spot_img
Home Blog Page 2559

ଗାଜାରେ ଦୈନିକ ୪ ଘଣ୍ଟା ହେବ ଯୁଦ୍ଧ ବିରତି; ବିରାମ ପାଇଁ ଇସ୍ରାଏଲର ସହମତି

ନନ୍ଦିଘୋଷ ବ୍ୟୁରୋ : ଗାଜାରେ ଦୈନିକ ୪ ଘଣ୍ଟା ହେବ ଯୁଦ୍ଧ ବିରତି । ଯୁଦ୍ଧରେ ବିରାମ ପାଇଁ ସହମତି ପ୍ରକାଶ କରିଛି ଇସ୍ରାଏଲ । ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ସୁରକ୍ଷିତ ପଳାୟନ ପାଇଁ ୪ ଘଣ୍ଟା ଯୁଦ୍ଧରେ ବିରାମ ଲଗାଯିବ । ଏହି ସମୟରେ ଗାଜାରେ ମାନବୀୟ ସହାୟତାକୁ ତ୍ବରାନ୍ବିତ କରାଯିବ । ଏବେ ଗାଜାକୁ ଘେରାବନ୍ଦୀ କରି ଘମାଘୋଟ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ସେପଟେ ଲେବାନନରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି । ହେଜବୋଲ୍ଲା ଆତଙ୍କବାଦୀ ଆଡ୍ଡା ଉପରେ ଇସ୍ରାଏଲ ହମଲା ଜାରି ରଖିଛି ।

ଆତଙ୍କବାଦୀଙ୍କ ଆଡ୍ଡା ଧ୍ବଂସ କରିଛି ଇସ୍ରାଏଲର ଫାଇଟର ଜେଟ୍ । ହମାସର ଅଧୀନରେ ଥିବା ଅଞ୍ଚଳ ଘେରାବନ୍ଦୀ । ଉତ୍ତରାଞ୍ଚାଳ ଗାଜାର ଏହି ଅଞ୍ଚଳକୁ କବଜା କରିଛି ଇସ୍ରାଏଲ । ସେପଟେ ଦକ୍ଷିଣ ୟୁନିସରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି ରହିଛି । କେବଳ ଗୋଟିଏ ଦିନରେ ଗାଜା ଛାଡିଛନ୍ତି ପ୍ରାୟ ୫୦ ହଜାର ଲୋକ । ବର୍ତ୍ତମାନ ସୁଦ୍ଧା ୧୦ ହଜାର ୫୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଶିଶୁ ଅଛନ୍ତି ୪ ହଜାର ୩୦୦ । ସେପଟେ ଗାଜାର ହସ୍ପିଟାଲଗୁଡିକୁ ନିଜର ସୈନ୍ୟଙ୍କ ଲାଗି ହମାସ ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛି ଇସ୍ରାଏଲ ।

ଗାଁ ଲୋକଙ୍କୁ ବିକାଶର ଗ୍ୟାରେଣ୍ଟି, ଆଜି ଆଉ ତିନି ଜିଲ୍ଲାରେ ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା

କୋରାପୁଟ : ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ସହ ପ୍ରତି ପୂଜାସ୍ଥଳୀର ହେଉଛି ବିକାଶ । ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରୁଛି ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କ ଏହି ଐତିହାସିକ ଗ୍ରାମାଭିମୂଖୀ ଯୋଜନାରେ ଆଜି ସାମିଲ ହେବ ଆଉ ତିନୋଟି ଜିଲ୍ଲା । କୋରାପୁଟ, ନୂଆପଡ଼ା ଓ ଯାଜପୁରରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନୋଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ୩୪୧ କୋଟି ଟଙ୍କା ଭେଟିଦେବେ ମୁଖ୍ୟମନ୍ତ୍ରୀ ।

କୋରାପୁଟରେ ୧୨୦କୋଟି ଟଙ୍କା ବ୍ୟୟରେ ୩ ହଜାର ୮୭ଟି ପ୍ରକଳ୍ପ ନିର୍ମାଣ ହେବାକୁ ଥିବାବେଳେ ନୂଆପଡ଼ାରେ ୬୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୧ହଜାର ୭୬୫, ଯାଜପୁର ଜିଲ୍ଲାରେ ୧୫୫କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୪ ହଜାର ୧୦୯ଟି ପ୍ରକଳ୍ପ ନିର୍ମାଣ କରାଯିବ । ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା । ରାଜ୍ୟରେ ସବୁ ଗାଁର ବିକାଶ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଗାଁରେ ଲୋକଙ୍କୁ ମିଳୁଛି ବିକାଶର ଗ୍ୟାରେଣ୍ଟି ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରତି ପୂଜାସ୍ଥଳୀର ବିକାଶ କରାଯାଉଛି । ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍ ସଂଯୋଗ, ବିଜ୍ଞାନ ପାର୍କ, ଦକ୍ଷତା ବିକାଶ କେନ୍ଦ୍ର , ବ୍ୟାଙ୍କିଙ୍ଗ ସୁବିଧା ଆଦି ଯୋଗାଇ ଦେଇ ସବୁ ବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି ।

ପାଗରେ ଆସିଲା ପରିବର୍ତ୍ତନ, ବାୟୁ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ :  ବାୟୁ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି । ଦିଲ୍ଲୀର ପାଗରେ ଆସିଲା ପରିବର୍ତ୍ତନ । କିଛି ସ୍ଥାନରେ ହାଲୁକା ବର୍ଷା ପରେ ଦିଲ୍ଲୀବାସୀ ପ୍ରଦୂଷଣରୁ ଆଶ୍ବସ୍ତ । ଦିଲ୍ଲୀ ନୋଏଡ଼ାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଫଳରେ ରାଜଧାନୀବାସିନ୍ଦା ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି । ବର୍ଷା ପରେ AQI ୪ ଶହରୁ ହ୍ରାସ ପାଇ ୧୦୦ରେ ପହଞ୍ଚିଛି ।

ରାଜଧାନୀ ଦିଲ୍ଲୀରେ ଗତ ୭ଦିନ ହେଲା ଧୂଆଁର ଚାଦର ଘେରି ରହିଥିଲା । ବାୟୁର ଗୁଣବତ୍ତା ମାନ ଅତି ଖରାପ ସ୍ଥିତିରେ ପହଞ୍ଚିଥିଲା । ଗତକାଲି ଏୟାର କ୍ବାଲିଟି ଇଣ୍ଡେକ୍ସ ହାରାହାରି ୩୯୮ ରେକର୍ଡ ହୋଇଥିଲା । ପ୍ରଦୂଷଣର ମୁକାବିଲା ଲାଗି କୃତ୍ରିମ ବର୍ଷା କରିବାକୁ ଯୋଜନା କରିଥିଲେ ଦିଲ୍ଲୀ ସରକାର । ଆସନ୍ତା ୨୦ ଏବଂ ୨୧ ତାରିଖରେ କାନପୁର ଆଇଆଇଟି ସହାୟତାରେ କୃତ୍ରିମ ବର୍ଷା ଯୋଜନା ରହିଥିଲା । ତେବେ ଗତକାଲି ରାତିରେ ହାଲୁକା ବର୍ଷା ବର୍ଷା ଫଳରେ ପ୍ରଦୂଷଣ ମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ।

ଆମେରିକାର ଦୁଇ ହାଇପ୍ରୋଫାଇଲ ସଚିବଙ୍କ ସହ ଆଜି ଟୁ ପ୍ଲସ ଟୁ ଆଲୋଚନା

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଅସ୍ଥିରତା ମଧ୍ୟରେ ଆମେରିକାର ଦୁଇ ହାଇପ୍ରୋଫାଇଲ ସଚିବଙ୍କ ଭାରତ ଗସ୍ତ । ପଞ୍ଚମ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ଲାଗି କ୍ଷେତ୍ର ପ୍ରସ୍ତୁତ । ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଓ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନଙ୍କ ସହ ଆଲୋଚନା କରିବେ ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ. ଜୟଶଙ୍କର ।

ଚାରି ନେତାଙ୍କ ମଧ୍ୟରେ ସାମ୍ପ୍ରତିକ ଆଞ୍ଚଳିକ ସମସ୍ୟା, ବହୁମୁଖୀ ସମ୍ପର୍କ ଆଦି ପ୍ରସଙ୍ଗରେ ହେବ ଆଲୋଚନା । ଏହା ସହ ନିରାପତ୍ତା ପ୍ରସଙ୍ଗରେ ବି ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ । ଏହି ମାସରେ ବ୍ଲିଙ୍କେନ ଇସ୍ରାଏଲ, ଜୋର୍ଡାନ, ଜାପାନ, ସାଉଥକୋରିଆ ଗସ୍ତ କରିବା ସହ ଭାରତ ଆସିବେ । ମଧ୍ୟପ୍ରାଚ୍ୟ ଗସ୍ତ କାଳରେ ବ୍ଲିଙ୍କେନ ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ବିଭିନ୍ନ ରାଷ୍ଟ୍ର ସହ ଆଲୋଚନା କରିଥିଲେ । ଜାପାନରେ ଅନୁଷ୍ଠିତ ଗ୍ରୁପ ୭ ସମ୍ମିଳନୀ ପରେ ଭାରତ ଆସିବେ ବ୍ଲିଙ୍କେନ । ଶେଷ ଥର ଲାଗି ୨୦୧୮ରେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିଲା ୨+୨ ଆଲୋଚନା । ଏହି ସମ୍ମିଳନୀ ଲାଗି ୯ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ଅଷ୍ଟିନ ।

ଥରାଇଲାଣି ଶୀତ , ୧୦ ଡିଗ୍ରୀ ତଳେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା

ଭୁବନେଶ୍ୱର : ୧୦ ଡିଗ୍ରୀ ତଳେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ଏହାର ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୬ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ରହିବ । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହିତ ହେଉଛି । ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି । ଜି.ଉଦୟଗିରି, କୋରାପୁଟ, ସେମିଳିଗୁଡା, ଫୁଲବାଣୀ, ଦାରିଙ୍ଗବାଡି, କିରେଇ, କେନ୍ଦୁଝରରେ ଅଧିକ ଶୀତ ଅନୁଭୂତ ହେଉଛି । ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ ୨୦ ଡିଗ୍ରୀ ତଳେ ରହିଛି ତାପମାତ୍ରା । ୧୪ ତାରିଖ ପରେ ଶୀତ ଆହୁରି ବଢିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଦୀପାବଳିରେ ପାଗ ଅନୁକୂଳ ରହିବ । ବର୍ଷା ହେବାର ଆଶଙ୍କା ନାହିଁ ।

ଆଜି ପବିତ୍ର ଧନତେରାସ : ଗହଣା ଦୋକାନରେ ସ୍ପେଶାଲ ଅଫର୍

ଆଜି ପବିତ୍ର ଧନତେରାସ । କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରାଯାଏ । ଏହାକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହି ଦିବସକୁ ପାଳନ କରାଯାଏ ।

ଆଜିର ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ମୁଖ୍ୟ ଦ୍ବାରକୁ ସୁନ୍ଦର କରି ମାଆଙ୍କୁ ସ୍ବାଗତ କରାଯାଏ । କିଛି ମୂଲ୍ୟବାନ ଜିନିଷ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି । ଧନତେରାସରେ ସୁନା କିଣିଲେ ଘରକୁ ଭାଗ୍ୟଦେବୀ ଆସନ୍ତି ବୋଲି ବିଶ୍ବାସ ରହିଛି । ଏଣୁ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି ।

ଆଜି ମାଣ୍ଡିଆ ଦିବସ ପାଳୁଛି ଓଡ଼ିଶା , ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମାଣ୍ଡିଆ ଦିବସ । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ଯ୍ୟକାରୀ ହେଉଛି । ପୋଷକ ତତ୍ତ୍ବରେ ଭରପୁର ରହିଛି ମାଣ୍ଡିଆ । ମାଣ୍ଡିଆକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ସହ ପୂରା ବିଶ୍ବରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମାଣ୍ଡିଆ ଦିବସ ପାଳନ କରୁଛି ଓଡ଼ିଶା ।

ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ଚାଉଳ ଓ ଗହମ ଭଳି ୧୫ଟି ଜିଲ୍ଲାରେ ରାସନରେ ମାଣ୍ଡିଆ ପ୍ରଦାନ କରାଯାଉଛି । ଏହାସହ ପ୍ରତି ଥାଳିରେ ମାଣ୍ଡିଆକୁ ବ୍ୟବହାର କରିବା ପାଇଁ ସ୍କୁଲର ମଧ୍ୟାହ୍ନଭୋଜନ, ଡାକ୍ତରଖାନା କ୍ୟାଣ୍ଟିନ, ସରକାରୀ କାର୍ଯ୍ୟାଳୟ ଓ ବୈଠକ, ହୋଟେଲ ମାନଙ୍କରେ ମାଣ୍ଡିଆକୁ ସାମିଲ କରାଯାଉଛି । ପୋଷକତତ୍ତ୍ବରେ ଭରା ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରି ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି ।

ଅନ୍ତର୍ଜାତୀୟ ସମ୍ମିଳନୀର ଆଜି ଦ୍ବିତୀୟ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ଏସଏଚଜି ଏସଏମଇରେ ରୂପାନ୍ତରିତ ହେବାରେ କିଭଳି ମାଣ୍ଡିଆ ଉପଯୋଗୀ ହୋଇଛି ସେନେଇ ଆଲୋଚନା କରାଯିବ । ରାଉଣ୍ଡଟେବୁଲ ବୈଠକରେ ମାଣ୍ଡିଆକୁ ବିଶ୍ବରେ ପହଞ୍ଚାଇବାକୁ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯିବ । ସେହିପରି ମାଣ୍ଡିଆକୁ ନେଇ କିପରି ଷ୍ଟାର୍ଟଅପ କରାଯାଇପାରିବ ସେନେଇ ମାନସମନ୍ଥନ କରାଯିବ । ପରିଶେଷରେ ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ୨୦୧୭ ମସିହାରେ ଓଡ଼ିଶାରେ ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ୨୦୨୩କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି ।

ରାଜ୍ୟବାସୀଙ୍କୁ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ପାରମ୍ପରିକ ଖାଦ୍ୟ ଭାବେ ମାଣ୍ଡିଆର ଅନେକ ମହତ୍ବ ରହିଛି। ଏଥିରେ ଥିବା ପୁଷ୍ଟିତତ୍ତ୍ଵର ତୁଳନା ନାହିଁ। ଦୈନନ୍ଦିନର ଖାଦ୍ୟରେ ଏହାର ବ୍ୟବହାର, ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ବେଶ ହିତକର। ଏଦିଗରେ ସଚେତନ ହୋଇ ଖାଦ୍ଯ ଶୃଙ୍ଖଳାରେ ମାଣ୍ଡିଆର ବହୁଳ ବ୍ୟବହାର ନେଇ ‘ମାଣ୍ଡିଆ ଦିବସ’ରେ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ସେହିପରି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଣବ କହିଛନ୍ତି, ଖାଇଲେ ମାଣ୍ଡିଆ, ରହିବା ବଢିଆ। କ୍ଷେତରୁ ଆମ ଖାଦ୍ୟଥାଳିରେ ମିଲେଟସକୁ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରି ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ମାଣ୍ଡିଆ ଦିବସରେ ଶପଥ ନେବାକୁ ସେ ଆହ୍ବାନ ଦେଇଛନ୍ତି ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ମାଣ୍ଡିଆଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମସ୍ତେ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟକୁ ନିତିଦିନିଆ ଖାଦ୍ୟରେ ସ୍ଥାନ ଦେବା ଏବଂ ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦେବାକୁ ସେ ଆହ୍ବାନ ଦେଇଛନ୍ତି । ସମସ୍ତେ ମିଳିତ ହୋଇ ସଂକଳ୍ପ ନେଇ ଖାଦ୍ୟରେ ପୁଷ୍ଟିକର ଓ ଜଳବାୟୁ ଉପଯୋଗୀ ମିଲେଟକୁ ସାମିଲ କରି ଏକ ସୁସ୍ଥ ସମାଜ ସହ ଚାଷୀଙ୍କ କଲ୍ୟାଣ ଓ ଚିରସ୍ଥାୟୀ ପୃଥିବୀ ଗଠନ ଦିଗରେ ଆଗକୁ ବଢ଼ିବା ବୋଲି ରଣେନ୍ଦ୍ର କହିଛନ୍ତି ।

ଆସନ୍ତା ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ବାରା ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏନେଇ ରାଷ୍ଟ୍ରପତିଙ୍କ ଭବନ ତରଫରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଆସନ୍ତା ୨୭ ତାରିଖ ସକାଳ ୧୦ଟାରୁ ଏହି ଉତ୍ସବରେ ଯୋଗଦେବେ । ଓଡ଼ିଆ ଜାତିର ଅନନ୍ୟ ପରମ୍ପରା, ସାଧବ ପୁଅଙ୍କର ବୀରତ୍ୱର ଗାଥା ବହନ କରୁଥିବା ଏହି ବୋଇତ ବନ୍ଦାଣ ଉତ୍ସବ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ପ୍ରତିବର୍ଷ ପାଳନ କରନ୍ତି।

ଜାଣନ୍ତୁ ଡିଜିଟାଲରେ ସୁନା କିଣିଲେ କ’ଣ ପାଇବେ ଫାଇଦା?

ଭୁବନେଶ୍ବର: ବର୍ତ୍ତମାନ ଲୋକମାନେ ସୁନା କିଣିବା ପାଇଁ ଡିଜିଟାଲ୍ ପଦ୍ଧତି ଗ୍ରହଣ କରୁଛନ୍ତି । ଡିଜିଟାଲ ସୁନାର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆପଣଙ୍କ ମୋବାଇଲରୁ ଡିଜିଟାଲ ସୁନା ମଧ୍ୟ କ୍ରୟ କରାଯାଇପାରିବ । ଡିଜିଟାଲ୍ ସୁନା କିଣିବାକୁ ହେଲେ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ ଏବଂ ଘରେ ବସି ଡିଜିଟାଲ୍ ସୁନା କିଣାଯାଇପାରିବ । ଡିଜିଟାଲ୍ ସୁନା କିଣିବାର ଅନେକ ଲାଭ ରହିଛି, ଏଥିରେ ଲୋକମାନଙ୍କୁ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟର ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ । ଯଦି ଆପଣ ଏହି ଧନ୍ତେରସକୁ ଡିଜିଟାଲ୍ ସୁନା କିଣିବାକୁ ଚାହାଁନ୍ତି, ତେବେ ଆପଣ ଏହାର ଲାଭ ମଧ୍ୟ ଜାଣିବା ଉଚିତ୍ ।

ଡିଜିଟାଲ୍ ସୁନା କିଣିବାର ଲାଭ:

– ଏହାକୁ ସହଜରେ କିଣାଯାଇପାରିବ। ଆପଣ ଏହାକୁ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ କିଣି ପାରିବେ ।

-ଡିଜିଟାଲ୍ ସୁନା କିଣିବାକୁ ହେଲେ ଡିଜିଟାଲ୍ ସୁନା ବିକ୍ରୟ କରୁଥିବା ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଯେପରିକି ପେଟିଏମ୍, ଫୋନ୍ ପେ ଇତ୍ୟାଦି ଡିଜିଟାଲ ସୁନା ବିକ୍ରି କରନ୍ତି ।

-ଆପଣ ୧ ଟଙ୍କାରେ ମଧ୍ୟ ଡିଜିଟାଲ୍ ସୁନା କିଣି ପାରିବେ । ଡିଜିଟାଲ୍ ସୁନା କିଣିବାର କୌଣସି ସୀମା ନାହିଁ, ଆପଣ ନିଜ ଇଚ୍ଛା ଅନୁସାରେ ଏହାକୁ କିଣିପାରିବେ ।

-ଡିଜିଟାଲ ସୁନା କିଣିଲେ ଏହାକୁ ରଖିବା ପାଇଁ କିଛି ଅସୁବିଧା ହୋଇନଥାଏ କାରଣ ଡିଜିଟାଲ ସୁନା ବିକ୍ରି କରୁଥିବା କମ୍ପାନୀ ନିଜେ ଏହି ସୁନାକୁ ଷ୍ଟୋର କରି ରଖିଥାଏ ।

-ଡିଜିଟାଲ୍ ସୁନା ଶୁଦ୍ଧ ହୋଇଥାଏ । ଏଭଳି ପରିସ୍ଥିତିରେ ଏହା ନକଲି ହେବାର କୌଣସି ଚାନ୍ସ ନାହିଁ ।

-ଆପଣ ଯେତେବେଳେ ଚାହିଁବେ ଡିଜିଟାଲ୍ ସୁନା ବିକ୍ରି କରିପାରିବେ ।

ପାକିସ୍ଥାନର ଘନିଷ୍ଠମିତ୍ର ଆଫଗାନିସ୍ଥାନ କେମିତି ପାଲଟିଗଲା ପରମଶତ୍ରୁ ?

ନୂଆଦିଲ୍ଲୀ: ପାକିସ୍ତାନରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର କହିଛନ୍ତି ଯେ ପଡୋଶୀ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ  ଆତଙ୍କବାଦୀ ଆକ୍ରମଣରେ ୬୦%ଏବଂ ଆତ୍ମଘାତୀ ବିସ୍ଫୋରଣରେ ୫୦୦% ବୃଦ୍ଧି ଘଟିଛି । କେବଳ ଏତିକି ନୁହେଁ, ଆତଙ୍କବାଦ ପାଇଁ ଭୂମି ବ୍ୟବହାର ବନ୍ଦ କରିବାରେ କାବୁଲଙ୍କ ବିଫଳତାକୁ ନେଇ କାକର ଦୁଃଖ ପ୍ରକାଶ କରିଛନ୍ତି ।

୧୫  ଅଗଷ୍ଟ ୨୦୨୧: ଯେଉଁ ଦିନ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲ କଲା ।  ସେହି ସମୟରେ ତାଲିବାନର କାବୁଲ କବଜାକୁ ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନ ପ୍ରଥମେ ସ୍ୱାଗତ କରିଥିଲା । ତତ୍କାଳୀନ ଇମ୍ରାନ ସରକାର ତାଲିବାନ ସୈନ୍ୟମାନଙ୍କୁ ପାକିସ୍ତାନର ବନ୍ଧୁ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ସେହି ପାକିସ୍ତାନ ନିଜର ସେହି ବନ୍ଧୁକୁ ପରମ ଶତ୍ରୁ ବୋଲି କହିବାକୁ ପଛାଉନି। ୧୫  ଅଗଷ୍ଟ ୨୦୨୧ ଯେଉଁ ଦିନ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲ କଲା । ସେହି ସମୟରେ ତାଲିବାନର କାବୁଲ କବଜାକୁ ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନ ପ୍ରଥମେ ସ୍ୱାଗତ କରିଥିଲା । ତତ୍କାଳୀନ ଇମ୍ରାନ ସରକାର ତାଲିବାନ ସୈନ୍ୟମାନଙ୍କୁ ପାକିସ୍ତାନର ବନ୍ଧୁ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ସେହି ପାକିସ୍ତାନ ନିଜର ସେହି ବନ୍ଧୁକୁ ପରମ ଶତ୍ରୁ ବୋଲି କହିବାକୁ ପଛାଉନି ।

ପାକିସ୍ତାନରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣରେ ୬୦%ଏବଂ ଆତ୍ମଘାତୀ ବିସ୍ଫୋରଣରେ ୫୦୦% ବୃଦ୍ଧି ଘଟିଛି । କେବଳ ଏତିକି ନୁହେଁ, ଆତଙ୍କବାଦ ପାଇଁ ନିଜର ଭୂମି ବ୍ୟବହାର ବନ୍ଦ କରିବାରେ କାବୁଲଙ୍କ ବିଫଳତାକୁ ନେଇ କାକର ଦୁଃଖ ପ୍ରକାଶ କରିଛନ୍ତି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କାକର  ଏହା ମଧ୍ୟ ଦାବି କରିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ ଆଫଗାନିସ୍ତାନ ଛାଡିବା ପରେ ଆତଙ୍କବାଦୀମାନେ ସେମାନଙ୍କ ଅସ୍ତ୍ର ବର୍ତ୍ତମାନ  ବ୍ୟବହାର କରୁଛନ୍ତି।

ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର କହିଛନ୍ତି ଯେ ଅଗଷ୍ଟ ୨୦୨୧ ରେ ମଧ୍ୟବର୍ତ୍ତୀ ଆଫଗାନିସ୍ତାନ ସରକାର ଗଠନ ପରେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଆମର ସମ୍ପୂର୍ଣ୍ଣ ଆଶା ଥିଲା  । କିନ୍ତୁ ଫଳ ଆଶାନୁରୂପ ନହେଇ ବିପରୀତ ହେଲା । ପାକିସ୍ତାନ ବିରୋଧୀ ସଂଗଠନ ବିଶେଷ କରି ତେହେରିକ-ଇ-ତାଲିବାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାକର କହିଛନ୍ତି ।