ପାଗରେ ଆସିଲା ପରିବର୍ତ୍ତନ, ବାୟୁ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି

1 min read

ନୂଆଦିଲ୍ଲୀ :  ବାୟୁ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି । ଦିଲ୍ଲୀର ପାଗରେ ଆସିଲା ପରିବର୍ତ୍ତନ । କିଛି ସ୍ଥାନରେ ହାଲୁକା ବର୍ଷା ପରେ ଦିଲ୍ଲୀବାସୀ ପ୍ରଦୂଷଣରୁ ଆଶ୍ବସ୍ତ । ଦିଲ୍ଲୀ ନୋଏଡ଼ାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଫଳରେ ରାଜଧାନୀବାସିନ୍ଦା ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି । ବର୍ଷା ପରେ AQI ୪ ଶହରୁ ହ୍ରାସ ପାଇ ୧୦୦ରେ ପହଞ୍ଚିଛି ।

ରାଜଧାନୀ ଦିଲ୍ଲୀରେ ଗତ ୭ଦିନ ହେଲା ଧୂଆଁର ଚାଦର ଘେରି ରହିଥିଲା । ବାୟୁର ଗୁଣବତ୍ତା ମାନ ଅତି ଖରାପ ସ୍ଥିତିରେ ପହଞ୍ଚିଥିଲା । ଗତକାଲି ଏୟାର କ୍ବାଲିଟି ଇଣ୍ଡେକ୍ସ ହାରାହାରି ୩୯୮ ରେକର୍ଡ ହୋଇଥିଲା । ପ୍ରଦୂଷଣର ମୁକାବିଲା ଲାଗି କୃତ୍ରିମ ବର୍ଷା କରିବାକୁ ଯୋଜନା କରିଥିଲେ ଦିଲ୍ଲୀ ସରକାର । ଆସନ୍ତା ୨୦ ଏବଂ ୨୧ ତାରିଖରେ କାନପୁର ଆଇଆଇଟି ସହାୟତାରେ କୃତ୍ରିମ ବର୍ଷା ଯୋଜନା ରହିଥିଲା । ତେବେ ଗତକାଲି ରାତିରେ ହାଲୁକା ବର୍ଷା ବର୍ଷା ଫଳରେ ପ୍ରଦୂଷଣ ମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ।