spot_img
Home Blog Page 2541

ଦୀପଗ୍ରେସଙ୍କ ପାଇଁ ୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏସିଆନ ଗେମ୍ସ ମହିଳା ହକି ଟିମ୍ ସଦସ୍ୟା ତଥା ଓଡ଼ିଶାର ଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କାଙ୍କ ପାଇଁ ପୁରସ୍କାର ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ପୁରସ୍କାର କଲେ ଘୋଷଣା । ଏସିଆନ ଗେମ୍ସରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଟିମର ସଦସ୍ୟା ଥିଲେ ଦୀପଗ୍ରେସ ।

ମୁଖ୍ୟମନ୍ତ୍ରୀ ଦୀପଗ୍ରେସଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । ଏହାସହ ଦୀପଗ୍ରେସ ଯୁବପୀଢ଼ିଙ୍କୁ ପାଇଁ ରୋଲ ମଡେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶ ପାଇଁ ଖେଳିବାକୁ ଚାହୁଁଥିବା ଯୁବ ଖେଳାଳିଙ୍କ ପାଇଁ ଦୀପଗ୍ରେସ ଆଶା ଓ ଗର୍ବର ପ୍ରତୀକ । ନିଜ ପ୍ରଦର୍ଶନ ଜରିଆରେ ଖେଳ ପ୍ରତି ଦୀପ ନିଜ ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି । ମୋର ବିଶ୍ବାସ ଅଛି, ଆଗକୁ ବି ଦୀପ ଦେଶ ପାଇଁ ଗୌରବ ଆଣିବେ ଓ ନିଜ ଉଚ୍ଚକୋଟୀର ଖେଳ ଜାରି ରଖିବେ ।

ସୂଚନାଯୋଗ୍ୟ, ମହିଳା ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ଏହାସହ ଟିମର ସମସ୍ତ ଖେଳାଳି ଓ ଷ୍ଟାଫ ମେମ୍ବରଙ୍କ ପାଇଁ ୩ ଲକ୍ଷ ଲେଖାଏଁର ପୁରସ୍କାର ରାଶି ଘୋଷଣା କରିଥିଲେ ।

ସେହିପରି ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଓ ଷ୍ଟାଫଙ୍କ ପାଇଁ ୫ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ଓଡ଼ିଶା ଖେଳାଳି ଅମିତ ରୋହିଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।

କେବଳ ହକି ନୁହେଁ, ଜାଭଲିନରେ ରୌପ୍ୟ ପଦକ ଜିତିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ଅନୁଗୁଳ-ଗଜପତି ପାଇଁ ବିଜେଡି ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନୁଗୁଳ ଓ ଗଜପତି ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଇବେ ଶଶୀଭୂଷଣ ମହାନ୍ତି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ ନିଷ୍ପତ୍ତି ।

ସେହିପରି ଚିନ୍ମୟ ସାହୁଙ୍କୁ ଅନୁଗୁଳ-ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ବ ଦିଆଯାଇଛି । ନେଫୁ ଦାସ ହୋଇଛନ୍ତି ଛେଣ୍ଡିପଦା-ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ । ଏମାନଙ୍କ ବ୍ୟତୀତ ପୃଥ୍ବୀରାଜ ସାହୁଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି । ତାଙ୍କୁ ମୋହନା ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ବର୍ଗତ ବିଶ୍ବନାଥ ପଣ୍ଡିତଙ୍କ ସ୍ମୃତିରେ ବାଦାମବାଡ଼ିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ ଓ ରିଡିଂ ହଲ୍, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଟକର ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡ଼ିରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଏବଂ ସମାଜବାଦୀ ନେତା ସ୍ବର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ହେବ ଅତ୍ୟାଧୁନିକ  ଲାଇବ୍ରେରୀ ଓ ରିଡିଂ ହଲ୍ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଏଠାରେ ନିଜକୁ ପ୍ରସ୍ତୁତ କରିପାରିବେ ଛାତ୍ରଛାତ୍ରୀ । 5T ସଚିବ ଭି.କେ. ପାଣ୍ଡିଆନଙ୍କ କଟକ ଗସ୍ତ ସମୟରେ ଜନସାଧାରଣ ଦେଇଥିଲେ ମତ । ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ ନିଷ୍ପତ୍ତି । ଏଥିପାଇଁ ୩୦ କୋଟି ୫୮ ଲକ୍ଷ ୩୧ ହଜାର ଶହେ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ସ୍ୱର୍ଗତ ପଣ୍ଡିତ କଟକ ଡଗରପଡାଠାରେ ଜନ୍ମ ଗ୍ରହଣ କରିଥିଲେ । ସାଧୀନତା ସଂଗ୍ରାମରେ ଯୋଗ ଦେଇ ସେ କାରାବରଣ କରିଥିଲେ । ପରେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇ ଦଳିତ, ଶ୍ରମିକ ଓ ମଜ୍‌ଦୁରଙ୍କ ସ୍ୱାର୍ଥ୍ୟର ସୁରକ୍ଷା ପାଇଁ ଜୀବନ ବ୍ୟାପୀ ସଂଗ୍ରାମ କରିଥିଲେ । ତାଙ୍କ ନାମରେ ଲାଇବ୍ରେରୀ ପ୍ରତିଷ୍ଠା ତାଙ୍କୁ ଉପଯୁକ୍ତ ସମ୍ମାନ ହେବ । ଏହାସହ ଦେଶ ତଥା ରାଜ୍ୟ ପାଇଁ ତାଙ୍କ ଅବଦାନ ସମ୍ପର୍କରେ ଜନ ସାଧାରଣ ବିଶେଷ କରି ଯୁବ ସମାଜ ଜାଣିବା ସହ ଅନୁପ୍ରାଣିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଭୟଙ୍କର ହେଉଛି ଇସ୍ରାଏଲ-ହମାସ ବିବଦ: ଗାଜାର ବିଭିନ୍ନ ସହରରେ ପଡ଼ିଛି ଇସ୍ରାଏଲ ଲୋକଙ୍କ ଶବ

ନୂଆଦିଲ୍ଲୀ: ଭୟଙ୍କର ହେବାରେ ଲାଗିଛି ହମାସ-ଇସ୍ରାଏଲ ବିବାଦ । ହମାସ ଆକ୍ରମଣରେ ଇସ୍ରାଏଲରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ଯା ୫୦୦ରେ ପହଞ୍ଚିଛି । ଉଭୟ ପକ୍ଷର ଆହତଙ୍କ ସଂଖ୍ୟା ୩ ହଜାର ଟପିଛି । ସେପଟେ ଗାଜାକୁ ମାଟିରେ ମିଶାଇବା ଲାଗି ଆକ୍ରମଣକୁ ଘମାଘୋଟ କରାଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ । ଇସ୍ରାଏଲର ଆକ୍ରମଣରେ ଗାଜାରେ ୨୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଗତକାଲି ଇସ୍ରାଏଲ ଉପରେ ହମାସ ଜଳ, ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରିଥିଲା । ଇସ୍ରାଏଲର ଅଭେଦ ସୁରକ୍ଷା ବଳୟକୁ ପାର କରି ହମାସର ଏହି ଆକ୍ରମଣ ସାରା ବିଶ୍ବକୁ ଚକିତ କରିଛି । ହମାସ ଅନେକ ଇସ୍ରାଏଲ ସୈନିକଙ୍କୁ ଧରିଥିବା ଦାବି କରିଛି ।

ସେପଟେ ସୀମା ଡେଇଁ ହମାସ ଗୋଷ୍ଠୀ ଗଣହତ୍ୟା ଚଳାଇଥିବା ଅଭିଯୋଗ କରିଛି ଇସ୍ରାଏଲ । ଇସ୍ରାଏଲ ନିରାପତ୍ତା ବାହିନୀ ଓ ହମାସର ଶହ ଶହ ସୈନିକ ଗୁଳି ବିନିମୟରେ ଲିପ୍ତ ଥିବା ସୂଚନା ମିଳିଛି । ହମାସକୁ ସମ୍ପୂର୍ଣ୍ଣ ମୂଳପୋଛ କରାଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ । ଗତକାଲି ଉଗ୍ର ଇସଲାମିକ ସଂଗଠନ ପକ୍ଷରୁ ତେଲ ଆଭିବ, ଜେରୁଜେଲମ ଉପରେ ୫ ହଜାରରୁ ଅଧିକ ରକେଟ ମାଡ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ଏହି ହମଲା ବେଳେ କାମ କରି ନଥିଲା ଇସ୍ରାଏଲର ଡୋମ ଡିଫେନ୍ସ ସିଷ୍ଟମ । ହମାସ ଗାଜାର ସିକ୍ୟୁରିଟି ବ୍ୟାରିୟର ହଟାଇ ସେଠାରେ ବହୁ ଇସ୍ରାଏଲୀ ସହର, ସାମରିକ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ସହ ଲୋକଙ୍କ ଉପରେ ଆଖିବୁଜା ଆକ୍ରମଣ କରିଛନ୍ତି । ଗାଜାର ଅନେକ ସହରରେ ମୃତ ଇସ୍ରାଏଲୀଙ୍କ ଶବ ପଡିଥିବା ସୂଚନା ମିଳିଛି । ହମାସ ନେତା ଓସାମା ହାମଦାନ କହିଛନ୍ତି, ଏହି ଆକ୍ରମଣକୁ ଅଧିକ ଜୋରଦାର କରାଯିବ । ପାଲେଷ୍ଟିନୀୟ ଅଞ୍ଚଳରୁ ଇସ୍ରାଏଲ ବିଦା ହେବା ଯାଏଁ ସଂଘର୍ଷ ଜାରି ରହିବ ।

ସେପଟେ ହମାସ ବିରୋଧରେ ଗର୍ଜିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ହମାସକୁ ଦମନ ଲାଗି ଇସ୍ରାଏଲକୁ ସାମରିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି ବାଇଡେନ । ଏହାସହ ସାଉଦି ଆରବ ଓ ଇସ୍ରାଏଲ ମଧ୍ଯରେ ଭଲ ସମ୍ପର୍କ ଲାଗି ସେ ଉଦ୍ୟମ କରିବା ସହ ସାଉଦିଆରବ ସହ ପ୍ରତିରକ୍ଷା ରାଜିନାମାକୁ ଗୁରୁତ୍ବ ଦେଇଛନ୍ତି ।

ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପରେ ୨୦୦୦ ଲୋକଙ୍କର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ପୁଣିଥରେ ଥରି ଉଠିଲା ଆଫଗାନିସ୍ତାନ । ଏକ ଭୟଙ୍କର ଭୂକମ୍ପ ଆଫଗାନିସ୍ତାନରେ ବ୍ୟାପକ ଧ୍ୱଂସ ଘଟାଇଛି । ତାଲିବାନ ମୁଖପାତ୍ର କହିଛନ୍ତି ଯେ, ଆଫଗାନିସ୍ତାନର ପଶ୍ଚିମରେ ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁଘଟିଛ । ଆଖି ପିଛୁଳାକେ ଛାରଖାର ହୋଇଗଲା ଆଫଗାନିସ୍ତାନ । କେହି କିଛି ଭାବିବା ପୂର୍ବରୁ ମୃତ୍ୟୁର ତାଣ୍ଡବ ରଚିଲା ଭୟଙ୍କର ଭୁକମ୍ପ । କୁଢ କୁଢ ହୋଇଗଲା ଶବ । କିଏ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲା ତ କେହି ବଞ୍ଚାଇବା ପାଇଁ । ବାପା ଆଗରେ ଛୁଆର ମୃତ୍ୟୁ ହେଉଥିଲା ତ ଛୁଆ ସାମ୍ନାରେ ମା’ର ମୃତ୍ୟୁ ହେଉଥିଲା । ଗତ କିଛି ଦିନ ପୂର୍ବରୁ ଆଫଗାନିସ୍ତାନରେ ହୋଇଥିଲା ଭୁକମ୍ପ । ପୁଣିଥରେ ଏକ ବଡ଼ ଭୂକମ୍ପ ଆଫଗାନିସ୍ତାନର ମେରୁଦଣ୍ଡକୁ ଦୋହଲାଇଦେଇଛି ।  ବ୍ୟାପକ ଧ୍ୱଂସ ଘଟାଇଛି ୨୦୦୦ ଲୋକଙ୍କର ଜୀବନ ନେଇଛି ।Afghanistan Gets Aid as Earthquake Aftershocks Continue | News | teleSUR English

ପଶ୍ଚିମ ଆଫଗାନିସ୍ତାନର ଇରାନ ସୀମା ନିକଟରେ ଘଟିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ବହୁ ସଂଖ୍ୟକ ଲୋକ ମଧ୍ୟ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଛି | ଏହି ଭୂକମ୍ପ ହେରାଟ ସହରଠାରୁ ପ୍ରାୟ ୪୪୦ କିଲୋମିଟର ଦୂରରେ ଥିବା ଅନେକ ଗ୍ରାମକୁ ଧ୍ୱଂସ କରିଦେଇଛି । ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି ଏବଂ ଲୋକମାନେ ଏବେ ମଧ୍ୟ ଆବର୍ଜନାରେ ଫସି ରହିଛହିନ୍ତି । ଲୋକମାନେ ଅତି କମରେ ତିନୋଟି ଶକ୍ତିଶାଳୀ କମ୍ପନ ଅନୁଭବ କରିଥିଲେ | ବଞ୍ଚିଯାଇଥିବା ଲୋକମାନେ ଭୟଙ୍କର ଦୃଶ୍ୟକୁ ବର୍ଣ୍ଣନା କରିଥିଲେ । ଯେହେତୁ ଅଫିସ୍ କୋଠାଗୁଡ଼ିକ ପ୍ରଥମେ ଥରି ଉଠିଲା – ଏବଂ ପରେ ସେମାନଙ୍କ ଚାରିପାଖରେ ଭୁଶୁଡ଼ିବା ଆରମ୍ଭ କରିଥିଲା |

ଆଇଏଏସ ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ପ୍ରମୁଖ ଶାସନ ସଚିବ

ଭୁବନେଶ୍ବର:  ଆଇଏଏସ ସ୍ତରରେ ହୋଇଛି ଅଦଳବଦଳ । ବରିଷ୍ଠ ଆଇଏଏସ ଅଧିକାରୀ ତଥା ଜିଏ ଆଣ୍ଡ ପିଜି ବିଭାଗ ଓଏସଡି ବିଷ୍ଣୁପଦ ସେଠୀ ହୋଇଛନ୍ତି ସାମାଜିକ ସୁରକ୍ଷା, ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ପ୍ରମୁଖ ଶାସନ ସଚିବ । ପ୍ଲାନିଂ ଓ କନଭର୍ଜେନ୍ସ ବିଭାଗ ସ୍ବତନ୍ତ୍ର ସଚିବ ଭାସ୍କରଜ୍ୟୋତି ଶର୍ମା ହୋଇଛନ୍ତି ଲ୍ୟାଣ୍ଡ ରେକର୍ଡ୍ସ ଓ ସେଟଲମେଣ୍ଟ ବିଭାଗର କମିଶନର ।

ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ବି. ପରମେଶ୍ବରନ ହୋଇଛନ୍ତି ଚକବନ୍ଦୀ କମିଶନର । ଏଏଚ ଓ ଭିଏସ ନିର୍ଦ୍ଦେଶକ ରାମାଶିଷ ହାଜରା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅତିରିକ୍ତ ଦାୟିତ୍ବରେ ରହିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜ୍ୟୋତିପ୍ରକାଶ ଦାସ ହୋଇଛନ୍ତି ସ୍ପେସାଲ ପ୍ରୋଜେକ୍ଟ ପିଆର ଆଣ୍ଡ ଡିଡବ୍ଲୁ ବିଭାଗର ନିର୍ଦ୍ଦେଶକ । ଏହାସହ ସେ ଆରଓଟିଆଇର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ।

ସ୍ପେଶାଲ ପ୍ରୋଜେକ୍ଟ, ପିଆର ଆଣ୍ଟ ଡି ଡବ୍ଲୁ ବିଭାଗର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ହୋଇଛନ୍ତି ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ । ଏସଟି ଓ ଏସସି ବିକାଶ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ହୋଇଛନ୍ତି ଏସଟି ବିଭାଗର ନିର୍ଦ୍ଦେଶକ । ରାଜସ୍ବ ପର୍ଷଦ କଟକର ଅର୍ଥନୈତିକ ପରାମର୍ଶଦାତା ସୁବ୍ରତ ଶତପଥୀଙ୍କୁ ଇନସ୍ପେକ୍ଟର ଜେନେରାଲ, ରେଜିଷ୍ଟ୍ରେସନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ଦିନିକିଆ ବିଶ୍ବକପ୍: ମାଗଣାରେ ଏଠି ଦେଖି ପାରିବେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚର ଲାଇଭ୍

ଚେନ୍ନାଇ: ଆଜି ଦିନିକିଆ ବିଶ୍ବକପରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଓ ଅଷ୍ଟ୍ରେଲିଆ । ମ୍ୟାଚକୁ ନେଇ କ୍ରିକେଟ୍ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ କାହିଁରେ କ’ଣ । ଅପରାହ୍ଣ ୨ଟାରେ ଚେନ୍ନାଇ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ମ୍ୟାଚର ଲାଇଭ୍ କେମିତି ଦେଖିବେ ଭାବୁଛନ୍ତି କି ? ପୂରା ମ୍ୟାଚକୁ ମାଗଣାରେ ଲାଇଭ୍ ଦେଖି ପାରିବେ । ତେବେ କେଉଁଠୁ ପାଇବେ ଏହି ହାଇ-ଭୋଲଟେଜ୍ ମ୍ୟାଚର ଫ୍ରି ଲାଇଭ୍ ଷ୍ଟ୍ରିମ୍ ଆସନ୍ତୁ ଜାଣିବା ।

ବିଶ୍ବକପର ମିଡିଆ ରାଇଟ୍ସ ଷ୍ଟାର ସ୍ପୋର୍ଟସ ପାଖରେ ରହିଛି । ଷ୍ଟାର ସ୍ପୋର୍ଟସର ବିଭିନ୍ନ ଭାଷା ଭିତ୍ତିକ ଚ୍ୟାନେଲରେ ଦର୍ଶକ ଲାଇଭ୍ ମ୍ୟାଚ ଦେଖି ପାରିବେ । ତେବେ ଲାଇଭ୍ ଷ୍ଟ୍ରିମ୍ ଫୋନରେ ମାଗଣାରେ କେମିତି ମିଳିବ ?

କେବଳ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ନୁହେଁ, ପୂରା ବିଶ୍ବକପ୍ ଷ୍ଟାରର ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲାସ୍ ହଟଷ୍ଟାରରେ ଦେଖିବାକୁ ସୁବିଧା ରହିଛି । ଅର୍ଥାତ, କ୍ରିକେଟ୍ ପ୍ରେମୀ ମୋବାଇଲରେ ହଟଷ୍ଟାର ମାଧ୍ୟମରେ ମାଗଣାରେ ମ୍ୟାଚର ମଜା ଉଠାଇ ପାରିବେ ।

ଏଥର ଦୁର୍ଗାପୂଜାରେ ଶିମିଳିପାଳରେ ଜମିବ ପିକନିକ୍ ମଜା, ୧୪ରେ ଖୋଲିବ ଅଭୟାରଣ୍ୟ

ବାରିପଦା: ପାର୍ବଣରେ ଶିମିଳିପାଳର ମନମୁଗ୍ଧକର ପରିବେଶରେ ସମୟ ବିତାଇବାକୁ ପର୍ଯ୍ୟଟକଙ୍କୁ ମିଳିବ ସୁଯୋଗ । କାରଣ ଆସନ୍ତା ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ନଭେମ୍ବର ବଦଳରେ ଚଳିତବର୍ଷ ଆଗୁଆ ଖୋଲିବାକୁ ଯାଉଛି ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି ସୂଚନା । ଦୁର୍ଗାପୂଜାରେ ପର୍ଯ୍ୟଟକ ଶିମିଳିପାଳ ଭ୍ରମଣ ଓ ରାତ୍ର ରହଣୀର ସୁବିଧା ପାଇପାରିବେ । ପ୍ରବେଶ ଅନୁମତି ପାଇଁ ବୁକିଂ କାଉଣ୍ଟରରେ ଆବେଦନ କରିପାରିବେ ପର୍ଯ୍ୟଟକ । ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଧାର୍ଯ୍ୟ କରାଯାଇଛି । ରାତ୍ରୀଯାପନ ପାଇଁ ପର୍ଯ୍ୟଟକ ଓ୍ବେବସାଇଟରେ ଅଗ୍ରୀମ ବୁକିଂ କରିପାରିବେ ।

ପ୍ରତିବର୍ଷ ବର୍ଷା ଋତୁ ଆସିବା ମାତ୍ରେ ଜୁନ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ ଓ ନଭେମ୍ବର ପହିଲାରେ ଖୋଲିଥାଏ । ଶିମିଳିପାଳ ଜୈବମଣ୍ଡଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି ରହିଛି । ବାଘ, ହାତୀ ଓ ଗୟଳ ପରି ତିନି ପ୍ରଜାତି ପ୍ରାଣୀର ବୃହତ୍ତ ବାସସ୍ଥଳୀ ହୋଇପାରିଛି ଶିମିଳିପାଳ । ୯୪ ପ୍ରଜାତିର ଅର୍କିଡ୍ ଓ ବରେହିପାଣି, ଯୋରନ୍ଦା, ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତବର୍ଷ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାକୁ ସାମିଲ କରିଛନ୍ତି । ତା’ଛଡା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ନେଚର ଗେମିଂର ସୁବିଧା କରାଯାଇଛି ।

ଡ୍ୟାନ୍ସ ବାରରେ ଦେହ ବେପାର ଅଭିଯୋଗ: ଦୁଇ ଜଣଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର: ରାଜଧାନୀରେ ଥିବା ଡ୍ୟାନ୍ସ ବାରରେ ଯୁବତୀଙ୍କୁ ଦେହ ବେପାରରେ ଲଗାଯିବା ଅଭିଯୋଗ ଘଟଣାରେ ତନାଘନା ଆରମ୍ଭ । ଦୁଇ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ । ବାର ଡ୍ୟାନ୍ସର ଯୁବତୀଙ୍କ ଏତଲା ପରେ ଆକ୍ସନ ମୋଡରେ ପୋଲିସ୍ ।

ଶୁକ୍ରବାର ନନ୍ଦିଘୋଷ ଟିଭି କ୍ୟାମେରା ସମ୍ମୁଖରେ ଅକୁହା କଥା କହିଥିଲେ ଡ୍ୟାନ୍ସ ବାରର ଡ୍ୟାନ୍ସର । ଦିନ ପର୍ଯ୍ୟନ୍ତ ଡ୍ୟାନ୍ସ ବାର ଚାଲୁଥିବା କ୍ଷୋଭର ସହ କହିଥିଲେ ଡ୍ୟାନ୍ସର । ଜୋର ଜବରଦସ୍ତ ସେମାନଙ୍କୁ ଦେହ ବେପାର ପାଇଁ ବାଧ୍ୟ କରୁଥିଲେ ମାଲିକ । ସେକ୍ସ ୱାର୍କ ନକଲେ କାମ କରିବାକୁ ଦେଉ ନଥିଲେ ମାଲିକ । ଅଶୋକ ନଗର ଅଞ୍ଚଳରେ ଥିବା ରଙ୍ଗିଲା ବାର ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ବାର୍ ଡ୍ୟାନ୍ସର । ଏପରିକି ଲେଡିଜ ଚେଞ୍ଜିଙ୍ଗ ରୁମ ଭିତରକୁ ଗାରାଖଙ୍କୁ ଛାଡ଼ୁଥିଲେ ମାଲିକ । ୨ ବାର ଡ୍ୟାନ୍ସର କ୍ୟାପିଟାଲ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଗତକାଲି ମଧ୍ୟ ଅନ୍ୟ ଦୁଇଜଣଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା ପୋଲିସ ।

ବାଲେଶ୍ବରରେ ଚାଲିଛି ରାହାଗିରି: ରାସ୍ତାରେ ଜମିଛି ମନୋରଞ୍ଜନର ଉତ୍ସବ

ବାଲେଶ୍ବର: ବାଲେଶ୍ବରରେ ଚାଲିଛି ରାହାଗିରି । ରବିବାରର ମଜା ଉଠାଉଛନ୍ତି ଲୋକେ । ପୋଲିସ ଲାଇନରୁ ଆଇଟିଆଇ ଛକ ପର୍ଯ୍ୟନ୍ତ ରାସ୍ତାରେ ଚାଲିଛି ମନୋରଞ୍ଜନର ଉତ୍ସବ । ନାଚ, ଗୀତରେ କମ୍ପୁଛି ବାଲେଶ୍ବର ସହର । କିଏ ରଙ୍ଗୋଲି କରୁଛି, ତ ପୁଣି କିଏ ଥ୍ରୀ-ଡି ଆର୍ଟ କରି ଦର୍ଶକଙ୍କୁ ବିମୋହିତ କରିଦେଇଛି । ଆଉ ପେଣ୍ଡାଲରେ ସେଲିବ୍ରେଟିଙ୍କ ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମ ବାଲେଶ୍ବରବାସୀଙ୍କୁ ଦେଉଛନ୍ତି ନିଆରା ଅନୁଭୂତି ।

ରବିବାର ସକାଳୁ ସକାଳୁ ବାଲେଶ୍ବର ସହରରେ ଜମିଛି ରାହାଗିରି ମଜା । ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ରାହାଗିରିକୁ କରୁଛନ୍ତି ମନୋରଞ୍ଜନ । ପିଲାଠୁ ବୟସ୍କ ସମସ୍ତଙ୍କ ମନ ଜିଣୁଛି ରାହାଗିରି । ରାସ୍ତାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ ଲୋକଙ୍କୁ କରୁଛି ଆକୃଷ୍ଟ । ଏହାସହ ଖେଳକୁଦର ବି ଜମିଛି ଆସର ।

ଦୈନିକ ଖବର କାଗଜ ‘ସକାଳ’ ପକ୍ଷରୁ ରାହାଗିରିରେ ଖୋଲିଛି ଷ୍ଟଲ । ଲୋକଙ୍କୁ ମାଗଣାରେ ଦିଆଯାଉଛି ଖବରକାଗଜ । ରାହାଗିରିରେ ମନୋରଞ୍ଜନର ମଜା ନେବା ସହ ଲୋକେ ଜାଣିବାକୁ ପାଉଛନ୍ତି ଦେଶ ବିଦେଶର ଅପଡେଟ୍ । ସକାଳ ପକ୍ଷରୁ ଏପରି ପ୍ରୟାସକୁ ଲୋକେ କରିଛନ୍ତି ପ୍ରସଂଶା ।