୟ-ପେୟ ଆଦି ବୁଝିବା ସହ ଅତି ନିଷ୍ଠାର ସହ ସେ ଦାୟିତ୍ୱ ତୁଲାଇଥାନ୍ତି ।’